Posts

ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ ପକ୍ଷରୁ ଆଇନ ସଚେତନତା ଶିବିର l

Image
ଯାଜପୁର :-ତା: ୦୨,୦୮,୨୦୨୪ରିଖ ଶୁକ୍ରବାର ଜିଲ୍ଲା ଓ ଦୈରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୁକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା ଶିବିର ସିଭିଲ କୋର୍ଟ, ଯାଜପୁର ର ଭିଡ଼ିଓ କନଫେରନସିଂ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଅମୃତ ରଂଜନ ନନ୍ଦ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ଫ୍ୟାମିଲି ଜଜ, ଶ୍ରୀଯୁକ୍ତ ସୁନିଲ କୁମାର ଦାସ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ଶ୍ରୀଯୁକ୍ତ ଅଭିଜିତ୍ ପଲେଇ, ଅତିରିକ୍ତ ଜିଲ୍ଲା ଓ ଦୈରାଜଜ୍ ତଥା -ସ୍ପେଶାଲ ଜଜ, ପୋକ୍ସ କୋର୍ଟ, ବରିଷ୍ଟ ଦେୱାନୀ ବିଚାରପତି, ଯାଜପୁର ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧୁରୀ, ଶ୍ରୀମତୀ ମନସ୍ବିନୀ ରଥ ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାରପତି,ଶ୍ରୀମତୀ ଲପାମୁଦ୍ରା ବେହେରା, ବରିଷ୍ଟ ଦେୱାନୀ ବିଚାରପତି (ଏଲ. ଆର ଏବଂ ଏଲ. ଟି.ଭି), ଶ୍ରୀଯୁକ୍ତ ପାର ପାଢୀ ଦେୱାନୀ ବିଚାରପତି, ଯାଜପୁର ଯୋଗ ଦେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ରାୟ ଗୁଡ଼ିକ କିପରି ଏ.ଆଇ ମାଧ୍ୟମରେ ଆଚଂଳିକ ଭାଷାରେ ଉପଲବ୍ଧ ହୋଇପାରିଛି, ମଧ୍ୟସ୍ଥତା ମାଧ୍ୟମରେ କିପରି ମକଦ୍ଦମା ଗୁଡ଼ିକର ସହଜ ସମାଧାନ କରାଯାଇ ପାରିବ ଏବଂ ଇ-ଫାଇଲିଂ ତଥା ଭିଡ଼ିଓ କନଫେରନସିଂ ରୁଲସ୍ ବିଷୟରେ ଉପସ୍ଥିତ କୋର୍ଟର ଷ୍ଟାପ୍, ପ୍ୟାନେଲ ଲୟର, ପି.

ଅତିରିକ୍ତ ଜିଏସ୍‌ଟି ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ l

Image
ଯାଜପୁର /ବ୍ୟାସନଗର (ବ୍ୟୁରୋ ରିପୋର୍ଟ) :- ଗତ ୩୦ ତାରିଖ ସ୍ଥାନୀୟ ଯାଜପୁରରୋଡ଼ର ଧବଳଗିରିସ୍ଥିତ ଷ୍ଟେଟ୍ ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଆୟୁକ୍ତ ସନ୍ତୋଷ କୁମାର ଦାସଙ୍କ ପରାମର୍ଶ କ୍ରମେ କଲୋନି ପରିସରରେ ସବୁଜିମା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁଗ୍ମ ଜିଏସ୍‌ଟି କମିଶନର(ଅପିଲ) ଦିଲେଶ୍ୱର ମାଝି, ବରିଷ୍ଠ ପଦାଧିକାରୀ ପ୍ରିୟରଂଜନ ଦାଶ, ସୈାମ୍ୟପ୍ରକାଶ ସ୍ୱାଇଁ, ସଂଜୀବ କୁମାର ନାୟକ, ସତ୍ୟଶାନ୍ତି ମାଝୀ, ବିବେକାନନ୍ଦ ଦାସ, ଶେଖର ଚନ୍ଦ୍ର ସାହୁ, ଅସିତ୍ କୁମାର ମହାନ୍ତି, ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର, ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟର ସେକ୍‌ସନ ଅଫିସର ସତ୍ୟରଂଜନ ପରିଡ଼ା (ପିଂଟୁ ବାବୁ), ଜିଏସ୍‌ଟି ନିରୀକ୍ଷକ ଗଣେଷ କୁମାର ଜେନା, ଇନ୍ଦ୍ରମଣି ପାଲ, ଭାନୁପ୍ରିୟା ବାରିକ, ମୋନାଲିସା ବାରିକ, ସୁଚିସ୍ମିତା ନାୟକ, ସୁଶ୍ରୀସଂଗିତା ସେଠୀ, ମାନସ କୁମାର ସାହୁ, କ୍ଷଣପ୍ରଭା ଧଳ, ପୁଷ୍ପମଂଜରୀ ଆଇଚ, ଅନ୍ନଦା ପ୍ରସାଦ ମହାନ୍ତି, ଶେଖ ଆଲମ, ‘ଉଦୟବଟ’ର ସମ୍ପାଦକ ତଥା ବିଶିଷ୍ଠ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ, ଲାୟନ୍‌ସ କ୍ଲବର ବରିଷ୍ଠ କାର୍ଯ୍ୟକର୍ତା ପ୍ରଲୁବ୍ଧ ଜେନା, ପ୍ରଦ୍ୟୁମ୍ନ ନାୟକ, ସମାଜସେବ

କେରଳ ର ୱାୟନାଡର ସବୁଆଡେ ବିନାଶର ଚିତ୍ର, ଛାତି ଥରାଇଦେବ....

Image
ବ୍ୟୁରୋ ରିପୋର୍ଟ :- କେରଳର ୱାୟନାଡ ଜିଲ୍ଲାରେ ଭୂସ୍ଖଳନ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ୱାୟନାଡରେ ଏହି ବିନାଶ ଘଟଣାରେ ଏପର୍ଯ୍ୟନ୍ତ ୨୫୪ ଜଣ ପ୍ରାଣ ହରାଇଛନ୍ତି ଏବଂ ୩୦୦ ଲୋକ ନିଖୋଜ ଅଛନ୍ତି । ବୁଧବାର ଦିନ କୋଠାଘର ଭୁଶୁଡ଼ିବା ଏବଂ ଜମି ନଷ୍ଟ ହେତୁ ଅନେକ ଲୋକ ପରିବାର ସଦସ୍ୟଙ୍କୁ ହରାଇଥିଲେ । ବର୍ତ୍ତମାନ ଲୋକମାନେ କାଦୁଅ ଏବଂ ବିରାଟ ପଥରରେ ଆଚ୍ଛାଦିତ ବିଶାଳ ଗର୍ତ୍ତ ମଧ୍ୟରେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି । ଏଭଳି ଦୃଶ୍ୟ କେରଳର ଅନେକ ସହରରେ ଦେଖିବାକୁ ମିଳୁଛି । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଜଳପ୍ରପାତ ପାଇଁ ପ୍ରସିଦ୍ଧ କେରଳର ଚୁରାମାଲା ଅଞ୍ଚଳ ଲୋକଙ୍କ ପ୍ରିୟ ପର୍ଯ୍ୟଟନ ସ୍ଥଳୀ ଥିଲା । ଚୁରାଲମାଲାର ସୁଚିପାରା ଜଳପ୍ରପାତ, ଭେଲୋଲିପାରା ଏବଂ ସୀତା ହ୍ରଦ ଏପରି କିଛି ସ୍ଥାନ ଯେଉଁଠାରେ ଲୋକମାନେ ପ୍ରାୟତ ଛୁଟିଦିନ ପାଇଁ ଆସୁଥିଲେ କାରଣ ଏହା ଏକ ସୁନ୍ଦର ମନୋଲୋଭା ପର୍ଯ୍ୟଟନ ସ୍ଥାଳୀ ଥିଲା l ଭୂସ୍ଖଳନ ହେତୁ କାଦୁଅ ଓ ଆବର୍ଜନା ବନ୍ୟା ପରିସ୍ଥିତି ଏପରି ନଷ୍ଟ ହୋଇଯାଇଥିଲା ଯେ ସେହି ସ୍ଥାନର ମାନଚିତ୍ର ବଦଳି ଯାଇଥିଲା। ଲୋକଙ୍କ ବିଶ୍ୱାସ କରିବା କଷ୍ଟକର ଯେ ଏହି ସ୍ଥାନଟି କିଛି ଦିନ ପୂର୍ବରୁ ବହୁତ ସୁନ୍ଦର ଏବଂ ଆନନ୍ଦଦାୟକ ଥିଲା । ଲୋକମାନେ ନିଜ ପ୍ରିୟଜନଙ୍କ ସହ ଏକାଠି ବସି ଖୁସିରେ ନା

୭୮ତମେ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

Image
ଯାଜପୁର ତା ୩୦ /୭ ରିଖ : - ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ  ଚଳିତ ବର୍ଷ ୭୮ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଏବଂ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ମ ଜେନାଙ୍କ ମିଳିତ  ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା ତାଙ୍କ ବକ୍ତବ୍ୟରେ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଏକ ସ୍ବତନ୍ମେ ପ୍ଲାଟଫର୍ମ ପ୍ରସ୍ତୁତ କରିବା ନିମନ୍ତେ ପ୍ରସ୍ତାବ ପ୍ରଦାନ କରିଥିଲେ।ବୈଠକର ନିଷ୍ପତି ଅନୁଯାୟୀ ଜିଲ୍ଲା ସଦର ମହକୁମା କୁସୁମା ପୁଷ୍କଣୀ ସମ୍ମୁଖ ପଡ଼ିଆରେ  ଚଳିତ ବର୍ଷ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯିବ । ସ୍ବାଧୀନତା ଦିବସ କୁ ପ୍ରତ୍ୟେକ ସ୍ତରରେ ଯଥା ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଉଦ୍ୟୋଗ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଅନୁଷ୍ଠାନ ମାନଙ୍କରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଇଚାରା ଓ ରାଷ୍ଟ

ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ l

Image
   ନୂଆଦିଲ୍ଲୀ (ବ୍ୟୁରୋ ରିପୋର୍ଟ) :- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ପଞ୍ଜାବର ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ବନୱାରିଲାଲ ପୁରୋହିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ସହିତ ସେ ଅନ୍ୟ ରାଜ୍ୟରେ ରାଜ୍ୟପାଳଙ୍କ ନୂତନ ନିଯୁକ୍ତି ନେଇ ମଧ୍ୟ ଘୋଷଣା କରିଛନ୍ତି । ୮୩ ବର୍ଷିୟ ବନୱାରିଲାଲ ପୁରୋହିତ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ରାଷ୍ଟ୍ରପତିଙ୍କୁ ଏକ କ୍ଷୁଦ୍ର ଚିଠିରେ ଫେବୃଆରୀରେ ଇସ୍ତଫା ଦେଇଛନ୍ତି। ଏଥିସହିତ ୩ ରାଜ୍ୟର ରାଜ୍ୟପାଳଙ୍କ ପରିବର୍ତ୍ତନ ମଧ୍ୟ କରିଛନ୍ତି । ରାଜସ୍ଥାନ, ତେଲେଙ୍ଗାନା, ଝାଡ଼ଖଣ୍ତ, ଛତିଶଗଡ଼, ମେଘାଳୟ, ମହାରଷ୍ଟ୍ର, ମଣିପୁର, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏବଂ ଚଣ୍ତିଗଡ଼ରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରାଯାଇଛି । ହରିଭାବୀ କ୍ରିଷ୍ଣରାଓ ବାଗଡେଙ୍କୁ ରାସ୍ଥାନର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି । ତେଲୁଙ୍ଗାନାର ରାଜ୍ୟପାଳ ଭାବେ ବିଷ୍ଣୁ ଦେବ ବର୍ମା, ଓମ୍ ପ୍ରକାଶ ମଥୁରଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସାନ୍ତୋଷ କୁମାର ଗଙ୍ଗାୱରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।ଛତିଶଗଡର ରାଜ୍ୟପାଳ ହେବେ ଭାବେ ରାମେନ ଡେକା, ସିଏଟ୍ ବିଜୟଶଙ୍କର ମେଘାଳୟର ରାଜ୍ୟପାଳ, ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ ତଥା ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱ ତୁଳାଉଥିବା ସିପି ରାଧାକୃଷ୍ଣନ୍ ମହାରାଷ୍ଟ୍ରର ରାଜ

ଶ୍ରୀ ରତ୍ନଭଣ୍ଡାର ଗଣତି ମଣତି ପାଇଁ SOP ଜାରି l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ଶ୍ରୀ ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ଗଣତି, ମଣତି ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସୂଚନା । ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନ ଭଣ୍ଡାରର ଥିବା ଅଳଙ୍କାର ଗୁଡ଼ିକର ଗଣତି,ମଣତି ପାଇଁ ଏସଓପି ଇସ୍ୟୁ ହୋଇସାରିଛି । ଏସଓପିରେ ଥିବା ମାର୍ଗଦର୍ଶିକ ଅନୁସାରେ ଆମେ କାମ କରାଯିବ । ସେଥିପାଇଁ ଓଡ଼ିଶାବାସୀ ଧର୍ଯ୍ୟ ଧରନ୍ତୁ । ଆଜି ଏପରି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି । ଜଷ୍ଟିସ ରଥଙ୍କ କହିବା ଅନୁସାରେ, ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏସଓପି ପ୍ରକାଶ କରାଯାଇ ପାରିବ ନାହିଁ । ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ଜଷ୍ଟିସ ରଥ ।ଏସଓପିରେ କିଛି ଆବଶ୍ୟକ ରହିଲେ ଆମେ ସରକାରଙ୍କୁ ଅନୁରୋଧ କରିବୁ । ଆଶା ରଖୁଛି ସରକାର ଆମ କଥା ଶୁଣିବେ । ଠାକୁରଙ୍କର ଯେତିକି ସମ୍ପତ୍ତି ଅଛି ତାହା ସୁରକ୍ଷିତ ରହିବା ଦରକାର ।

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ l

Image
  ଯାଜପୁର (ଦାନଗଦି) ତା୨୨/୭:- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମିଳିତ ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ ହୋଯାଅଛି।ଉକ୍ତ ଶିବିରରେ ଜିଲ୍ଲାପଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଯୋଗଦେଇ କହିଲେ ଯେ ରାଜ୍ୟ ସରକାରଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଏକ ସୁଦୂର ପ୍ରସାରି କାର୍ଯ୍ୟକ୍ରମ ଯେଉଁଥିରେ  ଜନସାଧରଣ ବହୁଳ ମାତ୍ରାରେ ସରକାରଙ୍କର ବିଭିନ୍ନ ଯୋଜନ ର ସଫଳ ଫାଇଦା ପାଇପାରୁଛନ୍ତି । ପ୍ରଶାସନ ଲୋକମାନଙ୍କ  ନିକଟତର ହୋଇ ସେମାନଙ୍କର ବିଭିନ୍ନ ଆପତ୍ତିଅଭିଯୋଗ ଗୁଡ଼ିକର ଜନଶୁଣାଣୀଶିବିର ମାଧ୍ୟମରେ ସମାଧାନ କରି ସେମାନଙ୍କୁ ତ୍ଵରିତ ସେବା ପ୍ରଦାନ କରିବା ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକଶ କରିବ ସହ ବିଭାଗୀୟ ଅଧିକରୀମାନଙ୍କୁ ପଠାଯାଇଥିବା ଅଭିଯୋଗ ପତ୍ର ଗୁଡିକୁ ସମ୍ପୃକ୍ତ ଅଧିକାରୀମାନେ ବିଳମ୍ବ ନ କରି ଆପତ୍ତି ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ କୌଣସି ଅଧିକାରୀଙ୍କ ନିକଟରେ ଯେପରି ଗୋଟିଏ ଅଭିଯୋଗ ସମଧାନ ରେ ବିଳମ୍ବ ନହୁଏ ସେପ୍ରତି ଯତ୍ନବାନ୍ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ