Posts

ଉପାନ୍ତ ଅଞ୍ଚଳରେ ସରକାରୀ ଶିକ୍ଷା ବ୍ୟବସ୍ଥା ର ନିଚ୍ଛକ ଉଦାହରଣ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - ଜିଲ୍ଲା ର ଉପାନ୍ତରେ ରହିଛି ମହାଦେଇପୁଟ ଗ୍ରାମପଞ୍ଚାୟତର ବିଲାପୁଟ ଗ୍ରାମ l ଗ୍ରାମରେ ବାସକରନ୍ତି ପାଞ୍ଚଶହ ଘର l ଏହି ଉପାନ୍ତ ଅଞ୍ଚଳରେ ସରକାରୀ ବିଦ୍ୟାଳୟ ଅଛି l ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ନାହିଁ କୌଣସି ସୁବିଧା l ଏହି ପ୍ରାଥମିକ ବିଦ୍ୟାଳୟ ରେ ପାଞ୍ଚଟି ଶ୍ରେଣୀରେ ମାତ୍ର ଜଣେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେ. ମନ୍ମଥ ରାଓ ସମ୍ଭାଳୁଥିବା ଦେଖିବାକୁ ମିଳିଛି l ତାଙ୍କ ସହିତ କୌଣସି ସହକାରୀ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି l ବନ ପାହାଡ଼ ଘେରା ଏହି ବିଦ୍ୟାଳୟ କୁ ଯାତାୟାତ ପାଇଁ କୌଣସି ରାସ୍ତା ନିର୍ମାଣ ହୋଇନାହଁ, ତେଣୁ ଛାତ୍ରଛାତ୍ରୀମାନଙ୍କୁ ନାଳ ଉପରେ ଅସ୍ଥାୟୀଭାବେ ଥିବା କାଠ ସହାୟତା ରେ ଯିବାଆସିବା କରୁଛନ୍ତି l ସ୍କୁଲ କୋଠରୀ ଭିତରେ ପାଣି ଗଳୁଛି l ଏହି ଆମ ସରକାରଙ୍କ ସର୍ବଶିକ୍ଷା ଅଭିଯାନର ଜ୍ୱଳନ୍ତ ଉଦାହରଣ l ଏହିପରି ଏତେ ଅସୁବିଧା ରେ ପାଠ ପଢ଼ାରେ ପିଲାମାନେ କିପରି ବଢ଼ିବେ ତାହା ଜଳ ଜଳ ହୋଇ ଦେଖାଯାଉଛି l ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଗମନାଗମନ ଓ ସ୍କୁଲ ଗୃହକୁ ପୁନ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି l 

ଭାରତୀୟ ମହାକାଶ ଗବେଷଣା ସଂଥାନ ଯିବେ ଉପାନ୍ତ ଅଞ୍ଚଳର ଛାତ୍ର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
କୋରାପୁଟ (ବ୍ୟୁରୋ) - ମାଲକାନଗିରି ଜିଲ୍ଲାର ଗୌରବ । ଉପାନ୍ତ ମାଓ ପ୍ରବଣ ଅଞ୍ଚଳର ଛାତ୍ର ଯିବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) । ନିଜର ଦୃଢ ଇଚ୍ଛାଶକ୍ତି ଏବଂ ପ୍ରତିଭା ବଳରେ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର 10ମ ଶ୍ରେଣୀ ଛାତ୍ର ଅବିନାଶ ବେହେରା ।ରାଜ୍ୟସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ବିଜେତା 20 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ ।ଚଳିତବର୍ଷ ଟାଟା ଷ୍ଟିଲ୍ କମ୍ପାନୀ ପକ୍ଷରୁ ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଆୟୋଜିତ ହୋଇଥିଲା ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ । ଏଥିରେ ରାଜ୍ୟର ମୋଟ ୩୦୦ଟି ବିଦ୍ୟାଳୟରୁ 62 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ନିଜର ପ୍ରତିଭା ଦେଖାଇ ସଫଳ ହୋଇଥିବା 20 ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅବିନାଶ ।

ଲୋକ ଅସଲି ପରିଚୟ ନକଲି.. ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l...

Image
ଯାଜପୁର (ବ୍ୟୁରୋ) - ପଶ୍ଚିମବଙ୍ଗ ରେ ସେକ ସୋଲେମାନ ଓଡ଼ିଶାରେ ବିଟୁ ବିଶ୍ୱାସ । ନଗରିକତା ସଂଶୋଧନ ଆଇନ କୁ ନେଇ ସାରା ଦେଶ ଗରମ ଥିବା ବେଳେ ଯାଜପୁର ରେ ଏକ ଯୁବକ ଦୁଇଟି ପରିଚୟ ପତ୍ର କୁ ନେଇ ଜିଲ୍ଲାରେ ଜନ ଆନ୍ଦୋଳନ ସୃଷ୍ଟି ପାଇଛି । ଯାହାକୁ ନେଇ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଘୋର ବିରୋଧ କରାଯାଇଛି । ସୋଲେମାନ ନିଜର ପରିଚୟ ପତ୍ର କୁ ହିନ୍ଦୁ ନାମରେ ପରିବର୍ତ୍ତନ କରି ଏକାଧିକ ହିନ୍ଦୁ ଝିଅ ମାନଙ୍କୁ ବିବାହ କରିଥିବା ସହିତ ବ୍ୟାଙ୍କ ବଲାନ୍ସ ଓ ଗଡି କିଣା ବିକା ରେ ବି ଚଂଚକତା କରିଥିବା ବଜରଙ୍ଗ ଦଳ ତରଫରୁ ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି କି ଜଣେ ମୁସଲମାନ ରୁ ହିନ୍ଦୁ ହୋଇ ଓଡ଼ିଶାରେ ବ୍ୟାଙ୍କ ବଲାନ୍ସ,ଗାଡି ଓ ଜେଗା ବାଡ଼ି ହାତେଥିବା ବେଳେ ପଶ୍ଚିମବଙ୍ଗ ରେ ମୁସଲମାନ ନାମରେ ଜେଗା ବାଡ଼ି ,ବ୍ୟାଙ୍କ ବଲାନ୍ସ ,ଓ ଗାଡି କରି କିପରି ହେରଫେର କରି ଚାଲିଛି କିନ୍ତୁ ପ୍ରଶାସନ କିପରି ଜାଣିପାରୁନି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ବଜରଙ୍ଗ ଦଳ ର ଅଭିଯୋଗ କି ଏହି ମୁସଲମାନ ମନେ ଏହିପରି ନାମ ପରିବର୍ତ୍ତନ କରି ହିନ୍ଦୁ ଝିଅମାନଙ୍କୁ ବିବାହ କରି ଧର୍ମ ପରିବର୍ତ୍ତନ କରେଇ ଲଭ ଜିହାଡ଼ ର କାର୍ଯ୍ୟ ଦେଶ ରେ ବେ ଆଇନ ଭାବେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ

ଲୋକଙ୍କ ସୁରକ୍ଷା ବ୍ୟବସ୍ଥା କିପରି ଭାବରେ ପୋଲିସ୍ ତୁଲାଉଛନ୍ତି, ଏହା ହେଉଛି ନଗ୍ନ ଚିତ୍ର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
ବ୍ୟୁରୋ ରିପୋର୍ଟ - ବରଗଡ଼ ଜିଲ୍ଲାର ପଦ୍ମପୁର ଥାନା, ଏହା ଆଦର୍ଶ ଥାନା ନାମରେ ନାମିତ ହୋଇଛି l ଏଠରେ ସାଧାରଣ ଲୋକଙ୍କ ପାଇଁ ପୋଲିସ ଆଦର୍ଶ ଆଚରଣ ଓ କାର୍ଯ୍ୟ କରୁଥିବା ସମସ୍ତଙ୍କ ମନରେ ଦୃଢ଼ ବିଶ୍ବାସ ଜାଗ୍ରତ ହେଉଥିବ l କିନ୍ତୁ ଆଜ୍ଞା ଏହା ବିଷୟରେ ଆପଣ ଗୋଟିଏ ଘଟଣା ରୁ ହିଁ ସମ୍ପୂର୍ଣ୍ଣ ଭାବେ ଜାଣିପାରିବେ ଯେ ପୋଲିସ କର୍ମୀ ମାନଙ୍କ ଜନସାଧାରଣ ଙ୍କ ସୁରକ୍ଷା ପାଇଁ କି ବ୍ୟବସ୍ଥା କରିଛନ୍ତି l ପଦ୍ମପୁର ଆଦର୍ଶ ଥାନା ଭିତରେ ଏକ ଉଚ୍ଚତର ଟାୱାର ନିର୍ମାଣ କାର୍ଯ୍ୟ ଚାଲିଛି l କିନ୍ତୁ ଏହି ଟାୱାର ନିର୍ମାଣ କାମରେ ନିୟୋଜିତ ଲୋକ ମାନଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ କାହାର ଦରଦ ନାହିଁ, ନା ଉକ୍ତ ଟାୱାର ନିର୍ମାଣ ପ୍ରତିଷ୍ଠାନ ନା ପୋଲିସ୍ କାହାର ନଜରରେ ନାହିଁ ଏହି ଖଟିଖିଆ ମଣିଷ ଙ୍କ ଉପରେ l ତେଣୁକରି ଯଦି କୌଣସି ଅଘଟଣ ଘଟିବ ତାହାପାଇଁ କିଏ ଦାୟୀ ରହିବେ l ଏହିଭଳି ଆଖିଆଗରେ ଅସୁରକ୍ଷିତ କାଯ୍ୟ ଚାଲୁଥିବା ବେଳେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l ଏହି ଦୃଶ୍ୟକୁ ଦେଖିବା ପରେ ସାଧାରଣରେ ଆଲୋଚନା ହେଉଛି l Rita vision News 

ସାଗର ସିମେଣ୍ଟ କାରଖାନା ଏଠାରୁ ବିଦା ହେବ, ବିକ୍ଷୋଭ କାରୀ ଙ୍କ ଚେତାବନୀ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
ବିଭିନ୍ନ ସମସ୍ଯା ନେଇ ଜମିହରା କ୍ଷତିଗ୍ରସ୍ତ ମାନେ ସାଗର ସିମେଣ୍ଟ କାରଖାନା ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ l ଯାଜପୁର - ଜିଲ୍ଳା ର ଶିଳ୍ପ ରାଜଧାନୀ ମାନ୍ୟତା ପାଇଥିବା କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସ ଠାରେ ଯାଜପୁର ସିମେଣ୍ଟ ନାମରେ ଏକ ସିମେଣ୍ଟ କାରଖାନା ପକ୍ଷରୁ କାରଖାନା ତିଆରି କରିବା ପାଇଁ ଲୋକମାନଙ୍କ ଠାରୁ ଜମି ଅଧିଗ୍ରହଣ କରି ତାପରେ ମୂଳ ନାମକୁ ବଦଲାଇ ସାଗର ସିମେଣ୍ଟ ନାମରେ ପରିଚିତ ହେଲା l ଚାନ୍ଦିଆ, ପଙ୍କପାଳ ଓ ମାଣତୀରା ପଞ୍ଚାୟତ ର ଲୋକେ ଏଥିପାଇଁ ଜମି, ଭିଟାମାଟିକୁ ହରାଇଲେ l କିନ୍ତୁ କୌଣସି କ୍ଷତି ପୂରଣ ପାଇପାରିଲେ ନାହିଁ l ଏବେ କାରଖାନାରେ ପାଚେରୀ ନିର୍ମାଣ ଶେଷ ହୋଇଛି ଓ ଫାଟକ ମଧ୍ଯ ଲାଗଇ ଦିଆଗଲା I ତଥାପି ଲୋକମାନଙ୍କୁ ହରାଇଥିବା ଜମି ର ସମ୍ପୂର୍ଣ୍ଣ କ୍ଷତିପୂରଣ ଦିଆଯାଉ ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି l ଯାଜପୁର ସିମେଣ୍ଟ ନାମରେ ଜାଗା ଅଧିଗ୍ରହଣ କରିଥିବା ସାଗର ସିମେଣ୍ଟ ର କାର୍ଯ୍ୟକଳାପକୁ ସାଧାରଣରେ ଆଲୋଚନା ହେଉଥିବା ବେଳେ ଜମିହରାଇଥିବା ଲୋକମାନେ ଆଜି ସାଗର ସିମେଣ୍ଟ କାରଖାନା ସମ୍ମୁଖ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ତଥାପି ସାଗର ସିମେଣ୍ଟ ଏହାର କର୍ଣ୍ଣପାତ ନ କରିବା ଓ ଗୁଣ୍ଡା ଲଗାଇ ଆନ୍ଦୋଳନ କୁ ଭାଣ୍ଡରୁ କରିବାକୁ ଧମକ ଦେଲା l ଏହି ମାମଲାରେ ଜିଲ୍ଲାପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତ

ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଜୈବିକ ଚାଷ ଉପରେ କର୍ମଶାଳା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ର ଟାଟାଷ୍ଟିଲ ର ସହଯୋଗୀ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଜୈବିକ ପ୍ରକ୍ରିୟା ରେ ଚାଷ ଉପରେ ଚାଷୀ ମାନଙ୍କୁ ନେଇ ଏହି କର୍ମଶାଳାର ଆୟୋଜନ କରାଯାଇଛି l ଏହି ଅବସରରେ ପଙ୍କପାଲ୍ ଓ ବାରବାଙ୍କି ଗ୍ରାମପଞ୍ଚାୟତର ଉଭୟ ସ୍ତ୍ରୀ, ପୁରୁଷ ୬୦ ଜଣ ଚାଷୀଙ୍କୁ ଏହି କର୍ମଶାଳା ରେ କିପରି କମ୍ ଖର୍ଚ୍ଚରେ ଏବଂ ଜୈବିକ ପଦ୍ଧତିରେ ଅଧିକ ଉତ୍ପାଦନ ବୃଦ୍ଧି କରାଯାଇ ପାରିବ ସେ ବିଷୟରେ ସୂଚନା ଦେଇଥିଲେ l କଲିକତା କୃଷି ସାଧାନ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଶିଷ ଦାସ୍ ଉପସ୍ଥିତ ରହି ଏହା ବିଷୟରେ ଅଧିକ ସୂଚନା ଦେଇଥିଲେ l ଏବେ ଜୈବିକ ପ୍ରକ୍ରିୟା ରେ ଚାଷ ର ଉନ୍ନତି ପାଇଁ ଗ୍ରାମାଞ୍ଚଳରେ ସଚେତନତା ଆବଶ୍ୟକ ଅଛି l ତେଣୁ ସବୁଜ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ଏବେ ସମୟ ଆସିଛି ବୋଲି ଶ୍ରୀ ଦାସ କହିଥିଲେ l ଏହି କର୍ମଶାଳା ରେ କିପରି ଜମି ର ମାଟି କୁ ରଖିବା, କିଭଲି ଭାବରେ ବିହନ ଚୟନ କରିବା, ଏବଂ ଜୈବିକ ପଦ୍ଧତିରେ କିପରି ସାର ପ୍ରସ୍ତୁତ କରିବା ଏହିସବୁ ବିଷୟରେ ଅଧିକ ସୂଚନା ଦିଆଯାଇଥିଲା l କର୍ମଶାଳା ରେ ଉପସ୍ଥିତ ଚାଷୀ ଦାମୁ ମାରାଣ୍ଡି କହିଥିଲେ ଯେ ଆମେ ବହୁଦିନରୁ ପରିବା ଚାଷ କରିଆସୁଛି ବର୍ତ୍ତମାନ ବିନା ରସାୟନିକ ସାର ପ୍ରୟୋଗ କରି ଚାଷ ଯେଉଁ ଉତ୍ପାଦନ ହେବ ତାହାର ବଜାରରେ ଚାହିଦା ରହିଛି ରହିବ ବୋଲି କହିଥିଲେ l ଆଗାମୀ ଦିନରେ ସାରା ଜିଲ୍ଲା ରେ ଏହି

ହେଲମେଟ ପିନ୍ଧି ରାଜରାସ୍ତାରେ ଶୋଇ ପ୍ରତିବାଦ କଲେ ସଚେତନ ନାଗରିକ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର - ଯାଜପୁର ଜିଲ୍ଲାର ଡ଼ୁବୁରୀ - ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ଉପରେ ସଚେତନ ନାଗରିକଙ୍କ ନିଆରା ଢଙ୍ଗରେ ପ୍ରତିବାଦ l ଏହି ପ୍ରତିବାଦରେ ସଚେତନ ନାଗରିକ ମାନେ ହେଲମେଟ ପିନ୍ଧି ରାଜରାସ୍ତାରେ ଶୋଇ ରହି ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଘଟଣା ଏହିଭଳି, ଡ଼ୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ମାଲବାହୀ ଟ୍ରକ୍ ଯାତାୟତ ଓ ଯାତ୍ରୀବାହୀ ଯାନ ଚଳାଚଳ କରିଥାନ୍ତି l ଏହି ରାସ୍ତା ରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ ଘଟିଥାଏ l ରାଜପଥ କତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ l ଏହିଭଳି  ଦୁର୍ଘଟଣା ଘଟି ଜୀବନ ହାନି ଘଟୁଛି l ଏହାର ପ୍ରତିବାଦରେ ଆଜି ସଚେତନ ନାଗରିକ ପକ୍ଷରୁ ରାଜରାସ୍ତାରେ ନିଆରା ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l ସମ୍ପୃକ୍ତ କର୍ତ୍ତୃପକ୍ଷ ଏ ବିଷୟରେ କର୍ଣ୍ଣପାତ କରି ତୁରନ୍ତ ଏହାର ସମାଧାନର ପନ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l Rita vision News