Posts

ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ମନୋଜ ଆହୁଜା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ରାଜ୍ୟକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜା ହୋଇଛନ୍ତି ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ।ବର୍ତ୍ତମାନ ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଜୁନ ୩୦ ରେ ସରିବାକୁ ଯାଉଛି । ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ପୂର୍ବର ବିଜେଡି ସରକାର ତାଙ୍କର ଅବଧିକୁ ୬ ମାସ ବଢାଇଥିଲେ, ଯାହା ଜୁନ ୩୦ ରେ ସରୁଛି । ଆଉ ତାଙ୍କ ସ୍ଥାନ ମନୋଜ ଆହୁଜା ନେଇଛନ୍ତି । ବର୍ତ୍ତମାନ ସେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।

୭୮ ଜଣ ବିଧାୟକ ଏବଂ ୨୦ ଜଣ ଏମ୍‌ପିଙ୍କୁ କରାଯିବ ସମ୍ବର୍ଦ୍ଧିତ l

Image
   ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) :- ରାଜ୍ଯରେ ଭୋଟରଙ୍କ ଆଶୀର୍ବାଦରେ ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିପାରିଛି । ଏଥିସହ ଦେଶବାସୀଙ୍କ ଆଶୀର୍ବାଦ ପାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋଇଛି ।ରାଜ୍ୟବାସୀ ଏଥର ୭୮ ଜଣ ବିଧାୟକ ଏବଂ ୨୦ ଜଣ ଏମ୍‌ପିଙ୍କୁ ନିର୍ବାଚିତକରି ବିଧାନସଭା ଏବଂ ଲୋକ ସଭାକୁ ପ୍ରତିନିଧି ଭାବେ ପଠାଇଛନ୍ତି । କ୍ରମାଗତ ୩ୟ ଥର ପାଇଁ ଦାୟିତ୍ୱ ନେଇଥିବା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୩ ଜଣ ସ୍ଥାନିତ ହୋଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଭାଜପା ସରକାର ଗଠନ କରିଛି । ବିକଶିତ ଓଡ଼ିଶା ଗଠନ ଆମର ସଂକଳ୍ପ ନେଇ ଏହି ଅବସରରେ ଆସନ୍ତା ୩୦ରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।ତେବେ ଏହି ଅବସରରେ ଆସନ୍ତା ୩୦ରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣଙ୍କ ସମେତ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ।ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିରଞ୍ଚି

ସରକାରଙ୍କ ବଡ଼ ପଦକ୍ଷେପ, ବାଇକ୍ ଚାଳକ ହେଲମେଟ ନ ପିନ୍ଧିଲେ କଟିବ ଦରମା!

Image
ବ୍ୟୁରୋ ରିପୋର୍ଟ :- ରାଜ୍ୟରେ ଦିନକୁ ଦିନ ଟ୍ରାଫିକ ନିୟମ କଡ଼ାକଡ଼ି ହେବାରେ ଲାଗିଛି। ଟ୍ରାଫିକ ନିୟମ ନ ମାନିଲେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଅମାନିଆ । ଏହାରି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ସରକାର l ସରକାରୀ କର୍ମଚାରୀ ବାଇକ୍‌ ଚାଳନା ସମୟରେ ହେଲମେଟ ନ ପିନ୍ଧିଲେ ଅଟକି ରହିବ ଦରମା । ଗଜପତି ଜିଲ୍ଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଏଭଳି ଏକ ଚିଠି ଆସିବା ପରେ ଶିକ୍ଷକଙ୍କ ମଧ୍ୟରେ ଛନକା ପଶିବା ସହ ହଇଚଇ ସୃଷ୍ଟି ହୋଇଛି।ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡି ହେବାପରେ ଏହାର ଫଳାଫଳ ମଧ୍ୟ ମିଳୁଛି । ସମୟ କ୍ରମେ ବାଇକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ସାମାନ୍ୟ କମିଛି । ଲୋକେ କିଭଳି ଟ୍ରାଫିକ ନିୟମ ମାନିବେ ତାହାରି ଉପରେ ନଜର ରଖିଛି ପ୍ରଶାସନ। ଏହାସତ୍ତ୍ୱେ, କେତେକ ଲୋକ ସରକାରୀ କର୍ମଚାରୀ ହୋଇ ମଧ୍ୟ ସରକାରଙ୍କ ନିୟମ ଭାଙ୍ଗିବାକୁ ପଛାଉ ନାହାନ୍ତି।ଏହା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି l

ଲୋକଙ୍କ ସରକାର ସବୁବେଳେ ଲୋକଙ୍କର କାମ କରିବ - ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ବର /କେନ୍ଦୁଝର (ବ୍ୟୁରୋ ରିପୋର୍ଟ) :- ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଭାବବିହ୍ୱଳ ମଧ୍ୟ ହୋଇଥିଲେ।