Posts

ଅସହାୟ ଦିବ୍ୟାଙ୍ଗ କୁ ବେଟ୍ରି ଚାଳିତ ଗାଡି ପ୍ରଦାନ କଲା ନେତାଜୀ ସୁଭାଷ ସେନା l

Image
  ବ୍ୟୁରୋ ରିପୋର୍ଟ :- କଟକ ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ଦିବ୍ୟାଙ୍ଗ ମାନଙ୍କ ପାଇଁ ମହନୀୟତା କାର୍ଯ୍ୟ କରି ଆସିଛି। ଏକ ଦୃଘଟଣା ରେ ସ୍ନାୟବିକ ଅସୁବିଧା ଯୋଗୁ ଠିକ ରେ ଚାଲି ପାରୁନଥିବା ଏକ ଦିବ୍ୟାଙ୍ଗ ଙ୍କୁ ବେଟ୍ରି ଚାଳିତ ଗାଡି ପ୍ରଦାନ କରିଛି ନେତାଜୀ ସୁଭାଷ ସେନା। ଅକ୍ଷୟ ସାସମଲ ନାମକ ଏହି ଦିବ୍ୟାଙ୍ଗ ଜଣକ କଟକ ଫୁଲନଖରା ରେ ପାନ ଦୋକାନ ଟେ କରି ପରିବାର ପୋଷଣ କରନ୍ତି,ଆର୍ଥିକ ଅନାଟନ ଭିତରେ ସେ ନିଜ  ପାଇଁ ତିନିଚକିଆ ସାଇକେଲ ଖଣ୍ଡେ କିଣିପାରି ନଥିଲେ,ସ୍ନାୟବିକ ଅସୁବିଧା କାରଣରୁ ଛୋଟେଇ ଛୋଟେଇ ଚାଲି ଦୈନଦିନ କାର୍ଯ୍ୟ କରିବାରେ ବହୁ ଅସୁବିଧା ସମ୍ମୁଖୀନ ହଉଥିଲେ,ଅକ୍ଷୟ ଙ୍କ ଏପରି ଅବସ୍ଥା ଦେଖି ସୁଭାଷ ସେନା ତରଫ ରୁ ତାଙ୍କୁ ମାଗଣାରେ ବେଟ୍ରି ଚାଳିତ ଗାଡି ପ୍ରଦାନ କରାଯାଇଛି, ଏହି ମହାନ କର୍ଯ୍ୟ ସେନା ର ସଭାପତି ଅଜିତ ଦାସ ଙ୍କ ସମେତ ପାର୍ବତୀ ବାରିକ, ନୀଳାଦ୍ରି ବେହେରା ପ୍ରମୁଖ ଭୂମିକା ଲିଭାଇଥିଲେ। Netaji Subhash Sena provided batteries to the helpless Dibyang.  Beuro report: - Netaji Subhas Sena in Cuttack New Bazaar has always done great deeds for the disabled. Netaji Subhas Sena has provided a battery-powered vehicle to a paralyzed man who was unable to walk properly due to a nervous breakdown

ଓଡି଼ଶା ଦୃଷ୍ଟିହୀନ କ୍ରିକେଟ ଦଳ ଖେଳିବ ବାଙ୍ଗାଲୋର ରେ l

Image
    ବ୍ୟୁରୋ ରିପୋର୍ଟ :- ଆନ୍ତର୍ଜାତୀୟ ଖେଳାଳି ମହମଦ ଜଫର ଇକଵାଲଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ ଫେବ୍ରୁୟାରୀ ୬ ତାରିଖ ଶନିବାର ଦିନ ଓଡ଼ିଶା ଛାଡିଛନ୍ତି l ଫେବ୍ରୁୟାରୀ ୮ ରୁ ୧୬ ତାରିଖ ବାଙ୍ଗଲୋର ଠାରେ ହେବାକୁ ଥିବା ନାଗେଶ ଟ୍ରଫି ତୃତୀୟ ସଂସ୍କରଣରେ ଭାଗନେବା ପାଇଁ ଓଡିଶା ଛାଡିଲା ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ|ପ୍ରଥମ ସଂସ୍କରଣରେ ଆନ୍ଧ୍ରଠାରୁ ଜିତି ବିଜୟ ର ସ୍ୱାଦ ଚାଖି ଥିବାବେଳେ ଦ୍ଵିତୀୟ ଥର ପରାଜୟ ସ୍ୱୀକାର କରିଥିଲା| ତେବେ ସେହିପରି ତୃତୀୟ ସଂସ୍କରଣ ରେ ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ହେବାନେଇ ଦୃଢ ଉକ୍ତି ପ୍ରକାଶ କରିବା ସହ ଯଦି ସରକାର ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦିଅନ୍ତେ ତେବେ ଅନେକ ଦୃଷ୍ଟି ବାଧିତ ଖେଳାଳି ମାନେ ଉପକୃତ ହୋଇ ପାରିବେ| ସେପଟେ ଓଡିଶା ଦୃଷ୍ଟିହୀନ କ୍ରିକେଟ ସଂଘ ସମାନ କଥା ଦୋହରାଇ କହିଛି ଯେ ଖେଳାଳି ମାନଙ୍କ ପାଇଁ ସ୍ୱତନ୍ତ୍ର ଭିତ୍ତିଭୂମି ଯଥା ଖେଳନୀ ମାନଙ୍କ ପାଇଁ ଖେଳ ପଡିଆ,କାର୍ଯ୍ୟାଳୟ ପାଇଁ ଗୃହ,ଏହି ଦଶ ବର୍ଷର ସଂସ୍ଥା କୁ ସରକାର ନିଜେ ହାତକୁ ନେବା ସହ ବାର୍ଷିକ ସ୍ୱତନ୍ତ୍ର ଅର୍ଥ ମଂଜୁର କରିବା ପାଇଁ ସଙ୍ଘ ଦାବି କରିଛି| କାରଣ ଏବେ ଓଡିଶା ରେ ଛଅ ଜଣ ଅନ୍ତର୍ଜାତୀୟ ଖେଳାନୀ ଥିବା ବେଳେ ସରକାରଙ୍କର ଏହି ସୁବିଧା ଦ୍ୱାରା ଓଡିଶା ରୁ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳଳୀ ସୃଷ୍ଟି ହେବାନେଇ ସଂଘ

ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍. ୟୁନିଟ ତରଫରୁ ବିଶ୍ୱ କର୍କଟ ସଚେତନତା ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :-ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍. ୟୁନିଟ ତରଫରୁ ବିଶ୍ୱ କର୍କଟ ସଚେତନଟା ଦିବସ ପାଳିତ ହୋଇଯାଇଛି | ଉକ୍ତ ମହାବିଦ୍ୟାଳୟ ର ଅଧକ୍ଷ ପ୍ରାଧ୍ୟାପକ ଶିବ ଚରଣ ମାଝୀ ଙ୍କ ସଭାପତିତ୍ୱରେ ମାନକ ଦ୍ରବ୍ୟ ସେବନ ଠାରୁ ଦୁରେଇ ରହିବା ପାଇଁ ପ୍ରତ୍ୟେକ ଛାତ୍ର-ଛାତ୍ରୀ ପାଞ୍ଚ ଜଣ ଛାତ୍ର-ଛାତ୍ରୀ ଙ୍କୁ କର୍କଟ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଉଦବୋଧନ ଦେଇଥିଲେ | ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ପଞ୍ଚାନନ ରାଉତ, ଡ଼ଃ କୁଶଚନ୍ଦ୍ର ପ୍ରଧାନ, ଏନ୍.ଏସ୍.ଏସ୍. ୟୁନିଟ ର ପ୍ରୋଗ୍ରାମ ଅଫିସର ପ୍ରାଧ୍ୟାପକ ଗୌରାଙ୍ଗ ଚରଣ ମଲ୍ଲିକ, ଶ୍ରୀ ଜଗବନ୍ଧୁ ସାହୁ, ପ୍ରୋଗ୍ରାମ ଅଫିସର ଡ଼ଃ ସୁଜାତା ହୋତା, ପ୍ରଫେସର ଦେବ ପ୍ରସନ୍ନ ମହାନ୍ତି, ପ୍ରାଧ୍ୟାପିକା ମମତା ସାମଲ,ନରେନ୍ଦ୍ର ବେହେରା, ସନାତନ ଦାସ, ଛବିଳା ସାହୁ, ରଞ୍ଜିତ କୁମାର ପହି, ପ୍ରାଧ୍ୟାପିକା ଦୀପ୍ତି ମୟୀ ଦାସ, ଅଧ୍ୟାପକ ବିଷ୍ଣୁ ଚରଣ ବରୁତି, ଦୀଲିପକୁମାର ରାଉତ, ଡ଼ଃ ପ୍ରଜ୍ଞା ପ୍ରବର୍ତ୍ତିକା ଦାସ, ଶ୍ରୀ ଗୋଲକ କୁମାର ମହାକୁଡ଼, ଶ୍ରୀ ଉପେନ୍ଦ୍ର କୁମାର ସ୍ୱାଇଁ, ଶ୍ରୀ ଦୀଲିପ କୁମାର ମହାନ୍ତି, ମଦନ ମୋହନ ରାଉତ ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେବା ସଂଗେ ସଂଗେ ମହାବିଦ୍ୟାଳୟ ର ଏନ୍.ଏସ୍.ଏସ୍.ୟୁନିଟ ର ସ୍ବେଚ୍ଛା ସେବିମାନେ କଲେଜ ପରିସର ରେ ରାଲି ବାହାର କ

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ନେଇ କେନ୍ଦ୍ର ମନ୍ତ୍ରୀ ଙ୍କ ସହ ଆଲୋଚନା କଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :-କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ ଏବଂ ରାଜପଥ ପ୍ରକଳ୍ପ ଗ୍ରହଣ କରିଥିଲେ | ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ଚାଲିଥିବା ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ l ଏହା ରାଜ୍ୟର ଅର୍ଥନୀତି ଏବଂ ଇସ୍ପାତ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ଏହା ସହିତ ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୩୦୦ କିଲୋମିଟର ୮-ଲେନ ଇଣ୍ଟିଗ୍ରେଟେଡ୍ ଅର୍ଥନୈତିକ କରିଡ଼ର ପାଇଁ ପ୍ରସ୍ତାବ ଦେଇଥିଲେ | ମଧ୍ୟବର୍ତ୍ତୀକାଳରେ ଏହି ରାସ୍ତାଗୁଡ଼ିକର ୪-ଲେନ୍ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏବଂ ନିଶ୍ଚିତ କରିଛନ୍ତି ଯେ, ଓଡିଶା ଅଂଶୀଦାର ହେବାକୁ ଇଚ୍ଛୁକ ଏବଂ ଅର୍ଥନୈତିକ କରିଡର ପ୍ରକଳ୍ପକୁ ସମସ୍ତ ସହାୟତା ପ୍ରଦାନ କରିବ। ଆଲୋଚନା ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପରେ ୪୩ କିଲୋମିଟର ରିମୁଲି-କୋଇଡା, ୧୦୪ କିମି ସିଙ୍ଗାରା-ବିଞ୍ଜବାହାଲ୍ ଏବଂ NH-୨୦ ର ୧୬୬ କିମି ପାଣିକୋଇଲି-ରିମୁଲି ପର୍ଯ୍ୟନ୍ତ , ଓଡିଶା ବନ୍ଦର ସହିତ ସଡ଼କ ସଂଯୋଗ ପ୍ରକଳ୍ପ ଅନ୍ତର୍ଭୁକ୍ତ |   ଏହା ବ୍ୟତୀତ ଅମ୍ପାନି - ଜୟପୁର, ରୋଡଭୁବନେଶ୍ୱର-ପୁରୀ ଏକ୍ସପ୍ରେସୱେ ଏବଂ ରାୟପୁର-ବି

ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ଦାନଗଦି):- ଦାନଗଦି ବ୍ଲକ ର ଦାନଗଦି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ଓଝା ଙ୍କ ଚାକିରୀ କାର୍ଯ୍ୟ ର ଅନ୍ତ ଘଟିଛି ଏହି ପରିପ୍ରେକ୍ଷୀରେ ଦାନଗଦି ପ୍ରାଥମିକ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ରାଜ୍ଯ ଶିକ୍ଷକ ସଂଘ, ଜିଲ୍ଲା ଶିକ୍ଷକ ସଂଘ ଓ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଶ୍ରୀଯୁକ୍ତ ଓଝା ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଶ୍ରୀଯୁକ୍ତ ମଦନ ମୋହନ ଓଝା ଜଣେ ମିଷ୍ଟଭାଷୀ, ମେଳାପୀ ଓ ସ୍ନେହୀ ଶିକ୍ଷକ ଥିଲେ l ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଛାତ୍ରଛାତ୍ରୀ ଙ୍କୁ ଭଲ ମଣିଷ ହେବା ପାଇଁ ଦିଗ୍ଦର୍ଶନ ଦେଇଛନ୍ତି l ସେ ପ୍ରଥମେ ବନଦୁର୍ଗା ମଇ. ସ୍କୁଲ କଇଥା ରେ ଶିକ୍ଷାଦାନ କରିବା ପରେ ଶେଷରେ ୨୦୧୭ ମସିହାରୁ ୨୦୨୧ ପଯ୍ୟନ୍ତ ଦାନଗଦି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାଇତ୍ଵ ତୁଲାଉ ଥିଲେ l ଜାନୁଆରୀ ତାରିଖ ୩୧/୦୧/୨୦୨୧ ମସିହା ରେ ତାଙ୍କର ଚାକିରି ଜୀବନ ଶେଷ ହୋଇଛି l ଏହି ସମ୍ବର୍ଦ୍ଧନା ସଭାକୁ ପ୍ରଦୀପ ଉଜ୍ଜଳନ କରି ଉଦ୍ଘାଟନ କରିଥିଲେ ଶ୍ରୀଯୁକ୍ତ ଅମୀୟ କୁମାର ରାଉତ (ପୂର୍ବତନ BRC ଦାନଗଦି ବ୍ଲକ), ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ର (ଅବସର ପ୍ରାପ୍ତ BRC) ସଭାପତିତ୍ଵ କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ବଳରାମ ଆଇଚ, ସଭା ପରିଚାଳନା କରିଥିଲେ ଦାନଗଦି ପ୍ରାଥମିକ ବିଦ୍ୟାଳୟ ର ସହ ଶିକ୍ଷୟତ୍ରୀ ଶ୍ରୀମତୀ ଚିନ୍ମୟୀ ପଣ୍ଡା, ଶ୍ରୀମତୀ ଅନୁପମା

ପଦ୍ମଶ୍ରୀ ନନ୍ଦ ମାଷ୍ଟ୍ରେଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ :କନ୍ତିରା ଗ୍ରାମରେ ଜମୁଛି ଭିଡ଼ l

Image
ଯାଜପୁର(ସୁକିନ୍ଦା): - ସୁକିନ୍ଦା ବ୍ଲକର ଅଖ୍ୟାତ କୈବର୍ତ୍ତ ପଲ୍ଲୀ କନ୍ତିରା ଏବେ ବିଖ୍ୟାତ ହୋଇଛି ପଦ୍ମଶ୍ରୀ ଉପାଧିରେ ଭୂଷିତ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ)ଙ୍କ ଯୋଗୁଁ l ଗତ ୨୫ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନନ୍ଦ ମାଷ୍ଟ୍ରେଙ୍କ ସାଧନାକୁ ସ୍ୱୀକୃତି ପ୍ରଦାନକରି ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯିବା ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ କରିବା ପରଠାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ, ରାଜ୍ୟର ବିଭିନ୍ନ ସଂଗଠନ ଓ ସଂସ୍ଥାର ପ୍ରତିନିଧିଙ୍କର ପ୍ରତିଦିନ ଭିଡ଼ ଜମୁଛି କନ୍ତିରା ଗ୍ରାମରେ l କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା କନ୍ତିରା ଗ୍ରାମରେ ପହଞ୍ଚି ନନ୍ଦ ମାଷ୍ଟ୍ରେଙ୍କୁ ଉତ୍ତରୀ ଓ ପୁଷ୍ପଗୁଚ୍ଛ ପ୍ରଦାନକରି ଶୁଭେଚ୍ଛା ଜଣାଇଛନ୍ତି l ଯାଜପୁର ଜିଲ୍ଲା ଭାଜପା ସଭାପତି ଗୌତମ ରାୟ ସୁକିନ୍ଦା ଭାଜପା ନେତା ପ୍ରଦୀପ ବଳସlମନ୍ତଙ୍କ ସହ ମାଷ୍ଟ୍ରେଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି l ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପଦେଷ୍ଟା ବରିଷ୍ଠ ସାମ୍ବା

ପଦ୍ମଶ୍ରୀ ଉପାଧି ପ୍ରାପ୍ତ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ସୁକିନ୍ଦାର ଗର୍ବ ଗୌରବ l

Image
 ଯାଜପୁର(ସୁକିନ୍ଦା): - କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମ ନିବାସୀ ୧୦୨ବର୍ଷ ବୟସ୍କ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି(ନନ୍ଦ ସାର୍) ୧୯୪୮ମସିହାଠାରୁ ଗ୍ରାମରେ ଚାଟଶାଳୀ ସ୍ଥାପନକରି ପିଲାମାନଙ୍କୁ ବିନା ଅର୍ଥରେ ଶିକ୍ଷାଦାନ କରି ଆସୁଛନ୍ତି l ଏହି ମହାନ ବ୍ୟକ୍ତିଙ୍କ ସାଧନlକୁ ସ୍ୱୀକୃତି ପ୍ରଦାନକରି କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନକରି ସମ୍ମାନିତ କରିବାକୁ ଗତ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଘୋଷଣା କରିବାପରେ ସମଗ୍ର ସୁକିନ୍ଦା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି l ତାଙ୍କ କର୍ମକ୍ଷେତ୍ର କନ୍ତିରା ଗ୍ରାମ ଉତ୍ସବ ମୁଖର ହୋଇଉଠିଛି l ନନ୍ଦ ମାଷ୍ଟ୍ରେ ଭାବେ ପରିଚିତ ଏହି ମହାନ ବ୍ୟକ୍ତି ଦୀର୍ଘ ତିନି ପିଢ଼ିଧରି ନିରବଛିନ ଭାବରେ ଶିକ୍ଷାଦାନ ଭଳି ଏକ ମହତକାର୍ଯ୍ୟକରି ଶିକ୍ଷକ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି l କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ ପାଇବାପରେ କନ୍ତିରା ଗ୍ରାମରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି l ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ସାକ୍ଷାତକରି ଅଭିନନ୍ଦନ ଜ୍ଞାପନ କରୁଛନ୍ତି l ସୁକିନ୍ଦା ଭାଜପା ନେତା ପ୍ରଦୀପ କୁମାର ବଳସାମନ୍ତ, ସୁକିନ୍ଦା ବିଧାୟକ ପ୍ରିତ