Posts

କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) - ଓଡି଼ଶା କରୁଛି କରୋନା ମୁକାବିଲା, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଜିଲ୍ଲାର ଶ୍ରୀଯୁକ୍ତ ସୁଜିତ୍ ପ୍ରସାଦ ଦ୍ବିବେଦୀ(ରାଜ୍ୟ ସାଧାରଣ ସଂପାଦକ,ବିଜୁ ଯୁବ ଜନତା ଦଳ) ଓ ବିଜୁ ଯୁବ ବାହିନୀ ସଭାପତି ଅବିନାଶ ପରିଡ଼ା ଉପସ୍ଥିତିରେ ଶ୍ରୀମତୀ ନିର୍ମଳା ମାଝୀ(ANM) ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ମଞ୍ଜୁଶ୍ରୀ ସାହୁ, ଆଶା କର୍ମୀ ଶ୍ରୀମତୀ କନ୍ତିଲତା ମହାରଥ ଙ୍କ ଜରିଆରେ ଅନୁଗୋଳ ରାଧାରମଣ ପଡ଼ା ରେ କରୋନା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା, ମହିଳା ମାନଙ୍କୁ ସାମାଜିକ ଦୂରତାକୁ ରକ୍ଷା କରିବା ସହ ହାତ ଧୋଇବାକୁ ଦିଆଯାଇ ଥିବା ଶୈଳୀ ସିଖଜାଇଥିଲା ଏବଂ ମାସ୍କ ବଣ୍ଟନ କରାଯାଇଥିଲା l 

ରାସ୍ତା କୁ ବିପଦ ଆମ୍ବ ଗଛ, ସମ୍ପୃକ୍ତ ବିଭାଗ ଆଖିରେ ଅନ୍ଧପୁଟୁଳି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
  ଅନୁଗୁଳ (ବ୍ୟୁରୋ ରିପୋର୍ଟ) - ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ବଳକା ପୂର୍ତ୍ତବିଭାଗ ରାସ୍ତାରେ ଗତ ୨ ମାସ ହେବ ଏକ ଆମ୍ବ ଗଛ ପଡି ଅଧା ରାସ୍ତା କୁ ଅବରୋଧ କରି ରଖିଛି,ଅଧା ରାସ୍ତା ଅବରୋଧ ହେଇଥିବାରୁ ରାସ୍ତାରେ ଯାଉଥିବା ଯାତ୍ରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି | ବିଶେଷ କରି ଏହି ଗଛଟି ରାସ୍ତା ର ଏକ( ଟର୍ଣ୍ଣିଂ ପଏଣ୍ଟ) ବୁଲାଣିଆ ସ୍ଥାନରେ ରହିଛି l ଯାହାକି କୌଣସି ଗାଡି ଚାଳକ ଏହି ଜାଗା ଗୁଡିକୁ ବିପଦପୂର୍ଣ୍ଣ ଜାଗା ବୋଲି ଧରି ନେଇ ଥାନ୍ତି l ଦୀର୍ଘଦିନ ହେବ ପଡିରହିଥିବା ଗଛଉପରେ ସତେ ଯେମିତି ନଜର ପଡୁନାହିଁ ପ୍ରଶାସନର,ପ୍ରାଶାସନିକ ଅଧିକାରୀ ମାନେ ବାରମ୍ବାର ଏହି ରାସ୍ତାରେ ଯାଉଥିଲେ ମଧ୍ୟ ଏହିଭଳି ବିପଦପୂର୍ଣ୍ଣ ଗଛକୁ ଅଣଦେଖାକରି ଚାଲିଛନ୍ତି |ପାଖ ଗାଁ ଲୋକମାନଙ୍କ ସୂତ୍ରରୁ ପ୍ରକାଶ ଯେ, ପ୍ରଶାସନ କୁ ବାରମ୍ବାର ଜଣାଇଲେ ମଧ୍ୟ ଧ୍ୟାନ ଦେଉନାହାନ୍ତି ଅଧିକାରୀ ମାନେ l ଯଦି ଏହିପରି ସ୍ଥଳେ କୌଣସି ଅଘଟଣ ଘଟେ ତେବେ ସେଥିପାଇଁ ଦାୟୀ ରହିବ କିଏ? ସରକାରୀ ବାବୁ ମାନଙ୍କ ଏଭଳି ମନମୁଖୀ କାର୍ଯ୍ୟ ରେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି |

ସମ୍ବଲପୁର - ୭୭ବର୍ଷରେ ରାଜନେତାଙ୍କ ପରଲୋକଗତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ସମ୍ବଲପୁର: (ବ୍ୟୁରୋ ରିପୋର୍ଟ) ଓଡ଼ିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ ଓ ସେ ରେଢ଼ାଖୋଲ ରୁ ଦୁଇ ଦୁଇ ଥର ବିଧାୟକ ହୋଇ ଥିଲେ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ସନାତନ ବିଶିଙ୍କର ଆଜି ସକାଳ ୬ ଟା ସମୟରେ ପରଲୋକ ହୋଇଛି। ସମ୍ବଲପୁର ସହରର ହାଟପଡ଼ାସ୍ଥିତ ବାସଭବନରେ ସେ ୭୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାର ସୂଚନା I ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି l ସେ ୨୦୦୪ ରୁ ୨୦୦୯ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ l ସ୍ଵର୍ଗତ ଖଗେଶ୍ଵର ବିଶି ଙ୍କ ପୁଅ ଶ୍ରୀଯୁକ୍ତ ସନାତନ ବିଶି ୧୯୪୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ଶିକ୍ଷାଗତ ଯୋଗ୍ୟତା B. Com, LLB, ସେ ସାମାଜ ସେବା, ଓକିଲାତି ଛଡା ରାଜନୀତି କ୍ଷେତ୍ରରେ ବେସ୍ ଲୋକପ୍ରିୟ ଥିଲେ l Umakanta Mohapatra (Rita vision News)

ଟାଟାଷ୍ଟିଲ ମେଡିକା ହସ୍ପିଟାଲ ରେ ଲୋକାର୍ପିତ ହେଲା କରୋନା ଚିକିତ୍ସା କେନ୍ଦ୍ର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଥିବା ଟାଟା ଷ୍ଟିଲ ମେଡିକା ହସ୍ପିଟାଲ ରେ ୧୫୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲର ଲୋକାର୍ପିତ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ l ଏହି ହସ୍ପିଟାଲ ଟାଟାଷ୍ଟିଲ ଓ ମେଡିକା କତୃପକ୍ଷ ଙ୍କ ସହଯୋଗରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ ଜନସାଧାରଣ ଙ୍କ ସୁରକ୍ଷା କୁ ଦୃଷ୍ଟି ରଖି ଏହିପରି ବ୍ୟବସ୍ଥା କରାଯାଇଛି l ଏହି ହସ୍ପିଟାଲ ରେ ୨୫ ଟି ଆୟୁସିୟୁ ୧୦ ଟି ଭେଣ୍ଟିଲେଟର ସୁବିଧା ଉପଲବ୍ଧ l କରୋନା ରୋଗୀଙ୍କ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୨୬ ଜଣ ଡାକ୍ତର ଓ ୧୧୫ ଜଣ ପାରାମେଡ଼ିକାଲ ନିୟୋଜିତ ଥିବା ବେଳେ ମେଡିକା ହସ୍ପିଟାଲ ପକ୍ଷରୁ ୮ ଜଣ ଡାକ୍ତର ଓ ୨୦ ଜଣ ପାରାମେଡ଼ିକାଲ ଷ୍ଟାଫ୍ ଙ୍କୁ ନିୟୋଜିତ କରାଯାଇଛି l ଏହି ମେଡିକାଲ ରେ କରୋନା ପଜେଟିଭ୍ ରୋଗୀଙ୍କ ଚିକିତ୍ସା ସହିତ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି l ଯାଜପୁର ଜିଲ୍ଲା ବ୍ୟତୀତ ପଡୋଶୀ ଜିଲ୍ଲାର ରୋଗୀ ଙ୍କୁ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ l ମାଗଣା ଚିକିତ୍ସା ସେବା ସାଙ୍ଗକୁ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ l କୋଭିଡ଼ - ୧୯ ରୋଗୀଙ୍କ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ସାହସର ସହିତ ଯୋଗଦେଇ ଥିବା ସମସ୍ତ ଡାକ୍ତର ଓ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ୍ ଦେଇଛନ୍ତି l Umakanta Mohapatra (Rita vision News)

ଯାଜପୁର ଜିଲ୍ଲାପାଳ ଙ୍କ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର - ଆଜି ତା ୬-୪-୨୦୨୦ ରିଖ ରାତି ୮ଟାରୁ ଲାଗୁ ହୋଇଥିବା ସଟ ଡାଉନ୍ ଶେଷ ହେବାକୁ ଯାଉଛି l ତେଣୁ ଆସନ୍ତା କାଲି ତା ୭-୪-୨୦୨୦ ରିଖ ଠାରୁ ସକାଳ ୬ ରୁ ୧୦ ଟା ପର୍ଯ୍ଯନ୍ତ ଅତି ଆବଶ୍ୟକ ଦ୍ରବ୍ୟ ପାଇଁ ଦୋକାନ ବଜାର ଖୋଲା ରହିବ, କିନ୍ତୁ ସାମୟିକ ଭାବେ ସମାଜିକ ଦୂରତା ବଜାଇ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ l ଏହି ଅବସରରେ ସମାଜିକ ଦୂରତା ବଜାଇ ରଖିବାକୁ ସମ୍ପୃକ୍ତ ବ୍ୟବସାୟୀ ନିଜ ଦାୟିତ୍ଵ ନିଜେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି l ଏହି ଆଦେଶ କୁ ଅମାନ୍ୟ କଲେ ସମ୍ପୃକ୍ତ ବ୍ୟବସାୟୀ ଙ୍କ ଦୋକାନ ସମ୍ପୂର୍ଣ୍ଣ ସିଲ୍ କରିବା ସହିତ ଦୋକାନର ସମସ୍ତ ସମାଗ୍ରୀ ଜବଦ କରାଯିବ l

୪୮ ଘଣ୍ଟା ପାଇଁ ରାଜ୍ୟରେ ତିନି ପ୍ରମୁଖ ସହର ସଟ ଡାଉନ୍

Image
ଭୁବନେଶ୍ୱର (ବ୍ୟୁରୋ) ୪୮ ଘଣ୍ଟା ପାଇଁ ରାଜଧାନୀ ଭୁବନେଶ୍ୱର ସହିତ ଭଦ୍ରକ ସହରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂପର୍କରେ ସୂଚନା ଦେବା ପରେ ଡିଜିପି ଅଭୟ ଏହା ଏକ ପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଏବଂ ଏହା ଭିତରେ ହେବାକୁ ଥିବା କଟକଣା ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମୟରେ ଗ୍ରୋସରୀ, ଫଳ ଓ ପନିପରିବା ଦୋକାନ ବନ୍ଦ ରହିବ। ତା’ସହିତ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ମଧ୍ୟ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲିବ। କିନ୍ତୁ ସେଗୁଡ଼ିକର ସଂଖ୍ୟା କମାଇ ଦିଆଯିବ। କେଉଁ ଔଷଧ ଦୋକାନ ଖୋଲିବ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ। ସେହିଭଳି ଅତି ଜରୁରୀ ନଥିଲେ ହସ୍ପିଟାଲ ନଯିବାକୁ କହିଛନ୍ତି ଡିଜିପି। ସେ କହିଛନ୍ତି, ଜରୁରୀ ପରିସ୍ଥିତିରେ ହସ୍ପିଟାଲ ଯିବାକୁ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯିବ।ତେବେ ଜାତୀୟ ରାଜପଥରେ ମାଲ ପରିବହନ ସେବା ଚାଲୁ ରହିବ।

ଜଙ୍ଗଲ ଭିତରେ ଶବ କୁ ଠାବ କଲା ପୋଲିସ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଜଙ୍ଗଲ ଭିତରୁ ଗଳିତ ଶବ ଉଦ୍ଧାର ଯାଜପୁର (ଟମକା) : ଟମକା ପୁଲିସ୍ ଗୁରୁବାର ଟମକା ମହାଗିରୀ ପାହାଡ଼ ପାଖରୁ ଏକ ଯୁବକ ର ଗଳିତ ମୃତ ଦେହ ଉଦ୍ଧାର କରିଛି । ଶବକୁ ବ୍ୟବଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ବେଳେ ସନ୍ଧ୍ୟାରେ ଯୁବକର ପରିଚୟ ମିଳିଛି । ମୃତ ଯୁବକ ଜଣଙ୍କ ଦେଉଳ କଣ ପଞ୍ଚାୟତ ଖଣ୍ଡୁରାଇ ପାଟଣା ଗ୍ରାମର ସ୍ଵର୍ଗତ ରଇବୁ ମହାନ୍ତଙ୍କ ପୁଅ ସନାତନ ବୋଲି ଜଣା ପଡିଛି । ମିଳିଥିବା ଖବର ମୁତାବକ ଜଙ୍ଗଲ ଭିତରେ ଏକ ମୃତଦେହ ପଡିଥିବା କୌଣସି ସୂତ୍ରରୁ ଖବର ପାଇ ଟମକା ପୁଲିସ ଘଟଣାସ୍ଥଳରେ ପଂହଚି ଘଟଣାର ଅନୁସନ୍ଧାନ କରିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଯୁବକର ପରିଚୟ ମିଳିନଥିବା ବେଳେ ପୁଲିସ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିଲା । ପରେ ଖବର ପାଇଁ ସନାତନଙ୍କ ପରିବାର ଲୋକ ପୋଲିସ ଉଦ୍ଧାର କରିଥିବା ଶବ ର ଫଟୋ ଦେଖି ସନ୍ଧ୍ୟାରେ ସେ ସନାତନ ବୋଲି ଚିହ୍ନଟ କରିଥିଲେ l ସେତା୨୯-୩-୨୦୨୦ ରବିବାର ରୁ ଘରୁ ନିଖୋଜରହିଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି l