Posts

ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସସ୍ତରରେ ତଥା ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କ ମଧ୍ୟରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଦୀର୍ଘ ପ୍ରାୟ ଏକ ବର୍ଷ ଧରି ସ୍ଥାଣୁ ହୋଇ ପଡ଼ି ରହିଥିବା ରାଜସ୍ୱ ପର୍ଷଦ ଅଫିସକୁ ସକ୍ରିୟ କରିବା ପାଇଁ ରାଜ୍ୟ ସରକାର ଏହି ବଦଳି କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରରୁ ଡେପୁଟେସନରେ ଫେରିଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମାଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ସେହିପରି ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ୧୯୮୮ ବ୍ୟାଚର ଆଇଏଏସ୍ ସିଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ବଦଳି କରାଯାଇଛି । ଶ୍ରୀ ବେଣୁଗୋପାଳ ମଧ୍ୟ ପୂର୍ବଭଳି ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କେବିକେ ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବା ୧୯୮୬ ବ୍ୟାଚର ଆଇଏଏସ୍ ସୁଦର୍ଶନ ପାଲ ଠାକୁର ଏଣିକି କେବଳ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ୧୯୮୬ ବ୍ୟାଚ ଆଇଏଏସ୍ ଜିଭିଭି ଶର୍ମା ନ୍ୟାସନାଲ ଅଥରିଟି ଅଫ୍ କେମିକାଲ ୱିପନ୍ସ କନଭେନସନ ନ୍ୟାସନାଲ ଅଥରିଟିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କୁ ଚିଠି ଲ

ଲକଡାଉନରେ ପ୍ରଭାବିତ ଆଦିବାସୀ ପରିବାରଙ୍କୁ ଶୁଖିଲା ଖlଦ୍ୟ ବଣ୍ଟନ l

Image
ଯାଜପୁର (ସୁକିନ୍ଦା):ମହାମାରୀ କରୋନା ଯୋଗୁଁ ସମଗ୍ର ରାଜ୍ୟରେ ଲକଡାଉନ ଜାରି ହୋଇଥିବା ପରିପ୍ରେକ୍ଷୀରେ ସୁକିନ୍ଦା ବ୍ଲକର ଆଦିବାସୀ ବହୁଳ ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ବାଲିଆ ଓ ଅଶୋକଝର ଗ୍ରାମର ବହୁ ଆଦିବାସୀ ପରିବାର କାମଧନ୍ଦା ନପାଇ ଦୁଖଃଦୁର୍ଦ୍ଦଶା ମଧରେ କାଳ କାଟୁଛନ୍ତି l ଏହାକୁ ଦୃଷ୍ଟିରେ ରଖି ସତ୍ତାର ସ୍ମୃତି ସଂସଦ, ସୁକିନ୍ଦା ଓ ଲା୍ୟନ୍ସ କ୍ଲବ, କଳିଙ୍ଗନଗର ପକ୍ଷରୁ ସାଟେଲାଇଟ ନିୟୁଜ ଚାନେଲ ବଡ ଖବର ସହଯୋଗରେ ୫ଶହ ଆଦିବାସୀ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି l ଲା୍ୟନ୍ସ କ୍ଲବର ସଭାପତି ତଥା ସତ୍ତାର ସ୍ମୃତି ସଂସଦର ଅଧ୍ୟକ୍ଷ ଯୁବ ସମାଜସେବୀ ଡ. ମଞ୍ଜୁର ଅଲ୍ଲୀ, ଲା୍ୟନ୍ସ କ୍ଲବର ପୂର୍ବତନ ସଭାପତି ପ୍ରଫୁଲ୍ଲ କୁମାର ଦେଓ ଓ ହୃଦାନନ୍ଦ ମିଶ୍ର, ସତ୍ତାର ସ୍ମୃତି ସଂସଦର ଜନସମ୍ପର୍କ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ପ୍ରମୁଖ ଅଭାବି ପରିବାରଙ୍କୁ ଏହl ବଣ୍ଟନ କରିଥିଲେ l ଅନ୍ତର୍ଯ୍ୟାମୀ ଦ୍ବିବେଦୀ,ସଫିକୁଦ୍ଦିନ ଖାନ,ଶିବ ପ୍ରସାଦ ସିଂସାମନ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ବଡ ଖବର ପକ୍ଷରୁ ସୁକିନ୍ଦା ପ୍ରତିନିଧି ରୋହିତ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସ୍ଥାନୀୟ ଅଞ୍ଚଳବାସୀ ଏହି ମହତ କାର୍ଯ୍ୟ ପାଇଁ ଉଭୟ ସ୍ବେଛାସେବୀ ସଂଗଠନ ଓ ବଡ ଖବରକୁ ଉଚ୍ଚ ପ୍ର

ଆଜି ଅପରାହ୍ନରେ ବସିବ ସର୍ବଦଳୀୟ ବୈଠକ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- କରୋନା ନେଇ ଆଜି ସର୍ବଦଳୀୟ ବୈଠକ ବସିବ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବିଧାନସଭା ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ । ମହାମାରୀ ନିୟନ୍ତ୍ରଣ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଅବଗତ କରାଇବେ । ଏହାପୂର୍ବରୁ ବୟାନବାଜି ଜୋର ଧରିଛି । ବୈଠକରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯିବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। କୋଭିଡ ଦ୍ବିତୀୟ ଲହରରେ ସରକାରଙ୍କ ପରିଚାଳନଗତ ତ୍ରୁଟି ରହିଛି। ହସ୍ପିଟାଲରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଅଭାବ। ଠିକ୍‌ ଭାବେ ଟିକା ଜିଲ୍ଲାଗୁଡ଼ିକୁ ପଠାଯାଉନାହିଁ। ଜିଲ୍ଲାରେ ଏ ପର୍ଯ୍ୟନ୍ତ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ହୋଇପାରିନାହିଁ। କେବଳ ଭୁବନେଶ୍ବରରେ ଭିଆଇପି ଚିକିତ୍ସା ଚାଲିଛି। ଜିଲ୍ଲା ସ୍ଥିତି ଶୋଚନୀୟ। ରୋଗୀଙ୍କ ଶରୀରରେ ଅକ୍ସିଜେନ୍‌ ମାପିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ପର୍ଯ୍ୟାପ୍ତ ଅକ୍ସିମିଟର ଯୋଗାଇ ଦେବାକୁ ଦାବି କରାଯିବା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ଦାବି ହୋଇଥିଲା। କିନ୍ତୁ ବାଚସ୍ପତି ବି

ଏକ ନକ୍ସଲ୍ ଦମ୍ପତ୍ତି ଙ୍କ ଆତ୍ମସମର୍ପଣ l

Image
ମାଲକାନଗିରି(ବ୍ୟୁରୋ ରିପୋର୍ଟ) :-  ମାଲକାନଗିରି ଜିଲ୍ଲା ସୀମାନ୍ତ କାଂକେର ପୁଲିସ ନିକଟରେ ଆଜି ଏକ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଏମ.ଆର.ଆହିରେଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋସକୋଡି ଏରିଆ କମିଟିର ସଦସ୍ୟ ଜୟସିଂ ଅରଫ ଦରବାରି କୋମରା। ବୟସ ୨୮ ବର୍ଷ। ସରକାର ଜୟସିଂ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଜୟସିଂଙ୍କ ପତ୍ନୀ ସମ୍ମି ଅରଫ ସନ୍ନି ଇରପା ପ୍ଲାଟୁନ ନମ୍ବର ୧୭ର ସଦସ୍ୟା ଅଟନ୍ତି। ସରକାର ସନ୍ନି ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଗତ ୨୦୧୧ ମସିହାରେ ଏମାନେ ନକ୍ସଲ କମାଣ୍ଡର ବିକାଶର ସଂସ୍ପର୍ଶରେ ଆସି ନକ୍ସଲ ସଂଗଠନରେ ଜଡିତ ହୋଇଥିଲେ। ଗତ ଦଶ ବର୍ଷ ମଧ୍ୟରେ ବିଭିନ୍ନ ଅଂଚଳରେ ଏମାନେ ବୁଲି ବହୁ ହିଂସା ଘଟାଇଥିବା ପୁଲିସ କହିଛି। ଆମାବେଡା ଥାନା ଅଂଚଳର ଅର୍ରା ଗ୍ରାମରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା, କୋତକୁଣ୍ଡରେ ଜଣକୁ ହତ୍ୟା, ତାଡୋକି ଥାନା ଅଂଚଳରେ ପୁଲିସ ଉପରେ ଆକ୍ରମଣ ଭଳି ପ୍ରାୟ ୨୦ରୁ ଉର୍ଦ୍ଧ୍ବ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି। ତେବେ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉନଥିବା କହିଥିଲେ।ସଂଗଠନରେ ଭେଦଭାବ ସହ ନିର୍ଯାତନା ବଢୁଥିଲା। ମହିଳାଙ୍କ ପ୍ରତି ଶୋଷଣ ବଢୁଥିଲ

ମଦଦୋକାନ ଖୋଲା କୁ ମହିଳାଙ୍କ ବିରୋଧ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ମାତିଲେ ମହିଳା, ଭାଙ୍ଗିଲେ ମଦ ଦୋକାନ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ରେ, ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା । ଉତ୍ୟକ୍ତ ମହିଳା ମାନେ ମଦ ଦୋକାନକୁ ବାଡ଼େଇ ଭାଙ୍ଗିବା ସହ ବିପୁଳ ପରିମାଣରେ ମଦ ନଷ୍ଟ କରିଛନ୍ତି। ମଦ ଦୋକାନରୁ ପେଟି ପେଟି ମଦ ବୋହି ନେଲେ ପୁରୁଷ। ଏ ଭଳି ଦୃଷ୍ୟ ଦେଖି ବାକୁ ମିଳିଛି ଯାଜପୁର ଜିଲ୍ଲାର ରସଲପୁର୍ ବ୍ଲକ ନଠୁଆ ବର ପଞ୍ଚାୟତ ଅଧୀନସ୍ଥ କୁରୁ କୁରା ଗ୍ରାମରେ। ଏଠାରେ ନୂତନ କରି ଏକ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା। Women oppose opening liquor stores.  Jajpur (Beuro Report): - A woman was found dead in a liquor store in Nathuabar panchayat in Rasulpur block of Jajpur district. That means debar female have lost huge quantity of alcohol, including alcohol rather to slip folding. The man carried a box of liquor from the liquor store. A similar scene was reported in Kuru Kura village under Nathua Bar Panchayat in Rasalpur block of Jajpur district. A new govern

ଯାଜପୁର ଜିଲ୍ଲା ରେ ଖାଉଟି ଙ୍କୁ ଶୋଷଣ I

Image
  ଯାଜପୁର  (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ଷ୍ଟେଟବ୍ଯାଙ୍କ ଅପ୍ ଇଣ୍ଡିଆ ଏଟିଏମ ପାଖରେ ଥିବା ଏକ ପତଞ୍ଜଳୀ ଆଉଟ୍ ଲେଟ୍ ଦୋକାନ ରେ ଚାଲିଛି କଳାବଜାରୀ I  ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଦୋକାନ ର ମାଲିକ ଚାନ୍ଦପୁର ଗ୍ରାମର ଦୀପକ କୁମାର ରାଉତ ସୋରିଷ ତେଲ ର ପାଉଚ ଉପରେ ଥିବା ନିର୍ଦ୍ଧିଷ୍ଟ କମ୍ପାନୀ ମୂଲ୍ୟ କୁ ବଦଳାଇ କଳା ମାର୍କର ରେ @୧୫୫ ଟଙ୍କା କୁ @୧୮୫ ଟଙ୍କା ଓ @୧୫୦ ଟଙ୍କା ବଦଳରେ @୧୮୦ ଟଙ୍କା ହାତରେ ଲେଖି ଗ୍ରାହକଙ୍କୁ ଭୁଆଁ ବୁଲେଇ ମୋଟା ଅଙ୍କର ପଇସା ରୋଜଗାର କରୁଥିବା ଅଭିଯୋଗ ହେଉଛି l  ଜିଲ୍ଲା ଖାଉଟି ବିଭାଗ ପକ୍ଷରୁ ଏହାର ତଦନ୍ତ କରି ଉକ୍ତ ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି I 

ସାମ୍ବାଦିକଙ୍କ ବିୟୋଗରେ ସ୍ମୃତିଚାରଣ ସଭା l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ଟାଇମସ୍ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମୁନି ଛାତ୍ର ଶ୍ରୀ ପ୍ରିତିମନ୍ ମହାପାତ୍ରଙ୍କ ଗତ ମଇ ୧/୫/୨୦୨୧ ରେ କୋବିଡ୍-୧୯ ଯୋଗୁଁ ମୃତ୍ୟୁ ବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଣୀବିହାର ପରିସରରେ ଥିବା ମା' ତାଳପଦେଶ୍ୱରି ମନ୍ଦିର ପରିସରରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ କୋବିଡ୍ ନିୟମ ଅନୁସାରେ ଏକ ଶୋକସଭା ଆୟୋଜନ କରି ଶ୍ରୀ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଶୋକସଭାରେ ବାଣୀବିହାରର ପ୍ରଫେସର ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ବଦ୍ରୀ ନାରାୟଣ ମହାନ୍ତି, ମନୋଜ କୁମାର ସାହୁ, ନିର୍ମଳ କୁମାର ପଣ୍ଡା, ଡ଼ଃ ପ୍ରକାଶ ତ୍ରିପାଠୀ, ହିମାଂଶୁ ଲେଙ୍କା, ରିଡର୍ ମନୋରଞ୍ଜନ ସେନାପତି, ଅନାମ ବେହେରା, ସୁଶାନ୍ତ କୁମାର ପାତ୍ର, ଲୋକେଶ ଜଗତ, ଆଶିଷ ପାଠୀ, ସର୍ବେଶ୍ଵର ବେହେରା , ରଜନୀ ମହାନ୍ତି ଓ ଆୟୋଜକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ। ଓ ତାଙ୍କର ଏକାଦଶାହରେ ଏକ ଭର୍ଚୁଆଲ ଗୁଗୁଲ୍ ମିଟ୍ ମାଧ୍ୟମରେ ସ୍ମୃତି ଚାରଣ ସଭା କରାଯିବ ବୋଲି ନିଷ୍ପତି ହୋଇଛି। Remembrance meeting for journalist's death.  Bhubaneswar (Beuro Report): - Mr. Pritiman Mohapatra, a senior journalist of the Times of India and a