Posts

ଯାଜପୁର ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା ବୈଠକ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା ବୈଠକରେ, ଯାଜପୁର ର ବନ୍ୟା ଓ କରୋନା ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଓ ସହରାଞ୍ଚଳ ଗୃହ ନିର୍ମାଣ ର ନିର୍ଦ୍ଦେଶକ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ସ୍ଥାନୀୟ ସର୍କିଟ ହାଉସ ଠାରେ ତା ୮/୯/୨୦୨୦ ରିଖରେ ଜିଲ୍ଲାର ବନ୍ୟା ପରବର୍ତ୍ତୀ ସ୍ଥିତି ଓ କରୋନାର ସମୀକ୍ଷା କରିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଓ ତାଙ୍କର ଟିମ୍ କୁ ସଠିକ ବନ୍ୟା ପରିଚାଳନା ପାଇଁ ଧନ୍ୟବାଦ୍ ଜଣାଇଥିଲେ Umakanta Mohapatra (Rita vision News) 

କୁଜିନେତା ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କ ଛତ୍ର ଛାୟାରେ ରେ ଚାଲିଛି ଦେଶୀ ମଦ କାରବାର, ସହଯୋଗ କରୁଛି ସ୍ଥାନୀୟ ପୋଲିସ l

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ର ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ସହର ସାହି ରେ ଚାଲିଛି ବେଆଇନ୍ ଭାବେ ଦେଶୀ ମଦ ବିକ୍ରି l ଅନ୍ୟ ଜିଲ୍ଲାରୁ ଆସି ଏଇ କିଛି ବର୍ଷ ଧରି ମାନଗୋବିନ୍ଦ ପୁର ସହର ସାହି ରେ ରହି ଆସୁଥିବା ଲୋକନ ମାଝୀ ଏବଂ ରେଣୁବାଳା ସିଂ ସ୍ୱା. ମଦନ ନାୟକ ନିଜ ଘରେ ଦେଶୀ ମଦ ସହିତ ସ୍ପିରିଟ୍ ମିଶା ନିଶା ପାନୀୟ ବିକ୍ରୀ କରୁଛନ୍ତି l ସହର ସାହି ର ଲୋକମାନେ ଏହାକୁ ବିରୋଧ କରି ସ୍ଥାନୀୟ ଧୂଳିଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅବକାରୀ ବିଭାଗ କୁ ଜଣାଇଥିଲେ l ଗତ ଅଗଷ୍ଟ ୨୮ ତାରିଖରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ସେଠାରୁ କିଛି ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିଲା l ଜମିନ୍ ପାଇ ଫେରିଥିବା ଉକ୍ତ ଲୋକ ସ୍ଥାନୀୟ ଶାସାକ ଦଳର କିଛି କୁଜିନେତା ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ମୋହରା କରି ପୁନର୍ବାର ଚୋରା ମଦ ବ୍ଯବସାୟ ଆରମ୍ଭ କରିଲା l ବସ୍ତି ବାସିନ୍ଦା ଲୋକମାନେ ଏହାକୁ ବିରୋଧ କରିବାରୁ, ବସ୍ତିର ମୁଖିଆ ସଂଗ୍ରାମ ବିଶ୍ଵାଳ ଙ୍କୁ ଅନ୍ୟ ଏକ ପାଖ ପଞ୍ଚାୟତର ଦୁଇଜଣ ଗୁଣ୍ଡା ଲୋକଙ୍କୁ ଲଗାଇ ଧମକ ଦେବାକୁ ପଛାଇ ନ ଥିଲା l ଆଜି ଏହି ଦୁଇ ଅସାମାଜିକ ବ୍ୟକ୍ତି ଓଲଳ ଗ୍ରାମର ଲୋଚନ ପେରାଇ ଓ ତ୍ରିଲୋଚନ ପେରାଇ ସଂଗ୍ରାମ ବିଶ୍ଵାଳ ଙ୍କ ଘରେ ପହଞ୍ଚି '' ସେ ସ୍ତ୍ରୀ ଲୋକ ମଦ ବିକିବ ତୁମେ ଯଦି ବିରୋଧ

ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଆଦିବାସୀ ପରିବାର, ସରକାରୀ ସହାୟତା ପାଇଁ ଦାବୀ l

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହିର ଲମ୍ବୁଆ ମୁଣ୍ଡା ତାର ସ୍ତ୍ରୀ ଓ ୬ ଜଣ ପିଲା ଙ୍କୁ ନେଇ ବାସକରନ୍ତି l କିଛିଦିନ ହେଲା ଲମ୍ବୁଆ ଟାଇଫଏଡ ଜ୍ୱର ଓ ଟିବି ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କରୋନା ପାଇଁ ଚିକିତ୍ସା ହୋଇନପାରି ଗତ ତାରିଖ ୨.୯.୨୦୨୦ ସନ୍ଧ୍ୟା ସମୟରେ ଆରପରିକୁ ଚାଲିଗଲେ l ସ୍ତ୍ରୀ ମାନସିକ ବିକୃତ ଯୋଗୁ ୬ ଜଣ ଛୋଟ ପିଲା ଙ୍କୁ ପାଳିବା ସମ୍ଭବପର ନୁହେଁ l ତାଙ୍କର ନା ଅଛି ଜମିବାଡ଼ି ନା ଅଛି ରହିବା ପାଇଁ ଘର, ଭଙ୍ଗା କୁଡିଆ ରେ ବିତୁଛି ୭ ପ୍ରାଣୀଙ୍କ ଜୀବନ l ରୋଜଗାର ଶୂନ୍ୟ ପରିବାର, ବଡ଼ ପୁଅ ୧୨ ବର୍ଷର ହୋଇଥିବାବଳେ ଦୁଇ ଜଣ ଛୋଟ ପୁଅ ଓ ତିନିଜଣ ଛୋଟ ଝିଅ ଅଛନ୍ତି l ସାହି ଲୋକଙ୍କ ହାତଟେକାରେ ଚାଲିଛି ପରିବାର l ସ୍ଥାନୀୟ ସରପଞ୍ଚ ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନା ର ସହାୟତା ୨୦୦୦ ଟଙ୍କା ହୋଇଥିବା ବେଳେ ମାତ୍ର ୧୫୦୦ ଟଙ୍କା ଦେଇ କାମ ସାରିଦେଲେ l ଏହି ଗ୍ରାମ ଟି ଦାନଗଦି ବ୍ଲକ ଠାରୁ ମାତ୍ର  କେଇ କିମି ଦୁରରେ ଅବସ୍ଥିତ କିନ୍ତୁ ପ୍ରଶାସନ ର ଦୃଷ୍ଟିକୁ ଆସିନାହିଁ l  ଧୂଳିଗଡ଼ ଗ୍ରାମପଞ୍ଚାୟତର ସାମାଜ ସେବୀ ସଂଗ୍ରାମ ବିଶ୍ଵାଳ ଙ୍କୁ ନେଇ ଆମ ଟିମ ପହଞ୍ଚି ଥିଲା ଉକ୍ତ ଗାଁ ରେ l ଆମେ ଗ୍ରାଉଣ୍ଡ ଜିରୋ ରୁ ଯାହା ଅନୁଭବ କଲୁ ଏହି

ଯାଜପୁର ଜିଲ୍ଲା ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ର ହାତ ବଢାଯାଇଛି ବିଶ୍ୱକର୍ମା ସଂଘ l

Image
, ଯାଜପୁର (ବ୍ୟୁରୋ) :- ଆଜି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମା ଟିଆପଡା ଗ୍ରାମ ରେ ବନ୍ୟା ବିପନ୍ନ ଙ୍କୁ ବିଶ୍ଵକର୍ମା ସଂଗଠନ ଓଡ଼ିଶା ଶାଖା , ରାଜ୍ୟ ସଭାପତି ଗୌତମ ମହାରଣା, ସାଧାରଣ ସମ୍ପାଦକ ହାଡିବନ୍ଧୁ ମହାରଣା, କୋଷାଧ୍ୟକ୍ଷ ବିରଞ୍ଚି ନାରାୟଣ ମହାରଣା, ଭୁବନେଶ୍ୱର ବ୍ଲକ୍ ର ସଭ୍ୟ ବରେନ୍ଦ୍ର ମହାରଣା, ତିରୀମଲ ଜଟଣୀ ବ୍ଲକ୍ ଅଶୋକ ଜେନା, ଯାଜପୁର ଜିଲ୍ଲା ସଭାପତି ହେମନ୍ତ କୁମାର ମହାରଣା, ମତିଆପଡା ବ୍ଲକ୍ ର ମିଟୁ ମଲ୍ଲିକ, ଜଗବନ୍ଧୁ ମଲ୍ଲିକ ଙ୍କ ଉପସ୍ଥିତି ରେ ସଖିଲ ଖାଦ୍ୟ ଯଥା ଚୁଡ଼ା ଚିନି ବିସ୍କୁଟ ବଣ୍ଟନ କରାଗଲା।          ସଂଗଠନ ର ସଭାପତି ଙ୍କ କହିବା ଅନୁସାରେ ଏହିପରି ବିପନ୍ନ ଙ୍କୁ ସହାୟତା କରିବା ପାଇଁ ସଂକଳ୍ପ ବଧ ଅଟେ। ଏହି ସହାୟତା ବଣ୍ଟନ ରେ କଟକ ଜିଲ୍ଲାର ଜଣେ ନାରୀ ସମାଜ କର୍ମୀ ଡଃ: ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସୁତାର ମଧ୍ୟ ଉପସ୍ଥିତ ରହି ବନ୍ୟା ବିପନ୍ନ ଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । Umakanta Mohapatra (Rita vision News) 

କଟକର ଚା'ବିକାଳୀ ପାଇଲେ ପଦ୍ମଶ୍ରୀ ଉପାଧି, ବିଶ୍ୱରେ ପ୍ରଥମ ଥର...

Image
କଟକ (Rita vision News ) :- କଟକ ସହର ରେ ବାସ କରନ୍ତି ଡି ପ୍ରକାଶ ରାଓ, ଏଇ ସହରରେ ତାଙ୍କ ଜନ୍ମ।ବାପା ଥିଲେ ଦ୍ୱିତୀୟ ବିଶ୍ଵଯୁଦ୍ଧ ର ସୈନିକ l ପିଲାଟି ବେଳୁ ଖୁବ୍ ବିଚକ୍ଷଣ ଥିଲେ ପ୍ରକାଶ ରାଓ, ଭଲ ପାଠ ପଢିବା ସହ ଫୁଟବଲ ଖେଳ ରେ ସିଦ୍ଧହସ୍ତ ଥିଲେ ସେ ସ୍ୱପ୍ନ ଥିଲା ଡାକ୍ତର ହେଇ ଲୋକ ଙ୍କ ସେବା କରିବେ, ନଚେତ ତାରକା ଫୁଟବଲ ଖେଳାଳି ହେବେ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା,ସେ ହେଇଗଲେ ଚା ବିକାଳୀ l ମାତ୍ର ୫୫ ଟଙ୍କା ଅଭାବ ରୁ ମାଟ୍ରିକ ପରୀକ୍ଷା ରୁ ବଞ୍ଚିତ ହେଇଥିଲେ ସେ, କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆସେ, ସେବେଠୁଁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି l ଲୋକ ଙ୍କୁ ସେବା କରିବାର ଦୃଢ ଇଚ୍ଛାଶକ୍ତି ଆଗରେ ପରିସ୍ଥିତି ଆଉ ଅର୍ଥ ବାଧକ ସାଜି ପାରିନି l ନିଜ ଜୀବନ କାଳ ମଧ୍ୟ ରେ ୨୮୨ ଥର ରକ୍ତ ଦାନ ଓ ୧୬ ଥର ପ୍ଲାଜମା ଦାନ କରିଛନ୍ତି l ନିଜ ସ୍ଵଳ୍ପ ଉପାର୍ଜନ ରୁ ଏକ ଛୋଟିଆ ବିଦ୍ୟାଳୟ କରିଛନ୍ତି ଯେଉଁଠି ସେ ୨୦୦ ଗରିବ ବସ୍ତି ପିଲା ଙ୍କୁ ଶିକ୍ଷା ଦାନ କରିବା ସହ ଏକ ଓଳି ଖାଇବାକୁ ଦେଉଛନ୍ତି l ପଦ୍ମଶ୍ରୀ ଡି ପ୍ରକାଶ ରାଓ ସହରରେ କାହାର ରକ୍ତ ଦରକାର ପଡ଼ିଲେ ଖୋଜା ପଡେ ରାଓ ବାବୁ ଙ୍କୁ, ଦୁଃଖୀ ଅସହାୟ ଙ୍କୁ ସେ ଦେବଦୂତ ପରି ସାହାଯ୍ୟ କରନ୍ତି l ସେ ମୃତ୍ୟୁ ପୂର୍ବରୁ ନିଜ ଶରୀରକୁ କଟକ ଏ. ସି. ବି ମେଡିକାଲ କୁ ଦାନ କରି ଦେଇଛନ୍ତି, ଏହା ହିଁ ତାଙ୍କ ଶେଷ ଇଚ୍ଛା l ନ

ପୋଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଜିଲ୍ଲା ଗ୍ରସ୍ତ l

Image
ବ୍ୟୁରୋ ରିପୋର୍ଟ (Rita vision News) : ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି, ଏହି ଅବସରରେ ସେ ଦୁଇ ଜିଲ୍ଲାରେ ନକ୍ସଲ ବିରୋଧି ଅପରେସନ, ଗଂଜା ବିରୋଧି ପଦକ୍ଷେପ ଏବଂ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି l ସେ ମଧ୍ୟ କରୋନା ଯୋଦ୍ଧାଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ, ଡିଜିପିଙ୍କ ଗସ୍ତ ବେଳେ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବଳର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ l Umakanta Mohapatra

ରାଜ୍ୟରେ ନିର୍ମଣାଧୀନ ଶିଳ୍ପପାର୍କ ଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ ହେବ - ମନ୍ତ୍ରୀ

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :– ରାଜ୍ୟର ନିର୍ମାଣାଧିନ ଶିଳ୍ପ ପାର୍କଗୁଡ଼ିକ ଖୁବ୍‌ ଶୀଘ୍ର ସଂପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଜି ଶିଳ୍ପ ବିଭାଗରେ ୫‘ଟି’ ଓ ‘ମୋ ସରକାର’ର କାର୍ଯ୍ୟକାରିତା ସମୀକ୍ଷାବେଳେ ସେ ଏହା ପ୍ରକାଶ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ପ୍ଲାଷ୍ଟିକ୍‌ ପାର୍କ, ପାରାଦ୍ୱୀପ, ଆଲୁମିନିୟମ୍‌ ପାର୍କ, ଅନୁଗୋଳ, ସାମୁଦି୍ରକ ଖାଦ୍ୟ ପାର୍କ, ଡେରାସ୍‌ ଏବଂ ଇଲୋକ୍‌ଟ୍ରୋନିକ୍ସ ପାର୍କ, ଭୁବନେଶ୍ୱର ଅନ୍ତର୍ଭୁକ୍ତ । ଏହି ଅତ୍ୟାଧୁନିକ ପ୍ରକଳ୍ପ ଗୁଡ଼ିକର ଆକର୍ଷଣୀୟ ଅବସ୍ଥିତି ଓ ସୁଲଭ ଜମି ମୂଲ୍ୟ ଯୋଗୁଁ ବହୁ ନିବେଶକାରୀଙ୍କୁ ଆକୃଷ୍ଟ କରି ପାରିଛି ବୋଲି ଏହି ସମୀକ୍ଷାବେଳେ ଜଣାପଡ଼ିଛି । ଏଥି ସହିତ ଶିଳ୍ପ ମନ୍ତ୍ରୀ କଳିଙ୍ଗନଗରଠାରେ ଇସ୍ପାତ୍‌ କ୍ଲଷ୍ଟର ଓ ଜାତୀୟ ନିବେଶ ଏବଂ ପ୍ରସ୍ତୁତକାରୀ ଜୋନ୍‌ ଓ ପାରାଦ୍ୱୀ ପଠାରେ ପେଟ୍ରୋଲିୟମ୍‌ କେମିକାଲ୍‌ ଏବଂ ପେଟ୍ରୋକେମିକାଲ୍ସ ପୁଞ୍ଜିନିବେଶ ଅଞ୍ଚଳ ସଂ ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । କୋଭିଡ୍‌ ମହାମାରୀ ସମୟରେ ଇଡ୍‌କୋ ଏହିସବୁ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରି ପାରିଥିବାରୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ ଅନ୍ୟାନ୍ୟ ନିର୍ମାଣାଧିନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ସରକାରୀ ସହଯୋଗରେ କୌଣସି ଅସୁବିଧା ରହିବ ନାହିଁ ବୋଲି କହି