Posts

ବଡ ଖବର ମଧ୍ୟାହ୍ନ ଭୋଜନ ଖାଇ ୪୦ ଛାତ୍ରଛାତ୍ରୀ ଅସୁସ୍ଥ ।

Image
  ବାଲେଶ୍ୱର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ସାଜନପୁର ପଞ୍ଚାୟତ ଉଦୟନାରାୟଣ ବିଦ୍ୟାପୀଠରେ ଆଜି ଏକ ଅଘଟଣ ଘଟିଛି। ବିଦ୍ୟାଳୟରେ ଦିଆଯାଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅନ୍ୟପକ୍ଷେ ଛାତ୍ରୀଛାତ୍ରୀଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରୁ ୨ଟି ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରଙ୍କୁ ଗୁରୁବାର ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଖାଇବାର କିଛି ସମୟ ପରେ ଛାତ୍ରୀଛାତ୍ରଙ୍କ ପେଟ ବ୍ୟଥା ହେବା ସହ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡିଛି। ସରକାର ଏବଂ ଉପରିସ୍ଥ ଅଧିକାରୀ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l 

ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ l

Image
ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) :- ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳ ବଦଳ । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଗତକାଲି ପ୍ରଥମଥର ପାଇଁ ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛି । ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେବା ସହ ଦୀର୍ଘଦିନ ଧରି କୋଣଠେସା ହୋଇ ବୋର୍ଡ ଅଫ ରେଭନ୍ୟୁର ସଚିବ ପଦରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ଉପାଧ୍ୟାୟଙ୍କୁ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଛି ।୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।ଦେବଗଡ଼ ଜିଲ୍ଲାପାଳ-ସୋମେଶ କୁମାର ଉପାଧ୍ୟାୟ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ଢେଙ୍କାନାଳ ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ- ଶ

ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆମଦାନୀ ହେବ : - ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆମଦାନୀ କରିବାକୁ କହିଲେ ଯୋଗାଣ ମନ୍ତ୍ରୀ । ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସୁଛି ବୋଲି କହିଲେ ମାନ୍ୟବର ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ ବୋଲି କହିଲେ ମନ୍ତ୍ରୀ ଶ୍ରୀ ପାତ୍ର, ଓଡ଼ିଶାରେ ୟୁପି ଆଳୁ ବିକ୍ରି ହେଲାଣି, କ୍ୱାଲିଟି ବହୁତ ଭଲ । ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ସ୍ୱାଭିମାନକୁ ଦେଖିଲୁ ବୋଲି ସେ କହିଛନ୍ତି । ତେବେ ଯେଗାଣ ମନ୍ତ୍ରୀ ପାତ୍ର ପୂର୍ବରୁ କହିଥିଲେ, ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ କରୁଛନ୍ତି। ତେଣୁ ଏଣିକି ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି । କିଛିଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ରାଜ୍ୟରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ଏହା ଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ । ଏଥି ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଥିଲେ । ସରକାର ସବୁବେଳେ ଜନସାଧାରଣ ଙ୍କ ଅସୁବିଧା କୁ ନେଇ ତତ୍ପର ଅଛି l ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ l

ଭାରତ-ବାଂଲାଦେଶ ବର୍ଡରରେ ବିଏସଏଫକୁ ହାଇ ଆଲ ଆଲର୍ଟା ଜାରି l

Image
  ବ୍ୟୁରୋ ରିପୋର୍ଟ :- ହିଂସା ଓ ବିଦ୍ରୋହ କାରଣରୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଛନ୍ତି । ଦେଶ ଛାଡ଼ିବା ପୂର୍ବରୁ ସେ ବାଂଲାଦେଶ ସେନାର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବାଂଲାଦେଶ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ନିଜ ଭଉଣୀଙ୍କୁ ଧରି ଦେଶ ଛାଡ଼ିଛନ୍ତି । ବାଂଲାଦେଶରେ ଏବେ ସାମରିକ ଶାସନ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଏହାରି ଭତରେ ଆଉ ଏକ ବଡ଼ ଖବର ସମ୍ନାକୁ ଆସିଛି । ସେ ଆଜି ଅପରାହ୍ନ ସୁଦ୍ଧା ନୂଆଦିଲ୍ଲୀ ଆସିପାରନ୍ତି । ଏବେ ସେ ବାୟୁସେନାର ଏକ ବିମାନରେ ଅଛନ୍ତି । ସେ ଦିଲ୍ଲୀ ଆସି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ସୂଚନା ମିଳିଛି । ଶେଖ ହସିନାଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଚର୍ଚ୍ଚା ହେଉଛି ଯେ ସେ ଭାରତ ଦେଇ ବ୍ରିଟେନ (ଲଣ୍ଡନ), ଫିନଲ୍ୟାଣ୍ଡ କିମ୍ବା ସ୍ୱିଜରଲ୍ୟାଣ୍ଡକୁ ଯାଇପାରନ୍ତି । ଶେଖ ହସିନା ଭାରତକ ଆସିବା ଖବର ପରେ ଭାରତ ବାଂଲାଦେଶ ବର୍ଡର ରେ ବିଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଛି । ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ ଆଲ ଆଲର୍ଟା ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଈଝୠ ଡିଜି ମଧ୍‌ଯ କୋଲକାତାରେ ପହଞ୍ଚିଛନ୍ତି । ସୀମାରେ

ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ରାଜ୍ୟର ମୋହନ ମାଝୀଙ୍କ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାପରେ ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏହା ପ୍ରଥମ ବଡ଼ଧରଣର ଅଦଳବଦଳ।ନବୀନ ପଟ୍ଟନାୟକ ସରକାରଙ୍କ ଖାସ୍ ଥିବା କିଛି ଓଏଏସ୍ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି । ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ, ଶୁଭ୍ରାଂଶୁ ମିଶ୍ର, ମନୋଜ କୁମାର ସ୍ୱାଇଁ ଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ପୂର୍ବ ସରକାରର ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଆଜି ନୂଆ ନିଯୁକ୍ତି ମିଳିଛି । ରାଜ୍ୟରେ ମୋହନ ସରକାର କ୍ଷମତାସୀନ ହେବାପରେ ବିଜେଡିର ଏହି ଖାସ୍ ଅଫିସରମାନଙ୍କୁ ରାଜ୍ୟ ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରିଦିଆଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ଗଙ୍ଗାଧର ନାୟକଙ୍କ ଗତ ଫେବୃୟାରୀ ୧୩ତାରିଖରେ ଓଡ଼ିଶା ମାନବାଧିକାର କମିଶନଙ୍କ ସଚିବ ଭାବେ ବଦଳିକୁ ଆଜି ବାତିଲ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିଲେ, ଏବେ ମିଳିଲା ନୂଆ ଦାୟିତ୍ୱ ଲାଲା ମନୋଜ କୁ

ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣ ପକ୍ଷରୁ ଆଇନ ସଚେତନତା ଶିବିର l

Image
ଯାଜପୁର :-ତା: ୦୨,୦୮,୨୦୨୪ରିଖ ଶୁକ୍ରବାର ଜିଲ୍ଲା ଓ ଦୈରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧୁକରଣର ଅଧ୍ୟକ୍ଷ ଶ୍ରୀ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା ଶିବିର ସିଭିଲ କୋର୍ଟ, ଯାଜପୁର ର ଭିଡ଼ିଓ କନଫେରନସିଂ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଅମୃତ ରଂଜନ ନନ୍ଦ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଗୁଣ୍ଡିଚା ସାମନ୍ତସିଂହାର, ଫ୍ୟାମିଲି ଜଜ, ଶ୍ରୀଯୁକ୍ତ ସୁନିଲ କୁମାର ଦାସ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ଶ୍ରୀଯୁକ୍ତ ଅଭିଜିତ୍ ପଲେଇ, ଅତିରିକ୍ତ ଜିଲ୍ଲା ଓ ଦୈରାଜଜ୍ ତଥା -ସ୍ପେଶାଲ ଜଜ, ପୋକ୍ସ କୋର୍ଟ, ବରିଷ୍ଟ ଦେୱାନୀ ବିଚାରପତି, ଯାଜପୁର ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧୁରୀ, ଶ୍ରୀମତୀ ମନସ୍ବିନୀ ରଥ ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାରପତି,ଶ୍ରୀମତୀ ଲପାମୁଦ୍ରା ବେହେରା, ବରିଷ୍ଟ ଦେୱାନୀ ବିଚାରପତି (ଏଲ. ଆର ଏବଂ ଏଲ. ଟି.ଭି), ଶ୍ରୀଯୁକ୍ତ ପାର ପାଢୀ ଦେୱାନୀ ବିଚାରପତି, ଯାଜପୁର ଯୋଗ ଦେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ରାୟ ଗୁଡ଼ିକ କିପରି ଏ.ଆଇ ମାଧ୍ୟମରେ ଆଚଂଳିକ ଭାଷାରେ ଉପଲବ୍ଧ ହୋଇପାରିଛି, ମଧ୍ୟସ୍ଥତା ମାଧ୍ୟମରେ କିପରି ମକଦ୍ଦମା ଗୁଡ଼ିକର ସହଜ ସମାଧାନ କରାଯାଇ ପାରିବ ଏବଂ ଇ-ଫାଇଲିଂ ତଥା ଭିଡ଼ିଓ କନଫେରନସିଂ ରୁଲସ୍ ବିଷୟରେ ଉପସ୍ଥିତ କୋର୍ଟର ଷ୍ଟାପ୍, ପ୍ୟାନେଲ ଲୟର, ପି.

ଅତିରିକ୍ତ ଜିଏସ୍‌ଟି ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ l

Image
ଯାଜପୁର /ବ୍ୟାସନଗର (ବ୍ୟୁରୋ ରିପୋର୍ଟ) :- ଗତ ୩୦ ତାରିଖ ସ୍ଥାନୀୟ ଯାଜପୁରରୋଡ଼ର ଧବଳଗିରିସ୍ଥିତ ଷ୍ଟେଟ୍ ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟ ପରିସରରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଆୟୁକ୍ତ ସନ୍ତୋଷ କୁମାର ଦାସଙ୍କ ପରାମର୍ଶ କ୍ରମେ କଲୋନି ପରିସରରେ ସବୁଜିମା ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁଗ୍ମ ଜିଏସ୍‌ଟି କମିଶନର(ଅପିଲ) ଦିଲେଶ୍ୱର ମାଝି, ବରିଷ୍ଠ ପଦାଧିକାରୀ ପ୍ରିୟରଂଜନ ଦାଶ, ସୈାମ୍ୟପ୍ରକାଶ ସ୍ୱାଇଁ, ସଂଜୀବ କୁମାର ନାୟକ, ସତ୍ୟଶାନ୍ତି ମାଝୀ, ବିବେକାନନ୍ଦ ଦାସ, ଶେଖର ଚନ୍ଦ୍ର ସାହୁ, ଅସିତ୍ କୁମାର ମହାନ୍ତି, ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର, ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟର ସେକ୍‌ସନ ଅଫିସର ସତ୍ୟରଂଜନ ପରିଡ଼ା (ପିଂଟୁ ବାବୁ), ଜିଏସ୍‌ଟି ନିରୀକ୍ଷକ ଗଣେଷ କୁମାର ଜେନା, ଇନ୍ଦ୍ରମଣି ପାଲ, ଭାନୁପ୍ରିୟା ବାରିକ, ମୋନାଲିସା ବାରିକ, ସୁଚିସ୍ମିତା ନାୟକ, ସୁଶ୍ରୀସଂଗିତା ସେଠୀ, ମାନସ କୁମାର ସାହୁ, କ୍ଷଣପ୍ରଭା ଧଳ, ପୁଷ୍ପମଂଜରୀ ଆଇଚ, ଅନ୍ନଦା ପ୍ରସାଦ ମହାନ୍ତି, ଶେଖ ଆଲମ, ‘ଉଦୟବଟ’ର ସମ୍ପାଦକ ତଥା ବିଶିଷ୍ଠ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ, ଲାୟନ୍‌ସ କ୍ଲବର ବରିଷ୍ଠ କାର୍ଯ୍ୟକର୍ତା ପ୍ରଲୁବ୍ଧ ଜେନା, ପ୍ରଦ୍ୟୁମ୍ନ ନାୟକ, ସମାଜସେବ