Posts

ସୁକିନ୍ଦା ବିଧାୟକ ଙ୍କ କର୍ମୀ ସମ୍ମିଳନୀ ଓ ଉନ୍ନତି ମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ l

Image
ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଧୂଳି ଗଡ଼ ଗ୍ରାମପଞ୍ଚାୟତ ବିଜୁଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଧୂଳିଗଡ଼ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ଦିନବନ୍ଧୁ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିଲେ ସୁକିନ୍ଦା ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ଇଂ. ପ୍ରୀତିରଞ୍ଜନ ଘଡାଇ l ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ୯/୧୦ ଜୋନ୍ ର ଜିଲ୍ଲାପରିଷଦ ସଦସ୍ୟା ଓ ଦାନଗଦି ବ୍ଲକ ବିଜେଡି ସଭାପତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ, ଧୂଳିଗଡ଼ ଗ୍ରାମପଞ୍ଚାୟତର ବିଜେଡି ଯୁବ ସଭାପତି ରାଉତ ମୁଣ୍ଡା, ବହୁ ସଂଖ୍ୟାରେ ମହିଳା ଓ କାର୍ଯ୍ୟକର୍ତ୍ତା ମାନେ l  ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଅତିଥି ମାନେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ l ଶେଷରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଘଡାଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଆଗାମୀ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ସମସ୍ତ କର୍ମକର୍ତ୍ତା ମାନେ କିପରି ଭାବରେ କର୍ଯ୍ୟ କରିବେ ସେ ବିଷୟରେ ସୂଚନା ଦେଇଥିଲେ l  ଏହି ଅବସରରେ ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ଗୃହ ଓ ଉନ୍ନୟନ କର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ପ୍ରୀତିରଞ୍ଜନ ଘଡାଇ l ରାଜ୍

ଝାଡ଼େଶ୍ୱର ମହାବିଦ୍ୟାଳୟ ଟୋଲକାନୀ ଇକୋ କ୍ଲବ ଆନୁକୂଲ୍ୟରେ ବୃକ୍ଷ ରୋପଣ l

Image
ଯାଜପୁର(କଳିଙ୍ଗନଗର): - ତୋଲକାନୀସ୍ଥିତ ଝାଡ଼େଶ୍ୱର ମହାବିଦ୍ୟାଳୟ ଇକୋ କ୍ଲବ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଯୁଗଳ କିଶୋର ହୋତା, ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା, ଦିଲୀପ କୁମାର ନାୟକ ଓ ଖଗେଶ କୁମାର ଜେନା, ବରିଷ୍ଠ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ,  ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ଶିକ୍ଷାବିତ ଯୋଗେନ୍ଦ୍ର ନାଥ ସାହୁ ଓ ଗୋକୁଳ ବିହାରୀ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀନିବାସ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ l କଲେଜ ଇକୋ କ୍ଲବ ଛାତ୍ର ଛାତ୍ରୀମାନେ ଏଥିରେ ସହଯୋଗ କରିଥିଲେ l (ରିପୋର୍ଟ:ଜୟ ନାରାୟଣ ମହାପାତ୍ର)l Tree plantation at Jhadeswar college Tolkani.   Jajpur (Kalinganagar):-A massive plantation was organised by Eco club of Jhadeswar Mahabidyalay, Tolkani. The principal of the institution Dr. Jugal Kishore Hota, Prof. Akshaya Kumar Panda, Dilip Kumar Nayak & Khagesh Kumar Jena, Retd. Prof. Dr. Rama chandra Naik,  senior journalist Jay Narayan Mahapatra, educationist Jogendranath Sahu & Gokul behari Prusty attended the programme

ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦର ବାର୍ଷିକୋତ୍ସବ I

Image
ଯାଜପୁର (କଳିଙ୍ଗନଗର): - ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ,  ଟୋଲକାନୀର ଅଷ୍ଟମ ବାର୍ଷିକୋତ୍ସବ  ୧୯ ତାରିଖରେ ସ୍ଥାନୀୟ ରାଧାକୃଷ୍ଣ ଭାଗବତ ଟୁଙ୍ଗି ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଠ ସମାଜସେବୀ ଦୀନବନ୍ଧୁ ପୃଷ୍ଟି ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ଓ କବିୟତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l କବି ଡ. ଦୟାନିଧି ଦାଶ,କବିୟତ୍ରୀ କବିତା ରଥ ଓ ସନ୍ଧ୍ୟାରାଣୀ ପୃଷ୍ଟି କବିତାଗୁଡିକୁ ସଂଯୋଜନା କରିଥିଲେ l ଅପରାହ୍ନରେ ସମାଜ ସୁରକ୍ଷାରେ ସାହିତ୍ୟର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି, ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ ମୁଖ୍ୟ ବକ୍ତା, ସାହିତ୍ୟିକ ଡ. ଶରତ ରାୟ ଓ ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ସଂସଦର ଉପ ସଭାପତି ଡ. ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅଧ୍ୟାପକ ଦିଲୀପ କୁମାର ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଶିକ୍ଷାବିତ ଗୋକୁଳ ବିହାରୀ ପୃଷ୍ଟି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ଅତିଥିମାନେ ଗୋକୁଳ ବିହାରୀ ପୃଷ୍ଟିଙ୍କ ରଚିତ ପୁସ୍ତକ ସଂକ୍ଷିପ୍ତ କାବ୍ୟ ରାମାୟଣକୂ ଉନ୍ମୋଚନ କରିଥିଲେ l ସଂସଦ ପକ୍ଷରୁ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ

ସୁକିନ୍ଦା ସାହିତ୍ୟ ସମାଜର ସାରସ୍ୱତ ସମାରୋହ କବିତା ପାଠୋତ୍ସବ l

Image
ଯାଜପୁର (ସୁକିନ୍ଦା): -ପବିତ୍ର ମକର ସଂକ୍ରାନ୍ତି ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ୧୪ ତାରିଖରେ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନପରିସରରେ ମକର ମିଳନ କବିତା ପାଠୋତ୍ସବ ମୂଖପତ୍ର ଋତୁରଙ୍ଗର ଉନ୍ନ୍ମୋଚନ ଓ ପ୍ରତିଭା ସମ୍ମାନ ପ୍ରଦାନ ଆଦି ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓ କବୟିତ୍ରୀ ଲବଙ୍ଗଲତା ପରିଡ଼ା, ମିନର୍ଭl ମହାପାତ୍ର, କାଞ୍ଚନବାଳା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ ନୂତନ ଓ ପୁରାତନ କବି, କବୟିତ୍ରୀ ସ୍ୱରଚିତ କବିତା ପାଠକରିଥିଲେ l  ଅପରାହ୍ନରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ କବି ଓ ସାହିତ୍ୟିକ ପ୍ରଭାକର ଶତପଥି ମୁଖ୍ୟ ଅତିଥି, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବଚରଣ ମାଝି ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ଡ. ସୁଧାଂଶୁ ଶେଖର ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l କାର୍ଯ୍ୟକାରୀ ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଂଗଠନ ସମ୍ପାଦକ ଅଜୟ ଖୁଣ୍ଟିଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ସମ୍ପାଦକୀୟ ବିବରଣୀ ପାଠ କରିଥ

ନକଲି ଘିଅ କାରଖାନା ଠାବ I

Image
 Bhubaneswar: The QAT and Airfield police of the Commissionerate Police raided an adulterated ghee manufacturing unit in Sundarpada area and seized a large quantity of counterfeit goods, preparations and seals, based on information from a special source. "We will continue to hunt against such units," he said ବ୍ୟୁରୋ ରିପୋର୍ଟ - ଭୁବନେଶ୍ବର :-ଏକ ବିଶେଷ ସୁତ୍ରରୁ ସୂଚନା ଉପରେ ଆଧାର କରି କମିସନରେଟ ପୋଲିସ ର QAT ଏବଂ ଏୟାରଫିଲ୍ଡ ପୋଲିସ୍ ସୁନ୍ଦରପଡା ଅଞ୍ଚଳରେ ଏକ ବ୍ୟଭିଚାରିତ ଘିଅ ପ୍ରସ୍ତୁତି ୟୁନିଟ ଉପରେ ଚଢ଼ାଉ କରି ବହୁ ପରିମାଣର ଭ୍ରାନ୍ତ ପଦାର୍ଥ, ପ୍ରସ୍ତୁତି ଏବଂ ସିଲ୍ ମେସିନ୍ ଜବତ କରିଛି। ଏହିପରି ୟୁନିଟ୍ ବିରୁଦ୍ଧରେ ଆମର ଶିକାର ଜାରି ରହିବ ବୋଲି ପୋଲିସ୍ କମିଶନର କହିଛନ୍ତି I  

କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ପାଳିତ l

Image
 ଯାଜପୁର(ବ୍ୟୁରୋ ରିପୋର୍ଟ) : -ସମଗ୍ର ଭାରତ ବର୍ଷରେ ପାଳନ କରାଯାଇଛି( ଯୁବ ଦିବସ) ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ l ଏହି ଉପଲକ୍ଷେ କେଶରୀୟା ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ୧୨ ତାରିଖରେ ଯାଜପୁରଠାରେ ଏକ ବୈଠକ ଆୟୋଜିତ ହୋଇଥିଲା l ପ୍ରଦେଶ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ଜେନା, ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ, ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଦିଲୀପ କୁମାର ଦାସ, କୋର କମିଟି ସଦସ୍ୟ ବସନ୍ତ କୁମାର ପଢ଼ିଆରୀ,  ରାଷ୍ଟ୍ରୀୟ ପ୍ରଭାରୀ ସଞ୍ଜିବ ମିଶ୍ର, କୋର କମିଟି ସଦସ୍ୟା ସିପ୍ରା ବାଜପୟୀ , ରାଜ୍ୟ ବରିଷ୍ଠ ଉପାଧ୍ୟକ୍ଷ ରୁଦ୍ର ନାରାୟଣ ଜିତ ବାବୁ,ରାଷ୍ଟ୍ରୀୟ ମହିଳା ବାହିନୀ ସଂଗଠନ ମନ୍ତ୍ରୀ ଦେବାଶିଖା ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ବିବେକାନନ୍ଦଙ୍କ ଜୀବନlଦର୍ଶ ଓ ସନାତନ ହିନ୍ଦୁ ଧର୍ମ ରକ୍ଷାରେ ତାଙ୍କର ଭୂମିକା ଏବଂ ଯୁବକମାନଙ୍କର ଅଖଣ୍ଡ ହିନ୍ଦୁରାଷ୍ଟ୍ର ଗଠନରେ ସହଭାଗିତା ସମ୍ପର୍କରେ ଆଲୋକପାତକରିଥିଲେ l ଜିଲ୍ଲା ସଭାପତି ଅଭିମନ୍ୟୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଦେଶ ମାର୍ଗଦର୍ଶକ ରବୀନ୍ଦ୍ର କୁମାର ଶତପଥି ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରଥିଲେ l ଏହି ଅବସରରେ ଯାଜପୁର ଜିିଲ୍ଲା ର ବର୍ଷୀୟାନ ବରିଷ୍ଠ ସାମ୍ବାଦିକ ତଥା କେଶରୀୟା ହିନ୍ଦୁ ବାହିନୀ ସୁକିନ୍ଦା ବ୍ଲକ ମହାସଚିବ ଜୟ ନାରାୟଣ ମହାପାତ୍ରଙ୍

ଅବସର ପରେ ଦାୟିତ୍ଵ ଗ୍ରହଣ କଲେ ଅସିତ୍ ତ୍ରିପାଠୀ l

Image
ବ୍ୟୁରୋ ରିପୋର୍ଟ - ରାଜ୍ୟରେ ଦାୟିତ୍ଵ ସମ୍ପର୍ଣ୍ଣ ଆଇ ଏ ଏସ୍ ଅସିତ୍ ତ୍ରିପାଠୀ ଅବସର ପରେ ଆଜି ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ସେ ଦାୟତ୍ବ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ପରିକ୍ଷଦର କାର୍ଯ୍ୟାବଳୀର ସମୀକ୍ଷା କରିଛନ୍ତି ଅସିତ୍ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାପର୍ଶଦାତା ଭାବେ ମଧ୍ୟ ଆଜି ଦାୟିତ୍ୱ ନେଇଛନ୍ତି ଅସିତ୍ ତ୍ରିପାଠୀ । ଏଥି ସହ ସେ ଆଞ୍ଚଳିକ ପରିଷଦ, ପର୍ଯ୍ୟଟନ,ଶିଳ୍ପ, କୃଷି ସମେତ କିଛି ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ ରହିବେ । ତେବେ ଗତ ଡିସେମ୍ବର ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ ଅବସର ଗ୍ରହଣ କରିବା ପରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର । ରାଜ୍ୟରେ, ସଠିକ୍ ଭାବେ ନେଇଥିବା ଦାୟିତ୍ଵ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ରାଜ୍ୟବାସୀ ଆଶାବାଦୀ l Asit Tripathi took over after retirement.  BUREAU REPORT - Former Chief Secretary Asit Tripathi has taken over the post today after the retirement of IAS Asit Tripathi, who is in charge of the state. He has taken over as chairman of the West Odisha Development Cou