Posts

ଲଷ୍ମୀନଗର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ କାୟାକଳ୍ପ ପୁରସ୍କାର ପ୍ରଦାନ l

Image
ଯାଜପୁର - ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ କାୟାକଳ୍ପ ୨୦୨୨-୨୩ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଅଛି l ଯାଜପୁର ଜିଲ୍ଲା ପାଳ ଚକ୍ରବତୀ ସିଂ ରଠୋରଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ଏହି ସଭାରେ ଲଷ୍ମୀନଗର ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ୱଚ୍ଛତା ପାଇଁ ପୁରସ୍କୃତ କରାଯାଇଅଛି l ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଶୁଭ ଲକ୍ଷ୍ମୀ ମିଶ୍ର ଓ ଫାର୍ମାସିଷ୍ଟ ସତ୍ୟବ୍ରତ ଗୁରୁ ଜିଲ୍ଲା ପାଳ ଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ l ଜିଲ୍ଲାରୁ ମୋଟ ୧୨ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର,୪୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୨୩ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମେତ ବହୁ ଡାକ୍ତରଖାନା ର ଅଧିକାରୀ ଓ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ l

ଦାନଗଦି ପଞ୍ଚାୟତ ସମିତି ସଭା ଗୃହଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ |

Image
ଯାଜପୁର (କଳିଙ୍ଗନଗର) :- ଚଳିତ ମାସ ୨୪ ତାରିଖ ସୋମବାର ପୂର୍ବାହ୍ନରେ ଦାନଗଦି ବ୍ଲକ ପଞ୍ଚାଯତ ସମିତି ସଭା ଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ଉକ୍ତ ଶିବିରରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ଅଭିଯୋଗ ଏବଂ ସମସ୍ୟାର ସମାଧାନ ପ୍ରଶାସନର ଅଂଶ ବିଶେଷ | ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ସମସ୍ୟା କିମ୍ବା ଅଭିଯୋଗ ଗୁଡିକୁ ତ୍ବରିତ ସମାଧାନ କରି ପରିଚାଳନାରେ ସ୍ଥିରତା, ସ୍ୱଚ୍ଛତା ଏବଂ ନ୍ୟାୟକୁ ଉତ୍ସାହିତ କରିବା | ଫଳରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା ସହ ଏକ ଦକ୍ଷ ଓ ପ୍ରଭାବଶାଳୀ ଅଭିଯୋଗ ସମାଧାନ ପ୍ରଣାଳୀ ପ୍ରତିଷ୍ଠା ହୋଇ ପାରିବ | ଶିବିରରେ ଆବାସ ଯୋଜନା , ଚିକିତ୍ସା ସହାୟତା , ଭତ୍ତା ପ୍ରଦାନ , ଜଳ ଯୋଗାଣ, ଜମିଜମା ସମ୍ବନ୍ଧୀୟ ବହୁ ଅଭିଯୋଗ ପଞ୍ଜିକୃତ ହୋଇଥିଲା |ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ,କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଦାନଗଦି ବିଡିଓ ସାରଦା ପ୍ରସନ୍ନ ପଣ୍ଡା ,ଦାନଗଦି ର ତହସିଲଦାର ନାରାୟଣ ଦିକ୍ଷୀତ , ବ୍ଲକସ୍ତରୀୟ ଅଧିକାରୀ ଓ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ l

Image
ବ୍ୟାସନଗର ୨୩/୦୭ :- ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ମୁଣ୍ଡମାଳ ଠାରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଆଜି ୨୫ ତମ ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ପ୍ରଥମେ ମହିଳା ପାଠଚକ୍ରର ବୟୋଜ୍ୟେଷ୍ଠା ସଦସ୍ୟା ସାବିତ୍ରୀ ପ୍ରତିହାରୀ ଙ୍କ ଦ୍ଵାରା ଆଧ୍ୟାତ୍ମିକ ପାତାକା ଉତ୍ତୋଳନ କରାଯିବା ପରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର ଛାତ୍ରୀ ମାନେ ମାର୍ଚପାଷ୍ଟ କରିଥିଲେ। ବ୍ୟାସନଗର ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ର ସଭ୍ୟା ରମା ବର୍ମନ ରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ସାଧକ ତଥା ରାଜ୍ୟ ସଂଗଠକ ଶ୍ରୀ ଅନାଦି ଚରଣ ସ୍ୱାଇଁ, ଜିଲ୍ଲା ସଂଗଠକ ଶ୍ରୀ ବନମାଳୀ ଆଚାର୍ଯ୍ୟ ଏବଂ ଶ୍ରୀ କୈଳାସ ଚନ୍ଦ୍ର କୁଅଁର, ସସ୍ମିତା ପୋଥାଳ ,ଶ୍ରୀମତୀ ଧରିତ୍ରୀ ରାଉତ ବକ୍ତା ଭାବେ ଯୋଗଦେଇ "ଆଦର୍ଶ ପରିବାର" ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶ୍ରୀମା ଶ୍ରୀଅରବିନ୍ଦ ଆଦର୍ଶ କୁ ନେଇ ଯେଉଁ ପରିବାର ନିଜ ଘରେ ପାଠଚକ୍ର ଟିଏ ଆରମ୍ଭ କରେ ସେ ପରିବାର ଏକ ଆଦର୍ଶ ପରିବାର ହୋଇ ଉଠେ ଏବଂ ଏହି ଆଦର୍ଶ ପରିବାର ଗଢ଼ି ତୋଳିବାରେ ନାରୀ ର ଭୂମିକା ସର୍ବାଗ୍ରେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଜିର ଅନୁଷ୍ଠିତ ଏହି ସମ୍ମିଳନୀ ରେ ଜିଲ୍ଲାର ଶତା

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) :- ଜୁଲାଇ ୨୦ ଗୁରୁବାର ଦିନ ଟାଟା ଷ୍ଟିଲ କଳିଙ୍ଗନଗରର ପ୍ରକଳ୍ପ କେନ୍ଦ୍ର ୧ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ମୁଖ୍ୟ ୟଚିକିତ୍ସାଳୟର ଓଡ଼ିଶା ରକ୍ତ ଭଣ୍ଡାର ସହଯୋଗରେ ଟାଟା ଷ୍ଟିଲ କଳିଙ୍ଗନଗରର ଇଞ୍ଜିନିୟରିଂ ଟିମ ଏବଂ ପ୍ରକଳ୍ପ ପକ୍ଷରୁ ଆୟୋଜିତ ହୋଇଥିଲା l ଏହି ରକ୍ତଦାନ ଅଭିଯାନରେ ମୋଟ ୧୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଟାଟା ଷ୍ଟିଲ ଏବଂ ବିଭିନ୍ନ ଭେଣ୍ଡରର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ ଦିନସାରା ଧାଡ଼ି ବାନ୍ଧିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟାଟା ଷ୍ଟିଲ୍‌ କଳିଙ୍ଗନଗର ନିୟମିତ ଭାବରେ ଏହି ପରି ରକ୍ତଦାନ ଶିବିରର ଆୟୋଜନ କରିଥାଏ ।

କଳିଙ୍ଗନଗର ରେ ହାଇ କାର୍ବନ ଫେରୋକ୍ରୋମ ପ୍ଲାଣ୍ଟ ନିମନ୍ତେ ପୂର୍ଣ୍ଣ ସମର୍ଥନ ସହ ଜନଶୁଣାଣି ଶେଷ l

Image
କଳିଙ୍ଗନଗର :- ଦାନଗଦି ବ୍ଲକ ଅନ୍ତର୍ଗତ ଦାନଗଦି ଭବନ ଠାରେ ମେସର୍ସ ଇଣ୍ଡିଆନ୍ ମେଟାଲସ୍ ଓ ଫେରୋ ଆଲୟସ୍ ଲିମିଟେଡ୍‌ କମ୍ପାନୀ, ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବାର୍ଷିକ ୯୬,୦୦୦ ଟନ୍‌ କ୍ଷମତା ବିଶିଷ୍ଟ ହାଇ କାର୍ବନ୍‌ ଫେରୋକ୍ରୋମ୍ ପ୍ଲାଣ୍ଟ ଏବଂ ଚୁଲାରୁ ବାହାରୁଥିବା ଗ୍ୟାସ୍ ରୁ ୧୦ ମେଗାୱାଟ୍ ର ପାୱାର୍ ପ୍ଲାଣ୍ଡ ବସାଇବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜନଶୁଣାଣି ଶେଷ ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଯାଜପୁର ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ଏହି ଜନଶୁଣାଣି ହୋଇଥିଲା l ଏଥିପାଇଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂର୍ଣ୍ଣ ସମର୍ଥନ ମିଳିଛି l ଇମ୍ଫା କମ୍ପାନୀ କୁ ଏଥିପାଇଁ କଳିଙ୍ଗ ନଗର ଶିଳ୍ପାଞ୍ଚଳର ଯଖପୁରା ଓ କଚେରୀଗାଁ ରେ ୫୦,୨୯ ହେକ୍ଟର୍ ଜମି ସରକାରଙ୍କ ଠାରୁ ଲିଜ୍ ସକ୍ସ୍ ରେ ମିଳିସାରିଅଛି । ପ୍ରକଳ୍ପ ପାଇଁ ସୁକିନ୍ଦା ଖଣିରୁ ଆବଶ୍ୟକ କ୍ରୋମାଇଟ୍ ଖଣିଜ ମିଳିବ, ଯାହା ଖଣ୍ଡ ଓ ଗୁଣ୍ଡ ଅବସ୍ଥାରେ ମିଳିବ । ଗୁଣ୍ଡ କ୍ରୋମାଇଟ୍‌ ଖଣିଜ ରେ ମେଲାସେସ୍ ମିଶାଇ ଗୋଲା ତିଆରି କରି ଶୁଖାଯିବା । ଉଭୟ ଗୋଲା ଓ ଖଣ୍ଡ କ୍ରୋମାଇଟ୍‌ ଖଣିଜ କୁ କୋକ୍ ଓ କୋଇଲା ସହିତ ମିଶାଇ ୨ଟି ବିଦ୍ୟୁତ ଚୁଲାରେ ପୋଡ଼ାଯିବ । ଏହି ସମୟରେ ଫେରୋକ୍ରୋମ୍ ତରଳିଯାଇ ଚୁଲ୍ଲାରେ ତଳଭାଗକୁ ଚାଲିଆସିବ ଓ ସ୍ଲାଗ୍ ତା ଉପରେ ଭାସି ରହିବ । ତଳୁ ଓଫେରୋକ୍ରୋମ୍ ଓ ଉପରୁ ସ୍ଲାଗ୍ କୁ ଚ

କର୍ମବୀର ସମ୍ମାନ ରେ ସମ୍ମାନିତ ହେଲେ ସାମ୍ବାଦିକ ତଥା ସମାଜସେବୀ l

Image
ଯାଜପୁର - ପାର୍ବତୀ ଚାରିଟେବୁଲ ଟ୍ରଷ୍ଟ ଖଡଗପୁର, ପଶ୍ଚିମବଙ୍ଗ ଦ୍ଵାରା ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଓଡିଶା, ଯାଜପୁର ଜିଲ୍ଲା ର କଳିଙ୍ଗ24 ନ୍ୟୁଜ ଚ୍ୟାନେଲ ର ଯାଜପୁର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ଙ୍କୁ ସମାଜିକ ସେବା ପ୍ରଦାନ କରିବା କ୍ଷେତ୍ରରେ କର୍ମ ବୀର ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ତାଙ୍କର କର୍ତ୍ତବ୍ୟ ନିଷ୍ଠା କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ରାଜ୍ଯର ଖଡଗପୁର ପଶ୍ଚିମ ମେଦିନାପୁର ଜିଲ୍ଲା ର ଆଗୁଆ ସଂଗଠନ ପାର୍ବତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ "ମାନବ ସେବା ହିଁ ମାଧବ ସେବା" ଅର୍ଥରେ ସମ୍ମାନିତ କରାଯାଇଥିଲା l ଶ୍ରୀଯୂକ୍ତ ନାଥ ଙ୍କୁ ଟ୍ରଷ୍ଟ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯିବ ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା l 

ଦୁର୍ଘଟଣାଗ୍ରସ୍ତ ଜୋନ୍ ରାସ୍ତାରେ ହମ୍ପସ୍ କଲେ ସ୍ଥାନୀୟ ଯୁବକ ।

Image
କାଳିଆପାଣି - ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡିଆ ପଞ୍ଚାୟତ ର ହାଟ ପାଖ ଚୌ - ଛକି ରେଙ୍ଗାଲୀ କେନାଲ ରାସ୍ତା ଉପରେ ଆଜି ସ୍ଥାନୀୟ ଯୁବକ ହମ୍ପସ୍ ତିଆରି କରି ଦୁର୍ଘଟଣା ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି l ସ୍ଥାନୀୟ ଯୁବଗୋଷ୍ଠୀଙ୍କ ମଧ୍ୟରୁ କାଳିଆ ମହାନ୍ତ, ଅଜୟ କୁମାର ମହାନ୍ତ,ମହେଶ ପ୍ରସାଦ ମହାନ୍ତ, କୈଳାସ ଚନ୍ଦ୍ର ନାୟକ, ଅରୁଣ ମହାନ୍ତ, ପିଙ୍କୁ ମହାନ୍ତ, ଧନେଶ୍ଵର ପାତ୍ର, ଭାସ୍କର ମହାନ୍ତ, ଶରଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ହମ୍ପସ୍ ତିଆରି କଲେ । ଏକ ବର୍ଷ ମଧ୍ଯ ରେ ପାଖା ପାଖି ୫୦ ରୁ ଅଧିକ ଦୁର୍ଘଟଣା ଘଟିଥିବା କାରଣରୁ ଆଜି ସ୍ଥାନିୟ ଯୁବକ ଅଣ୍ଟା ଭିଡିଲେ କିପରି ଦୁର୍ଘଟଣା କୁ ରୋକା ଯାଇପାରିବ । ସୁକାନ୍ତ ନାୟକ ଙ୍କ ସହଯୋଗରେ ତୁରନ୍ତ ଆବାକ୍ସ ମେସିନ୍ ସାହାଯ୍ଯ ରେ କଂକ୍ରିଟ ଦେଇଥିଲେ । ଯୁବକ ମାନଙ୍କ ଏ ଭଳି ଜନହିତକର କାମକୁ ପିମ୍ପୁଡିଆ ପଞ୍ଚାୟତ ର ବହୁ ବୁଦ୍ଧିଜୀବି ପ୍ରଶଂସା କରିଛନ୍ତି ।