ସାମ୍ବାଦିକମାନେ ଭୁଲ ସୂଚନା ପରିବେଷଣ କରି ସମାଜକୁ ଭ୍ରମିତ କରିବା ଉଚିତ୍ ନୁହେଁ- ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ l
ବ୍ୟାସନଗର :- ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ୬ଷ୍ଠ ବାର୍ଷିକ ଉତ୍ସବ ରବିବାର ପୂର୍ବାହ୍ନରେ ସଂଘର ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ଉପଦେଷ୍ଟା ହାରଧନ ବାନାର୍ଜୀ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ସଂଗଠନ ସମ୍ପାଦକଉମାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମବାୟ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଡ. ପ୍ରଦୀପ ବଳସାମନ୍ତ ଉତ୍ସବକୁ ଉଦ୍ଘାଟନ କରି କହିଲେ ଯେ, ସାମ୍ବାଦିକମାନେ ଭୁଲ ସୂଚନା ପରିବେଷଣ କରି ସମାଜକୁ ଭ୍ରମିତ କରିବା ଉଚିତ୍ ନୁହେଁ । ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ, ଯାଜପୁରକୁ ଏକ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ମୁଁ ସମ୍ପୂର୍ଣ୍ଣ ଚେଷ୍ଟିତ । ସାମ୍ବାଦିକମାନେ ସତ୍ୟନିଷ୍ଠ ଖବର ପରିବେଷଣ କଲେ ସମାଜ ଓ ଲୋକଙ୍କ ମଙ୍ଗଳ ହେବ ବୋଲି କହିବା ସହିତ ଆମ ସରକାର ସାମ୍ବାଦିକମାନଙ୍କ ସମସ୍ୟାକୁ ନେଇ ଯଥେଷ୍ଟ ଯତ୍ନବାନ ଓ ସଚେତନ ଅଛି ବୋଲି ସୂଚାଇଥିଲେ । ଆଜିର ସଭାରେ ଉପସ୍ଥାପିତ ସାମ୍ବାଦିକମାନଙ୍କ ସମସ୍ୟାଗୁଡିକ ଏକ ପ୍ରତିନିଧି ଦଳ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ସେ ଭରସା ଦେଇଥିଲେ । ଏଥିରେ ମୁଖ୍ୟ ଅତି