Posts

ବୀଣାପାଣି ସରକାରୀ ବିଦ୍ୟାପୀଠର ୫୭ତମ ପ୍ରତିଷ୍ଠା ଦିବସ ପାଳନ।

Image
ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ଗତ ଗୁରୁବାର ଦିନ ବୀଣାପାଣି ସରକାରୀ ବିଦ୍ୟାପୀଠ, ନୀଳମଣିଦେଇପୁର ର ୫୭ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅଞ୍ଚଳର ମୂରବୀ, ପୁରାତନ ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନର ସଦସ୍ୟ ସଦସ୍ୟା ବୃନ୍ଦ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତତପରେ ବିଦ୍ୟାଳୟରେ ସ୍ଥାପିତ ବାବା ଗଣପତି ଓ ମା ବୀଣାପାଣିଙ୍କ ମୂର୍ତ୍ତୀ ନିକଟରେ ଯଥାବିଧି ପୂଜାର୍ଚ୍ଚନା, ହୋମକାର୍ଯ୍ୟ ଓ ପୁଷ୍ପାଞ୍ଜଳୀ ପ୍ରଦାନ ସମାପନ ପରେ ସଭାକକ୍ଷରେ ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା। ଏହି ସଭାକକ୍ଷରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠା ନିମନ୍ତେ ଜମୀଦାନ କରିଥିବା ସ୍ବର୍ଗତ ନଟବର ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଗଲା। ଉପସ୍ଥିତ ପ୍ରବକ୍ତାମାନେ ସ୍ବର୍ଗତ ନଟବର ମହାନ୍ତିଙ୍କ ଅବଦାନ ଓ ବିଦ୍ୟାଳୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍

ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ କରମଣ୍ଡଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିମାନଙ୍କ ପାଇଁ ସମୂହ ଦୀପଦାନ l

Image
ଯାଜପୁର (ବ୍ୟାସନଗର) :- ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଆହତ ମାନଙ୍କର ଆସୁଆରୋଗ୍ୟ କାମନା କରି ଆଜି ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ଥିବା ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କ ପ୍ରତିମୃତ ତଳେ ବ୍ୟାସନଗରର ଅଗ୍ରଣୀ ସାମାଜିକ ସଂଘଠନ ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଦୁଇ ମିନିଟ ମୃତକଙ୍କ ପାଇଁ ନିରବ ପ୍ରାଥନା କରାଯାଇଥିଲା ଏବଂ ଆହତ ବ୍ୟକ୍ତିଙ୍କ ଆସୁଆରୋଗ୍ୟ କାମନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଭାପତି ରାଜେନ୍ଦ୍ର ବିଶ୍ୱାଳ, ସମ୍ପାଦକ ହେମନ୍ତ କୁମାର ଧୀର, କାର୍ଯ୍ୟକାରୀ ସଭାପତି ସମୀର ରାୟ, ଉପସଭାପତି କଳିଙ୍ଗ ପହି,କୋଷାଧକ୍ଷ ପରେଶ ଦାଶ, ସାମ୍ବାଦିକ ମଳୟ ମଲ୍ଲିକ, ପବିତ୍ର ମହାନ୍ତି,ସୁଜିତ ମଲ୍ଲିକ, କଳ୍ପତରୁ ଧୀର,ଆଶିଷ ମଲ୍ଲିକ, ହେମନ୍ତ ନାୟକ, ଅସିତ ଦାସ , ଦୀପକ ଦାସ, କାଳନ୍ଦୀ ମଲ୍ଲିକ,ରମାକାନ୍ତ ବେହେରା, ଘଗେଶ୍ୱର ମଲ୍ଲିକ, ଗୋବିନ୍ଦ ବାରିକ, ମାନସ ରାଉତ,ମନୀଷ ରଞ୍ଜନ ମଲ୍ଲିକ, ମଳୟ ମଲ୍ଲିକ ଉପସ୍ଥିତ ରହିଥିଲେ l

କଳିଙ୍ଗନଗର ଶିଳ୍ପାଞ୍ଚଳ ଲେବର ହଷ୍ଟେଲ କାର୍ଯ୍ୟ ବନ୍ଦ କରିବା ପଛର ଖଳନାୟକ କିଏ?

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା କାରଖାନା ଗୁଡିକରେ କାର୍ଯ୍ୟ କରୁଥିବା ଲେବର ମାନଙ୍କୁ ସୁବିଧା ରେ ରହିବା ପାଇଁ ସରକାର ଗୋଟିଏ ଏକ ହଜାର ସଜ୍ଯା ଲେବର ହଷ୍ଟେଲ ର ନିର୍ମାଣ କାର୍ଯ୍ୟ ଦାନଗଦି ବ୍ଲକ ସ୍ଥିତ ଜଖପୁରା ଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଯାହା କି ୪୧.୦୪୧କୋଟି ଟଙ୍କା ବ୍ୟୟ ଅଟକଳ ଖର୍ଚ୍ଚ କରିବା ପାଇଁ ଟେଣ୍ଡର ହୋଇଥିବା ବେଳେ ଡି. କେ ଇଞ୍ଜିନିୟରିଂ ଠିକା ସଂସ୍ଥା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହାକି ଆସନ୍ତା ୨୦୨୪ ମସିହା ମେ ମାସ ୫ ତାରିଖ ରେ ଶେଷ କରିବା ପାଇଁ କାର୍ଯ୍ୟ ସ୍ଥଳରେ ଲାଗିଥିବା ଫଳକରେ ସୂଚନା ଥିବା ଦେଖିବାକୁ ମିଲିଛି। ମାତ୍ର କାର୍ଯ୍ୟ ଟି ସରକାରୀ ହୋଇଥିବା ହେତୁ ଜିଲ୍ଲା ପ୍ରସାସନ ର ବହୁ ସହଯୋଗ ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ଟି ଆରମ୍ଭ ହେବା ପୂର୍ବରୁ ବହୁ ଜଖପୁରା ଗ୍ରାମବାସୀ ବିରୋଧ କରିବା ବେଳେ ପ୍ରଶାସନ ପକ୍ଷରୁ କୁହା ଗଲା କି ଏହା ସରକାରୀ କାର୍ଯ୍ୟ ତେଣୁ ଆପଣଙ୍କ ସହଯୋଗ ଆବଶ୍ଯକ ତେଣୁ ଗ୍ରାମବାସୀ ମାନେ ମଧ୍ଯ ସହଯୋଗ କରିଥିବା ବେଳେ କିଛି ମୁଷ୍ଟିମୟ ଲୋକ ନିଜର ଫାଇଦା ପାଇଁ ସ୍ଥାନୀୟ ବିଧାୟଙ୍କର ନାମ ନେଇ ୩୦.୦୫.୨୦୨୩ ରିଖରେ କାର୍ଯ୍ୟ କୁ ବନ୍ଦ କରି ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ପ୍ରତିଦିନ କୌଣସି ନା କୌଣସି ଉନ୍ନତି ମ

ଗ୍ରାମରେ ଶାନ୍ତି ଫେରାଇ ଆଣିବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମ, ପୋଲିସ୍ ର କାର୍ଯ୍ୟକୁ ନେଇ ଲୋକେ ଅସନ୍ତୁଷ୍ଟ l

Image
ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ଗ୍ରାମ ର କିଛି ପରିବାର ଏକ ପରିବାର ଉପରେ ଆକ୍ରମଣ କରିଥିବା ଦେଖିବାକୁ ମିଲିଛି। ଗ୍ରାମବାସୀଙ୍କ ଅଭିଯୋଗ ଯେ ଗୁଣମଣି ଜେନା ପରିବାର ଗ୍ରାମବାସୀଙ୍କ ଚଳାଚଳ ରାସ୍ତା ଉପରେ ମନ୍ଦିର ନିର୍ମାଣ କରି ରାସ୍ତା ଅବରୋଧ କରୁଛନ୍ତି l ଏହି ଘଟଣାକୁ ନେଇ ବହୁ ଦିନରୁ ଜେନା ପରିବାର ଓ ଗ୍ରାମର କିଛି ପରିବାର ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା l ଜେନା ପରିବାର ଅଭିଯୋଗ ଅନୁଯାୟୀ ଗତ ୨୩ ତାରିଖ ସଂନ୍ଧ୍ଯା ରେ ଗ୍ରାମର କିଛି ଲୋକ ସଂଘବଦ୍ଧ ହୋଇ ଗୁଣମଣି ଜେନା ଓ ତାଙ୍କ ପରିବାର ଉପରକୁ ଆକ୍ରମଣ କରି ଘରର ବହୁ ଆସଭାବ ପତ୍ର ଓ ମୋଟରସାଇକେଲ, ବାଡିରେ କରୁଥିବା ମାଛଚାଷ ଓ ଘରର ଆଗପଛ ଗେଟ୍ ଆହୁରି ଅନେକ କିଛି ସମ୍ପତ୍ତି ନଷ୍ଟ କରିଛନ୍ତି l ଯାହା କୁ ନେଇ ଉଭୟ ପକ୍ଷରୁ ଟମକା ଥାନାରେ ଲିଖିତ ଅଭିଯୋଗ ହୋଇଛି l ଏହି ଘଟଣା ପରେ ମାନପୁର ଗ୍ରାମ ରେ ଚାପାଉତେଜନା ଦେଖିବାକୁ ମିଳିଥିଲା ।ପୂର୍ବରୁ ଗ୍ରାମବାସୀଙ୍କ ସହଯୋଗ ତଥା ପଞ୍ଚାୟତ ସରପଞ୍ଚଙ୍କ ପରାମର୍ଶ ନେଇ ମନ୍ଦିର କିପରି ଉଚିତ ସମୟରେ ପ୍ରତିଷ୍ଠା ହେବ ଗୁଣମଣି ଜେନା ଓ ତାଙ୍କ ପରିବାର ତତ୍ପର ଥିବା ସମୟରେ ହଠାତ୍ କାହିଁକି ଏବଂ କାହା ଇଙ୍ଗିତରେ ଏହିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ତାହା ତଦନ୍ତ ସାପେକ୍ଷ l ଖବର ପାଇ ଟମକା ଥାନା ଅଧିକାରୀ ଏବଂ

ସ୍ଥାନୀୟ ନିଯୁକ୍ତି ରେ ବ୍ୟତିକ୍ରମ ହୋଇଥିବା ନେଇ, ସୁକିନ୍ଦା ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l

Image
କଳିଙ୍ଗନଗର :- ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ଏକାଧିକ ଶିଳ୍ପରେ ସ୍ଥାନୀୟ ଓଡିଆ ବେକାର ଯୁବକ ଓ ଯୁବତୀ ମାନଙ୍କର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଏକ ଦୁଃଖଦ ଓ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି ହୋଇଥିବାର ଦୃଷ୍ଟିକୁ ଆସିଛି । ପୂର୍ବରୁ ସମସ୍ତ ଶିଳ୍ପର ମାଲିକ ମାନେ ସ୍ଥାନୀୟ ଓଡିଆ ବେକାର ଯୁବକ ଓ ଯୁବତୀ ମାନଙ୍କର ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୁର୍ଣ ରୂପେ ଉପେକ୍ଷା କରି ବାହାର ରାଜ୍ୟର ଅଣ ଓଡିଆ ଯୁବକ ଓ ଯୁବତୀ ମାନଙ୍କୁ ବ୍ୟାପକ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଲୋକଲୋଚନକୁ ଆସିବାରେ ଲାଗିଛି । ଯାହାକୁ ସୁକିନ୍ଦା ଯୁବ କଂଗ୍ରେସ୍ ଦୃଢ ବିରୋଧ କରୁଛି । ଏହି ନିକଟରେ ଗତ ତା.୨୧,୦୫, ୨୦୨୩ ରିଖରେ ଜିନ୍ଦଲ କମ୍ପାନିର ନିଯୁକ୍ତି ପ୍ରକ୍ରିୟା ସୁଦୁର କଲିକତା ଠାରେ ଲୁଚାଣିଆ ଓ ଗୁପ୍ତ ଭାବରେ କରୁଥିବା ବେଳେ ସୁକିନ୍ଦାର ସ୍ଥାନୀୟ ଓଡିଆ ଯୁବକ ଓ ଯୁବତୀ ମାନଙ୍କର ଆବେଦନ ପତ୍ରକୁ ବାହାର ଗୁଣ୍ଡା ମାନଙ୍କ ଦ୍ଵାରା ଚିରିବା ଓ ମାଡ ମାରିବା ସହିତ ପରିକ୍ଷା ଦେବାରୁ ବଂଚିତ କରିଥିବାର ଅଭିଯୋଗମାନ ପ୍ରକାଶ ପାଇଛି । ବିଭିନ୍ନ ସୂତ୍ରରୁ ଜଣାଯାଇଛି ଯେ ମୋଟ ୭୦୦ ରୁ ଉର୍ଦ୍ଧ୍ୱ ନିଯୁକ୍ତିରୁ ମାତ୍ର ୧୨ ଜଣ ଓଡିଆ ଅଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଯାହାକୁ ସୁକିନ୍ଦା ଯୁବ କଂଗ୍ରେସ୍ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ

ଲୋକନାଥଶ୍ୱର ପୀଠରେ ଶୀତଳଷଷ୍ଠୀ ଯାତ୍ରା ପାଳନ ।

Image
  ଯାଜପୁର (କଳିଙ୍ଗନଗର) :- ଶିବ ପାର୍ବତୀଙ୍କ ବିବାହ ଉତ୍ସବକୁ ଶୀତଳଷଷ୍ଠୀ ବୋଳି କୁହାଯାଏ। ଜେଷ୍ଠ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଓ ତାର ପରଦିନ ପବିତ୍ର ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଶୀତଳଷଷ୍ଠୀ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଏହି ଯାତ୍ରା ଶୁଭାରମ୍ଭ ହୋଇଥାଏ। ଏହି ଯାତ୍ରାରେ ଅନେକ ପ୍ରକାର ନୀତିକାନ୍ତି ସହ ବଡ ଧୁମଧାମରେ ଆୟୋଜନ କରାଯାଇଥାଏ। ଆମ ଦୈନଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ ଠିକ୍ ସେହିପରି ବୈଦିକ ରୀତିନୀତିରେ ଶିବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଟିତ ହୋଇଥାଏ। ହିନ୍ଦୁଧର୍ମ ରୀତିନୀତି ଅନୁସାରେ କନ୍ୟା ଅନୁସଣ ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦୀରେ ଦେବ ଦମ୍ପତି ଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟାଦାନ ଓ ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପର୍ଣ୍ଣ କରାଯାଏ। ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ ଧୁମଧାମରେ ମାତା ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ। ଏହି କ୍ରମରେ ଗୁରୁବାର ଦିନ ପହଙ୍ଗା ଗ୍ରାମପଞ୍ଚାୟତର ରାଉତରାପୁର ଗ୍ରାମର ଲୋକନାଥଶ୍ୱର ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ବଡ଼ଭୋଗ

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ଆନ୍ତର୍ଜାତିକ ଜୈବିକ ବିବିଧତା ଦିବସ ଉପଲକ୍ଷେ ସାମୁହିକ ବୃକ୍ଷରୋପଣ କାର୍ଯ୍ଯକ୍ରମ l

Image
ଯାଜପୁର (କଳିଙ୍ଗନଗର) : - ଆନ୍ତର୍ଜାତିକ ଜୈବିକ ବିବିଧତା ଦିବସ ପାଳନ ଉପଲକ୍ଷେ ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ କଳିଙ୍ଗନଗର କାରଖାନା ପରିସରରେ ସୋମବାର ସାମୁହିକ ବୃକ୍ଷରୋପଣ ସହ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି ପ୍ରତି ଏହାର ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ଅବସରରେ ଟିଏସ୍କେର ପରିବେଶ ବିଭାଗର ମୁଖ୍ୟ ରାଜୁ ଅଗ୍ରୱାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ୍ଡା ଉନଷ୍ଟ୍ରିମ୍ ପ୍ରଡକ୍ଟସ୍‌ ଲିମିଟେଡ୍ (ଟିଏସ୍‌ଡିପିଏଲ୍), କଳିଙ୍ଗନଗରର ବ୍ୟବସାୟ ୟୁନିଟ୍ ମୁଖ୍ୟ ରାଜେଶ ଚୌଧୁରୀ ଏବଂ ଟିଏସ୍କେ ଓ ଟିଏସ୍‌ଡିପିଏଲ୍‌ର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ କାରଖାନା ପରିସରରେ ୫୦୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା । ଚଳିତ ବର୍ଷର ବିଷୟବସ୍ତୁ ‘ ରାଜିନାମାରୁ ପଦକ୍ଷେପ ପର୍ଯ୍ୟନ୍ତ: ଜୈବବିବିଧତାର ପୁର୍ନଗଠନ’ ଅନୁସାରେ ଏହି ଦିବସକୁ ପାଳନ କରି ଟାଟା ଷ୍ଟିଲ୍‌ କଳିଙ୍ଗନଗରର ପରିବେଶ ବିଭାଗର ଏହି ଅଭିଯାନ ଆଗାମୀ ପିଢ଼ି ଲାଗି ଜୈବିକ ସନ୍ତୁଳନ ଓ ସୁସ୍ଥକର ଜୀବନ ପ୍ରତି ଯୋଗଦାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ କଳିଙ୍ଗ ନଗରର କର୍ମଚାରୀମାନଙ୍କ ସମେତ ଭେଣ୍ଡର ପାର୍ଟନର ଓ ଚୁକ୍ତିଭିତିକ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।