Posts

ଜିଲ୍ଲା ରେଡ଼କ୍ରସ କୁ ସହାୟତା ରେ ଜିନ୍ଦଲ ଷ୍ଟେନଲେସ ର ଦ୍ଵିତୀୟ ସ୍ଥାନ l

Image
ଯାଜପୁର (କଳିଙ୍ଗନଗର) : - ମାନବ ସେବା ହିଁ ମାଧବ ସେବା | ଏହି ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼,କଳିଙ୍ଗନଗର, ଯାଜପୁର ପ୍ରତ୍ୟେକ ବର୍ଷ ପରି ଗତ ବର୍ଷ ମଧ୍ୟ ଜାତୀୟ ରେଡ୍ କ୍ରସ ସୋସାଇଟି ଯାଜପୁର ଶାଖାକୁ ଅସହାୟ ମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟ ରେ ତା’ର ସାହାଯ୍ୟର ହାତ ବଢ଼ାଇଥିଲା | ଏହି ପରିପେକ୍ଷୀ ରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଆର୍ଥିକ ଅନୁଦାନ ଦେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷ ମାନଙ୍କୁ ଉପଢ଼ୋକନ, ଉତ୍ତରୀୟ ଓ ମାନପତ୍ର ଦେଇ ଜିଲ୍ଲା ରେଡ୍ କ୍ରସ ସୋସାଇଟି ତରଫରୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଗୋପୀନାଥ କୁଅଁର ଧନ୍ୟବାଦ ଜ୍ଞାପନ କରିଥିଲେ | ଜିଲ୍ଲା ରେଡ କ୍ରସ ଶାଖା ସମ୍ପାଦକ ତଥା ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ କୁଳମଣି ନାୟକଙ୍କ ସଂଯୋଜନା ରେ ଆୟୋଜିତ ସଭାରେ, ଅନୁଦାନ ରାଶି ହିସାବରେ ସମଗ୍ର ଜିଲ୍ଲା ରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ସମ୍ବର୍ଦ୍ଧିତ କରି ବାହ୍ୟ ସମ୍ପର୍କ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ନୀଳମାଧବ ରଥଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ଜିନ୍ଦଲ ଆଗଭର ହୋଇ ଜାତୀୟ ରେଡ୍ କ୍ରସ ସୋସାଇଟିକୁ ସହାୟତାର ହାତ ବଢ଼ାଇ ଜିଲ୍ଲା ରେଡ୍ କ୍ରସ ପାଣ୍ଠିକୁ ସୁଦୃଢ କରାଇଥିବାରୁ ଏହି ସମ୍ବର୍ଦ୍ଧନା ସଭାର

5t ରୂପାନ୍ତରିତ ବିଦ୍ୟାଳୟ କୁ ଭର୍ଚୁଆଲ ରେ ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ l

Image
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ର 5t ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ ଉତ୍ସବ ସୋମବାର ସନ୍ଧ୍ୟାରେ ଦାନଗଦି ବ୍ଲକ ରାଣୀପଡ଼ା ପଞ୍ଚାୟତ ବନଦୁର୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷିରେ ଯାଜପୁର ଜିଲ୍ଲାର ୭୩ ଟି ରୂପାନ୍ତରିତ ବିଦ୍ୟାଳୟ କୁ ଭର୍ଚୁଆଲ ରେ ଲୋକାର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭର୍ଚୁଆଲ ଜରିଆରେ ସୁଇଚ୍ ଟିପି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅଭିଭାଷଣ ରଖିଥିଲେ। ଏହି ଅବସରରେ ବନଦୁର୍ଗା ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ଵଜିତ ବେହେରା ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ । ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ଶର୍ମିଷ୍ଠା ସେଠୀ, ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କୋରାଇ ବିଧାୟକ ଅଶୋକ ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମି

ଦାନଗଦି ରେ ଡିଜିଟାଲ ସେବା କେନ୍ଦ୍ର ରେ ମହା ଦୁର୍ନୀତି l

Image
ଯାଜପୁର :- ଜିଲ୍ଲା ର କଳିଙ୍ଗନଗର ଅନ୍ତର୍ଗତ ଦାନଗଦି ବଜାର ରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିରହିଛି l ନିକଟରେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଶ୍ରୀ ସେଠି କୋଡିଏ ହଜାର ଟଙ୍କା ଲାଞ୍ଚ ନେଉ ଥିବା ସମୟ ରେ ଧରାପଡ଼ିଥିଲେ l ବର୍ତମାନ ଦାନଗଦି ବଜାର ରେ ଜନସେବା କେନ୍ଦ୍ର ଡିଜିଟାଲ ସେବା କମନ ସର୍ଭିସ ସେଣ୍ଟର ବ୍ୟାପକ ଦୁର୍ନୀତି l ସୂଚନା ମୁତାବକ ସରକାର ଲୋକ ମାନଙ୍କ ପାଇଁ କେତେ କଣ ଯୋଜନା ସବୁ କରୁଛନ୍ତି l କିଛି ଅସାମାଜିକ ବ୍ୟକ୍ତି ସରକାର ଙ୍କ ସୁବିଧା ଲୋକ ଙ୍କ ପାଖରେ ପହଞ୍ଚେଇବା ପାଇଁ ଲୋକ ଙ୍କ ଠାରୁ ତଣ୍ଟି ଚିପି ଲୋକଙ୍କୁ ଲୁଟିବାରେ ବ୍ୟସ୍ତ l ସରକାରୀ ସ୍ତର ରେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି l ଆଧାର ରେ ମୋବାଇଲ ନମ୍ବର ସଂଯୋଗ କିମ୍ବା ବାଇଓମେଟ୍ରିକ କରିବା ପାଇଁ ସାଧାରଣ ଲୋକ ଯାଇ ଡିଜିଟାଲ ସେବା କେନ୍ଦ୍ର ରେ ପହଁଚୁଛନ୍ତି l ସେଠାରେ ସାଧାରଣ ଲୋକଙ୍କୁ ବହୁ ଅସୁବିଧା ରେ ପକାଇବାକୁ ପଛଉ ନାଁହାନ୍ତି l ତିନି ଶହ, ଚାରି ଶହ, ପାଞ୍ଚ ଶହ ଟଙ୍କା ବାଧ୍ୟତା ମୂଳକ ଦେବାକୁ ପଡିଥାଏ l ସରକାରୀ ସେବା ଯୋଗାଇଦେବା ନାଁ ରେ ଗରିବ ଲୋକଙ୍କୁ ଶୋଷଣ କରୁଥିବା ନଜିର ରହିଛି l ଯାହାକି ସରକାର ଙ୍କୁ ଡିଜିଟାଲ ସେବା କେନ୍ଦ୍ର ବାଇଓମେଟ୍ରିକ ପାଇଁ ମାତ୍ର ୩୫ ଟଙ୍କା ଦେଉଥିବା ବେଳେ ଲୋକ ଙ୍କ ଠାରୁ ଶହ ଶହ ଟଙ୍କା ଜୋର ଜବ

ଜିନ୍ଦଲ ସହଭାଗିତାରେ ନିଶାମୁକ୍ତି ଅଭିଯାନକୁ ମହାମହିମ ରାଷ୍ଟ୍ରପତି ଶୁଭାରମ୍ଭ କଲେ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ରାଇରଙ୍ଗପୁର ଠାରେ ବର୍ଷବ୍ୟାପି ନିଶା ମୁକ୍ତ ଓଡିଶା (ନିଶାମୁକ୍ତ ଓଡିଶା) ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନକୁ ଭାରତ ସରକାରଙ୍କ (GOI) ସହଯୋଗରେ ବ୍ରହ୍ମାକୁମାରୀମାନେ ପରିଚାଳନା କରିବେ। ଜିନ୍ଦଲ ଷ୍ଟେନଲେସ୍ ଏହି ପଦକ୍ଷେପର ପ୍ରାଥମିକ ପୃଷ୍ଠପୋଷକ ହୋଇ ଏହି ଉତ୍ତମ କାର୍ଯ୍ୟରେ ଯୋଗ ଦେଇଛନ୍ତି | ବ୍ରହ୍ମାକୁମାରୀମାନଙ୍କ ଏବଂ ଜିନ୍ଦଲ ଷ୍ଟେନଲେସର ଏହି ଉଦ୍ୟମକୁ ପ୍ରଶଂସା କରି ଭାରତର ମହାମହିମ ରାଷ୍ଟ୍ରପତି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ “ଆରମ୍ଭରୁ ମନୁଷ୍ୟ ନିଶାଦ୍ରବ୍ୟ ଖାଏ, କିନ୍ତୁ ପରିଶେଷରେ ନିଶାଦ୍ରବ୍ୟ ମନୁଷ୍ୟକୁ ଗ୍ରାସ କରେ |ଏହି ବିପଦକୁ ମୁକାବିଲା କରିବାଲାଗି ତୃଣମୂଳ ସ୍ତରରେ ସଚେତନତା ଗୁରୁତ୍ୱପୂର୍ଣ୍ଣ ଅଟେ | ଓଡିଶା ମୋର ଜନ୍ମ ସ୍ଥାନ, ଏହାକୁ ନିଶା ମୁକ୍ତ କରିବା ପାଇଁ ମୁଁ ଏହି ଉତ୍ତମ ପଦକ୍ଷେପକୁ ପ୍ରଶଂସା କରୁଛି। କେବଳ ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ ସମଗ୍ର ସମାଜରେ ସଂସ୍କାର ଆଣିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ | ସମ୍ପୃକ୍ତ ସମସ୍ତ ଅଂଶୀଦାରମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ଅଭିଯାନରେ ସହଯୋଗ ବୃଦ୍ଧି କରିବାକୁ ଓଡିଶାର ନାଗରିକମାନଙ୍କୁ ଅନୁରୋଧ । ”.ଏହି ସରକାରୀ ପଦକ୍ଷେପକୁ ପ୍ରଶଂସା କରି ଜିନ୍ଦ

ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାମ ର ଶୁଭ ଉନ୍ମୋଚନ l

Image
କଳିଙ୍ଗନଗର - ଦାନଗଦି ବ୍ଲକ୍ କୁମ୍ଭୀରଗଡ଼ିଆ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାମ ର ଶୁଭ ଉନ୍ମୋଚନ କରିଛନ୍ତି ଓଡିଶା ଗ୍ରାମ୍ଯଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ l ଏହି ଅବସରରେ ଦାମୋଦର ପୁର ଗ୍ରାମରେ ଜିନ୍ଦଲ ଷ୍ଟିଲ୍ ଦ୍ୱାରା ୧୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କମ୍ୟୁନିଟି ସେଣ୍ଟର ଶୁଭ ଉନ୍ମୋଚନ କରିଛନ୍ତି l ଆଗାମୀ ଦିନରେ ମହିଳାଙ୍କ ପାଇଁ ମିଶନ ଶକ୍ତି ଗୃହ ଓ ଗ୍ରାମର କଙ୍କ୍ରିଟ୍ ରୋଡ଼ କାର୍ଯ୍ୟ ନିମନ୍ତେ ୧୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି l ଏହି ଅବସରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ମନ୍ତ୍ରୀ l ଏହି କାର୍ଯ୍ୟକ୍ରମ ରେ କୁମ୍ଭୀରଗଡ଼ିଆ ପଞ୍ଚାୟତର ବିଜେଡି ସଭାପତି ଗୋପୀନାଥ ଶତପଥୀ ଙ୍କ ସହିତ ବିଧାୟକ ପ୍ରତିନିଧି, ସାମାଜ ସେବୀ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ, ଦାନଗଦି ବ୍ଲକ ଉପସଭାପତି ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l 

‘ଉଦୟବଟ’ ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର) : - ସ୍ଥାନୀୟ ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଦୁର୍ଲ୍ଲଭ କଳା ପରିଷଦ’ ମଣ୍ଡପ ଠାରେ ସନ୍ଧ୍ୟାରେ ‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ୧୩୮ତମ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ରସାନନ୍ଦ ମହାନ୍ତି ଉଦ୍‌ଘାଟନ କରିଥିବା ବେଳେ ସ୍ଥାନୀୟ ‘ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍ ଲିମିଟେଡ଼ (ଇଫକାଲ) କାରଖାନାର ଏ.ଜି.ଏମ(ମେକାନିକାଲ) ରଶ୍ମିରଂଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଏବଂ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ବକ୍ତାô ଭାବେ ଯୋଗ ଦେଇ ଶ୍ରମିକମାନଙ୍କ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ସକାଶେ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ପାଳନ ଉପରେ ସେମାନେ ଯୋର ଦେଇଥିବା ବେଳେ ସଚ୍ଚା ଶ୍ରମିକ ନେତାଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗାୟତ୍ରୀ ମଲ୍ଲିକ ଜାତୀୟ ସଂଗୀତ ଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ, ସଂଜୟ କୁମାର ଦେ

ପଙ୍କପାଳ ଗ୍ରାମର ଦ୍ୱିତୀୟ ଭାଗବତ ପାରାୟଣ ସପ୍ତାହ ପାଳନ ହୋଇଯାଇଛି l

Image
      କଳିଙ୍ଗନଗର :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ଗ୍ରାମ ପଞ୍ଚାୟତର ପଙ୍କପାଳ ଗ୍ରାମରେ ଭାଗବତ ପାରାୟଣ ସପ୍ତାହ ପଙ୍କପାଳ ଗ୍ରାମର ଯୋଗେଶ୍ଵର ମନ୍ଦିର ଠାରେ ଉଦଯାପିତ ହୋଇଯାଇଛି । ଏହି ଭାଗବତ ପାରାୟଣ ସାତଦିନ ଧରି ପାଳିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ପାରାୟଣରେ ପ୍ରଥମ ଦିନରେ ଶୁଭଅଙ୍କୁରାରୋପଣ, ଶୁଭାଧିବାସ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା । ଭାଗବତ ପାରାୟଣର ଅନ୍ୟ ଦିନ ମାନଙ୍କରେ ଶ୍ରୀକୃଷ୍ଣ ଜନ୍ମ,ନାମକରଣ, ସତ୍ୟନାରାୟଣ ପୂଜା ଓ ମହାଯଜ୍ଞ ବିଧି ଅନୁଯାୟୀ ପାଳନ କରାଯାଇଛି । ସପ୍ତାହ ଧରି ଚାଲୁଥିବା ଭାଗବତ ପାରାୟଣର ଅନ୍ତିମ ଦିନରେ ନନ୍ଦ ଉତ୍ସବ, ରୁକ୍ମଣୀ ବିବାହ ଓ ପୂର୍ଣ୍ଣାହୁତି ଅନୁଷ୍ଟିତ ହୋଇଥିଲା । ପଙ୍କପାଳ ଗ୍ରାମ ବାସୀ ଙ୍କ ସହଯୋଗ ରେ ଏହି ଭାଗବତ ପାରାୟଣ କୁ ପଙ୍କପାଳ ସମେତ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ଧର୍ମାନୁଷ୍ଠାନକୁ ଖୁବ ସୁନ୍ଦର ଓ ଶାନ୍ତିଶୃଙ୍ଖଳା ସହିତ ଗ୍ରାମବାସୀ ମାନେ ପାଳନ କରିଛନ୍ତି l