Posts

ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ହେତୁ ୮ ଜଣ ଶ୍ରମିକ ଗୁରୁତର l

Image
    ରାଉରକେଲା(ବ୍ୟୁରୋ ରିପୋର୍ଟ) :- ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ ଘଟିଛି । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ହେତୁ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଯୋଗୁ ଶ୍ରମିକମାନେ ଗୁରୁତର ହୋଇପଡ଼ିଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ରାଉଲକେଲା ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି ।ତେବେ ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତେ ଆଇସିୟୁରେ ଥିବା ଜଣାଯାଇଛି ।ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା ପ୍ରଥମ ନୁହେଁ । ବାରମ୍ବାର ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ହୋଇ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ କେତେ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ଏହାସତ୍ତ୍ୱେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଶ୍ରମିକଙ୍କ ନିରାପତ୍ତା ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି । ତେବେ ଆଜି ଏହି ଅଘଟଣ ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖି ନାହାନ୍ତି ।

ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ l

Image
  ଭୁବନେଶ୍ଵର(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରୀ ଧଳ। ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ନିକୁଞ୍ଜା ବିହାରୀ ଧଳ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଭାବରେ ନିଯୁକ୍ତ ମିଳିଥିଲା । ମୁଖ୍ୟ ଶାସନ ସଚିବ ପଦରୁ ଅତିରିକ୍ତ ମୁଖ୍ୟ ସଚିବ, ଶକ୍ତି ବିଭାଗ, ଅତିରିକ୍ତ ମୁଖ୍ୟ ସଚିବ, ଏକ୍ସାଇଜ୍, ଗ୍ରୀଡକୋର ଚେୟାରମ୍ୟାନ୍ ତଥା ଓଡିଶା ଷ୍ଟେଟ୍ ପାନୀୟ ନିଗମର ଚେୟାରମ୍ୟାନ୍ ଭାବରେ ପୋଷ୍ଟ କରାଯାଇଥିଲା। ସେ ଓଡି଼ଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ ମଧ୍ଯ ତୁଲାଇଥିଲେ l

ଶୀବିଗ୍ରହଙ୍କୁ ଦିଆଯିବ ଦଶମୂଳ ମୋଦକ l

Image
ବ୍ୟୁରୋ ରିପୋର୍ଟ :- ଆଜି ଅଣସର ଦଶମୀ । ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ ମହାପ୍ରଭୁ । ଜ୍ୱରରୁ ସମ୍ପୂର୍ଣ୍ଣ ଉପଷମ ପାଇଁ ଶ୍ରୀବୈଦ୍ୟଙ୍କ ଦ୍ୱାରା ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଦଶମୂଳ ମୋଦକ ଶୀବିଗ୍ରହଙ୍କୁ ପ୍ରଦାନ କରାଯିବ । ଦଶ ପ୍ରକାରର ବିଭିନ୍ନ ଚେରମୂଳିରେ ଦଶମୂଳାରିଷ୍ଟ ପ୍ରସ୍ତୁକ କରାଯାଇଛି । ସ୍ନାନ ପୂର୍ଣ୍ଣିମାରୁ ଅତ୍ୟଧିକ ଜ୍ୱରରେ ପୀଡିତ ହେବା ପରେ ଶ୍ରୀମନ୍ଦିର ଚନ୍ଦନ ଅର୍ଗଳ ନିକଟସ୍ଥ ଅଣସର ତାଟିରେ ଉଦ୍ଧାର ମଧ୍ୟରେ ଜାରି ରିହିଛି ଶୀବିଗ୍ରହ ଗୁପ୍ତ ସେବା । ଏହି ଅବସରରେ ପାରମ୍ପରିକ ଭାବେ ରାଜବୈଦ୍ୟଙ୍କ ଘରେ ବିଭିନ୍ନ ଚେରମୂଳି ମିଶାଇ ଏକ ଔଷଧ ପ୍ରସ୍ତୁତ କରାଯାଇଛି । ମାନ୍ୟତା ରହିଛି ଏକାଦଶୀ ତିଥିରେ ଦଶମୂଳ ଔଷଧ ଲାଗି କରାଗଲେ ସମ୍ପୁର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ । ଆଜି ମଧ୍ୟାହ୍ନ ଧୂପ, ଭୋଗମଣ୍ତର ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାରା ଫିଟାଯାଇ ଅଣସର ନୀତି ହେବ । ଶ୍ରୀଜୀଉଙ୍କୁ ଚକା ଉପରକୁ ବିଜେ କରାଇବା ସହ ଚକଟା ଓ ପଣାଭୋଗ ଲାଗି କରାଯିବାର ମାନ୍ୟତା ରହିଛି । ତେବେ ଜ୍ୱରରେ ଖାଦ୍ୟ ରୁଚୁ ନଥିବାରୁ ଚକଟା ଓ ପଣା ଦିଆଯାଇଥାଏ ।

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ପ୍ରମାଣ ନାହିଁ - ସଞ୍ଜୟ ସିଂ

Image
  ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) :- ଆମ୍ ଆଦମୀ ପାର୍ଟି ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ରବିବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଇଣ୍ଡିଆ ମିଳିତ ମଞ୍ଚରେ ଅନ୍ତର୍ଭୁକ୍ତ ଦଳର ନେତାମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ ଆସନ୍ତାକାଲି ସକାଳ ୧୦.୩୦ ସମୟରେ ସେମାନେ ସଂସଦ ଭବନ ଠାରେ ଇଡି ଏବଂ ସିବିଆଇର ଅପବ୍ୟବହାର ବିରୋଧରେ ବିରୋଧ କରିବେ ।ସେ ଆହୁରି କହିଛନ୍ତି, "ରାଉସ୍ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ କୌଣସି ପ୍ରମାଣ ନାହିଁ । ଇଡି ମନ୍ଦ ଉଦ୍ଦେଶ୍ୟରେ କାମ କରୁଛି । ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ପାଖରେ ଟଙ୍କା କାରବାରର କୌଣସି ପ୍ରମାଣ ନାହିଁ ।" ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦୋଷ ଏବଂ ଏହି ଆଦେଶର କପି ନ ନେଇ ଇଡି ହାଇକୋର୍ଟ ଯାଇଥିଲା ଓ ଜାମିନ ଉପରେ ରହିତାଦେଶ ଆଣିଥିଲା ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ରାଉସ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନରେ ଛାଡିବାକୁ କହିଥିଲେ । ହେଲେ ଇଡି ଜୁନ୍ ୨୫ ରେ ଜାମିନ ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଥିଲା । ଏହି ମାମଲାର ଶୁଣାଣି ପରେ ହାଇକୋର୍ଟ ରାଉସ୍ ଆଭେନ୍ୟୁ କୋର୍ଟର ଆଦେଶକୁ ସ୍ଥଗିତ ରଖିଥିଲେ

ରତ୍ନଭଣ୍ଡାର କୁ ନେଇ କଣ କହିଲେ ମୁଖ୍ୟମନ୍ତ୍ରୀ...

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭା ହେଉଥିବା ବେଳେ ଏଥିରେ ସମସ୍ତ ସାଂସଦ ଓ ବିଧାୟକ ଉପସ୍ଥିତ ରହିଛନ୍ତି । ଭାଜପାର ୨୦ ସାଂସଦ ଏବଂ ୭୮ ଜଣ ବିଧାୟକ ସଭାରେ ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିଛନ୍ତି ।ଏହି ସଭାରେ ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିର୍ବାଚନରେ ବିଜୟ ଆମ ପାଇଁ ଐତିହାସିକ ବିଜୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ଆମକୁ ସଂକଳ୍ପ ନେବାକୁ ପଡ଼ିବ । ଏକ ନୂଆ ଓଡ଼ିଶା ଗଠନ କରିବାକୁ ଆମମାନଙ୍କୁ ଦାୟିତ୍ବ ମିଳିଛି ବୋଲି ସେ କହିଛନ୍ତି ।ଏଥିସହିତ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ସଭାରେ ରତ୍ନ ଭଣ୍ଡାର ନିଶ୍ଚିତ ଖୋଲିବ ବୋଲି କହିଛନ୍ତି । ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲିବ ଏବଂ ଗଣତି ହେବ । ଯଦି କିଛି ଗଡ଼ବଡ଼ ହୋଇଥାଏ ତେବେ ଦୋଷୀ ପାତାଳରେ ଥିଲେ ବି ଖୋଜି ବାହାର କରାଯିବ ଏବଂ ଦଣ୍ଡ ବିଧାନ କରାଯିବ ବୋଲି ସେ କହିଛନ୍ତି । ଏଥିସହିତ ସେପଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ ବୋଲି ସେ କହିଛନ୍ତି ।ଅନ୍ୟପଟେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ ବିଜୟ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥସହ ସ

ଟି ୨୦ ବିଶ୍ଵକପ ଫାଇନାଲ: ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଭାରତ ହେଲା ଚମ୍ପିୟାନ l

Image
ବ୍ୟୁରୋ ରିପୋର୍ଟ :- ଟି-୨୦ ବିଶ୍ଵ କପ୍ ରେ ଭାରତ ବିଶ୍ବ ଚମ୍ପିୟାନ । ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଶ୍ବ ଚମ୍ପିୟାନ । ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।ପୁଣି ୧୭ ବର୍ଷ ପରେ ପୁଣି ବିଶ୍ବ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ୨ୟ ଥର ଟି-୨୦ ବିଶ୍ବ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଆଉ ରୋହିତ ଶର୍ମାଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ବିଶ୍ବକପ୍‌ ଫାଇନାଲରେ ହିରୋ ସାଜିଛନ୍ତି ବିରାଟ କୋହଲି ଏବଂ ଜସପ୍ରୀତ ବୁମରାହ ।୧୭୭ ରନ୍ ବିଜୟଲକ୍ଷ୍ୟ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଓ୍ବିକେଟ୍‌ ହରାଇ ୧୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆରମ୍ଭରୁ ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ହେନରିଚ୍ କ୍ଲାସେନ୍‌ଙ୍କ ଦୁର୍ଦ୍ଦଶ ବ୍ୟାଟିଂ ପୁଣି ଦକ୍ଷିଣ ଆଫ୍ରିକାକୁ ଦମଦାର ପଦର୍ଶନ କରାଇଥିଲା । ପରେ ଜସପ୍ରୀତ ବୁମରାହ ଓ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଟର୍ଣ୍ଣିଂ ପଏଣ୍ଟ ପାଲଟିଥିଲା ଡେଭିଡ୍‌ ମିଲରଙ୍କ ଓ୍ବିକେଟ୍‌ । ବାଉଣ୍ଡରି ଲାଇନ୍‌ କଡରେ ଡେଭିଡ୍‌ ମିଲରଙ୍କ ଅବିଶ୍ବସନୀୟ କ୍ୟାଚ୍ ଧରିଥିଲେ ସୂର୍ଯ୍ୟକୁମାର ଯାଦବ ।ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ରିଜା ହେଣ୍ଡରିକ୍ସ ମାତ୍ର ୪ ରନ୍ କରିଥିବା ବେଳେ କ୍ବିଣ୍ଟନ୍

ଓଡ଼ିଶାରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ମନୋଜ ଆହୁଜା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ରାଜ୍ୟକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜା ହୋଇଛନ୍ତି ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା ।ବର୍ତ୍ତମାନ ମୁଖ୍ୟ ସଚିବ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଜୁନ ୩୦ ରେ ସରିବାକୁ ଯାଉଛି । ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ପୂର୍ବର ବିଜେଡି ସରକାର ତାଙ୍କର ଅବଧିକୁ ୬ ମାସ ବଢାଇଥିଲେ, ଯାହା ଜୁନ ୩୦ ରେ ସରୁଛି । ଆଉ ତାଙ୍କ ସ୍ଥାନ ମନୋଜ ଆହୁଜା ନେଇଛନ୍ତି । ବର୍ତ୍ତମାନ ସେ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।