Posts

ଦୁଃଖଦ ଘଟଣାକୁ କର୍ଣ୍ଣପାତ କଲେ ବିଧାୟକ ପ୍ରୀତିରଞ୍ଜନ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ ରିପୋର୍ଟ)-ସୁକିନ୍ଦା ବ୍ଲକ ର ସଙ୍ଗୀତା ମୁଣ୍ଡାଙ୍କ ପରିବାରର ଦୁଃଖଦ ଖବର ଗଣମାଧ୍ୟମରୁ ଜାଣିବା ପରେ ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତର ପୁବଳ ଗାଁଙ୍କୁ ଯାଇ ସଙ୍ଗୀତା ଓ ତାଙ୍କ ଶାଶୂଙ୍କ ଲାଗି ବିଧବା ଭତ୍ତା ମିଳିବାର ବ୍ୟବସ୍ଥା କରାଇଚଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ l ଆବାସ, ଯୋଜନାରେ ଘର ଏବଂ ଅନ୍ତୋଦୟ ଯୋଜନାରେ ମାସିକ ୩୫କେଜି ଚାଉଳ ଦେବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ପ୍ରକାଶ ଥାଉ କି ସୁକିନ୍ଦା ବ୍ଲକ ଦୁଧୁଯୋରୀ ପଞ୍ଚାୟତର ପୁବଳ ଗାଁର ସଙ୍ଗୀତା ମୁଣ୍ଡା ସ୍ୱାମୀଙ୍କ ମୃତ୍ୟୁ ପରେ ୨ ଶିଶୁପୁତ୍ର ଥିବା ପରିବାରକୁ ଚଳାଇବା ଲାଗି ଅକ୍ଷମ ହେଉଥିବା ସଙ୍ଗୀତା ଏବଂ ତାଙ୍କ ଶାଶୂଙ୍କ ଲାଗି ବିଧବାଭତ୍ତା ମିଳିବାର ବ୍ୟବସ୍ଥା ହେଲା। ସଙ୍ଗୀତାଙ୍କ ପରିବାରକୁ ଆବାସ ଯୋଜନାରେ ପକ୍କା ଘର ଏବଂ ଅନ୍ତୋଦୟ ଯୋଜନାରେ ମାସିକ ୩୫କେ.ଜି ଚାଉଳ ଯୋଗାଇବା ଲାଗି ପ୍ରଶାସନିକ ଅଧିକାରୀଙ୍କୁ ବିଧାୟକ ଘଡ଼ାଇ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କର ଏହିପରି କାର୍ଯ୍ୟ କୁ ନେଇ ଅଞ୍ଚଳବାସୀଙ୍କ ଠାରୁ କୃତଜ୍ଞତା ଜ୍ଞାପନ କରାଯାଇଛି l

ଆର୍ଥିକ ସଂକଟର କରୁଣ ପରିଣତି, ଆତ୍ମହତ୍ଯା କଲେ କାରଖାନା ଶ୍ରମିକ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ: - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୀଳାଚଳ ଇସ୍ପାତ କାରଖାନା ସେଣ୍ଟର ପ୍ଳାଣ୍ଟ ରେ ମେକାନିକାଲ ବିଭାଗ ରେ କାମକରୁଥିବା ସୁକିନ୍ଦା ବ୍ଲକ ସାରଙ୍ଗ ପୁର୍ ଗ୍ରାମର ଚିନ୍ତାମଣି ଜେନା ଙ୍କ ପୁଅ କିଶୋର ଜେନା(୩୧) ଙ୍କ ମୃତଦେହ ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ଗଣ୍ଡା ନାଳ ପାଖରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି l ଆଜି ସକାଳୁ କିଛି ଲୋକ ବିଲକୁ ଯାଉଥିବା ବେଳେ ଝୁଲନ୍ତା ଅବସ୍ଥାରେ ଯୁବକକୁ ଦେଖି ସ୍ଥାନୀୟ ସରପଞ୍ଚ ମୀନା ରାଣୀ ବେହେରା ଙ୍କୁ ଜାଣଇ ଥିଲେ l  ସରପଞ୍ଚ ସଙ୍ଗେ ସଙ୍ଗେ ଦାନଗଦି ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ l ଦାନଗଦି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପୋଷ୍ଟମର୍ଟମ କରିବାକୁ ପଠାଇ ଘଟଣା ର ତଦନ୍ତ କରୁଛନ୍ତି l ପରିବାର ର ଅଭିଯୋଗ ଅନୁସାରେ ସେ ନୀଳାଚଳ କାରଖାନାରେ କାମକରୁଥିବା ବେଳେ ଆଜକୁ ୪ ମାସ ହେବ ଦରମା ପାଇନଥିଲେ ତେଣୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ଯା କରିଥିବା ଜଣାପଡିଛି l ଗାଁ ଲୋକେ କହିବା ଅନୁସାରେ ଦରମା ନ ପାଇ ଆର୍ଥିକ ଅନାଟନ ରେ ଚଳୁଥିଲେ, ରଜ ପର୍ବ ପାଳନ ପାଇଁ ପଇସା ନାହିଁ ତେଣୁ ପରିବାର ମଧ୍ୟରେ ଏ ନେଇ କଳହ ସୃଷ୍ଟି ହେଲା ତେଣୁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଏ l Umakanta Moha

ନୀଳାଚଳ କାରଖାନା ର ପୁନଃ ଚଳାଚଳ ପାଇଁ ପ୍ରୟାସ ଜାରି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ - ଯାଜପୁର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୀଳାଚଳ ଇସ୍ପାତ କାରଖାନା ଅଚଳାବସ୍ଥା ଦୂର କରିବାକୁ ପ୍ରୟାସ ରଜ ପୂର୍ବରୁ କର୍ମଚାରୀଙ୍କୁ ମାସକର ଦରମା ପ୍ରଦାନ ଓ କାରଖାନା ପୁନଃ କାର୍ଯ୍ୟକ୍ଷମ କରିବାକୁ ନୀଳାଚଳ ର GM(HR)ଙ୍କୁ ପ୍ରସ୍ତାବ ଦେଇଥିଲେ l -ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟ ଶେଷ ନହେବା ଯାଏଁ NINLର ମୁଖ୍ୟ ଅଂଶୀଦାର MMTC,କାରଖାନା ଚଳାଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ପ୍ରତି ବଦଳରେ ନୀଳାଚଳ କାରଖାନା ପରିସରେ ମହଜୁଦ ରହିଥିବା Finish Productsକୁ ପରିବହନ ଲାଗି ପ୍ରଶାସନ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଯାଜପୁର ଜିଲ୍ଲାପାଳ। ଏହି ଅବସରରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ସୁକିନ୍ଦା ଓ ଦାନଗଦି ତହସିଲଦାର, ଏଡିଏମ୍ କଳିଙ୍ଗନଗର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ଉପସ୍ଥିତ ଥିଲେ l

ପ୍ରବଳ ବର୍ଷା ନେଇ ୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ - ପାଣିପାଗ,..  ସବୁ ଜିଲ୍ଲାପାଳଙ୍କୁ ସ୍ୱତିନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ଲଘୁଚାପ ବର୍ଷା ନେଇ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଜୁନ ୧୧ରେ ୮ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏନେଇ ୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୮ଜିଲ୍ଲା ଗୁଡ଼ିକ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ । ଅନ୍ୟପଟେ ଆସନ୍ତା ୧୨ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ଏହାସହ୪୮ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ୨୪ଘଣ୍ଟା ପରେ ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରିବା ନେଇ ପୂର୍ବାନୁମାନ କରାଯାଇଛି । ତେଣୁ ୧୦ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି । ୧୦ ଓ ୧୨ରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।(Rita vision News) 

ଏୟାର କ୍ରାଫ୍ଟ୍ ପ୍ରଶିକ୍ଷଣ ବେଳେ ଚାଲିଗଲା ଦୁଇଟି ଜୀବନ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ବ୍ୟୁରୋ ରିପୋର୍ଟ - ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଏୟାର ଷ୍ଟ୍ରିପ ଟ୍ରେନିଂ ସେଣ୍ଟର ଠାରେ ଆଜି ଗୋଟିଏ ଟ୍ରେନିଂ ଏୟାର କ୍ରାଫ୍ଟ୍ ବିମାନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି l ଘଟଣାରୁ ପ୍ରକାଶ ଯେ ବିହାର ରାଜ୍ୟର କ୍ୟାପଟେନ୍ ସଂଜୀବ କୁମାର ଝା ତାମିଲନାଡୁ ରାଜ୍ୟର ଟ୍ରେନିଂ ପାଇଲଟ୍ ଅନିସ ଫତିମା ଙ୍କୁ ଏୟାର କ୍ରାଫ୍ଟ ରେ ଟ୍ରେନିଂ ପାଇଁ ଉଡାଣ ଆରମ୍ଭ କରିଥିଲେ, କିନ୍ତୁ କୌଣସି କାରଣରୁ ଏୟାର କ୍ରାଫ୍ଟ୍ ଟି ତଳେ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ କ୍ୟାପଟେନ୍ ଓ ଟ୍ରେନିଙ୍ଗ ପାଇଲଟ୍ ଙ୍କ ମୃତ୍ୟୁ ହୋଇଥିଲା l ଏହି ଖବର ଜଣାପଡ଼ିବା ପରେ କଙ୍କଡ଼ାହାଡ଼ ପୋଲିସ୍ ପହଁଚି ଦୁଇଜଣଙ୍କ ଶବ ଉଦ୍ଧାର କରି ପଂଚନାମା ପାଇଁ ପଠାଇଛି l କଣ ପାଇଁ ଏହି ଦୁର୍ଘଟଣା ଘଟିଲା ଟେକନିକାଲ ଟିମ ସହିତ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି l RITA vision News

ଆଜି ଓଡ଼ିଶା ପାଇଁ ଏକ ଏୈତିହାସିକ ଦିନ, ପଢନ୍ତୁ ସମ୍ପୂର୍ଣ୍ଣ ଖବର ରେ... l

Image
ବ୍ୟୁରୋ ରିପୋର୍ଟ :- ଓଡିଶା ପାଇଁ ଐତିହାସିକ ଦିନ... ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତ ମାନ୍ୟତା । ରାଜ୍ୟ କ୍ୟାବିନେଟ ମାରିଲା ମୋହର । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ବାରା ରଚିତ ବନ୍ଦେ ଉତ୍କଳ ଜନନୀ । 1912 ମସିହାରେ ବାଲେଶ୍ଵର ଉତ୍କଳ ସମ୍ମିଳନୀରେ ପ୍ରଥମ ଥର ପାଇଁ ଗାନ କରାଯାଇଥିଲା ‘ବନ୍ଦେ ଉତ୍କଳ ଜନନୀ’ ।ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତାଳପଦା ମାଟିରେ ଜନ୍ମିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅତୁଳନୀୟ ଅବଦାନ ବନ୍ଦେ ଉତ୍କଳ ଜନନୀ ଏବେ ସର୍ବ ବିଦିତ । କାନ୍ତକବି ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ର । ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମାଣବସା ଗୁରୁବାର , ଲକ୍ଷ୍ମୀ ପୂଜା ଦିନ ଜନ୍ମଗ୍ରହଣ କରିଥିବାରୁ ଲକ୍ଷ୍ମୀ ମାଆଙ୍କ ନାମାନୁସାରେ ତାଙ୍କ ନାମ ଲକ୍ଷ୍ମୀକାନ୍ତ ବୋଲି ରଖାଗଲା । ତାଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ମାତା ରାଧାମଣୀ । ପିତା ତିହିଡି ତାଳପଦାର ଜମିଦାର ଥିଲେ । ମାଆ କଣ୍ଟାପାରି ଜମିଦାରଙ୍କ କନ୍ୟା ଥିଲେ । ଲକ୍ଷ୍ମୀକାନ୍ତ ହାଇସ୍କୁଲ ଶିକ୍ଷା ଛାଡ଼ି ସେତେବେଳେ ଇଂରେଜମାନଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ଏବଂ ଇଂରେଜ ସୈନ୍ୟମାନଙ୍କଦ୍ୱାରା ବନ୍ଦି ହୋଇ ଜେଲ ମଧ୍ୟ ଯାଇଥିଲେ । ପରେ ପରେ ଲକ୍ଷ୍

ସାମ୍ବାଦିକ ଙ୍କ ମହାନୀୟତା, ସବୁବର୍ଗରେ ପ୍ରଶଂସା ର ସୁଅ ଛୁଟିଛି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ବ୍ୟୁରୋ ରିପୋର୍ଟ :- ୫୩ ଜଣ ବିତରକଙ୍କୁ ମାସକ ପାଇଁ ରାସନ ପ୍ରଦାନ... ବ୍ୟାସନଗର,କୋରେଇ, ଶଂଖଚିଲା ଓ ରଗଡି ଅଂଚଳର ୫୩ ଜଣ ଖବରକାଗଜ ବିତରକଙ୍କୁ ମାସକ ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି ସମାଜ ବ୍ୟାସନଗର ପ୍ରତିନିଧି ଚିନ୍ତାମଣି ପାଢ଼ୀ. କରୋନା ବୈଶ୍ବିକ ମହାମାରୀ ବିତରକ ଭାଇମାନଙ୍କ ଅ।ର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ସମ୍ଭାବ୍ୟ ବାତ୍ୟା ଅଂଫନ୍ ସେମାନଙ୍କୁ ବିଚଳିତ କରିଛିି l ଏତିକି ପରିସ୍ଥିତି ରେ ଅଂଚଳର ସମସ୍ତ ବିତରକଙ୍କୁ ଚାଉଳ ୧୦ କି, ଅଟା ୫କି, ସୋରଷ ତେଲ ୧ଲି. ରିଫାଇନ୍ ୧ଲି, ଅ।ଳୁ ୫କି, ପିଅାଜ ୨କି, ହରଡ ଡାଲି ୨କି, ଚୁଡା ୨କି, ଚିନି ୨କି, ଥିନ୍ ବିସ୍କୁଟ ୧ପ୍ୟା, ଜିରା,ଫୁଟଣ, ସୋରିଷ, ତେଜପତ୍ର, ଦିଅାସିଲ ,ଗରମ ମସଲା, କରି ପାଉଡର,ଲୁଗା ସଫା ସାବୁନ୧ ଦେହଲଗା ସାବୁନ୧, ସର୍ଫ ୧କି, ହାଣ୍ଡୟାସ, ସାନିଟାଇଜର, ମାସ୍କ ସମେତ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି. I ଏଠକାର ଏଜେଣ୍ଟ ଗୋବିନ୍ଦ ଦାସ ପ୍ରଫୁଲ୍ଳ ସାହୁ, ପ୍ରକାଶ ସାହୁଙ୍କ ଉପସ୍ଥିତ ରେ ଯାଜପୁର ସମାଜ କାର୍ଯ୍ୟାଳୟର କର୍ମଚାରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା. ଉତ୍କଳମଣି ଗୋପବନ୍ଧୁଙ୍କ ଓ ସମାଜ ଅାଦର୍ଶରେ ଅନପ୍ରାଣୀତ ହୋଇ ଶ୍ରୀ ପାଢ଼ୀ ନିଜ ବାସଭବନ ରେ ଏଭଳି ଅାୟୋଜନ କରିଥିଲେ ଯାହକୁ ବିତରକ ବନ୍ଧୁ ମାନେ ଭୂୟଶୀ ପ୍ରଶଂସା କରି ସମାଜ ଖବର କାଗଜର ଉତ୍ତରୋତ୍ତର ଉନ୍ନତି