Posts

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କଲେ ଗୋବିନ୍ଦା l

Image
ପୁରୀ (ବ୍ୟୁରୋ) - ଜଗତର ନାଥ ଜଗନ୍ନାଥଙ୍କ ଅପାର ମହିମା, ସେଥିପାଇଁ ତ ଦେଶବିଦେଶରେ ପ୍ରଭୁଙ୍କ ବହୁତ୍ ପ୍ରସିଦ୍ଧି ଅଛି l ଗତକାଲି ଲୋକପ୍ରିୟ ବଲିଉଡର ଅଭିନେତା ଗୋବିନ୍ଦା ଆହୁଜା ଓ ତାଙ୍କର ସ୍ତ୍ରୀ ସୁନୀତା ଆହୁଜା ପୁରୀରେ ପହଂଚି ଥିବା ବେଳେ ରାତ୍ର ୯.୩୦ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ l ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଖୁସି ଓ ଆନନ୍ଦିତ ହେଲେ ବୋଲି କହିଛନ୍ତି l Rita vision News 

ଜିଲ୍ଳା ଶିକ୍ଷା ଅଧିକାରୀ ଙ୍କ ବାସଭବନରେ ଶିକ୍ଷକ ଙ୍କ ଆତ୍ମହତ୍ଯା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ବାସଭବନ ରୁ ଶିକ୍ଷକ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଜିଲ୍ଲା ଶିକ୍ଷାଧିକାରୀ ଙ୍କ ବାସଭବନ ରେ କୋରାପୁଟ ଜିଲ୍ଲା  ଦଶମନ୍ତପୁର ବ୍ଲକ ଚିକାମ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଫ୍ଯାନ୍ ରେ ରଶି ଲଗାଇ ଆତ୍ମହତ୍ଯା କରିଥିବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି l ମୃତକର ପାଖରୁ ଏକ ସୁଇସାଇଡ ନୋଟ୍ କୁ ପୋଲିସ ଜବଦ କରିଛି l ସେ ସୁଇସାଇଡ ନୋଟ୍ ରେ ସେ ସାତ ଜଣଙ୍କୁ ଦୋଷୀ ବୋଲି ଲେଖିଛନ୍ତି l ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଛି ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି l କୋରାପୁଟ ର ଦୁଇ ଜଣ ସାମ୍ବାଦିକ ଓ ପାଞ୍ଚଜଣ ଡି ଇ ଓ ଙ୍କ ସରକାରୀ କର୍ମଚାରୀ ତାଙ୍କର ମୃତ୍ୟୁ ପାଇଁ ଦାୟୀ ବୋଲି ସେ ସୁଇସାଇଡ ନୋଟ୍ ରେ ଦର୍ଶାଇଛନ୍ତି l ଏମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିଲେ ତାଙ୍କର ଆତ୍ମାକୁ ଶାନ୍ତି ମିଳିବ ବୋଲି ମଧ୍ୟ ଲେଖିଥିଲେ l ଅନ୍ୟ ପଟେ ମୃତ ଶିକ୍ଷକ ଙ୍କ ମା ଓ ସ୍ତ୍ରୀଙ୍କ ଅଭିଯୋଗ ଯେ ସେମାନେ ଶିକ୍ଷକ ଙ୍କୁ ମାରି ଆତ୍ମହତ୍ଯା ର ରୂପ ଦେଇଛନ୍ତି ତାଙ୍କୁ ଉଚିତ୍ ନ୍ୟାୟ ମିଳିବା କୁ ଦାବୀ କରିଛନ୍ତି l ଏହି ଘଟଣାରେ ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଆସାମୀକୁ ଗିରଫ କରି ଉପଯୁକ୍ତ ଦଣ୍ଡ ମିଳିବ ବୋଲି ଥାନା ଅଧିକା

ଗଞ୍ଜେଇ ଜବଦ ତିନିଜଣ ଙ୍କୁ ଗିରଫ କରିଛି ପୋଲିସ୍, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୋଲିସ୍ କୁ ମିଳିଲା ବଡ ଧରଣର ସଫଳତା l ବୋରିଗୁମ୍ମା ଥାନା ପୋଲିସ ଗତକାଲି ଚଢାଉକରି ଚୋରାଚାଲାଣ ହେଉଥିବା ବେଳେ ୪୪.୮ କିଗ୍ରା ଗଞ୍ଜେଇ ଜବଦ କରିଛି l ତାହା ସହିତ ଗୋଟାଏ ହୋଣ୍ଡା ସିଟି zx କାର୍ ନଂ HR26AF 9783 ସହିତ ତିନିଜଣ ଙ୍କୁ ଗିରଫ କରିଛି ପୋଲିସ୍ l  ସେମାନଙ୍କ ପାଖରୁ ୫୦୦୦ ଟଙ୍କା ଓ ମୋବାଇଲ୍ ଫୋନ୍ ଅନ୍ୟାନ୍ୟ କାଗଜପତ୍ର ପୋଲିସ୍ଜ ବଦ କରିଛି ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି l Rita vision News 

ପେନସନ୍ ଧାରୀ ଙ୍କୁ ଉଚିତ୍ ପ୍ରାପ୍ୟ ବାଣ୍ଟିଲେ ମନ୍ତ୍ରୀ, ଦେଖନ୍ତୁ ଏହି ରିପୋର୍ଟ ରେ...

Image
ପୁରୀ (ବ୍ୟୁରୋ) - ରାଜ୍ଯ ସରକାର ଙ୍କ ଦ୍ଵାରା ପ୍ରଚଳିତ ମଧୁବାବୁ ପେନସନ ଯୋଜନା ରେ ବହୁ ହିତାଧିକାରୀଙ୍କୁ ଏହି ପେନସନ୍ ଯୋଜନା ରେ ସାମିଲ୍ କରିବା ଦେଖିବାକୁ ମିଳିଛି l ବିଶେଷ କରି ବୃଦ୍ଧ, ବୃଦ୍ଧା ମାନଙ୍କୁ କିପରି ଭାବରେ ନିଜର ଅତିଆବଶ୍ୟକ ଜିନିଷ ନିଜେ ହିଁ ତୁଲାଇ ବେ ସେ ବିଷୟରେ ସରକାର ଯୋଜନା କରୁଛନ୍ତି l ଏହି ଅବସରରେ ପୁରୀ ଜିଲ୍ଲା ଗୋପ ବ୍ଳକର କିଛି ନୂଆ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ ବିଦ୍ୟଳୟ ଓ ଗଣଶିକ୍ଷା ଓଡିଶା ଶ୍ରୀ ସମୀର ରଞ୍ଜନ ଦାସ ଆଯୋଜିତ ସଭାରେ ଉପସ୍ଥିତ ରହି ମଧୁବାବୁ ପେନସନ ଯୋଜନାରେ ସାମିଲ ନୂତନ ହିତାଧିକାରୀଙ୍କୁ ଉପଯୁକ୍ତ ପେନସନ୍ ରାଶି ପ୍ରଦାନ କରିଥିଲେ l RITA vision News 

ଡିସେମ୍ବର ୯ ରୁ ୧୩ ତାରିଖ ତୃତୀୟ ବାର୍ଷିକ କଳିଙ୍ଗନଗର ମହୋତ୍ସବ, ଦିବ୍ୟାଙ୍ଗ ମାନଙ୍କୁ ସମର୍ପିତ l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଦାନଗଦି ବ୍ଲକ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିବାହାଳୀ ଗ୍ରାମର ମା 'ମହାପାଟ ପଡ଼ିଆ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ମାସ ୯ ତାରିଖ ରୁ ୧୩ ତାରିଖ ଦୀର୍ଘ ୫ ଧରି ବଡ଼ ଧରଣର ଆୟୋଜନ ରେ ଚାଲିବ କଳିଙ୍ଗନଗର ମହୋତ୍ସବ l ଚଳିତ ବର୍ଷ ମହୋତ୍ସବ ଟି ଏକ ସ୍ଵତନ୍ତ୍ର ଓ ନିଆରା ଢଙ୍ଗରେ ପରିଚାଳନା ପାଇଁ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି l ବିଶେଷ କରି ଦିବ୍ୟାଙ୍ଗ ମାନଙ୍କ ପାଇଁ ଏହି ମହୋତ୍ସବ ଟି ଉତ୍ସର୍ଗ କରାଯାଇଛି ଏଥି ସହିତ ପାଞ୍ଚ ଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ସ୍ଥାନୀୟ ଶିଳ୍ପ କାରଖାନା ପକ୍ଷରୁ ପ୍ରଦର୍ଶନୀ ମଣ୍ଡପ, ବାଲୁକା କଳା ପ୍ରଦର୍ଶନ, ଫୁଡ୍ ଷ୍ଟଲ୍, ମୀନା ବଜାର ସାଙ୍ଗକୁ ଏମ୍ ଏସ୍ ଏମ୍ ଇ ବିଭାଗର ଷ୍ଟାର୍ଟ ଅପ୍ ଷ୍ଟଲ୍, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଭା ଚୟନ, ହସ୍ତତନ୍ତ ଷ୍ଟଲ୍ ଏଥର ର ମୁଖ୍ୟ ଆକର୍ଷଣ ରହିବ l ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ନାମୀଦାମୀ କଳାକାର ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ପୂର୍ବ ବର୍ଷ ଭଳି ଚଳିତ ବର୍ଷ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଏହି ମହୋତ୍ସବ କୁ ସ୍ଥାନୀୟ ବୁଦ୍ଧିଜୀବି ଓ ଯୁବଗୋଷ୍ଠୀ ମାନେ ସହୋଯାଗ ନିମନ୍ତେ କଳିଙ୍ଗନଗର ମହୋତ୍ସବ କମିଟି ପକ୍ଷରୁ ଅନୁରୋ

ଉପାନ୍ତ ଅଞ୍ଚଳରେ ଦୁଇ ଜଣ ଶିକ୍ଷକ ଙ୍କ କୃତିତ୍ୱ, ଦେଖନ୍ତୁ ଏହି ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଭଳି ଏକ ଅନୁନ୍ନତ ଜିଲ୍ଲା ଅନ୍ତର୍ଗତ ପଣସପୁଟ କ୍ଳଷ୍ଟର ର ମହାଦେଇପୁଟ ଉନ୍ନୀତ ବିଦ୍ୟାଳୟ ଅବସ୍ଥିତ l ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ  କୃତିତ୍ୱ ଅର୍ଜନ କରିଥିବା ଦେଖିବାକୁ ମିଳିଛି l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ର ବିସ୍ତାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଶିକ୍ଷକ ହରେକୃଷ୍ଣ ମହାରଣା ଓ ଯୋଗେଶ ଖରା l ଏହି ଶିକ୍ଷକ ଦୁଇଜଣ ବିଜ୍ଞାନ ପ୍ରଶିକ୍ଷଣ ଜନ୍ତ୍ରପାତି ଓ ବିଭିନ୍ନ ଉପକରଣ ମାନ ତିଆରି କରି ବିଦ୍ୟାଳୟରେ ତାହାକୁ ଛାତ୍ରଛାତ୍ରୀ ମାନଙ୍କର ପ୍ରଶିକ୍ଷଣ ନିମନ୍ତେ ଅତି ଯତ୍ନର ସହିତ ସାଇତି ରଖିଛନ୍ତି l ଏହି ପରି ପରଙ୍ଗମତା କୁ ସାରା ଅଞ୍ଚଳରେ ଜନସାଧାରଣ ଭୁରୁ ପ୍ରସଂଶା କରିଛନ୍ତି l ବିଦ୍ୟାଳୟର ଏହି ଦୁଇ ଶିକ୍ଷକ ଙ୍କୁ ସରକାରୀ ସ୍ତରରେ ସମ୍ମାନୀତ କରାଯାଇ ପାରିଲେ ସେମାନଙ୍କ ର ମନୋବଳ ସୁଦୃଢ଼ ହେବା ସହ ସେମାନେ ନିଜର ବିଜ୍ଞାନ କଳାକୁ ଆଗକୁ ବଢ଼ାଇ ନେବାର ସକ୍ଷମ ହୁଅନ୍ତେ l ଏହି ଦୁଇଜଣ ଶିକ୍ଷକ ଙ୍କ ବିଜ୍ଞାନ ପ୍ରତି ଆଗ୍ରହ ଯେ କେହିବି ଆଖିରେ ନ ଦେଖି ବିଶ୍ବାସ କରି ପାରିବ ନାହିଁ l ଏହି ଦୁଇଜଣ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ଏହି ପ୍ରୟାସ ଆରମ୍ଭ କରି ଆଜି କୋରାପୁଟ ଅଞ୍ଚଳରେ ଧନ୍ୟବାଦ ର ପାତ୍ର ହୋଇପାରିଛନ୍ତି l RITA vision News 

ଡିସେମ୍ବର ୫ ତାରିଖ ରୁ ମିସନଶକ୍ତି ମେଳା ଅନୁଷ୍ଠିତ ହେବ l

Image
ଭୁବନେଶ୍ବର (ବ୍ୟୁରୋ) - ଚଳିତ ବର୍ଷ ଡିସେମ୍ବର ମାସ ୫ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ମିସନ ଶକ୍ତି ମେଳା l ଏହି ମେଳରେ ରାଜ୍ୟର ୩୦ ଟି ଜିଲ୍ଲାରୁ ପ୍ରାୟ ୫୦୦ ଏସ୍ ଏଚ୍ ଜି ଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ପଦର୍ଶନ ଓ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉଛି l ଓଡିଶା ସରକାରଙ୍କ ଆଇ ଆଣ୍ଡ୍ ପିଆର ବିଭାଗ ଦ୍ଵାରା ଆୟୋଜିତ ଏହି ମେଳା ୟୁନିଟ୍ ୩ ପ୍ରଦର୍ଶନୀ ପଡିଆ ଭୁବନେଶ୍ବର ରେ ଆୟୋଜନ କରାଯାଇଛି l ଏହି ଅବସରରେ ଏକ ପ୍ରସ୍ତୁତି ବୈଠକ ରେ ମିସନ ଶକ୍ତି ର ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ମିସନ ଶକ୍ତି ର ବିକାଶ ପାଇଁ ଏହା ରାଜ୍ଯ ସରକାର ଙ୍କ ପ୍ରୟାସ l Rita vision News