Posts

"ଏସୟୁଜେ ଓଡ଼ିଶା" ଢେଙ୍କାନାଳ ଜିଲ୍ଲା ଶାଖା ବୈଠକ ଅନୁଷ୍ଠିତ l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଗତକାଲି "ଏସୟୁଜେ ଓଡ଼ିଶା" ଢେଙ୍କାନାଳ ଜିଲ୍ଲା ଶାଖା ବୈଠକ କାମାକ୍ଷାନଗର ଠାରେ ଅନୁଷ୍ଠିତ ହୋଇଥିଲା। ଯୁବ ସାମ୍ବାଦିକ ଚିତ୍ତରଞ୍ଜନ ଦ୍ଵିବେଦୀ ଙ୍କ ଆବାହକତ୍ବ କ୍ରମେ ବୈଠକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ନନ୍ଦ ସ୍ଵାଗତ ଭାଷଣ ଓ ମଧୁପ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଏସୟୁଜେ ଓଡ଼ିଶା ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଜାତୀୟ ସାମ୍ବାଦିକ ୟୁନିୟନ କାର୍ଯ୍ୟକାରିଣୀର ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ, ବରିଷ୍ଠ ସାମ୍ବାଦିକ ମୀନକେତନ ସ୍ଵାଇଁ ଏବଂ ସ୍ଵତନ୍ତ୍ର ଅତିଥି ଭାବେ ସେବା ନିବୃତ୍ତ ସେନା କର୍ମଚାରୀ ତଥା ଯୋଗ ଗୁରୁ ରବିନ୍ଦ୍ର ସାହୁ ଯୋଗ ଦେଇଥିଲେ। ଏସୟୁଜେ ଓଡ଼ିଶା ସଂଗଠନ କ'ଣ? ରାଜ୍ୟ ରେ ଅନେକ ସାମ୍ବାଦିକ ସଙ୍ଘ ଥାଉ ଥାଉ ପୁଣି ଏସୟୁଜେ କାହିଁକି? ଏହାର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦେଶ୍ୟ କ'ଣ ସେ ସମ୍ପର୍କରେ ରାଜ୍ୟ ସଭାପତି ଶ୍ରୀ ନାୟକ ଏବଂ ସମ୍ମାନୀତ ଅତିଥି ଶ୍ରୀ ପାଢ଼ୀ ବିସ୍ତୃତ ସୂଚନା ରଖିଥିଲେ। ସ୍ଵତନ୍ତ୍ର ଅତିଥି ଶ୍ରୀ ସାହୁ ଏସୟୁଜେ ଓଡ଼ିଶା ସାମ୍ବାଦିକ କଲ୍ୟାଣ ନିମନ୍ତେ ନେଇଥିବା ପଦକ୍ଷେପ କୁ ପ୍ରଶଂସା କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ସ୍ଵାଇଁ ତାଙ୍କ ଅଭିଭାଷଣରେ "ଏସୟୁଜେ ଓଡ଼ିଶା" ରେ ଅନେକ ଅଭିଜ୍ଞ ସାମ୍ବାଦିକ ଏବ

ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ):- ଆଜି ଲୋକସଭା ଭବନରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଯୋଗଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଶେଷଧାଡ଼ିରେ ଥିବା ଲୋକଙ୍କ ପାଖରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ପହଞ୍ଚାଇବା ପାଇଁ ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ। ଏହି ସମ୍ମିଳନୀରେ ଲୋକଙ୍କ ସମସ୍ୟା ପ୍ରତି ଆମ ସରକାର ପ୍ରସ୍ତୁତ କରିଥିବା ରୋଡ଼ମ୍ୟାପ ନେଇ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସେହିପରି ଗଣମାଧ୍ୟମ, ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗ ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିଛନ୍ତି ରାଜ୍ୟ ସରକାର । ଏହି ଅବସରରେ ଜିଲ୍ଲାପାଳ ମାନେ ଜିଲ୍ଲା ସ୍ତରରେ ଲୋକଙ୍କୁ ତ୍ବରିତ ସେବା ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରରେ ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳମାନଙ୍କୁ ବୁଝିଥାନ୍ତି । ବିଦ୍ୟାଳୟ, ଅଙ୍ଗନବାଡି, ଡାକ୍ତରଖାନା, ପୌରପରିଷଦ ଓ ବ୍ଲକ ସ୍ତରରେ ନିଜେ କାର୍ଯ୍ୟର ଅଗ୍ରଗତି ନିମନ୍ତେ ପରିଦର୍ଶନ କରିବାକୁ ମୁଖ୍ୟମନ୍ତ

ଯେଉଁମାନେ ଧନ ସମ୍ପତ୍ତି କୁ ସବୁକିଛି ଭାବନ୍ତି, ସେମାନଙ୍କ ପାଇଁ କିଛି....

Image
                    ବିଶେଷ ଉଲ୍ଲେଖ   ଧନଦ୍ୱାରା ଖାଦ୍ୟ ମିଳିପାରେ - କିନ୍ତୁ କ୍ଷୁଧା ନୁହେଁ ଧନଦ୍ୱାରା ଶଯ୍ୟା ମିଳିପାରେ - କିନ୍ତୁ ନିଦ୍ରା ନୁହେଁ । ଧନଦ୍ୱାରା ଔଷଧ ମିଳିପାରେ - କିନ୍ତୁ ଆୟୁ ନୁହେଁ । ଧନଦ୍ୱାରା ପୁସ୍ତକ ମିଳିପାରେ - କିନ୍ତୁ ବିଦ୍ୟା ନୁହେଁ । ଧନଦ୍ବାରା ପ୍ରଚକ୍ଷୁ ମିଳିପାରେ - କିନ୍ତୁ ଚକ୍ଷୁ ନୁହେଁ । ଧନଦ୍ୱାରା ଆରାମ ମିଳିପାରେ - କିନ୍ତୁ ରାମ ନୁହେଁ । ଧନଦ୍ୱାରା ସମ୍ମାନ ମିଳିପାରେ - କିନ୍ତୁ ଶ୍ରଦ୍ଧା ନୁହେଁ । ଧନଦ୍ୱାରା ସଙ୍ଗୀ ମିଳିପାରେ - କିନ୍ତୁ ମିତ୍ର ନୁହେଁ । ଧନଦ୍ୱାରା ଶିକ୍ଷକ ମିଳିପାରେ - କିନ୍ତୁ ସଦ୍‌ଗୁରୁ ନୁହେଁ । ଧନଦ୍ୱାରା ଆଭୂଷଣ ମିଳିପାରେ – କିନ୍ତୁ ସୌନ୍ଦର୍ଯ୍ୟ ନୁହେଁ । ଧନଦ୍ୱାରା ବିଜୁଳୀ ମିଳିପାରେ - କିନ୍ତୁ ଅନ୍ତଃ ପ୍ରକାଶ ନୁହେଁ । ଧନଦ୍ୱାରା ଆସକ୍ତି ମିଳିପାରେ - କିନ୍ତୁ ଶକ୍ତି ନୁହେଁ । ଧନଦ୍ବାରା କାମିନୀ ମିଳିପାରେ - କିନ୍ତୁ ଧର୍ମପତ୍ନୀ ନୁହେଁ । ଧଦ୍ଵାରା ଚିତ୍ର ମିଳିପାରେ - କିନ୍ତୁ ଚରିତ୍ର ନୁହେଁ ।  ଧନଦ୍ୱାରା ସୁଖଭୋଗ ମିଳିପାରେ - କିନ୍ତୁ ଆତ୍ମାଶାନ୍ତି ନୁହେଁ l ଜୀବନ ଯାପନ ପାଇଁ ଧନର ସାମାନ୍ୟ ଆବଶ୍ୟକତା ଥାଇପାରେ  ମାତ୍ର ଏହା ଜୀବନ ପାଇଁ ସବୁକିଛି ନୁହେଁ । ଧନସମ୍ପଦର ଆସୁରୀ  ଉପଯୋଗ ସର୍ବଥା ତ୍ୟାଜ୍ୟ । ସଂସାର କଲ୍ୟାଣରେ ଏହାର ଯେତେ  ଉପଯୋଗ ହୋଇପାରିବ, ନିଜକୁ ସେତେ ସୁଖ ସନ୍ତୋଷ ମିଳିବ । ଧନଦ୍ୱାରା କେହ

ପୋଲିସ କବଜାରେ ୧୦୦ କୋଟି ମାଗିଥିବା ବିଦ୍ୟାଳୟ କବ୍ଜା କାରୀ l

Image
ସୁନ୍ଦରଗଡ଼(ବ୍ୟୁରୋ ରିପୋର୍ଟ) :- ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ବଡ଼ଜଲ ବିଦ୍ୟାଳୟ କୁ କବ୍ଜା କରି ଆତଙ୍କରାଜ ଚଳାଇଥିବା ବ୍ୟକ୍ତି ଧନୀ ମୁଣ୍ଡା ଧରାପଡିଲା , ତୀର ଓ ବାଟୁଳି ଧରି ବିଦ୍ୟାଳୟ ରେ ଚଳାଇଥିଲା ଆତଙ୍କରାଜ । ଦୀର୍ଘ ପାଞ୍ଚ ଦିନ ଧରି ପୋଲିସ ବିଫଳତା ପରେ ଡିଭିଏଫ ଟିମ ଚତୁରତାର ସହ ବିଦ୍ୟାଳୟ ତୃତୀୟ ମହଲାରୁ କାବୁ କରିଛି ଧନୀ ମୁଣ୍ଡା କୁ । ତୀର, ବାଟୁଳି, ଅନ୍ୟାନ୍ୟ ସାମଗ୍ରୀ ଜବତ କରି ମହଲପଦା ଥାନାକୁ ତାଙ୍କୁ ନିଆଯାଇଛି। ପାଞ୍ଚ ଦିନ ହେଲା ହେଲା ବିଦ୍ୟାଳୟକୁ କବ୍ଜା କରି ରଖିଥିଲା ଏହି ବ୍ୟକ୍ତି ଜଣଙ୍କ । ବିଦ୍ୟାଳୟ ଛାତ ଉପରେ ରହି ଧନୁ ତୀର ଓ ବାଟୁଳି ଧରି ଆତଙ୍କରାଜ ଚଳାଇଥିଲା । ବିଦ୍ୟାଳୟ ର ମଧ୍ୟାହ୍ନଭୋଜନ ଚାଉଳ ନେଇ ଛାତ ଉପରେ ରୋଷେଇ କରି ଖାଉଥିଲା । ତାଙ୍କ ଆତଙ୍କରାଜରେ ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ । ବିଦ୍ୟାଳୟ ର ପ୍ରଧାନଶିକ୍ଷକଙ୍କୁ ବାଟୁଳି ଦ୍ବାରା ଆକ୍ରମଣ କରିବା ପରେ ପ୍ରଧାନଶିକ୍ଷକ ଥାନାରେ ଜଣାଇ ଥିଲେ l ତାଙ୍କୁ କାବୁ କରିବାକୁ ଯାଇଥିବା ମହୁଲପଦା ଥାନା ଆଇଆଇସି ସୁରେଶ ପ୍ରଧାନଙ୍କୁ ସେ ତୀର ମାରି ଦେଇଥିଲେ। ବିଦ୍ୟାଳୟ ଛାତ ଉପରେ ଥିବା ଧନୀ ମୁଣ୍ଡାକୁ କାବୁ କରିବାକୁ ବଣାଇ ଏସ୍‌ଡିପିଓଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ଫୋର୍ସ ଓ ନିକଟସ୍ଥ ୩ଟି ଥାନାର ଆଇଆଇସି ଉଦ୍ୟମ ଚଳାଇଥିଲେ । ସନ୍ଧାନୀ କୁକୁରକୁ ଓ ଡ୍ରୋନ ମଧ୍ୟ ଏହି ଅପରେସନରେ ସାମିଲ କରାଯାଇଥିଲା ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ବନ୍ଧୀୟ ସଚେତନତା ସଭା l

Image
ଯାଜପୁର ତା ୨୫.୦୯ :- ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ବନ୍ଧୀୟ ଏକ ଆଇନ ସଚେତନତା ସଭା ଯାଜପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଯୋଗ ଦେଇ ସଭାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନର ବିଭିନ୍ନ ଦିଗ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ଆଇନ ଆଖରେ ଶିଶୁ କହିଲେ ଗର୍ଭ ସଂଚାରଠାରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବାଳକ ବାଳିକା ଉଭୟ ଶିଶୁଙ୍କୁ ବୁଝାଏ, ଏହି ବୟସର ଶିଶୁକୁ ବିଶେଷ କରି କନ୍ୟା ଶିଶୁ ମାନଙ୍କ ପ୍ରତି ବଢି ଚାଲିଥିବା ଯୌନ ନିର୍ଯ୍ୟାତନା ଅପରାଧରୁ କିପରି ସେମାନଙ୍କୁ ସୁରକ୍ଷା ଦିଆଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ । ଯାଜପୁର ଜିଲ୍ଲାର ସ୍ଵତନ୍ତ୍ର ପୋସ୍କୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଅଭିଜିତ ପଲେଇ ଯୋଗ ଦେଇ କନ୍ୟା ଶିଶୁମାନଙ୍କୁ ଯୌନନିର୍ଯ୍ୟାତନାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଥ‌ିବା ପୋକ୍ସୋ ଆଇନ ସମ୍ପର୍କରେ ସୂଚନା ଦେବା ସହିତ ଏ କ୍ଷେତ୍ରରେ ଶିଶୁମଙ୍ଗଳ କମିଟି ଓ ପୋଲିସ୍‌ର ଦାୟିତ୍ଵ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ l ଏହା ବ୍ୟତୀତ ଯୌନଶୋଷଣ  ହୋଇଥିବା ୧୮ ବର୍ଷରୁ କମ୍ ନାବାଳିକାମାନେ କିପରି ନ୍ୟାୟ ପାଇପାରିବେ, କ

ଏକ ହଜାର ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ବିଧାନସଭା ଚାଲିଥିଲା ତା ଭିତରର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ପାଇଁ ୬ ସପ୍ତାହ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଏକ ହଜାର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିବେ ଓ ଅଭିଯୋଗ ପତ୍ର ଗ୍ରହଣ କରିବେ । ଲୋକମାନେ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ। ସୋମବାର ପୂର୍ବରୁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିଥିବା ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଗକୁ ଯେଉଁମାନେ ପଞ୍ଜିକରଣ କରିବେ ସେମାନଙ୍କ ପାଇଁ ୩ଟି ଅଣ ପଞ୍ଜିକୃତ କେନ୍ଦ୍ର କରାଯାଇଛି । ଯେଉଁମାନେ ପଞ୍ଜିକରଣ କରିବେ ସେମାନଙ୍କ ଫୋନକୁ ମେସେଜ ଯିବ । ତେବେ ଯେଉଁମାନଙ୍କ ଫୋନକୁ ମେସେଜ ଯିବ ନାହିଁ ସେମାନେ ପୁଣି ଆଉ ଥରେ ପଞ୍ଜିକରଣ କରିପାରିବେ । ଆଜିଠାରୁ ପ୍ରଥମ ଥର ପାଇଁ ପାଇଁ ସମ୍ପୂର୍ଣ୍ଣ ଅନଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସେହିପରି କିଛି ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ କରାଯାଉଥିବା ବେଳେ କିଛି ଲୋକଙ୍କୁ ପ୍ରତିଶ୍ରୁତି ମିଳିଛି । ଆଜି ଅନୁଗୋଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶଙ୍କର ଦାସ ନିଜ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରଖିଥି

ଭରତପୁର ଥାନା ଘଟଣାରେ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମେଜର ଓ ତାଙ୍କ ବାନ୍ଧବୀ ଙ୍କୁ ଭରତପୁର ରେ ନିର୍ଯାତନା ମାମଲା ଘଟଣାକୁ ନେଇ କେନ୍ଦୁଝର ଗସ୍ତରୁ ଫେରିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ ଅନୁରୋଧ କରାଯାଇଛି । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହିତ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ଭି.ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍