Posts

ନିର୍ବାଚନ ଦାୟିତ୍ୱ ସଂପାଦନ ନିମନ୍ତେ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ତାଲିମ ପ୍ରଦାନ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ସଦର ମହକୁମାର ନୃସିଂହ ଚୈାଧୁରୀ ଅଟୋନମସ ମହାବିଦ୍ୟାଳୟରେ ଚଳିତ ଏକକାଳୀନ ଯାଜପୁର ଜିଲ୍ଲା ସାଧାରଣ ନିର୍ବାଚନ-୨୦୨୪ ବୁଥ୍ ଦାୟିତ୍ୱ ସଂପାଦନ କରିବା ନିମନ୍ତେ ଯାଜପୁର, ଦଶରଥପୁର, ବିଂଝାରପୁର ବ୍ଳ୍‌କ ଏବଂ ଯାଜପୁର ମୁନିସିପାଲିଟିରେ ଜୁନ୍ ୧ ତାରିଖ ମତଦାନ ଦିବସରେ ବୁଥ୍ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ୧୮୧୯ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ୧୯ ଗୋଟି ପ୍ରଶସ୍ତ କକ୍ଷ ଓ ୨ ଗୋଟି ଗ୍ୟାଲେରୀ ମଧ୍ୟରେ ଆଜି ଦ୍ୱିତୀୟ ଦିବସ ପୂର୍ବାହ୍ନରେ ତାଲିମ ପ୍ରଦାନ କରାଯାଇଅଚ୍ଥି l ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ପାଳ ନବକ୍ରିଷ୍ଣ ଜେନା, ଅତିରିକ୍ତଜିଲ୍ଲା ପାଳ ଶୁଭେନ୍ଦ୍ର କୁମାର ସାମଲ, ଉପ-ଜିଲ୍ଳ୍‌ାପାଳ ଅଂଶୁମାନ ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏବଂ ଡେପୁଟୀ କଲେକ୍ଟର, ନିର୍ବାଚନ ରଶ୍ମି ରଂଜନ ମଲ୍ଲିକ , ଶାଶ୍ୱତୀ ସାଡୁଆଳ ଏବଂ ଯାଜପୁର ପୈାର ପରିଷଦ ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଦଶରଥପୁର ବିଡିଓ ଆକାଶ ପଟ୍ଟନା

ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ବୁଥ୍ ଦାୟିତ୍ୱ ସଂପାଦନ ନିମନ୍ତେ ଅପିଂସରଙ୍କୁ ତାଲିମ ପ୍ରଦାନ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଗତକାଲି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାର ନୃସିଂହ ଚୌଧୁରୀ ଅଟୋନମସ ମହାବିଦ୍ୟାଳୟରେ ଚଳିତ ଏକକାଳୀନ ଯାଜପୁର ଜିଲ୍ଲା ସାଧାରଣ ନିର୍ବାଚନ-୨୦୨୪ ବୁଥ୍ ଦାୟିତ୍ୱ ସଂପାଦନ କରିବା ନିମନ୍ତେ ଜିଲ୍ଲାର କୋରାଇ, ସୁକିନ୍ଦା, ରସୁଲପୁର ଏବଂ ଦାନଗଦୀ ବ୍ଳକରେ ବୁଥ୍ କାର୍ଯ୍ୟ ଆସନ୍ତା ଜୁନ୍ ୧ ତାରିଖ ମତଦାନ ଦିବସରେ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ୧୪୦୦ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ୧୫ ଗୋଟି ପ୍ରଶସ୍ତ କକ୍ଷ ମଧ୍ୟରେ ତାଲିମ ପ୍ରଦାନ କରାଯାଇଅଚ୍ଥି । ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶରେ ଅତିରିକ୍ତଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଡେପୁଟୀ କଲେକ୍ଟର, ନିର୍ବାଚନ ରଶ୍ମି ରଂଜନ ମଲ୍ଳ୍‌ିକ ଏବଂ ଶାଶ୍ୱତୀ ସାଡୁଆଳଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଦାନଗଦୀ ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ସୁକିନ୍ଦା ବିଡିଓ ଅଭିଷେକ ସ୍ୱାଇଁ, କୋରାଇ ବିଡିଓ ଅଶୋକ କୁମାର ମାଝି, ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, ବ୍ୟାସନଗର ତହସିଲଦ

ମତଦାତାଙ୍କୁ ଭୋଟ ଦେବାକୁ ପ୍ରୋତ୍ସାହିତ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶମତେ ଯାଜପୁର ଜିଲ୍ଲାରେ ଜୁନ୍ ୧ ତାରିଖରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ମତଦାନ ହାରକୁ ଯଥା ସମ୍ଭବ ବୃଦ୍ଧି କରିବା ଦିଗରେ ଯୁବ ଭୋଟର, ଦିବ୍ୟାଙ୍ଗ ଭୋଟର, କିନ୍ନର ଭୋଟର, ବରିଷ୍ଠ ନାଗରିକ ଭୋଟର ମାନଙ୍କୁ ଶତକଡା ଶତ ପ୍ରତିଶତ ସାମିଲ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରଖିଚ୍ଥନ୍ତି । ଚଳିତ ଏକକାଳୀନ ଲୋକସଭା ଓ ଓଡିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପୱନ ସଲ୍ୟାଣଙ୍କ ନିର୍ଦ୍ଦେଶମତେ ଭୋଟ ଦାନ, ମହତ ଦାନ, ଜାଗୃତ ହୋଇ କରନ୍ତୁ ମତଦାନ ପ୍ରତ୍ୟେକ ଭୋଟ ଅଟେ ମୂଲ୍ୟବାନ, ସକ୍ଷମ ହେଉକି ଭିନ୍ନକ୍ଷମ, ସଭିଙ୍କ ପାଇଁ ନିର୍ବାଚନ, ଆପଣଙ୍କ ମତ, ଓଡିଶାର ଭବିଷ୍ୟତ, ମୋ ଭୋଟ ମୋ ଗର୍ବ, ଭୋଟର ହୋଇ ମୁଁ ଗର୍ବିତ ଭୋଟ ଦେବାପାଇଁ ପ୍ରସ୍ତୁତ ଏବଂ ମତଦାନ ଏକ ମୈାଳିକ ଅଧିକାର ପୂର୍ବକ ଭୋଟର ଜାଗରଣ ବହୁଳ ମାତ୍ରାରେ ଜିଲ୍ଲାରେ କରିବା ଦିଗରେ ଯୁବ ଭୋଟର, ମହିଳା ଭୋଟର, ସଚେତନ ନାଗରିକ ମାନଙ୍କୁ ନେଇ ଏକ ପଦଯାତ୍ରା ରାଲି ମାଧ୍ୟମରେ ସତେଚନତା କାର୍ଯ୍ୟକ୍ରମ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରି ଗାନ୍ଧି ଚ୍ଥକ, ର

ଯାଜପୁର ଜିଲ୍ଲା ର ନୂତନ ଜିଲ୍ଲାପାଳଙ୍କ ଦାୟିତ୍ଵ ଗ୍ରହଣ କଲେ ନିଖିଲ ପୱନ କଲ୍ୟାଣ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) : - ଚଳିତ ମାସ ୫ ତାରିଖ ଶୁକ୍ରବାର ଅପରାହ୍ନରେ ଯାଜପୁର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ୨୦୧୨ କାଡର ଆଇଏଏସ୍ ଅଧିକାରୀ ନିଖିଲ ପୱନ କଲ୍ୟାଣ ଯୋଗଦାନ କରି ଡା. ଶୁଭଙ୍କର ମହାପାତ୍ର, ଆଇଏଏସ୍ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଚ୍ଥନ୍ତି । ଶ୍ରା କଲ୍ୟାଣ ପୂର୍ବରୁ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ ନିର୍ବାହ କରୁଥିଲେ । ଏହା ପୂର୍ବରୁ ସେ କଟକ ମହାନଗର ନିଗମ ଆୟୁକ୍ତ ଭାବେ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ପ୍ରିୟଭାଜନ ହେବା ସହ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିଚ୍ଥନ୍ତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଜିଲ୍ଲା କାର୍ଯ୍ୟାଳୟରେ ପହଂଚିବା ପରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗ ନଗର ଲଙ୍କେଶର ଅମାତ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସ୍ୱାଗତ ଜଣାଇଥିଲେ ।

ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ରାଜନୈତିକ ଦଳମାନଙ୍କ ବୈଠକ ଅନୁଷ୍ଠିତ l

Image
ଯାଜପୁର ୨୪/୦୪ (ବ୍ୟୁରୋ ରିପୋର୍ଟ ): - ଗତକାଲି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳ ମାନଙ୍କ ସହ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବୈଠକରେ ଯୋଗ ଦେଇଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନିର୍ବାଚନର ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ । ଜିଲ୍ଲାରେ ଆଗାମୀ ଜୁନ୍ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ଯାଜପୁର-୮ ଲୋକସଭା ଆସନ, ୪୮-ବିଂଝାରପୁର ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା,୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରାଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଜିଲ୍ଲାରେ ମୋଟ ୧୬୩୫ ଗୋଟି ବୁଥ୍ ଏବଂ ତନ୍ମଧ୍ୟରୁ ୨ ଗୋଟି ବୁଥ୍‌ର ଶାଖା ବୁଥ୍‌କୁ ନେଇ ସର୍ବମୋଟ ୧୬୩୭ ଗୋଟି ବୁଥ୍‌ରେ ମତଦାନ ଅନୁଷ୍ଠିତ ହେବ । ୮୮ ଗୋଟି ବୁଥ୍‌ର ସ୍ଥାନ ପରିବର୍ତନ ହୋଇଥିବା ବେଳେ ୯୮୧ ଗୋଟି ବୁଥ୍ (ହାରାହାରି ଶତକଡା ୬୦ ଭାଗ ବୁଥ୍‌)ରେ ଆଦର୍ଶ ଆଚରଣବିଧି ଅନୁଯାୟୀ ୱେବ୍ କାଷ୍ଟିଂ କରାଯିବ । ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀମାନେ ହେଲିପ୍ୟ

ମହୀୟସୀ ମହିଳାଙ୍କ ସେବାକାର୍ଯ୍ୟ ରେ ଅଞ୍ଚଳବାସୀ ଖୁସି l

Image
କଣ୍ଟାବାଞ୍ଜି(ବ୍ୟୁରୋ ରିପୋର୍ଟ) : - ଆଜିର ଦୁନିଆରେ ବିନା କୌଣସି ସ୍ୱାର୍ଥ କିଏ କାହାକୁ ସାହାର୍ଯ୍ୟ କରେ ନାହିଁ। କିନ୍ତୁ ଆଜି ବି ଜଣେ ଏମିତି ମହିଳା ରହିଛନ୍ତି ଯିଏ ବିନା କୌଣସି ସ୍ୱାର୍ଥରେ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ତାପମାତ୍ର ୪୨ ଡିଗ୍ରୀ ଉପରେ,ଏଭଲି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସହର କୁ ଆସୁଥିବା ଗ୍ରାମାଞ୍ଚଳର ଲୋକ ମାନେ ପାଣି ପାଇଁ ଡହକ ବିକଲ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲି ଲୋକଙ୍କୁ ପିଇବା ପାଣି ଦିଆ ହେଉଛି । ଏହା ପ୍ରଶାସନର କାମ ଯାହା ପ୍ରଶାସନ ଠିକ ଭାବେ କରୁଛି। କିନ୍ତୁ ଜଣେ ମହୀୟସୀ ମହିଳା ନିଜେ ଏକ ମହିଳା ଜନ କଲ୍ୟାଣ ସ୍ବେଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି ସମୟ ଅନୁସାରେ ଅସାହାୟ ଙ୍କୁ ସହାୟତାର ହାତ ବଢାଉଛନ୍ତି। ଶୀତ ଦିନ ରେ ଶୀତ ବସ୍ତ୍ର ବଣ୍ଟନ,ବର୍ଷା ଦିନରେ ଛତା ଓ ପଳିଥିନ ବଣ୍ଟନ କରନ୍ତି। ଯେଉଁଠି ଅସହାୟ ବ୍ଯକ୍ତି ଙ୍କୁ ଦେଖିଲେ ମାତ୍ରେ ସହାୟତା କରିଥାନ୍ତି। ଆଜି ସେହି ମହିଳା ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ବାସିନ୍ଦା ପ୍ରିତି ଜୈନ ପେଶା ରେ ଜଣେ ବ୍ୟବସାୟୀ କିନ୍ତୁ ନିଶା ତାଙ୍କର ସମାଜସେବା l ଏହି ପ୍ରଚଣ୍ଡ ଖରାରେ ନିଜ ବ୍ୟବସାୟ ସମ୍ଭାଳିବା ସହ ନିଜେ ତାଙ୍କର

ଆଦିବାସୀଙ୍କ ସମସ୍ୟା ଉପରେ ହୁଙ୍କାର ସମାବେଶ ଆୟୋଜିତ ହୋଇଯାଇଛି l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) : - ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଉପଖଣ୍ଡ ପକ୍ଷରୁ  ପାଟଣାଗଡ଼ ସ୍ଥାୟୀୟ ବଥର୍ଲା ପଞ୍ଚାୟତ ବଂଜାରୀ ଠାରେ ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଥିଲା | ଜିିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବିଗତ ଦିନର କାର୍ଯ୍ୟକ୍ରମ ଓ ଆଦିବାସୀ ମାନଙ୍କ ଶିକ୍ଷା, ପଦୋନ୍ନତି, ସାମାଜିକ, ରାଜନୈତିକ ସ୍ଥିତି, ଗ୍ରାମାଞ୍ଚଳର ମୌଳିକ ଅସୁବିଧା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା | ସଭାରେ ପାଟଣାଗଡ଼ ଉପଖଣ୍ଡ ର ପ୍ରତ୍ୟେକ ପଞ୍ଚାୟତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଗତ କିଛି ଦିନ ପୂର୍ବେ ବିଂଝାଲ ସମାଜର କେତେଜଣ କର୍ମକର୍ତ୍ତା ବାଲିପଟା ବନକାବିହର ଛକ ଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହାଙ୍କର ପ୍ରତିମୂର୍ତ୍ତି ଓ ଏକ ଶିଶୁ ଉଦ୍ୟାନ ନିର୍ମାଣ ଉଦ୍ଦେଶ୍ୟରେ ଜାଗା ଚିହ୍ନଟ କରିବା ପାଇଁ ଲିଖିତ ଭାବେ ଏକ ଦାବିପତ୍ର ସହ ସେଠାରେ ଭୂମିପୂଜା ସମୟର ଫଳକର ଫୋଟୋ କପି ଦେଲେ | ସରୋଜ ମେହେର ଫୋଟୋ କପିରେ ଥିବା ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ ବରିହା, ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଏବଂ ଅନେକ ସ୍ବର୍ଗୀୟ ନେତାଙ୍କର ନାମ ଉପରେ ଲାଲ କଲମରେ ଗାର ଟାଣି "ମୋତେ କ୍ରସ କରି ମୋର ପାଖକୁ ଆସିଛ, ମୁଇ ଏନ୍ତା କାର୍ଯ୍ୟକ୍ରମ କେ ନିଯାଏ ମୋତେ କାଣା ଭାବିଲ" କହି ବିଂଝାଲ ସମାଜ ତଥା ଆଦିବାସୀ