Posts

ନେତାଜୀ ସୁଭାଷ ସେନା ତରଫରରୁ ବୁଲା ଗାଈ ଗୋରୁ ମାନଙ୍କ ପାଇଁ ପାଣି କୁଣ୍ଡ ସ୍ଥାପନ I

Image
କଟକ (ବ୍ୟୁରୋ ରିପୋର୍ଟ) - ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ନେତାଜୀଙ୍କ ନୀତି ଓ ଆଦର୍ଶ କୁ ନେଇ କାର୍ଯ୍ୟ କରି ଆସିଛ।ସମ୍ପ୍ରତି ଖରାଦିନ କୁ ଆଖିଆଗରେ ରଖି ସୁଭାଷ ସେନା ଭୁବନେସୋର ର ଚନ୍ଦ୍ରଶେଖରପୁର, ଡୁମୁଡୁମା, ପଟିଆ, ନୀଳାଦ୍ରି ବିହାର ର ବିଭିନ୍ନ ବସ୍ତି ଛକ ମାନଙ୍କରେ ଦୁଇ ଶହ ଟି ପାଣି କୁଣ୍ଡ ସ୍ଥାପନ କରିଛି।ଯାହା ଫଳରେ ବୁଲା ଗାଈ ଗୋରୁ ମାନେ ଆଉ ଟାଣ ଖରାରେ ଶୋଷ ରେ ଆଉଟୁ ପାଉଟୁ ହେବେ ନାହିଁ।ସୁଭାଷ ସେନା ର ଏହି ମହାନ କାର୍ଯ୍ୟ ରେ କାଶୀ ବିଶ୍ଵନାଥ ବାରିକ ଓ ଅଜିତ ଦାସ ମୁଖ୍ୟ ଭୂମିକା ଲିଭାଇ ଥିଲେ। Netaji Subhash Sena set up a water tank for Bula cows. Cuttack (Beuro Report) - Netaji Subhash Sena in Nuabazar has always acted in accordance with Netaji's policies and ideals. As a result, Kashi Bishwanath Barik and Ajit Das played a key role in this great task of the Subhash Sena.

ଇମ୍ଫା ମହାଗିରି ଖଣିରେ ଜଳ ବିଶୋଧନ ପ୍ଲାଣ୍ଟ ଉଦଘାଟିତ l

Image
 ଯାଜପୁର (ସୁକିନ୍ଦା):-ଇମ୍ଫା ପରିଚାଳିତ ସୁକିନ୍ଦା ଉପତ୍ୟକାସ୍ଥିତ ମହାଗିରି କ୍ରୋମାଇଟ ଖଣିଠାରେ ଘଣ୍ଟା ପ୍ରତି 6ହଜାର ଲିଟର ବିଶୋଧନ କ୍ଷମତା ବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ (ଡବ୍ଲୁଟିପି)ଗତ ୭ ତାରିଖରେ ଉଦଘାଟିତ ହୋଇଯାଇଛି l ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଏହାକୁ ଉଦଘାଟନକରି ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ପାନୀୟଜଳ ଉପଯୋଗୀ ଏହି ପ୍ଲାଣ୍ଟର ଉଚ୍ଚ ପ୍ରଶଂସା କରି ଅନ୍ୟ ଖଣି ମାନଙ୍କ ପାଇଁ ଏହା ଉଦାହରଣ ହେବ ବୋଲି କହିଥିଲେ l ଉଦଘାଟନୀ ଉତ୍ସବରେ ଇମ୍ଫାର ବରିଷ୍ଠ ଉପସଭାପତି ତଥା ଖଣି ବ୍ୟବସାୟ ୟୁନିଟ ମୁଖ୍ୟ ସଞ୍ଜୀବ ଦାସ ଯୋଗଦେଇ ନୂତନଭାବେ ସ୍ଥାପିତ ଏହି ପ୍ଲାଣ୍ଟର ଉପାଦେୟତା ବର୍ଣ୍ଣନାକରି ଖଣିରୁ ନିର୍ଗତ ଭୁତଳ ଜଳ କୌଣସି ରାସାୟନିକ ବିନା ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି କହିଥିଲେ l କାଳିଆପାଣି ସରପଞ୍ଚ କଳ୍ପନା ଜେନା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଖଣି ଉପ ସଭାପତି ସୁଧାଂଶୁ ପାଟନୀ ଧନ୍ୟବାଦ ଅର୍ପଣ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l Water treatment plant inaugurated at Impha Mahagiri mine.  Jajpur (Sukinda): A water treatment plant (WTP) with a capacity of 6,000 liters per hour has been inaugurated at the Mahagiri chromite mine in the Sukinda Va

ବି. ଆଇ. ପି. ଏଫ୍. ସୁକିନ୍ଦା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମୁଖ ଇଞ୍ଜିନିୟରିଂ କମ୍ପାନୀ ରେ ନିଯୁକ୍ତି l

Image
ଯାଜପୁର (ସୁକିନ୍ଦା) - ବି. ଆଇ. ପି. ଏଫ୍. ସୁକିନ୍ଦା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କ୍ୟାମ୍ପସ୍ ପ୍ଲେସମେଣ୍ଟ ରେ ବହୁରଷ୍ଟ୍ରୀୟ ଇଞ୍ଜିନିୟରିଙ୍ଗ କମ୍ପାନୀ ଏଲ୍ ଆଣ୍ଡ୍ ଟି ଲିମିଟେଡ ୨୦୧୮-୨୦ ବର୍ଷ ର ୫୩ ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରଶିକ୍ଷକ ଭାବେ ଚୟନ କରିଛି l ସେମାନଙ୍କ ମଧ୍ୟରୁ ୩୨ ଜଣ ଫିଟର ୨୧ ଜଣ ଇଲେକ୍ଟ୍ରିକାଲ୍ ରେ ସ୍ଥାନ ପାଇଛନ୍ତି l ମନୋନୀତ ୫୩ ଜଣ ଛାତ୍ରଛାତ୍ରୀ ଙ୍କୁ କଟକ ଗୋପାଳପୁର ଠାରେ ଥିବା ଏଲ୍ ଏଣ୍ଡ୍ ଟି କମ୍ପାନୀ ର ସିଏସ୍ ଟି ଆର୍ ତାଲିମ୍ କେନ୍ଦ୍ରରେ ମାସିକ ଷ୍ଟାଇପେଣ୍ଡ ଓ ମାଗଣା ରହିବା ସୁବିଧା ସହିତ ତିନି ମାସ ର ନିଯୁକ୍ତି କାଳୀନ ତାଲିମ୍ ଚାଲୁ ରଖିଛନ୍ତି l ଏହି ତିନି ମାସ ତାଲିମ୍ କର୍ଯ୍ୟ ପରେ ସେମାନଙ୍କୁ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ ରେ ମାସିକ ପ୍ୟାକେଜ ସହିତ କମ୍ପାନୀ ବିଭିନ୍ନ ସ୍ଥାନରେ ଥିବା ପ୍ରୋଜେକ୍ଟ ରେ ନିଯୁକ୍ତ କରିବ I ପୂର୍ବରୁ ଏଲ୍ ଏଣ୍ଡ ଟି କମ୍ପାନୀ ୨୦୧୭-୧୯ ବ୍ୟାଚ୍ ବି. ଆଇ. ପି. ଏଫ୍ର. ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଇଥିଲେ, ଯେଉଁମାନେ କି ଆଜି ମାସିକ ୨୦୦୦୦ ରୁ ଅଧିକ ବେତନରେ କାର୍ଯ୍ୟରତ ଅଛନ୍ତି l ୨୦୧୬ ମସିହା ରେ ଯାଜପୁର ଜିଲ୍ଲା ର ସୁକିନ୍ଦା ଠାରେ ପ୍ରତିଷ୍ଠିତ ବି. ଆଇ. ପି. ଏଫ୍. ଆଇ ଟି ଆଇ ଅତ୍ୟାଧୁନିକ ଗୁଣାତ୍ମକ ଆବସିକ ଶିଳ୍ପ ତାଲିମ କେନ୍ଦ୍ର ଯାହାକି ଇଣ୍

ଯୁବ ପ୍ରତିଭା ଙ୍କ ନୂତନ ଉଦ୍ଭାବନ l

Image
ଯାଜପୁର - ଆଜିର ଦିନରେ ପେଟ୍ରୋଲ ମୂଲ୍ୟ ଯେପରି ଭାବରେ ବୃଦ୍ଧି ପାଇବାରେ ଲାଗିଛି, ମଣିଷ ପୁଣି ସେହି ପୂର୍ବ ଯୁଗକୁ ନେଇ ଚଳିବାକୁ ମାନସିକ ଚିନ୍ତା କରୁଛି, ସାଂସାରିକ ଜୀବନ ପରିଚାଳିତ କରିବାକୁ ପୁଣି ଶୂନଗାଡି (ସାଇକେଲ୍) ଆପଣେଇବାକୁ ପଡିପାରେ l ଏହି ତେଲ ଦର ବୃଦ୍ଧି ନେଇ କିଏ ନିଜର ଦକ୍ଷତା ବିକାଶ କରି ସୋଲାର ତ କିଏ ରିଚାର୍ଜ ଦୁଇଚକିଆ ଯାନ ଓ ଚାରିଚକିଆ ଯାନ କୁ ଚଳେଇବା ପାଇଁ ପ୍ରୟାସ ଜାରି ରଖିଛି l କିନ୍ତୁ ଆମେ ଆପଣଙ୍କୁ ଏହିପରି ଜଣେ ଯୁବ ମୋଟରସାଇକଲ୍ ମେକାନିକ ଙ୍କ କଥା କହୁଛୁ ଯେ ପେଟ୍ରୋଲ ରେ ଚାଲୁଥିବା ବିଭିନ୍ନ ପ୍ରକାରର ଦୁଇଚକିଆ ଯାନ କୁ ସେ ବେଟାରୀ ରେ ମଧ୍ୟ ଚଳାଇ ପାରିବେ ଏମିତିକି ତେଲ ସରିଗଲେ ବେଟାରୀ ରେ ଚାଲିବ ଏବଂ ବେଟାରୀ ଚାର୍ଜ ସରିଲେ ତେଲରେ ଚାଲିବ l ଏହିଭଳି ଜଣେ ଯୁବ ପ୍ରତିଭା ଙ୍କୁ ଆମେ ଭେଟିଥିଲୁ l ସେ ଯାହା କୁହନ୍ତି ପ୍ରାୟ ପାଖାପାଖି ୪୦/ ୪୫ ହଜାର ଟଙ୍କା ଖର୍ଚ୍ଚ କଲେ ଗୋଟିଏ ମଟର ସାଇକେଲ ତେଲ - ବେଟାରୀ ଉଭୟ ରେ ଚାଲିପାରିବ l ସେ ହେଉଛନ୍ତି ଯାଜପୁର ଜିଲ୍ଲା, ବ୍ୟାସନଗର ପୌରାଞ୍ଚଳର ୱାର୍ଡ଼ ନଂ ୨୬ ଖଣ୍ଡାହତା ଗ୍ରାମର ଭାଗବାନ ପ୍ରଧାନ ଙ୍କ ପୁଅ ମନୋଜ ପ୍ରଧାନ (୩୭)I ସେ ଦୀର୍ଘ କୋଡ଼ିଏ ବର୍ଷ ଧରି ଏହି ମଟର ସାଇକେଲ ମେକାନିକ ଭାବେ କାମକରି ଆସୁଛନ୍ତି I ତାଙ୍କର ବ୍ୟାସନଗର ପୌରପାଳିକା, ଯାଜପୁର ରୋଡ଼ ମୁଣ୍ଡମାଳ ଛକ ସରସ୍ଵତୀ ଶିଶୁମନ୍ଦିର ପାଖରେ ଗୋଟିଏ ମୋଟରସାଇକଲ୍ ଗ୍ୟାରେଜ୍ ଅଛି l

ସୁକିନ୍ଦା ସାହିତ୍ୟ ସମାଜ ନୂତନ କର୍ମକର୍ତ୍ତlଙ୍କ ଶପଥ ଗ୍ରହଣ l

Image
ଯାଜପୁର (ସୁକିନ୍ଦା): - ସୁକିନ୍ଦା ସାହିତ୍ୟ ସମାଜର ୨୦୨୧ - ୨୨ ଆର୍ଥିକ ବର୍ଷରୁ ୩ବର୍ଷ ପାଇଁ ଏକ ୨୧ ଜଣିଆ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଗତ ମାସ ୧୧ ତାରିଖରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ l ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଆଜି (ରବିବାର ) ସୁକିନ୍ଦା ଭାରତୀୟ ବିଦ୍ୟା ନିକେତନ ପରିସରରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ନବ ନିର୍ବାଚିତ ସଭାପତି ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ, ଉପ ସଭାପତି ଡ. ଦୟାନିଧି ଦାଶ, ସୁଦାମ ଚରଣ ନାୟକ ଓ ଲବଙ୍ଗଲତା ପରିଡା, ସହ ସମ୍ପାଦକ ପବିତ୍ର ମୋହନ ସାହୁ, ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ନାୟକ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସୁରେନ୍ଦ୍ର କୁମାର ଦାଶ, କୁଳମଣି ଦତ୍ତ ଓ କାଳନ୍ଦୀ ଚରଣ ରଣା ପ୍ରମୁଖଙ୍କୁ ସାହିତ୍ୟ ସମାଜ ନିୟମାବଳୀ ପାଳନ କରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାର ସହ ସାହିତ୍ୟ ସମାଜର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ପାଠ କରାଇଥିଲେ l ନୂତନ ସଦସ୍ୟା ଭାବେ ଯୋଗଦାନ କରିଥିବା ଦୀପ୍ତି ସାମଲଙ୍କୁ ସ୍ୱାଗତ କରାଯାଇଥିଲା l ଏହି ଅବସରରେ ଏକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା l ଉତ୍ସବରେ ସାହିତ୍ୟ ସମାଜ

ଥାର୍ଡ଼ ରିଜର୍ଭ ବାଟାଲିଅନରେ ପୋଲିସ ପ୍ରତିଷ୍ଠା ଦିବସ ପାଳନ l

Image
ଯାଜପୁର (ସୁକିନ୍ଦା):- ସୁକିନ୍ଦା ନିକଟସ୍ଥ ରଙ୍ଗିଟାଙ୍ଗର ଠାରେ ଅବସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିଅନ, କଳିଙ୍ଗନଗର ପକ୍ଷରୁ ୮୬ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ମନୋଜ୍ଞ ପ୍ୟାରେଡ ବାଟାଲିଅନ ପରିସରରେ ଅନୁଷ୍ଠିତ ହୋଇଥିଲା l ବାଟାଲିଅନ କମାଣ୍ଡାଣ୍ଟ କେ.ସି.ହାଁସଦା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ l ସହକାରୀ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡା ପ୍ୟାରେଡ ପରିଚାଳନା କରିଥିବାବେଳେ ସୁବେଦାର ଶରତ ଚନ୍ଦ୍ର ମହାନ୍ତି ସହାୟତା କରିଥିଲେ l ଡେପୁଟି ସୁବେଦାର ଶ୍ରୀଧର ସାହୁ ଏକନମ୍ବର ପ୍ଲାଟୁନର ହାବିଲଦାର ମେଜର ନାସିରୂଦ୍ଦିନ ଖାଁ ଦୁଇନମ୍ବର ପ୍ଲାଟୁନର, ହାବିଲଦାର ମେଜର ବିଦ୍ୟାଧର ଧଳ କଲର ପାର୍ଟିର ପ୍ଲାଟୁନ ଜମାଣ୍ଡାଣ୍ଟ ଭାବେ ଓ ଶ୍ରୀକାନ୍ତ ସାମଲ ବ୍ୟାଣ୍ଡ ମେଜର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ଏହି ଅବସରରେ ପ୍ଳାଜମା ଦାନକରିଥିବା କୋଡିଏ ଜଣ ପୋଲିସ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ l ଉତ୍ସର୍ଗୀକୃତ ସେବା ଓ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଡେପୁଟି ସୁବେଦାର ଶ୍ରୀଧର ସାହୁ, ହାବିଲଦାର ମେଜର ନାସିରୂଦ୍ଦିନ ଖାଁ, ହାବିଲଦାର ସୁମନ ଦଳେଇ, କନେଷ୍ଟବଳ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ କିରାଣୀ ଯୋଗେଶ୍ୱର ବେହେରା, ଝାଡୁଦାର ଅଶୋକ କେରକେଟା ପ୍ରମୁଖ ଛଜଣ କର୍ମଚାରୀଙ୍କୁ ନଗଦ ଅର୍ଥ ପ

ଧର୍ମଶାଳା ସୂଚନା ଅଧିକାର କର୍ମୀ ଙ୍କୁ ବୋମା ମାଡ l ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ସ୍ବଚ୍ଛ ଶାସନର ଆଉ ଏକ ନମୁନା, ସତ୍ୟାସତ ଯିଏ ପଦାକୁ ଆଣି ସର୍ବଜାନିନ କଲା ,ତାକୁ ମାରି ଦେଉଛନ୍ତି ନହେଲେ ମାରିବାକୁ ଉଦ୍ୟମ କରୁଛନ୍ତି ଯାହାର ନଗ୍ନ ନମୁନା।ଧର୍ମଶାଳାର ବରିଷ୍ଠ ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଉପରକୁ ବୋମାମାଡ଼ କରି ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଛନ୍ତି I ସନ୍ଧ୍ୟା ସମୟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଦୁଇ ସହଯୋଗୀ ସୁଶାନ୍ତ କୁମାର ବେହେରା ଓ ବଳରାମ ଦାସଙ୍କ ସହିତ ନିଜ କାରରେ ଜାରକା ଫେରୁଥିବା ସମୟରେ କବାଟବନ୍ଧ ରାସ୍ତାର ଇମାମନଗର ଗାଁ ନିକଟରେ ତାଙ୍କ କାର ଉପରକୁ ବୋମାମାଡ଼ କରାଯାଇଛି I ଏଥିରେ ଶ୍ରୀ ବେହୁରାଙ୍କ ସମେତ ଦୁଇ ସହଯୋଗୀ ଙ୍କୁ ଆହତ ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି I ଦୁର୍ବୁତ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ, ବରିଷ୍ଠ ବିଜେପି ନେତା ସୁଦୀପ୍ତ କୁମାର ପଣ୍ଡା, ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଓଝା ପ୍ରମୁଖ ଧର୍ମଶାଳା ଥାନାଧିକାରୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି I Dharamsala information rights activist bombed l Cuttack is being treated at Cu