Posts

ଭରତପୁର ଥାନା ଘଟଣାରେ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମେଜର ଓ ତାଙ୍କ ବାନ୍ଧବୀ ଙ୍କୁ ଭରତପୁର ରେ ନିର୍ଯାତନା ମାମଲା ଘଟଣାକୁ ନେଇ କେନ୍ଦୁଝର ଗସ୍ତରୁ ଫେରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ ଅନୁରୋଧ କରାଯାଇଛି । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହିତ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ଭି.ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍

ଯାଜପୁର ଠାରେ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ।

Image
ଯାଜପୁର, ତା ୨୦.୦୯ : - କୁସୁମା ପଡିଆ ଯାଜପୁର ଠାରେ ସରକାରଙ୍କ ୧୦୦ ଦିନ ଉପଲକ୍ଷେ ପ୍ରଗତିର  ନୂତନ ସୂର୍ଯ୍ୟୋଦୟ ୨୦୩୬ ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ କାର୍ଯ୍ୟକ୍ରମ ଏବଂ ବିକାଶ ମେଳାର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ଓଡିଶାର ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯାଜପୁର ଅଞ୍ଚଳରେ ଖଣିଜ ସଂପଦ, ପ୍ରାକୃତିକ ସଂପଦ ଓ ପର୍ଯ୍ୟଟନ ସ୍ଥଳୀ ଭରପୁର ରହିଛି। ଏହାର ବିନିଯୋଗ ହେଲେ ସମଗ୍ର ବିଶ୍ବରେ ଯାଜପୁର ଏକ ଐତିହ୍ୟ, ସଂସ୍କୃତି କେନ୍ଦ୍ର ହେବ। ବର୍ତ୍ତମାନ ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ପାରୁଛି। ଏ ସରକାର ହେଉଛି ଲୋକଙ୍କ ସରକାର ଏହା ଜନ ଭାଗିଦାରୀ ରେ ଚାଲୁଛି। ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ହେବ। ପ୍ରତ୍ୟେକ ଯୋଗ୍ୟ ମା' ଙ୍କୁ ଆମେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ କରିବୁ। ତାହା ଆଜି ସାକାର ହୋଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି କର୍ପସ ପାଣ୍ଠି ଗଠନ କରାଯାଇଛି। ଧାନର ଆଉ ଅଭାବି ବିକ୍ରି ହେବ ନାହିଁ, ଏମ. ଏସ. ପି. ବୃଦ୍ଧି କରାଯାଇ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡା.ରବି ନାରାୟଣ ବେହେରା କହିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ

ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ।

Image
ଯାଜପୁର ତା ୧୮.୦୯ :- ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ୫ମ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ଶ୍ରୀମତୀ ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯାଜପୁର ସାଂସଦ ଡା.ରବିନାରାୟଣ ବେହେରା, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ବିଞ୍ଝାରପୁର ବିଧାୟିକା  ଶ୍ରୀମତୀ ପ୍ରମିଳା ମଲ୍ଲିକ, ବଡଚଣା ବିଧାୟକ ଶ୍ରୀ ଅମର ନାୟକ, କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ବରୀ ବିଧାୟକ ଶ୍ରୀ ବିଶ୍ବରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ବିଧାୟକ ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ଼ୀ, ଜିଲ୍ଲା ପରିଷଦ ଉପ-ସଭାପତି ଶ୍ରୀ ଗଣେଶ୍ବର ବରାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥ‌ିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦ ସଭାପତି  ଶ୍ରୀମତୀ ନଳିନୀ ପ୍ରଭା ଜେନା ନବ ନିର୍ବାଚିତ ସାଂସଦ, ବିଧାୟକ ଓ ବିଧାୟିକାଙ୍କୁ ସମ୍ବଦ୍ଧିର୍ତ କରିଥିଲେ । ଏହି ବୈଠକରେ ପୂର୍ବ ବୈଠକର ବିବରଣୀକୁ ଦୃଢୀକରଣ କରଯାଇଥିଲା । ଉପସ୍ଥିତ ସାଂସଦ, ବିଧାୟକ ଓ ବିଧାୟିକାମାନେ ଶିକ୍ଷକ ଶିକ୍ଷୟତ୍ରୀ ବଦଳି ସମ୍ପର୍କରେ ସ

ଏ ଆଇ ୟୁ ଟି ୟୁ ସି (AIUTUC) ର ୧ମ ଯାଜପୁର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।

Image
  ବ୍ୟାସନଗର.ତା୧୫/୦୯ :- ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୮ହଜାର ଟଙ୍କା, ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ବନ୍ଦ , ସ୍ଥାୟୀ କାମରେ ଠିକା ନିଯୁକ୍ତି ବନ୍ଦ, ମଧ୍ୟାହ୍ନ ଭୋଜନ, ପାଚିକା,ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଦେବା, ସୁକିନ୍ଦା ଖଣି ଅଞ୍ଚଳରେ ଛଟେଇ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଦେବା ଆଦି ଦାବୀରେ ଆଜି ଏ ଆଇ ୟୁ ଟି ୟୁ ସି ୧ମ ଯାଜପୁର ଜିଲ୍ଲା ସମ୍ମିଳନୀ ଯାଜପୁର ରୋଡର ଧବଳଗିରି ଠାରେ ଶ୍ରମିକ ପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ପାଚିକା, ଆଶା, ଅଙ୍ଗନୱାଡ଼ି ଏବଂ ସୁକିନ୍ଦାର ଖଣି ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳର ଶ୍ରମିକ ପ୍ରତିନିଧି ମାନେ ଯୋଗଦେଇ ଥିଲେ। ସଂଗଠନର ରକ୍ତ ପତାକା ଉତ୍ତୋଳନ ଓ ସହିଦ୍ ବେଦୀରେ ମାଲ୍ୟଦାନ କାର୍ଯ୍ୟକ୍ରମ ମଧ୍ୟଦେଇ ଏ ଆଇ ୟୁ ଟି ୟୁ ସି ର ଯାଜପୁର ଜିଲ୍ଲା ସାଂଗଠନିକ କମିଟିର ସଭାପତି ସୁଧାଂଶୁ ଦାସ ଙ୍କ ନେତୃତ୍ୱରେ ସୁରେନ୍ଦ୍ର ମଲ୍ଲିକ, ବୀରକିଶୋର ନାୟକ ଓ ଶଙ୍କର ସିଦ୍ଧୁ ଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାର ଆରମ୍ଭରେ ଜିଲ୍ଲାର ଉପ- ସଭାପତି ବୀରକିଶୋର ନାୟକ ବିଶ୍ଵ ତଥା ଆମ ଦେଶର ଶ୍ରମିକ ଆନ୍ଦୋଳନ ଓ ଗଣତାନ୍ତ୍ରିକ ଅନ୍ଦୋଳନର ସହିଦ୍ ମାନଙ୍କ ଉଦେଶ୍ୟରେ

ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜଖପୁରା ରେଲୱେ ଷ୍ଟେସନରେ ବନ୍ଦେ ଭାରତକୁ ସ୍ଵାଗତ l

Image
ଯାଜପୁର(କଳିଙ୍ଗନଗର) :- ରାଜ୍ୟରେ ଗଡିଲା ଆଉ ୨ଟି ବନ୍ଦେ ଭାରତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ କୁ ଭର୍ଚୁଆଲ ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଜଖପୁରା ଷ୍ଟେସନରେ ବନ୍ଦେ ଭାରତକୁ ଆନନ୍ଦ ଉତ୍ସାହ ର ସହ ସ୍ଵାଗତ କରାଯାଇଥିଲା । ଯାଜପୁର ଜିଲ୍ଲା ର ଜିଲ୍ଲାପାଳ ପି. ଅନେଶ୍ଵା ରେଡି ଏସ.ପି. ଯାଜପୁର ବିନୀତ ଅଗ୍ରଓ୍ବାଲ ଏବଂ ରେଳ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଯାଜପୁର ସାଂସଦ ରବି ନାରାୟଣ ବେହେରା ଉପସ୍ଥିତ ରହି ବନ୍ଦେ ଭାରତ ଏକ୍ସପ୍ରେସ୍ କୁ ପତାକା ଦେଖାଇ ସ୍ଵାଗତ କରିଥିଲେ l ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍  ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋଡ଼, ଭୁବନେଶ୍ଵର, କଟକ, ଜଖପୁରା,ହରିଚନ୍ଦନପୁର,କେନ୍ଦୁଝରଗଡ଼,ନୟାଗଡ଼, ବାଂଶପାଣି, ବଙ୍ଗୀର ପୋଷି,ଚାଇଁବସା ହୋଇ ଟାଟାନଗରରେ ପହଞ୍ଚିବ।   କଳିଙ୍ଗନଗରରେ  ବନ୍ଦେ ଭାରତ ଏକ୍ସପ୍ରେସ୍ ରହଣି କୁ  ନେଇ ଯାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀ  ବହୁତ ଖୁସିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ସ୍ଥାନୀୟ ସମସ୍ତ ନେତୃ ମଣ୍ଡଳୀ ଓ ଶତାଧିକ ବିଜେପ

"ସ୍ବଚ୍ଛତା ହିଁ ସେବା" ଅଭିଯାନର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକ ।

Image
ଯାଜପୁର ତା ୧୩,୦୯ :- ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ ଓସୱାନ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ସ୍ବଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପି. ଅନୁଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବଛତା ପକ୍ଷ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଗାନ୍ଧିଜୟନ୍ତୀ ପର୍ଯ୍ୟନ୍ତ  ଚାଲିବ । ଚଳିତ ବର୍ଷର ବିଷୟବସ୍ତୁ "ସ୍ବଭାବ ସ୍ବଚ୍ଛତା ସଂସ୍କାର ସ୍ବଚ୍ଛତା"। ସ୍ବଚ୍ଛତା କାର୍ଯ୍ୟକ୍ରମରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ସାମିଲ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସ୍ବଚ୍ଛତା କାର୍ଯ୍ୟକ୍ରମରେ ସମସ୍ତଙ୍କର ଯୋଗଦାନ, ସଂମ୍ପୁର୍ଣ୍ଣ ସ୍ବଚ୍ଛତା, ସଫେଇ କର୍ମଚାରୀଙ୍କ ସୁରକ୍ଷା ପରି ବିଭାଗରେ ବିଭକ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ କାର୍ଯ୍ୟାଳୟ , ଜାତୀୟ ରାଜପଥ, ଜଙ୍କସନ, ବ୍ଳକ ମହକୁମା, ହାଟ, ମାର୍କେଟ କମ୍ପ୍ଲେକ୍ସ , ବସଷ୍ଟାଣ୍ଡ ଇତ୍ୟାଦି ସର୍ବସାଧାରଣ ସ୍ଥାନ ଓ ଅଳିଆ ଆବର୍ଜନା ପକାଯାଉଥ‌ିବା ସ୍ଥାନ (ଡମ୍ପିୟାର୍ଡ) ସଫା କରାଯିବ। ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରବନ୍ଧ, ବକ୍ତୃତା, ସ୍ଲୋଗାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦବ୍ୟତୀତ ୱାଲ ପେଣ୍ଟିଙ୍ଗ, ସଫେଇ କର୍ମଚାରୀଙ୍କ ସୁରକ୍ଷା କାର୍ଯ୍ୟକ୍ରମ, ବୃକ୍ଷରୋପଣ, ଆଦି କାର୍ଯ୍ୟକ୍ର

ମା' ବିରଜାଙ୍କର ରଥଯାତ୍ରା ଏବଂ ଦଶହରା ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

Image
ଯାଜପୁର ତା ୧୩.୦୯ : - ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯାଜପୁର ସଦର ମହକୁମାରେ ମା' ବିରଜାଙ୍କ ରଥଯାତ୍ରା ଏବଂ ଦଶହରା ପର୍ବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଏଥ‌ିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଶ୍ରୀ ନବକୃଷ୍ଣ ଜେନା ଆଗାମୀ ଦଶହରା ପୂଜା, ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅକ୍ଟୋବୋର ୧୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଯାଜପୁର ସହରର ସଂକୀର୍ଣ୍ଣ ରାସ୍ତାକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ଛକ, ସୋରୁମ ମାନଙ୍କ ସାମ୍ନାରେ ଟ୍ରାଫିକ ବ୍ୟବସ୍ଥା କଡାକଡି ଭାବେ ନିୟନ୍ତ୍ରଣ କରିବା ସହିତ ଅଧ‌ିକ ସଂଖ୍ୟକ ପୁଲିସ ମୁତୟନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ମା' ବିରଜାଙ୍କ ରଥଟଣା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ପ୍ରଦତ୍ତ କାର୍ଯ୍ୟ ସୂଚୀ ମୁତାବକ ସମ୍ପନ୍ନ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ସତପଥି ଜଣାଇଥିଲେ । ରଥଟଣା ପୂର୍ବରୁ ମନ୍ଦିର ଚତୁଃପାର୍ଶ୍ଵର ରାସ୍ତାକୁ ମରାମତି ପାଇଁ ଅଧ୍ୟକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଅନୁରୋଧ କରାଗଲା । ମନ୍ଦିର ନିକଟରେ ଏକ ପାଣି ଟ୍ୟାଙ୍କରର ବ୍ୟବସ୍ଥା କରିବା ପାଇଁ ଜନ ସ୍ବାସ୍ଥ୍ୟ  ବିଭାଗକୁ ଦାୟିତ୍ୱ ଦିଆଗଲା । ଦୂର୍ଗା ପୂଜାର ଅବ୍ୟବହିତ ପୂର୍ବରୁ ସମସ୍ତ ମଣ୍ଡପଗୁଡିକୁ ତନଖି କମି