Posts

ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହେଲେ ଶ୍ରୀଯୁକ୍ତ ମୋହନ ଚରଣ ମାଝି l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଶ୍ରୀଯୁକ୍ତ ମାଝୀ ୬ ଜାନୁଆରୀ ୧୯୭୨ ରେ ଜନ୍ମ ଗ୍ରହଣ କରିଥିଲେ କେନ୍ଦୁଝର ଜିଲ୍ଲାରେ l  ୧୯୯୭-୨୦୦୦ ସରପଞ୍ଚ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିନଥିବା ଶ୍ରୀଯୁକ୍ତ ମାଝୀ ପ୍ରଥମେ ୨୦୦୦ ମସିହା ରେ କେନ୍ଦୁଝର ରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ l ଚାରି ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଶେଷରେ ଓଡ଼ିଶାର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିବାର ସୁଯୋଗ ପାଇଲେ l ତାଙ୍କର ପତ୍ନୀଙ୍କ ନାମ  ଡକ୍ଟର ପ୍ରିୟଙ୍କା ମାର୍ଣ୍ଡି l ତାଙ୍କର ଦୁଇଟି ପୁଅ l  ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ୨୦୧୯ ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ​​କେନ୍ଦୁଝର ରୁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ରୁ ୨୦୦୯ ମଧ୍ୟରେ ସେ ଦୁଇଥର କେନ୍ଦୁଝର ରୁ ପ୍ରତିନିଧିତ୍ୱ କରିଥିଲେ। ମୋହନ ଚରଣ ମାଝୀ ପ୍ରଥମ ବିଜେପି ସରକାରର ନେତୃତ୍ୱ ନେଉଥିବା ଓଡିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ଜଣେ ଭାରତୀୟ ରାଜନେତା।   କେ.ଭି ସିଂଦେଓ ଏବଂ ପ୍ରଭାତୀ ପରିଡା ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାରେ ସୁଯୋଗ ପାଇଲେ l ବିଜେପି ପ୍ରଥମ ଥର ପାଇଁ ୧୪୭ ଟି ସିଟ୍ ମଧ୍ୟରୁ ୭୮ ଟି ଜିତି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏକ ସପ୍ତାହ ପରେ ଏହି ଘୋଷଣା କରାଯାଇଛି। ରାଜ୍ୟ ବିଧାନସଭା କମିଟି ମଙ୍ଗଳବାର ଦିନ ଏକ ବୈଠକ କରି ଆଦିବାସ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା ପ୍ରୋଜେକ୍ଟ ପକ୍ଷରୁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ), ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ଓ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଡୁବୁରିସ୍ଥିତ କପିଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ ତାରିଖ ବୁଧବାର ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)ର ସମ୍ପାଦିକା ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଗ୍ରାମାଞ୍ଚଳରୁ ଆସିଥିବା ଅଭିଭାବକ ଏବଂ ‘ସାଥିଆ’, ସମ୍ପ୍ରଦାୟର ସହକର୍ମୀ ଶିକ୍ଷୟିତ୍ରୀଙ୍କ ସମେତ ୧୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଜ୍ୟୋତିର୍ମୟୀ ଦାସ 'ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬' ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇବା ସହ ଶିଶୁ ଶୋଷଣକୁ ନିନ୍ଦା କରିବା ସହ ପ୍ରତ୍ୟେକ ଶିଶୁଙ୍କ ପାଇଁ ପୋଷଣର ଆବଶ୍ୟକତା ବିଷୟରେ ପରାମର୍ଶ ଦେଇଥିଲେ । ନିଜ ଅଭିଭାଷଣରେ ସେ ଜିଲ୍ଲାର ଦୁର୍ଗମ, ଗ୍ରାମୀଣ ଏବଂ ଆଦିବାସୀ ବସତିରୁ ଶିଶୁ ଶ୍ରମିକ ହ୍ରାସ ଏବଂ ନିରୋଧ କରି

ବ୍ରିଜ ଉପରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଗଲେ ଚାଳକ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ରୋଡ଼ ଥାନା, ଦାନଗଦି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦ ପୁର ଓଭର ବ୍ରିଜ ଉପରେ ଏକ କାର ଜଳି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି l ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ଏକ କାର ଡ଼ୁବୁରୀରୁ ଯାଜପୁର ରୋଡ଼ ଅଭିମୁଖେ ଆସୁଥିଲା l ମାନଗୋବିନ୍ଦ ପୁର ନିକଟସ୍ଥ ଓଭର ବ୍ରିଜ ଉପରେ ଏକ ବସ କାର ପଛପଟୁ ଧକା ଦେଇଥିଲା ଦେଖଣାହାରୀ ଙ୍କ ପକ୍ଷରୁ ଯାହା ସୂଚନା ମିଳିଛି l ଫଳରେ କାରଟି ଘଟଣା ସ୍ଥଳରେ ସମ୍ପୂର୍ଣ୍ଣ ଜଳି ଯାଇଥିଲା l ଅଳ୍ପକେ ବର୍ତ୍ତିଯାଇଥିଲେ କାର ମାଲିକ l ତେବେ ସୂଚନା ପାଇ ଦାନଗଦୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଁଆକୁ ଆୟତ୍ତ କରିଥିଲା l ତେବେ ଦୁର୍ଘଟଣା ଗ୍ରସ୍ତ କାରରେ ଧର୍ମଶାଳା ଅନ୍ତର୍ଗତ ଵାରକଣା ଆର.ଆଇ ସୁଶାନ୍ତ କୁମାର ସ୍ୱାଇଁ ନାମକ ବ୍ୟକ୍ତି ନିର୍ବାଚନୀ କାର୍ଯ୍ୟରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ସୂଚନା ମିଳିଛି l ଅନ୍ୟପଟେ ସୂଚନା ପାଇ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l 

ସୁକିନ୍ଦା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l

Image
(ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଏଥର ଟଙ୍କା ବନାମ୍ ସ୍ୱାଭିମାନ ର ଲଢ଼େଇ - ଶରତ ରାଉତ)  ଦାନଗଦି /କଳିଙ୍ଗନଗର :- ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ଠାରେ ଗତ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ଅଖିଳ ଭାରତ କଂଗ୍ରେସ କମିଟିର ର ସମ୍ପାଦକ ଶ୍ରୀଯୁକ୍ତ ଶରତ ରାଉତ ଉପସ୍ଥିତ ରହି ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କଂଗ୍ରେସ ବିଧାୟକ ପାର୍ଥି ଇଂ. ବିଭୁଭୂଷଣ ରାଉତ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲେ l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ନିର୍ଦ୍ଧନ ଓ ଧନୀ ଙ୍କ ମଧ୍ୟରେ ଜୋରଦାର୍ ଲଢ଼େଇ ହେବାକୁ ଯାଉଛି l ତେଣୁ ସୁକିନ୍ଦା ବାସୀ ଖଣି ମାଫିଆ, ମୋରମ ମାଫିଆ, କାଠ ମାଫିଆ ଏବଂ ଦଲାଲ ମାନଙ୍କ ହାତରୁ ସୁକିନ୍ଦା କୁ ମୁକ୍ତ କରିବାକୁ ହେଲେ ଏହି ମାଟିର ପୁଅ ବିଭୁଭୂଷଣ ରାଉତ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ଶ୍ରୀଯୁକ୍ତ ଶରତ ରାଉତ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହାସହିତ ଟଙ୍କା ର ପ୍ରଲୋଭିତ ନ ହୋଇ ଉପଯୁକ୍ତ ପାର୍ଥି କୁ ଭୋଟ ଦେଲେ କଂଗ୍ରେସ ସବୁବଳେ ଆପଣଙ୍କ ପାଇଁ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି ବୋଲି କହିଥିଲେ l ଏହି ଅବସରରେ ଅନ୍ୟ ବରିଷ୍ଠ କଂଗ୍ରେସ କର୍ମୀ ରଣଜିତ୍ ରାଜ, ଦାମୋଦର ପୁହାଣ, ରବିନ୍ଦ୍ର ଜାରିକା, ମହେନ

କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ନୂତନ ଦାୟିତ୍ୱ ଘୋଷଣା l

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲାର ପାଣିକୋଇଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ଶରତ ପ୍ରଧାନ, ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଉପସଭାପତି ପ୍ରଶାନ୍ତ ପଣ୍ଡା, ରାଜ୍ୟ ସହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ରାଜ୍ୟ (ପଶ୍ଚିମ ପ୍ରାନ୍ତ )ବଜରଙ୍ଗ ଦଳ ଗୋରକ୍ଷା ପ୍ରମୁଖ ଅଶୋକ ବାରିକ l ରାଜ୍ୟ ଭାରତୀୟ ମଜଦୁର ସଙ୍ଘ ପ୍ରମୁଖ ଲକ୍ଷ୍ମଣ ଦାସ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର,  ଉପସ୍ଥିତ ରହି ଯାଜପୁର ଜିଲ୍ଲା ନୂତନ ସଂଗଠନ ଘୋଷଣା କରିଥିଲେ l ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ସମୀର ନାୟକ, ଜିଲ୍ଲା ସମ୍ପାଦକ ରାଜକିଶୋର ମଲ୍ଲିକ, ଜିଲ୍ଲା ଉପସଭାପତି ମୃତୁଞ୍ଜୟ ମିଶ୍ର ଓ ଟିକିଲତା ବେହେରା, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସହ ସମ୍ପାଦକ ହିମାଂଶୁ ଶେଖର ବଳ ଓ ଚିତ୍ତରଞ୍ଜନ ବିନ୍ଧାଣି, ଜିଲ୍ଲା କୋଷଦକ୍ଷ ଯଶୋବନ୍ତ ଦାସ, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହସଂଯୋଜକ ସାରଦା ପ୍ରସନ୍ନ ବଳ ଓ ଶରତ ସାହୁ, ଜିଲ୍ଲା ସମର ସଜ୍ଜା ପ୍ରମୁଖ ଚିତ୍ତରଞ୍ଜନ ପରିଡା, ଜିଲ୍ଲା ମାତୃଶକ୍ତି ପ୍ରମୁଖ ଗୀତାଞ୍ଜଳି ମିଶ୍ର, ଜିଲ୍ଲା ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି, ଜିଲ

ସୋସିଆଲ ମିଡ଼ିଆ ରେ ଅପପ୍ରଚାର ନେଇ ମୁହଁ ଖୋଲିଲେ ବିଶିଷ୍ଠ ବସ୍ତୁବାଦୀ ଓ ଜ୍ୟୋତିର୍ବିଦ୍ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଓଡ଼ିଶାର ବିଶିଷ୍ଟ ବାସ୍ତୁବିତ ତଥା ଜ୍ୟୋର୍ତିବିଦ୍ ଗଗନ ବିହାରୀ ଦାସଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଭିଡିଓ ବାବଦରେ ଶ୍ରୀଯୁକ୍ତ ଦାସ ନିଜେ ଅବଗତ ନ ଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ କେହି ତାଙ୍କ ଅଗୋଚରରେ ତାଙ୍କ ନିଜ ଘରକୁ ଆସି ଲୁଚାଣିଆ ଭିଡିଓ କରି ଏହାକୁ ଅପଭ୍ରଂଶ ଭାବେ ସଂପାଦିତ (ଏଡିଟିଂ) କରି ସୋସିଆଲ ମିଡିଆରେ ପକାଇ ତାଙ୍କୁ ଅଯଥା ବଦନାମ କରିବାର ଚକ୍ରାନ୍ତ କରିଛନ୍ତି ବୋଲି ସେ ନିଜ ପ୍ରତିକ୍ରିଆରେ କହିଛନ୍ତି । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ଦାସ ଏକମାତ୍ର ଝିଅର ବିବାହ ପରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅର୍ନ୍ତଗତ ଦରକୁଣ୍ଡି ଗ୍ରାମରେ ବସବାସ କରନ୍ତି । ଜଣେ ବରିଷ୍ଠ ନାଗରିକ ଏବଂ ଅଂଚଳର ଜଣେ ମୁରବି ଭାବରେ ସେ ପରିଚିତ । ଓଡିଶାର ବିଭିନ୍ନ ପ୍ରାନ୍ତରରେ ତାଙ୍କର ଅଗଣିତ ପ୍ରଂଶସକ ଅଛନ୍ତି । ଜଣେ ସଫଳ ବାସ୍ତୁବିଦ୍ ହିସାବରେ ଅନେକଙ୍କୁ ଉଚିତ ମାର୍ଗରେ ଦିଗ୍‌ଦର୍ଶନ ଦେଇ ସଫଳ କରାଇଥିବାରୁ ତାଙ୍କ ପ୍ରତି ସମ୍ମାନ ବେଶ ଭଲ ରହିଛି । କୋରେଇ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ୦୯ଟି ପଂଚାୟତରେ ତାଙ୍କର ପ୍ରଭାବ ଭଲ ରହିଛି । କିନ୍ତୁ ଫୁଙ୍ଗୁଳା ଦେହରେ ଅପ୍ରସ୍ତୁତ ଭାବେ ଭିଡିଓ କରି ଭିଡିଓ ଟିକୁ ଏଡିଟିଂ କରି ତାଙ୍କୁ ଏକ ଦଳ ବିରୋଧରେ କହୁଥିବାର ବାର୍ତ୍ତା ପ୍ରଚାର କରାଇ