Posts

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ସାର୍ ଦ୍ବାରା ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ପାଳିତ l

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲାର ଡୁବୁରୀଠାରେ ଅବସ୍ଥିତ ଟାଟା ଷ୍ଟିଲ୍‌ କଳିଙ୍ଗନଗର କାରଖାନା ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହିତ ସାର୍ ଦୋରାଜୀ ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ରବିବାର ଦିନ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ କାରଖାନା ପରିସରରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସାର୍ ଦୋରାବଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀପାଳ ସ୍ଥିତ ହାଉସିଙ୍ଗ କୋଠାରେ ଟାଟାଷ୍ଟିଲ, ଟାଟା ଷ୍ଟିଲ୍‌ ୟୁଟିଲିଟିଜ୍ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଟର ସାର୍ଭିସେସ୍ ଲିମିଟେଡ୍ (ଡିଏସ୍‌ଆଇଏସ୍ଏଲ) ଏବଂ ଜିଞ୍ଜର୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରଯାଇଥିଲା । ସାର୍ ଦୋରାବଜୀ ଟାଟା ପ୍ରଥମ ଅଧ୍ୟକ୍ଷ ଥିଲେ ଯିଏ ସମୟଠାରୁ ଉର୍ଦ୍ଧ୍ବରେ ଯାଇ କମ୍ପାନୀର କର୍ପୋରେଟ୍ ବ୍ୟବସ୍ଥାରେ ବିଭିନ୍ନ ମାନକଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥିଲେ । ଆଇନଗତ ବ୍ୟବସ୍ଥା ଭାବେ ଲାଗୁ ହେବାର ବହୁ ପୂର୍ବରୁ ସେ ପ୍ରଥମ ଥର ପାଇଁ ୮ ଘଣ୍ଟିଆ କାର୍ଯ୍ୟ ଦିବସ, ମାତୃତ୍ବ ଅବକାଶ, ଭବିଷ୍ୟନିଧ୍ଵ ପାଣ୍ଠି, ଦୁର୍ଘଟଣାଜନିତ କ୍ଷତିପୂରଣ, ମାଗଣା ଚିକିତ୍ସା ସହାୟତା ଏବଂ ବହୁତ ଗୁଡ଼ିଏ ଜନକଲ୍ୟାଣ ପଦକ୍ଷେପର ଶୁଭାରମ୍ଭ କରିଥିଲେ । ନିଜ ପ୍ରାରମ୍ଭିକ ଜୀବନରେ ଏକ ଆଗ୍ରହୀ କ୍ରୀଡ଼ାବିତ୍ ଭାବେ ପରିଚିତ ସାର୍ ଦୋରାବଜ

ମହଙ୍ଗା ପଡ଼ିଲା ମହିଳା ପ୍ରୋଫେସର ଙ୍କୁ ନିର୍ଯାତନା, ସମ୍ବଲପୁର ବିଶ୍ବବିଦ୍ୟାଳୟ ର ରାଜନୀତି ବିଜ୍ଞାନ ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ ହେଲେ l

Image
ସମ୍ବଲପୁର(ବ୍ୟୁରୋ ରିପୋର୍ଟ ) :  -ସମ୍ବଲପୁର ବିଶ୍ବବିଦ୍ୟାଳୟ ର ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣାର କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ବିଶ୍ବବିଦ୍ୟାଳୟ କୁଳସଚିବ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବନ କରିଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭିସିଙ୍କୁ ଲିଖିତ ଅଭିଯୋଗ କରିଥିଲେ ମହିଳା ପ୍ରଫେସର । ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି । ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି। ପୂର୍ବରୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨ମାସ ତଳେ ରଜତ କୁଜୁର ନିଲମ୍ବିତ ହୋଇଥିଲେ।

ଜିନ୍ଦଲ ଷ୍ଟେନଲେସ କୁ ମିଳିଲା ଗ୍ରୀନଟେକ କ୍ୱାଲିଟି ଆଣ୍ଡ ଇନୋଭେସନ ଆୱାର୍ଡ l

Image
ଯାଜପୁର (କଳିଙ୍ଗନଗର) : - ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍, ଯାଜପୁର ପ୍ଲାଣ୍ଟକୁ ଗୁଣାତ୍ମକ ଉନ୍ନତି ବର୍ଗ ଅଧୀନରେ ସମ୍ମାନଜନକ ଗ୍ରୀଣ୍ଟେକ୍ କ୍ୱାଲିଟି ଏବଂ ଇନୋଭେସନ୍ ଆୱାର୍ଡ -୨୦୨୩ ପ୍ରଦାନ କରାଯାଇଛି। ଗ୍ରୀଣ୍ଟେକ୍ ଫାଉଣ୍ଡେସନ୍, ନୂଆଦିଲ୍ଲୀ ଦ୍ୱାରା ଉପସ୍ଥାପିତ ଏହି ଆୱାର୍ଡ, ସମୁଦାୟ ଗୁଣବତ୍ତା ଏବଂ ଅଭିନବତା କ୍ଷେତ୍ରରେ ଅତୁଳନୀୟ ସଫଳତାକୁ ସମ୍ମାନ ସ୍ୱରୂପ ପ୍ରଦାନ କରାଯାଏ | ଉତ୍କର୍ଷତା ପାଇଁ ଉତ୍ସର୍ଗୀକୃତର ଏକ ପ୍ରମାଣ, ଶୀର୍ଷ ସ୍ତରୀୟ ଗୁଣବତ୍ତା ଏବଂ ଅଭିନବ ବର୍ଗରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଏହି ପୁରସ୍କାର କୁ ଜିତିଛି | ପୁରସ୍କାର ପ୍ରତିଯୋଗିତା ପ୍ରଖ୍ୟାତ ଜାତୀୟ ତଥା ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ଅଂଶଗ୍ରହଣକୁ ଦେଖି ଏହି ସଫଳତାକୁ ଅଧିକ ମହତ୍ତ୍ୱପୂର୍ଣ କରିଥିଲା | ୨୧ ଅଗଷ୍ଟ ୨୦୨୩ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି ଗ୍ରାଣ୍ଡ ଆୱାର୍ଡ ସମାରୋହରେ , ଆସାମର ପୂର୍ବତନ ରାଜ୍ୟପାଳ ମାନ୍ୟବର ଡଃ. (ପ୍ରଫେସର) ଜଗଦୀଶ ମୁଖୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଗ୍ରୀଣ୍ଟେକ୍ ଫାଉଣ୍ଡେସନ୍ ର ଚେୟାରମ୍ୟାନ୍ ତଥା ସିଇଓ ଶ୍ରୀ କମଲେଶ୍ୱର ଶରଣ ଏବଂ ପୂର୍ବତନ ସାଂସଦ ଶ୍ରୀ ମହାବଲ ମିଶ୍ର ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରିଥିଲେ। ଗୋଡ୍ରେଜ୍, ପାର୍ଲେ, ଜେଏସଡବ୍ଲୁ ସିମେଣ୍ଟ, ଏସୀୟ ପେଣ୍ଟସ୍, ଏନଟିପିସି, ଓଏନ୍ଜିସି, ଏଲ୍ ଆଣ୍ଡ ଟି, ଭାରତ ପେଟ୍ରୋଲି

ଟାଟା ଷ୍ଟିଲ୍‌ କଳିଙ୍ଗନଗରକୁ ସିଆଇଆଇ ଦ୍ବାରା ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ (ସିଏଚ୍‌ଇ) ଉତ୍କର୍ଷ ପୁରସ୍କାର ପ୍ରଦାନ l

Image
ଯାଜପୁର (କଳିଙ୍ଗନଗର) : - ସିଆଇଆଇର ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ (ସିଏଚ୍‌ଇ) ଉତ୍କର୍ଷ ପୁରସ୍କାର ୨୦୨୨-୨୩ରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପୂର୍ବାଙଳର ବୃହତ ମାନୁଫାକ୍ଚରିଂ ବର୍ଗରେ ପ୍ରତିଦ୍ବନ୍ଦିତା କରି ପ୍ରଥମ ଉପବିଜେତା ହୋଇଛି । ୨୦୨୩ ଅଗଷ୍ଟ ୨୨ ରେ ସିଆଇଆଇ ପୂର୍ବାଚଂଳ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ୧୭ତମ ସୁରକ୍ଷା ସିମ୍ପୋଜିୟମ୍ ଓ ଏକ୍ସପୋଜିସନ୍ ଅବସରରେ ଏହି ସୁରସ୍କାର ପ୍ରଦାନ କରାଯାଇଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ କଳିଙ୍ଗ ନଗର ପକ୍ଷରୁ କଂପାନିର ସୁରକ୍ଷା ବିଭାଗର ମୁଖ୍ୟ ରବି ମିଶ୍ର, ପରିବେଶ ବିଭାଗର ମୁଖ୍ୟ ରାଜୁ ଅଗ୍ରୱାଲ, କୋଡ୍ ପ୍ଲାଟ୍ ଓ ବିସିପି ବିଭାଗର ସୁରକ୍ଷା ଏରିଆ ମ୍ୟାନେଜର ସତ୍ୟମ ଶିବମ୍ ସୁନ୍ଦରମ, ସିନିଅର ରେଜିଷ୍ଟ୍ରାର ଡକ୍ଟର ଆଲୋକ ମିଶ୍ର ଏବଂ ସୁରକ୍ଷା, କମ୍ପ୍ଲିଏନ୍ସ ଓ ଅଭିଟ୍ର ବିଭାଗର ମ୍ୟାନେଜର ସୁକାନ୍ତ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପରିବେଶ, ସାମାଜିକ ଓ ଗଭର୍ଣ୍ଣାସ୍ (ଇସ୍‌) ପ୍ରଦର୍ଶନର ସାମଗ୍ରିକ ଲକ୍ଷ୍ୟ ହାସଲ କରିବା ଲାଗି ପରିବେଶ, ସ୍ବାସ୍ଥ୍ୟ ଓ ସୁରକ୍ଷା (ଇଏଚ୍‌ଏସ୍) ପ୍ରଫେସନାଲ୍‌ମାନେ କିଭଳି ସଂସ୍ଥାର ବୃତିଗତ ସ୍ଵାସ୍ଥ୍ୟ ଓ ସୁରକ୍ଷା (ଓଏଚ୍‌ଏସ୍) ପରିଚାଳନାକୁ ଆଗକୁ ବଢ଼ାଇପାରିବେ, ବିବିଧ ଭୂମିକାର ସହଯୋଗିତାକୁ ସମ୍ପ୍ରସାରଣ କରିପାରିବେ ଏବଂ ବ୍ୟାବହାରିକ ସଂସ୍କୃତିକୁ ବଦଳାଇପାରିବେ ତାହା ଉପରେ ବ

ଚନ୍ଦ୍ରାୟଣ-୩ ମୋଟର କେସିଙ୍ଗରେ ଜିନ୍ଦଲ ଷ୍ଟେନଲେସ୍ ଦ୍ଵାରା ନିର୍ମିତ ସ୍ୱତନ୍ତ୍ର ଆଲୟ ଷ୍ଟିଲ୍ ଗ୍ରେଡ୍ l

Image
ଯାଜପୁର (କଳିଙ୍ଗନଗର ) :- ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ଏକ ସ୍ବତନ୍ତ୍ର ଶକ୍ତିଶାଳୀ ଆଲୋୟ ଷ୍ଟିଲ ଗ୍ରେଡ ବିକଶିତ କରି ଯୋଗାଣ କରିଛି ଯାହାକି ଭାରତର ଉଚ୍ଚାଭିଳାଷୀ ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରାୟନ -୩ର ମୋଟର କେସିଙ୍ଗରେ ବ୍ୟବହୃତ ହୋଇଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO)କୁ ଯୋଗାଇ ଦିଆଯାଇଥିବା ସ୍ୱତନ୍ତ୍ର ଗ୍ରେଡ୍, ସାଧାରଣତଃ ବାହାର ଦେଶରୁ ଆମଦାନୀ କରାଯାଏ। ମାତ୍ର ପ୍ରଥମ ଥର ପାଇଁ ଉନ୍ନତ ବିଶୋଧନ ପ୍ରକ୍ରିୟା ସହାୟତାରେ ତିନିବର୍ଷ ସମୟ ନେଇ ଖୁବ ଯତ୍ନର ସହ ବିକଶିତ ଏହି ଆଲୋୟ ଷ୍ଟିଲ ଗ୍ରେଡ, ଏହି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ନିମନ୍ତେ କଠୋର ଗୁଣାତ୍ମକ ମାନ ପୂରଣ କରି ସମୟରେ ଭାରତର ମହାକାଶ ମିଶନରେ ନିଜର ଅବଦାନ ଦେଇଛି।  ଏହି ଗ୍ରେଡ୍ ରେ ଥିବା ଉତ୍ତାପ-ପ୍ରତିରୋଧକ ପଦାର୍ଥ ମୋଟରକୁ ଉଭୟ ଶକ୍ ଏବଂ ଅତ୍ୟଧିକ ଉତ୍ତାପରୁ ରକ୍ଷା କରିଥାଏ। ଏହାର ଅସାଧାରଣ ଗୁଣ ଅତ୍ୟଧିକ ଚରମ ତାପମାତ୍ରାରେ ମଧ୍ୟ ସ୍ଥିର ରହିଥାଏ। ତେଣୁ ଜଟିଳ ସ୍ପେସ୍ ମିଶନ୍ ପାଇଁ ଏହି ଆଲୋୟ ଷ୍ଟିଲ୍ ଗ୍ରେଡ୍ ନିର୍ଭରଯୋଗ୍ୟ ଏବଂ ଉପଯୁକ୍ତ।  ଏହି ଗୁରୁତ୍ୱପୂର୍ଣ୍ଣ ବିକାଶ ଉପରେ ସୂଚନା ଦେଇ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ଚନ୍ଦ୍ରାୟଣ-୩ର ସଫଳ ଅବତରଣ ଐତିହାସିକ ଏବଂ ଏହି ମିଶନରେ ଆମେ ଏକ ଛୋଟ ଭୂମିକା ଗ୍ରହଣ କରି

ଭାରତ୍ ରଚିଲା ବିଶ୍ଵ ଇତିହାସ, ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବ ଚନ୍ଦ୍ରଯାନ-୩

Image
  ବ୍ୟୁରୋ ରିପୋର୍ଟ : - ଭାରତର ପ୍ରୟାସ ଜାରି ରହିଛି ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ l ଚନ୍ଦ୍ରଯାନ-୩କୁ ନେଇ ବିଭିନ୍ନ ପ୍ରକାରର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଚନ୍ଦ୍ରଯାନ-୩ରେ ଥିବା ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜଳ, ଜୀବସତ୍ତା, ବାୟୁମଣ୍ଡଳ ଓ ଖଣିଜପଦାର୍ଥ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ । ‘ବିକ୍ରମ୍‌‌’ ଏବଂ ରୋଭର ‘ପ୍ରଜ୍ଞାନ’ ନିରାପଦ ଓ ସୁରକ୍ଷିତ ଅଛନ୍ତି ବୋଲି ଇସ୍ରୋ ନିଶ୍ଚିତ କରିବାପରେ, ଚନ୍ଦ୍ରର ମାଟି ଏବଂ ପ୍ଲାଜମା ପରିବେଶ ଅଧ୍ୟୟନ ପାଇଁ ବିଭିନ୍ନ ପରୀକ୍ଷା ଆରମ୍ଭ ହେବ। ଆନ୍ତଃ ଧ୍ରୁବୀୟ ଅଭିଯାନ ପାଇଁ ଆବଶ୍ୟକ ନୂତନ ବୈଷୟିକ ଜ୍ଞାନର ବିକାଶ ଏବଂ ପ୍ରଦର୍ଶନ ଉଦ୍ଦେଶ୍ୟ ନେଇ ଭାରତର ନିଜସ୍ୱ ଜ୍ଞାନକୌଶଳରେ ପ୍ରସ୍ତୁତ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ମଡ୍ୟୁଲ, ପ୍ରପୁଲସନ୍‌‌ ମଡ୍ୟୁଲ ଏବଂ ରୋଭର୍‌‌କୁ ନେଇ ପ୍ରସ୍ତୁତ ହୋଇଛି । ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରୋଭର୍‌‌ ସହାୟତାରେ ଚନ୍ଦ୍ରପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବ। ଚନ୍ଦ୍ରଯାନ-୩ର ଅଭିଯାନ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ରୋଭର ଗତିଶୀଳତା ଏବଂ ସେହି ସ୍ଥାନରେ ବୈଜ୍ଞାନିକ ପରୀକ୍ଷଣ କରିବ। ପୂର୍ବରୁ ଚନ୍ଦ୍ରଯାନ-୨ର ଆଂଶିକ ସଫଳତାପରେ ଚନ୍ଦ୍ରଯାନ- ୩ରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି ଧ୍ରୁବୀୟ ଅଭିଯାନର ଫଳସ୍ୱରୂପ ଏହି ମହାକାଶଯାନ ଦୁଇ

୫ ଦଫା ସମ୍ବଳିତ ଦାବିପତ୍ର ନେଇ "ହିନ୍ଦୁ ସାଙ୍ଗଠନିକ ହୁଙ୍କାର ସମାବେଶ" l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଚଳିତ ମାସ ୨୦ ତାରିଖ ରବିବାର ଦିନ ରାଜ୍ୟ ରାଜଧାନୀ ଭୁବନେଶ୍ବରସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ଅବୈଧ ରୋହିଜ୍ଞାଙ୍କ ଅସାମ୍ବିଧାନିକ ସରକାରୀ ଥଇଥାନ ଓ ବେସରକାରୀ ଜବରଦଖଲ, ସରକାରୀ ତନ୍ତ୍ର ଦ୍ୱାରା ଅସହ୍ୟ ହିନ୍ଦୁ ଉତ୍ପୀଡ଼ନ, ହିନ୍ଦୁତ୍ୱ ଅପମାନ ଓ ଅତ୍ୟାଚାର, ଗୌବଂଶ ବିନାଶକୁ ସରକାରୀ ତନ୍ତ୍ରର ପ୍ରତ୍ୟକ୍ଷ ସହାୟତା, ସନାତନୀ ସାଂସ୍କୃତିକ ଧରୋହରଗୁଡିକର ଧ୍ୱଂସମୁଖୀ ଅବସ୍ଥା, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯ୍ୟାତନା, ରାଜ୍ୟ ପ୍ରଶାସନ ଦ୍ୱାରା ବନବାସୀ ଓ ହରିଜନ ଶୋଷଣ, ତଥା ଏସବୁ ସମସ୍ୟାର ସମାଧାନରେ ରାଜ୍ୟ ପ୍ରଶାସନ ଓ ପୋଲିସର ସମ୍ପୂର୍ଣ୍ଣ ନିଷ୍କ୍ରିୟତା ଓ ବିଫଳତାବିରୁଦ୍ଧରେ ଏକ "ହିନ୍ଦୁ ସାଙ୍ଗଠନିକ ହୁଙ୍କାର ସମାବେଶ" ଅନୁଷ୍ଠିତ ହୋଇଯାଇଛି l  ଏହି ସମାବେଶରେ ରାଜ୍ୟର ବହୁ ପ୍ରଭାବଶାଳୀ ହିନ୍ଦୁ ସଂଗଠନମାନେ ଯୋଗଦେବା ସହିତ ଏହି ସମସ୍ୟାଗୁଡିକୁ ନେଇ ନିମ୍ନ ୫-ଦଫା ଦାବି ସମ୍ବଳିତ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କୁ ସମର୍ପଣ କରିବା ସହିତ ଏହି ସମ୍ବନ୍ଧରେ ବିଧାନସଭାରେ ଆଲୋଚନା କରିବାକୁ ରାଜ୍ୟ ବିରୋଧୀ ଦଳ ମୁଖ୍ୟାଳୟରେ ମଧ୍ୟ ପ୍ରଦାନ କରାଯାଇଛି।