Posts

ଗରିବ ହେଲେବି ମାନବିକତା ଅଛି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) - କରୋନା ମୁକାବିଲା ପାଇଁ ସରକାର ଯେତିକି ଚିନ୍ତିତ ଲୋକେ ମଧ୍ୟ ସେତିକି ତତ୍ପର। ଅନେକ ଲୋକ ପରୋକ୍ଷ ଓ ପ୍ରତକ୍ଷ୍ୟ ଭାବେ ଏହି ଲଢେଇରେ ସାମିଲ ହୋଇଛନ୍ତି। ଏଭଳି କିଛି ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଜଙ୍ଗଲ ପାହାଡ଼ ଘେରା ତୁରୁଡା ଗାଁରେ। ଗ୍ରାମବାସୀ ନିଜ ନିଜ ମଧ୍ୟରେ ସଚେତନ ହୋଇ କିଛି କିଛି ଅର୍ଥ ସଂଗ୍ରହ କରି ୧୯ହଜାର ୫୦୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ଗାଁରେ ପ୍ରାୟ ୧୦୦ରୁ ଅଧିକ ପରିବାର ବସ ବାସ କରନ୍ତି। ଲୋକଙ୍କର ଆର୍ଥିକ ଅବସ୍ଥା ସେତେଟା ଭଲ ନୁହେଁ। ସେହି ଅଭାବ ଭିତରେ ମଧ୍ୟ କରୋନା ମୁକାବିଲା ପାଇଁ ସେମାନେ ଅଣ୍ଟା ଭିଡିଛନ୍ତି। ନିଜ ପେଟ କାଟି କଷ୍ଟ ଅର୍ଜିତ ଅର୍ଥରୁ କିଛି କିଛି ଦାନ କରି ଉଦାହରଣ ସୃଷ୍ଟି କରିପାରିଛନ୍ତି। ଗାଁର ଯୁବ ଗୋଷ୍ଠି ଘର ଘର ବୁଲି ସହାୟତା ରାଶି ସଂଗ୍ରହ କରିଛନ୍ତି। ଲୋକେ ମଧ୍ୟ ଖୁସିରେ ଯିଏ ଯେତିକି ପାରିଲା ଦାନ କରିଛନ୍ତି। ଗ୍ରାମବାସୀଙ୍କ ଏହି ମହନତାକୁ ଖୋଦ ବିଧାୟକ ଖୁବ ପ୍ରଶଂସା କରିଛନ୍ତି।

ଚୁମ୍ବକ ଟାଣିଲା କାରକୁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ନାଲକୋ ସ୍ମେଲଟର ଦୁର୍ଘଟଣା, କାରକୁ ଟାଣି ନେଲା ଚୁମ୍ବକ  ଅନୁଗୁଳ ( ବ୍ୟୁରୋ ରିପୋର୍ଟ) - ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଣ୍ଟର ସ୍ପଟ ଲାଇନ୍‌ ଏ ଓ ବି ମଧ୍ୟସ୍ଥଳରେ ମଙ୍ଗଳବାର ସକାଳେ ଜଣେ ଠିକାଦାରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଠିକାଦାର ଜଣକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଥାଉ କି ଉକ୍ତ ଠିକାଦାର କାର୍‌ରେ ସ୍ପଟ ଲାଇନ୍‌ ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍‌ ପ୍ଲାଣ୍ଟ ର ଚୁମ୍ବକଟି କାର୍‌ଟିକୁ ଟାଣି ନେଇଥିଲା। ଫଳରେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ମୁତାବକ ଉକ୍ତ ରାସ୍ତା ଦେଇ କୌଣସି ଗାଡ଼ି ଯାତାୟାତ କରିପାରିବ ନାହିଁ ବୋଲି ନାଲକୋ ପକ୍ଷରୁ ଆଗରୁ ଫଳକ ଦ୍ୱାରା ସୂଚନା ଦିଆଯାଇଛି | ତେବେ ଏହାକୁ ଅବମାନନା କରି ଠିକାଦାର କିଭଳି କାର୍‌ରେ ଉକ୍ତ ନିଷିଦ୍ଧାଞ୍ଚଳ ରାସ୍ତା ଦେଇ ଗଲେ ବୋଲି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନାଲାକୋର ସୁରକ୍ଷା କର୍ମୀ ସେଠାରେ ମହଜୁଦ ନଥିବା ଓ ବିଭାଗର ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା ନେଇ ନାଲକୋ କର୍ମଚାରୀ କହିଛନ୍ତି। ସେହିପରି ମଙ୍ଗଳବାର ସକାଳେ ସ୍ପଟ ଲାଇନ୍‌ ପରିସରରେ ପିଟିଏମ୍‌ କ୍ରେନର ଏକ ପ୍ୟାନେଲ ବକ୍ସ ଉପରୁ ତଳକୁ ଗଳିପଡ଼ିଥିଲା। ଯଦି ସେହି ସମୟରେ କୌଣସି ଶ୍ରମିକ କାମ କରୁଥାନ୍ତେ ତେବେ ସେମାନେ ଦୁର୍ଘଟଣାର ଶିକାର  ହୋଇଥାନ୍ତେ ବୋଲି କୁହାଯାଇଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ l

Image
କେନ୍ଦ୍ରାପଡା ( ବ୍ୟୁରୋ ରିପୋର୍ଟ) - ମହାମାରୀ କରୋନା ପାଇଁ ସମଗ୍ରଦେଶ ଲକ୍ ଡାଉନ ହୋଇ ରହିଛି । ଏଭଳି ସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଏହି ଲକ୍ ଡାଉନ ସମୟରେ ଘରେ ବସି ଛାତ୍ରଛାତ୍ରୀମାନେ କିପରି ଘରେ ବସି ପାଠ ସୁରୁଖୁରୁରେ ପାଠ ପଢିବେ ସେଥିପାଇଁ ସହାୟତା ଯୋଗାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି । ଏହି ଲକ୍ ଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବା କାରଣରୁ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପାଠ୍ୟ ସାମଗ୍ରୀ ଉପଲବ୍ଧ ନଥିଲା । ଯାହା​‌ ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ରବିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ଖାତା,କଲମ, ପେନସିଲ୍,ରବର ଇତ୍ୟାଦି ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ପ୍ରଥମ ଦିନରେ ଏବିଭିପି ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ରାଜକନିକା ବ୍ଲକର ବରାଡିଆ ଓ ତରାସ ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜକନିକା ବ୍ଲକ ସଂଯୋଜକ ବିକ୍ରମ କେଶରୀ ରାଉତ ଙ୍କ ସମେତ ରଜନୀ ସଂକର ଦାସ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପଙ୍କଜ ବିଶ୍ଵାଳ, କେନ୍ଦ୍ରାପଡ଼ା ବ୍ଲକ ସଂଯୋଜକ, ରାଜକନିକା ର ଯୁବଗୋଷ୍ଠୀ ଦେବଜ୍ୟୋତି ଜେନା, ରାଜେଶ ବିଶ

ଯୁବକ ଙ୍କ ଜୀବନ ନେଲା ହାତୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
  ଅନୁଗୁଳ( ବ୍ୟୁରୋ ରିପୋର୍ଟ) - ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ନୂଆଭୂଇଁ ଗାଁର ଦୁଷ୍ମନ୍ତ ବେହେରା(୩୦) ପ୍ରତିଦିନ ଭଳି ଆଜି ମଧ୍ୟ ସକାଳେ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଆଜି ଏକ ଦନ୍ତା ହାତୀ ହାବୁଡାରେ ପଡ଼ିଯାଇ ଥିଲେ ଓ ହାତୀଟି ତାଙ୍କୁ କଚାଡି ମରିଦେଇ ଥିଲା | ପ୍ରାପ୍ତ ସୂଚନା ମୁତାବକ ଘଟଣା ସ୍ଥଳରେ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇଥିଲା ଓ ଗ୍ରାମବାସୀ ଙ୍କ ଦ୍ଵାରା ମୃତଦେହ ଉଦ୍ଧାର କରାଯାଇଥିଲା | ଏହି ଘଟଣା କୁ କେନ୍ଦ୍ରକରି ଗ୍ରାମବାସୀ ଏବଂ ବନ ବିଭାଗ ଅଧିକାରୀ ଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା | ବନବିଭାଗର କର୍ମଚାରୀ ଲୋକମାନଙ୍କୁ ବୁଝାସୁଝା କରିବା ପରେ, ଶବ ବ୍ୟବଚ୍ଛେଦ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି l

ପଶୁମାନଙ୍କ ଦୁଃଖ ବୁଝିଲେ ପୋଲିସ୍ ଓ ସ୍ବେଚ୍ଛାସେବୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଅସହାୟ ବୁଲା ଗୋରୁଗାଈଙ୍କୁ ଖାଦ୍ୟ ପ୍ରଦାନ କଲେ ସ୍ବେଚ୍ଛାସେବୀ ଓ ପୋଲିସ : ସାଧାରଣରେ ସ୍ବାଗତ ବ୍ୟୁରୋ ରିପୋର୍ଟ - କରୋନାରେ ସମ୍ପୂର୍ଣ୍ଣ ଦେଶ ଲକ୍ ଡାଉନ୍ ଥିବାରୁ ସରକାର ଲୋକମାନଙ୍କ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଯୋଜନାରୁ ବାଦ୍ ପଡ଼ିଥିବା ବୁଲା ପଶୁମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ସହ ସହ ଗୋରୁଗାଈ । ପ୍ରତିଦିନ ବଜାରରେ ଚଳପ୍ରଚଳ କରୁଥିବା ବ୍ୟକ୍ତି ତଥା ହୋଟେଲର ଫିଙ୍ଗା ଖାଦ୍ୟ ଖାଇ ବଞ୍ଚୁଥିବା ବୁଲା ଗୋରୁ ଗାଈ ଗୁଡ଼ିକ ଖାଇବାକୁ ନପାଇ ଜରାଜୀର୍ଣ୍ଣ ହୋଇଗଲେଣି । ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି । ଏପରି କି ଖାଦ୍ୟାଭାବ ଯୋଗୁ କେତେକ ପଶୁ ଏକ ପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି । ବ୍ରହ୍ମପୁର ମହାନଗର ନିଗମ (BeMC) ପକ୍ଷରୁ ଯେଉଁ ସହାୟତା ଦିଆଯାଉଛି ତାହା ପଯ୍ୟପ୍ତ ନୁହେଁ । ଏଭଳି ସ୍ଥିତିରେ ପଶୁ ପ୍ରେମୀ ଏବଂ ପୋଲିସ କର୍ମୀ ଏମାନଙ୍କ ସାହା ପାଲଟିଛନ୍ତି । ଆଜି ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସହ ଗୋଷାଣୀନୁଆଗାଁ ଥାନା ଅଧିକାରୀ ସୁମିତ୍ ସୋରେନ, ବ୍ରହ୍ମପୁର ବିଜେଡି ନଗର ଯୁବ ସମ୍ପାଦକ ତଥା ସମାଜସେବୀ ଏଲ୍ ରବି ରେଡ଼ି, ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଗଣେଶ ସାହୁ, ମୁନା କୁମାର ସାହୁ, ଅଜିତ୍ ସେଠୀ, କାହ୍ନା ଗୌଡ, ସନ୍ତୋଷ କୁମାର ଗୌଡ, ଅନୁପ ନାୟକ, ଅନିଲ ପାତ୍ର

ବିଶ୍ୱର ବିକାଶ ଓ ମଙ୍ଗଳ, କଲ୍ୟାଣ ପାଇଁ ବିଶ୍ୱ ଶାନ୍ତି ମହାଯଜ୍ଞ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) ତା ୨୮,୪,୨୦- ପୂଜାର୍ଚ୍ଚନା ଓ ଆଧ୍ୟାତ୍ମିକ ବିଶ୍ବାସ ସାଧାରଣ ଲୋକଙ୍କ ଜୀବନ ସହିତ ଜଡ଼ିତ ରହିଥାଏ, ଯେଉଁ ଧର୍ମର ଲୋକ ହୁଅନ୍ତୁ ବା କାହିକିଁ ଜୀବନରେ ବଞ୍ଚିବା ପାଇଁ କର୍ମ ସହିତ ଆଧ୍ୟାତ୍ମିକତା ଆବଶ୍ୟକତା ରହିଛି l ଏହିଭଳି ସାରା ବିଶ୍ୱ କୋରୋନା ସଂକ୍ରମଣ ରେ ଯେମିତି ବେହାଲ ହୋଇ ଯାଇଛି ତାହାକୁ ଦୃଷ୍ଟି ରେ ରଖି ଅନୁଗୁଳ କୁମୁରସିଙ୍ଗl କାବୁଲିପାଳସ୍ଥିତ ଆଶୁତୋଷ ଆଶ୍ରମ ରେ ସ୍ୱାମୀ ଶ୍ରୀ ଅଖଣ୍ଡାନନ୍ଦ ପୁରୀ ଜି ମହାରାଜ ଜୀ ଙ୍କ ଉପସ୍ଥିତିରେ  ଆଜି ଏକ ବିଶ୍ୱ ଶାନ୍ତି ରୁଦ୍ରମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ସରକାର ଙ୍କ ଲକ ଡାଉନ ନିୟମ କୁ ପାଳନ କରି ସାମାଜିକ ଦୂରତା ନିୟମ କୁ ପାଳନ କରାଯାଇଛି ଓ ୧୦୮ ଗାୟତ୍ରୀ ମନ୍ତ୍ର ଜପ ଏବଂ ୧୦୮ ମହାମୃତୁଞ୍ଜୟ ମନ୍ତ୍ର ମଧ୍ୟ ପାଠ କରାଯାଇଥିଲା ଆଜିର ଏହି ଧାର୍ମିକ ବ୍ଯବସ୍ଥା କୁ ସମାଜ ର ମଙ୍ଗଳ କାମନା ରେ ଉତ୍ସର୍ଗୀକୃତ କରାଯାଇଥିଲା I 

ସାମାଜିକ ଦୂରତା ନିୟମ ରକ୍ଷା କରି, ଆଧ୍ୟାତ୍ମିକ କାଯ୍ୟକ୍ରମ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଅନୁଗୁଳ - ତା ୨୮,୪.୨୦(ବ୍ୟୁରୋ ରିପୋର୍ଟ ) ଦୁନିଆ ରେ ଭୟଙ୍କର କାୟା ବିସ୍ତାର କରି ଥିବା କୋରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାର ଯେଉଁ ଲକ ଡାଉନ ଘୋଷଣା କରିଛନ୍ତି ସେହି ନିୟମ ଅନୁସାରେ ଆଜି ଶଙ୍କରାଚାର୍ଯ୍ୟ ପୀଠ ପରିଷଦ ଓ ଆଦିତ୍ୟ ବାହିନୀ ଅନୁଗୁଳ ଶାଖା ଆନୁକୂଲ୍ୟ ରେ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ଅତି ନିରାଡ଼ମ୍ବର ଭାବରେ ସଦସ୍ୟ ଶ୍ରୀ ବିପିନ ମହାପାତ୍ର ଙ୍କ ସୁସୁଡା ସ୍ଥିତ ବାସଭବନରେ ସରକାର ଙ୍କ ନିୟମ ପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖି ଗୁରୁ ପୂଜନ ଓ ପାଦୁକା ପୂଜନ ରୀତିନୀତି ଅନୁଯାୟୀ ପାଳନ କରାଯାଇଛି ଏଥିରେ ସଭାପତି ବାସୁଦେବ ହୋତା, ପଣ୍ଡିତ କୁମାର ରୋହିତ ଦାସ, ଡଃ.ସୁଧୀର ମିଶ୍ର ଓ ବିପିନ ମହାପାତ୍ର ଉପସ୍ଥିତ ରହି ସମାଜ ତଥା ବିଶ୍ୱର ମଙ୍ଗଳ କାମନା କରି ଥିଲେ ।