Posts

୫ ଦଫା ସମ୍ବଳିତ ଦାବିପତ୍ର ନେଇ "ହିନ୍ଦୁ ସାଙ୍ଗଠନିକ ହୁଙ୍କାର ସମାବେଶ" l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଚଳିତ ମାସ ୨୦ ତାରିଖ ରବିବାର ଦିନ ରାଜ୍ୟ ରାଜଧାନୀ ଭୁବନେଶ୍ବରସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ଅବୈଧ ରୋହିଜ୍ଞାଙ୍କ ଅସାମ୍ବିଧାନିକ ସରକାରୀ ଥଇଥାନ ଓ ବେସରକାରୀ ଜବରଦଖଲ, ସରକାରୀ ତନ୍ତ୍ର ଦ୍ୱାରା ଅସହ୍ୟ ହିନ୍ଦୁ ଉତ୍ପୀଡ଼ନ, ହିନ୍ଦୁତ୍ୱ ଅପମାନ ଓ ଅତ୍ୟାଚାର, ଗୌବଂଶ ବିନାଶକୁ ସରକାରୀ ତନ୍ତ୍ରର ପ୍ରତ୍ୟକ୍ଷ ସହାୟତା, ସନାତନୀ ସାଂସ୍କୃତିକ ଧରୋହରଗୁଡିକର ଧ୍ୱଂସମୁଖୀ ଅବସ୍ଥା, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯ୍ୟାତନା, ରାଜ୍ୟ ପ୍ରଶାସନ ଦ୍ୱାରା ବନବାସୀ ଓ ହରିଜନ ଶୋଷଣ, ତଥା ଏସବୁ ସମସ୍ୟାର ସମାଧାନରେ ରାଜ୍ୟ ପ୍ରଶାସନ ଓ ପୋଲିସର ସମ୍ପୂର୍ଣ୍ଣ ନିଷ୍କ୍ରିୟତା ଓ ବିଫଳତାବିରୁଦ୍ଧରେ ଏକ "ହିନ୍ଦୁ ସାଙ୍ଗଠନିକ ହୁଙ୍କାର ସମାବେଶ" ଅନୁଷ୍ଠିତ ହୋଇଯାଇଛି l  ଏହି ସମାବେଶରେ ରାଜ୍ୟର ବହୁ ପ୍ରଭାବଶାଳୀ ହିନ୍ଦୁ ସଂଗଠନମାନେ ଯୋଗଦେବା ସହିତ ଏହି ସମସ୍ୟାଗୁଡିକୁ ନେଇ ନିମ୍ନ ୫-ଦଫା ଦାବି ସମ୍ବଳିତ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କୁ ସମର୍ପଣ କରିବା ସହିତ ଏହି ସମ୍ବନ୍ଧରେ ବିଧାନସଭାରେ ଆଲୋଚନା କରିବାକୁ ରାଜ୍ୟ ବିରୋଧୀ ଦଳ ମୁଖ୍ୟାଳୟରେ ମଧ୍ୟ ପ୍ରଦାନ କରାଯାଇଛି। 

ଉଦୟବଟ’ ତରଫରୁ ୭୭ତମ ସ୍ୱାଧିନତା ଦିବସ ପାଳନ ସହ ‘ଉଦୟବଟ ଇ-ନ୍ୟୁଜ୍‌’ର ୪ର୍ଥ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର /ବ୍ୟାସନଗର( ବ୍ୟୁରୋ ରିପୋର୍ଟ ):- ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ପକ୍ଷରୁ ୭୭ତମ ସ୍ୱାଧିନତା ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ନାତି ତଥା ଯାଜପୁରରୋଡ଼ ସ୍ଥିତ ‘ଟିପିଏନଓଡିଲ’ର ମୁଖ୍ୟ ଆକାଉଟାଂଟ ଶୀତିକଣ୍ଠ ଆଚାର୍ଯ୍ୟ, ଉଦ୍‌ଘାଟକ ଭାବେ, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଡିଜିଏମ ଅଶୋକ କୁମାର ସାହୁ ମୁଖ୍ୟ ଅତିଥି ଭାବେ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବରିଷ୍ଠ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟବକ୍ତା ଭାବେ, ଯୁବ ଉଦ୍ୟୋଗୀ ତଥା ସମାଜସେବୀ ବିଭୂପ୍ରସାଦ ଲେଙ୍କା, ଫେରୋକ୍ରୋମ କାରଖାନାର ଏଜିଏମ ଇଂ. ରଶ୍ମିରଂଜନ ବିଶ୍ୱାଳ, କ୍ରୋମନଗର ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଶିକ୍ଷାବିତ୍ ତଥା ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ପଦାଧିକାରୀ ନିରାକାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଠାରେ ତ୍ରିରଂଙ୍ଗାକୁ ଉତୋଳନ କରିଥିଲେ । କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାରମାନେ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଏଥିରେ ଶିକ୍

ସରକାରୀ ଦରମା ନେଇ ସରକାରଙ୍କୁ ବଦନାମ କରୁଛନ୍ତି ସରକାରୀ କର୍ମଚାରୀ l (କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରନରେ ଦାବି)

Image
ଯାଜପୁର (କଳିଙ୍ଗନଗର) :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତହବିଲ୍ ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କୋଟି କୋଟି ଟଙ୍କାର ସହାୟତା ରାଶି ଆସୁଛି କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ l  ଦାନଗଦୀ ବ୍ଲକରେ ସବୁ କିଛି ଚାଲିଛି କାଗଜ କଲମରେ l ଯାହାର ଜ୍ଜଳନ୍ତ ଉଦାହରଣ ୨୦୨୩-୨୪ ରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ କାଟି ଦେଇଥିବାର ମାଳ ମାଳ ଅଭିଯୋଗ ଆସିଛି। ଜୀବିତ ଲୋକ ମୁତ୍ଯୁ ବୋଲି ତଦନ୍ତ ରେ ଦେଖେଇବା ଏବଂ ଶ୍ରମିକ କୁ ଶିକ୍ଷକ ସଜାଇବା କାରଣରୁ ଆବାସ କାଟି ଦିଆଯାଉଛି । ସୂଚନା ରୁ ପ୍ରକାଶିତ ଯେ, ଦାନଗଦୀ ବ୍ଲକରେ ଥିବା ୨୩ ଟି ପଞ୍ଚାୟତ ମଧ୍ଯ ରୁ ମଙ୍ଗଳପୁର ପଞ୍ଚାୟତ ଓ ଗୋବର୍ଦ୍ଧନପୁର ପଞ୍ଚାୟତ ରେ ଏପରି ଆଶ୍ଚର୍ୟ୍ଯ କର କାର୍ଯ୍ୟ ଘଟିଛି। ଯାହା କି ଉଭୟ ପଞ୍ଚାୟତ ରେ ଜଣେ ପିଓ ସତ୍ଯ ଭାମା ସାହୁ ଙ୍କ ଦ୍ବାରା ଏପରି ଅଭାବନୀୟ କାର୍ଯ୍ୟ ହୋଇଥିବା ଅଭିଯୋଗ ଆସିଛି। ଏହା ପଛରେ କଣ କାରଣ ଅଛି ତାହା ତଦନ୍ତ ସାକ୍ଷାତ ବୋଲି ଦାନଗଦୀ ବ୍ଲକରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି। କାରଣ ମଙ୍ଗଳପୁର ପଞ୍ଚାୟତ ରେ ମୋଟ ୪୮ ଟି ନାମ ତାଲିକାଭୁକ୍ତ ରୁ ୪୨ ଜଣ ନାମଥିବା ସମୟରେ ସତ୍ଯଭାମା ସାହୁ ୬ ଜଣ ଲୋକଙ୍କ ଘର ତାଲିକାରୁ କାଟି ଦେଇଥିବା ବେଳେ କାହାକୁ ଜୀବନ୍ତ ଲୋକ କୁ ମୁତ୍ଯୁ ତ କେଉଁ ଲୋକ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ବିଭିନ୍ନ ପ୍ରକଳ୍ପ ଉତ୍ସର୍ଗ l

Image
କଳିଙ୍ଗନଗର :- ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫଉଣ୍ଡେସନ୍ ଶୁକ୍ରବାର ଦିନ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ମାନତୀରା ଗ୍ରାମରେ ଏକ ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ (ଏମ୍‌ପିଏଚ୍‌) ଏବଂ ମାନତୀରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ନୂତନ ନିର୍ମାଣ ହୋଇଥିବା ବିଭିଂ ତତ୍ସର୍ଗ କରିଛି । ଏହି ପ୍ରକଳ୍ପଗୁଡିକୁ ରାଜ୍ୟସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପବ୍ଲିକ୍ ଏଟରପ୍ରାଇଜେସ୍, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଉଦ୍‌ଘାଟନ କରିଥିବାବେଳେ ଟାଟା ଷ୍ଟିଲର ଓଡିଶା ସିଏସ୍‌ର ମୁଖ୍ୟ ଅସିକା ପ୍ରସାଦ ନନ୍ଦ, ମାନତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁଜତା ରାଣୀ ଧଳ, ଟାଟା ଷ୍ଟିଲ୍ ଉଣ୍ଡେସନ୍‌ର ବରିଷ୍ଠ ଅଧିକାର'ଙ୍କ ସମେତ ମାନତିରା ଗ୍ରାମ ପଂଚାୟତର ସଦସ୍ୟମାନେ ଉପସ୍ଥିତ ଥିଲେ । କଲେଜରେ ୭୦୦୦ ବର୍ଗଫୁଟର ବିଲଡିଂ ରେ ୨ଟି ଶ୍ରେଣୀଗୃହ, ଗୋଟିଏ ଲାଇବ୍ରେରୀ ଏବଂ କମ୍ପ୍ୟୁଟର ତାଲିମ କେନ୍ଦ୍ର ଅଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ଵାରା କମ୍ପ୍ୟୁଟର ସେଂଟର ସ୍ଥାପିତ ହୋଇଥିବାବେଳେ ଏହା ନିଟ ଫାଉଣ୍ଡେସନ୍ ଦ୍ବାରା ପରିଚାଳିତ ହେବ ଏବଂ ନିକଟରୁ ୬ଟି ଗ୍ରାମ ପଂଚାୟତରେ ରହୁଥିବ ଛାତ୍ରମା

ଅବସରପ୍ରାପ୍ତ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ ।

Image
ଯାଜପୁର :- ଦାନଗଦି ବ୍ଲକ୍ ଅଧିନରେ ଥିବା ଏଲିମେଣ୍ଟାରୀ ଅବସରପ୍ରାପ୍ତ ଶିକ୍ଷକଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଗତ ସୋମବାର ପୂର୍ବାହ୍ନରେ, ଡୁବୁରୀସ୍ଥିତ କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ,ସଂଘର ସଭପତି ଅକ୍ଷୟ କୁମାର ରାଉତ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ଦୁଇ ଶିକ୍ଷକ ଅନନ୍ତ ଚରଣ ଖୁଣ୍ଟିଆ,ଏବଂ ନାରାୟଣ ନାୟକଙ୍କ ନିମନ୍ତେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା, ପରେ ସଂଘର ସାଧାରଣ ସଂପାଦକ ବଳରାମ ଆଇଚ୍ ସଂଘର ବିବରଣୀ ପାଠ କରିଥିଲେ । ଶିକ୍ଷକମାନଙ୍କର ଚିକିତ୍ସା ଭତ୍ତା, ସ୍ୱାସ୍ଥ୍ୟବୀମା, ପେନସନ ବୃଦ୍ଧି,୬୫ ବର୍ଷ ପରେ ଅତିରିକ୍ତ ପେନସନ ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ସଭାରେ ଅଲେଖ ପ୍ରସାଦ ଜେନାଙ୍କ ରଚିତ ପୁସ୍ତକ ଗୋପଲୀଳା ଉନ୍ମୋଚନ କରାଯାଇଥିଲା। ଆଜିର ବୈଠକରେ ଜିଲ୍ଲା ସଂଘସଂପାଦକ ବିବେକାନନ୍ଦ ନାୟକ, ମଦନମୋହନ କର, ଅଲେଖ ପ୍ରସାଦ ଜେନା, ରବିନାରାୟଣ ନାୟକ, ହୃଷିକେଶ ବେହେରା, ପଞ୍ଚାନନ ବଳ ପ୍ରମୁଖ ଶିକ୍ଷକମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଟାଟା ଷ୍ଟିଲ କଳିଙ୍ଗନଗର ପାଳନ କଲା ୭୭ତମ ସ୍ବାଧୀନତା ଦିବସ l

Image
ଯାଜପୁର (କଳିଙ୍ଗନଗର ) :- ଜିଲ୍ଲା ରେ ଥିବା ଟାଟାଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ମଙ୍ଗଳବାର ଦିନ ଉତ୍ସାହ ଓ ଉଦ୍ଦୀପନା ସହିତ ୭୭ତମ ସ୍ୱାଧୀନତା ଦିବସ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ କାରଖାନା ପରିସରରେ ପାଳିତ ହେଇଯାଇଛି । ଟାଟାଷ୍ଟିଲ୍‌ କଳିଙ୍ଗନଗରର ଆମ୍ଭେମେରେନ୍ସ ବିଭାଗର ମୁଖ୍ୟ ୱାଇ ଜି ଏସ୍ ପ୍ରସାଦ ଜାତୀୟ ପତାକା ଉତୋଳନ କରିଥିବାବେଳେ, କଳିଙ୍ଗନଗର ସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍ଏଫ୍)ର ଡେପୁଟି କମାଣ୍ଡାଟ ମହେଶ କୁମାର, ଟାଟାଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, କମ୍ୟୁନିଟି ଏବଂ ଶ୍ରମିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ୱାଈ ଜି ଏସ୍ ପ୍ରସାଦ କହିଥିଲେ ଯେ, “ଆସନ୍ତୁ ଆମେ ସମସ୍ତେ ଦେଶକୁ ଏହାର ୭୭ତମ ସ୍ବାଧୀନତା ଦିବସରେ ସଲାମ ଜଣାଇବା । ସ୍ବାଧୀନତା ପାଇଁ ସହୀବ ହୋଇଥିବା ଓ ନିଜ କଠିନ ପରିଶ୍ରମ ମାଧ୍ୟମରେ ଗତ ୭୬ ବର୍ଷ ମଧ୍ୟରେ ଦେଶକୁ ରୂପ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେତୃବର୍ଗଙ୍କୁ ଆସନ୍ତୁ ସଲାମ ଜଣାଇବା । ଟାଟା ଷ୍ଟିଲ୍‌ ଏକ ଅଗ୍ରଣୀ ବ୍ରାଣ୍ଡ ରୂପେ ଆଧୁନିକ ଭାରତର ଭିତିଭୂମି ନିର୍ମାଣରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି । ଆମେ ବାସ କରୁଥିବା ଭାରତ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପ୍ରକୃତ ରାଷ୍ଟ୍ର ନିର୍ମାଣକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏହା ଆମ ସମସ୍ତଙ୍କ ନିମନ୍ତେ ଏକ ଉତମ ସୁଯୋଗ |

ଯାଜପୁର ଜିଲ୍ଲା ର ବହୁ ଚର୍ଚ୍ଚିତ ଧର୍ମଶାଳା ନିର୍ବାଚନ ମଣ୍ଡଳୀ, ଏଠାରେ ଅତ୍ୟଧିକ ଟଙ୍କାରେ ନିଲାମ ହେଉଛି ଗରିବ ଲୋକଙ୍କ ଜୀବନ!

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :-ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଡାଳିଯୋଡ଼ା ବନାଞ୍ଚଳ ଅଧୀନ ମୌଳାଭଞ୍ଜା ବାଘୁଆ-୨ ନମ୍ବର ଜଙ୍ଗଲ କିସମ ଜମିରେ ଥିବା ବେଆଇନ ପଥର ଖାଦାନରେ ପୁଣି ଜଣେ ଶ୍ରମିକଙ୍କ ମୁଣ୍ଡ ଗଡ଼ିଛି। ମୃତ ଶ୍ରମିକ ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ଚକ୍ରଧରପୁର ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ସନାତନ ଦଳେଇ(୫୫)। ଜଙ୍ଗଲ ଜମି ଏବଂ ବେଆଇନ ଖାଦାନରେ ଏଭଳି ଘଟଣା ଘଟିଥିବାରୁ ଘଟଣାକୁ ଚପେଇ ଦେବା ପାଇଁ ବିଭିନ୍ନ ଆଳ କରାଯାଉଛି। ସୂଚନା ମୁତାବକ ସନାତନ ତାଙ୍କର ଜଣେ ସମ୍ପର୍କୀୟଙ୍କ ଦ୍ୱାରା ପରିଚାଳିତ ଏକ ବେଆଇନ ଖାଦାନରେ ଶ୍ରମିକ ଭାବେ କାମ କରନ୍ତି। ପ୍ରତିଦିନ ଭଳି ଶନିବାର ସକାଳୁ ସେ କାମ କରିବାକୁ ଖାଦାନକୁ ଯାଇଥିଲେ। କାମ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୧୧ ଟା ୪୫ ମିନିଟ ସମୟରେ ସନାତନ କୌଣସି କାରଣରୁ ପାହାଡ଼ ଉପରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଜେନାପୁର ଥାନାରେ ତାଙ୍କ ସ୍ତ୍ରୀ ଜେମା ଦଳେଇଙ୍କ ଅଭିଯୋଗ ଅନୁସାରେ ସନାତନ ଛେଳି ଚରାଇବାକୁ ପାହାଡ଼କୁ ଯାଇଥିଲେ। କୌଣସି କାରଣରୁ ସେ ପାହାଡ଼ରୁ ଗଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ସନାତନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜେନାପୁର ଥାନାରେ ୨୦/୨୦୨୩ ନମ୍ବରରେ ଏକ ମାମଲା ରୁଜୁ କ