Posts

ଦୁନିଆଁ ରେ ସବୁଠାରୁ ମହଙ୍ଗା ବୃକ୍ଷ I

Image
ଅନୁଭୂତି - ଦୁନିଆରେ ବିଭିନ୍ନ ପ୍ରକାର ମସଲା ରହିଛି। ଯାହା ନିଜର ସ୍ୱାଦ ପାଇଁ ବେଶ ପରିଚିତ। ମାତ୍ର ଏପରି ଏକ ମସଲା ରହିଛି ଯାହା ନିଜର ମୂଲ୍ୟ ପାଇଁ ବେଶ ପରିଚିତ। ଏହି କାରଣରୁ ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ବୋଲି କୁହାଯାଏ। ଏହି ମସଲାର ଗଛକୁ ମଧ୍ୟ ସବୁଠାରୁ ମହଙ୍ଗା ବୃକ୍ଷ କୁହାଯାଏ। ଏହାକୁ ଚାଷ କରାଯାଉଥିବା ପ୍ରମୁଖ ଦେଶ ମାନଙ୍କ ମଧ୍ୟରୁ ଭାରତ ସମେତ ଫ୍ରାନ୍ସ ସ୍ପେନ,ଇରାନ, ଇଟଲୀ,ଗ୍ରୀସ,ଜର୍ମାନୀ, ଜାପାନ,ରୁଷ, ଅଷ୍ଟ୍ରେଲିୟା, ଆଦି। ଭାରତରେ ଏହାର ଚାଷ ଜମ୍ମୁର କିଶତବାଡ ଭଳି ଅନ୍ୟ କେତେକ ସ୍ଥାନରେ ହୋଇଥାଏ। ଦୁନିଆର ସବୁଠାରୁ ମହଙ୍ଗା ମସଲାର ନାମ କେସର। ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ଅଢେଇ ରୁ ୩ ଲକ୍ଷ ପର୍ଯ୍ୟନ୍ତ ରହିଛି। ଏହା ମହଙ୍ଗା ହେବାର କାରଣ ଏହାର ପ୍ରାୟ ଦେଢ ଲକ୍ଷ ଫୁଲରୁ ଏକ କିଲୋ ଶୁଖିଲା କେସର ପ୍ରାପ୍ତି ହୋଇଥାଏ। ସୁନା ଭଳି ମହଙ୍ଗା ହେବା କାରଣରୁ କେସରକୁ ରେଡ ଗୋଲ୍ଡ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଆଜି ଠାରୁ ପ୍ରାୟ ୨୩୦୦ ବର୍ଷ ପୂର୍ବରୁ ପ୍ରଥମେ ସିକନ୍ଦର ମହାନର ସେନା ଏହାର ଚାଷ କରିଥିଲେ। ଜଣେ ପ୍ରସିଦ୍ଧ ରାଣୀ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାର ବ୍ୟବହାର କରୁଥିଲେ। କିଛି ଲୋକଙ୍କ କହିବା ଅନୁଯାୟୀ, ଏହାର ଉତ୍ପତ୍ତି ଦକ୍ଷିଣ ୟୁରୋପର ଦେଶ ସ୍ପେନରେ ହୋଇଥିଲା। ଏବେ ଦୁନିଆରେ ସବୁଠାରୁ ଅଧିକ କେସରର ଚାଷ ସ୍ପେନରେ କରାଯାଉଛି। କେସର ଫୁଲର ବାସ୍ନା ଖୁବ ଭଲ ହୋଇ

ଜୁଲାଇ ୩୦ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ ପରୀକ୍ଷା ଆରମ୍ଭ ହେବ l

Image
ଭୁବନେଶ୍ଵର : ଚଳିତ ବର୍ଷ ମାଟ୍ରିକ୍ ରେଜଲ୍ଟକୁ ନେଇ ଚାଲିଥିବା ବହୁ ବାଦ ବିବାଦଖୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କର ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ପରୀକ୍ଷା ଦେବେ। ଏଥିପାଇଁ ଜୁଲାଇ ୩୦ ରୁ ଅଗଷ୍ଟ ୫ ମଧ୍ୟରେ ପରିକ୍ଷା କରାଇବାକୁ ପ୍ରସ୍ତୁତି ଚାଲିଛି। ୭୦ ପ୍ରତିଶତ ମାର୍କରେ ପରୀକ୍ଷା କରାଯିବ। ପରୀକ୍ଷାର ୧୫ ଦିନ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତି କରିବେ। କୋଭିଡ୍ ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ। ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ। ରେଜଲ୍ଟ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରକାଶ ଥାଉକି ଜୁଲାଇ ୩୦ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍ ପରୀକ୍ଷା ଆରମ୍ଭ ହେବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଚଳିତ ଥର ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ଅଫ୍‌ଲାଇନ ପରୀକ୍ଷା ପାଇଁ ଫର୍ମ ଫିଲପ ତାରିଖ ମଧ୍ୟ ଘୋଷଣା କରାଯାଇଛି।। ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଜୁଲାଇ ୫ରୁ ୧୪ ତାରିଖ ମଧ୍ୟରେ ଫର୍ମ ଫିଲପ୍ କରିପାରିବେ ଏବଂ ୩୦ ତାରିଖରୁ ପରୀକ୍ଷା ଦେଇ

ଶାସ୍ତା ରେ ମିଳିବ ସ୍ମାର୍ଟ ଫୋନ୍!

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ଦିନମାନଙ୍କରେ ନିଜ ୪୪ତମ ବାର୍ଷିକ ଜେନେରାଲ ମିଟିଂରେ ବିଶ୍ୱର ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସ୍ଟ ଲଞ୍ଚ୍ କରିବା ନେଇ ଘୋଷଣା କରିଥିଲା । ଏହି ଫୋନକୁ ରିଲାଏନ୍ସ ଗୁଗଲ ସହିତ ମିଶି ପ୍ରସ୍ତୁତ କରିଛି । ଏନେଇ ଗୁଜରାତ ସରକାରଙ୍କ ବିଶେଷ ସୂତ୍ର କହିବାନୁସାରେ ଗୁଗଲ ଏହି ସ୍ମାର୍ଟଫୋନର ପ୍ରଡକ୍ସନ ଗୁଜରାତରେ ହିଁ କରିପାରେ । କାରଣ କିଛି ସମୟ ପୂର୍ବରୁ ଗୁଗଲର ଅଧିକାରୀ ପ୍ଲାଣ୍ଟ ଲଗାଇବା ପାଇଁ ଗୁଜରାତରେ ଲୋକେସନ ଦେଖିବା ପାଇଁ ପହଞ୍ଚିଥିଲେ । କହିରଖୁଛୁ କରୋନାକାଳ ପରେ କୌଣସି ବଡ କମ୍ପାନୀ ଗୁଜରାତରେ ନିବେଶ କରିନାହାଁନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର ଗୁଗଲକୁ ରାଜ୍ୟକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ଗୁଗଲର ସିଇଓ ସୁନ୍ଦର ପିଚାଇ ରିଲାଏନ୍ସର ବାର୍ଷିକ ଜେନେରାଲ ମିଟିଂ ସମୟରେ ନୂଆ ସ୍ମାର୍ଟଫୋନ୍ ସମ୍ପର୍କରେ କହିଥିଲେ କି ‘ଆମ ଆଗାମୀ ପଦକ୍ଷେପ ଗୁଗଲ ଓ ଜିଓ ଦ୍ୱାରା ଶସ୍ତା ଦାମରେ ଜିଓ ସ୍ମାର୍ଟଫୋନ ଆରମ୍ଭ କରିବ । ଏହା ଭାରତ ପାଇଁ ପ୍ରସ୍ତୁତ ହେବ ଏବଂ ଯେଉଁମାନେ ଆଜି ପର୍ଯ୍ୟନ୍ତ ଜମା ଇଣ୍ଟରନେଟ୍ ବ୍ୟବହାର କରିନାହାଁନ୍ତି ସେମାନଙ୍କ ପାଇଁ ନୂଆ ସମ୍ଭାବନା ଆଣିବ ।’ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ନୂଆ ସ୍ମାର୍ଟଫୋନ୍ ସାଧାରଣ ଲୋକର ବଜେଟକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଏହାର ଦ

ଦିନକୁ ଶହ ଶହ ଟ୍ରିପ ଚୋରାଚାଲାଣ ହେଉଛି ଲୁହାପଥର, ସରକାର ହରାଉଛନ୍ତି ରାଜସ୍ୱ l

Image
ଯୋଡା : ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍‌ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଲୁହାପଥର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଚୋରା କାରବାର ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷକରି କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଖଣିଜ ଚୋରା କାରବାର ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି। ଚଳିତ ଜୁନ୍‌ ମାସରେ ଚୋରାଚାଲାଣ ହେଉଥିବା ୫୦ରୁ ଊର୍ଦ୍ଧ୍ୱ ବଡ଼ବଡ଼ ଟ୍ରକ୍‌କୁ ପୋଲିସ ଓ ବନବିଭାଗ ପକ୍ଷରୁ ଜବତ କରାଗଲାଣି। ଏହି ସମସ୍ତ ଚୋରା ଖଣିଜ ବୋଝେଇ ଟ୍ରକ୍‌ ପ୍ରାୟତଃ ଖଣି ଲିଜ୍‌ ସଂଲଗ୍ନ ଅଞ୍ଚଳରୁ ଧରାପଡ଼ିଛି। ଯାହାକି ଖଣି ନିର୍ଦ୍ଦେଶାଳୟର ବିନା ଅନୁମୋଦନରେ ଚାଲାଣ ହେଉଥିବା ଜଣାପଡ଼ିଛି। ବିଭିନ୍ନ ଉପାୟରେ ଖଣିଜ ପଦାର୍ଥ ଚୋରି ହେଉଥିବାରୁ ସରକାର ବହୁ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଏନେଇ ଭୁବନେଶ୍ୱର ସ୍ଥିତ ଖଣି ନିର୍ଦ୍ଦେଶାଳୟର ବରିଷ୍ଠ ଯୁଗ୍ମ ନିର୍ଦ୍ଦେଶକ ଙ୍କୁ ପଚାରିବାରେ ସେ କହିଛନ୍ତି, ଖଣିଜ ଚୋରି ରୋକିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଥ୍ରିଏମ୍‌ଏସ୍‌, ଷ୍ଟେଟ୍‌ ଲେଭଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଭଳି ଅନେକ ପଦକ୍ଷେପ ନିଆଯାଇଛି। ଏବେ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ଆହୁରି କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ଖଣି

ନଦୀରେ ଗାଧୋଇବାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ, ଥାନାରେ ଏତଲା l

Image
ଯାଜପୁର : ବଡ଼ଚଣା ବ୍ଲକ ଚାରିନଗଲ ପଞ୍ଚାୟତରେ ନଦୀ ରେ ଗାଧୋଇବାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା l ଉଭୟଙ୍କ ପକ୍ଷରୁ ତିନୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବାଲିଚନ୍ଦ୍ରପୁର ପୋଲିସ I ହିନ୍ଦୁ ସମ୍ପ୍ରଦାୟର ଦୁଇ ଜଣକୁ ଗିରଫ କରିଛି ପୋଲିସ, ହେଲେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ କୌଣସି ବ୍ୟକ୍ତି ଙ୍କୁ ଗିରଫ କରି ନଥିବାରୁ ପୋଲିସ୍ ର ଏହିପରି କାର୍ଯ୍ୟକୁ ସମାଲୋଚନା କରିଛନ୍ତି ପ୍ରତିପକ୍ଷ l ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି l ଯାଜପୁର ଏସ୍.ଡି.ପି.ଓ. ଘଟଣା ସ୍ଥଳରେ ପହଞ୍ଚି ଶାନ୍ତି କମିଟି ଗଠନ କରି ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି l ବାଲିଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ଡେରାପକାଇଛି I ଘଟଣାରୁ ପ୍ରକାଶ ଯେ ଗତ ୨୪ ତାରିଖ ଦିନ ହିନ୍ଦୁ ସମ୍ପ୍ରଦାୟର କିଛି ମହିଳା ନଦୀରେ ଗାଧୋଉଥିବା ବେଳେ ମୁସଲମାନ ସମ୍ପ୍ରଦାୟର କିଛି ଯୁବକ ମଦପିଇ ଆସି ଏମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଅଶ୍ଳୀଳ ଭାଷା କହିଥିଲେ ବୋଲି ଅଭିଯୋଗ ହୋଇଛି l ଏହାକୁ ଉକ୍ତ ଗ୍ରାମର ଦୁଇଜଣ ଯୁବକ ବିରୋଧ କରିଥିଲେ l ଏହାର ପ୍ରତିଶୋଧ ପରାୟଣ ହୋଇ ମୁସଲମାନ ସମ୍ପ୍ରଦାୟର ଏକାଧିକ ଯୁବକ ଏକତ୍ରୀତ ହୋଇ ବିରୋଧ କରିଥିବା ଯୁବକଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ l ଏହି ଘଟଣାରେ ଉଭୟ ପକ୍ଷରୁ ବାଲିଚନ୍ଦ୍ରପୁର ଥାନା ରେ ଏତଲା ଦେଇଥିଲେ କିନ୍ତୁ ପୋଲିସ୍ ପକ୍ଷପାତିତା

ଏସ୍ ପି ଙ୍କ ନିର୍ଦ୍ଦେଶରେ ଜୋରଦାର୍ ଯାଂଚ l

Image
ଯାଜପୁର : ଆଜି ଯାଜପୁର ଏସ୍ ପି ଙ୍କୁ ନିଦ୍ଦେର୍ଶ ରେ କଳିଙ୍ଗନଗର ପକ୍ଷରୁ ଗାଡ଼ି ଏବଂ ମାକ୍ସ ଯାଂଚ କରାଯାଇଛି l ଏହି ଅବସରରେ କଳିଙ୍ଗନଗର ପୋଲିସ୍ ପକ୍ଷରୁ ଅମାନିଆ ଙ୍କୁ ସାବାଡ କରିବାକୁ ପ୍ରୟାସ କରିଛନ୍ତି ଓ ମୋଟା ଅଙ୍କର ଜୋରିମାନା ଆଦାୟ ହୋଇଛି l ଏହି ମାକ୍ସ ଓ ମୋଟରଯାନ ଯାଂଚ ବେଳେ ଯଥାକ୍ରମେ ୪୦୦୦ ଟଙ୍କା ଓ ୨୧୦୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି l କରୋନା ନିୟମ ଅନୁସାରେ ଏହି ଯାଂଚ ଅଭିଯାନ କୁ ସାଧାରଣରେ ପ୍ରସଂଶା କରାଯାଇଛି I କାଲି ଠାରୁ ସାରା ଜିଲ୍ଲା ରେ କଡାକଡି ଭାବେ ମାକ୍ସ ଓ ମୋଟରଯାନ ଯାଂଚ ପକ୍ରିୟା ଚାଲୁ ରହିବ ବୋଲି ଯାଜପୁର ଜିଲ୍ଲା ଏସ୍ ପି ଙ୍କ ପକ୍ଷରୁ ସୂଚନା ଦିଆଯାଇଛି l ଜନସାଧାରଣ କୋଭିଡ଼ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ନଚେତ୍ ଅନ୍ୟଥା ଜୋରିମାନା ଦେବାକୁ ପଡିବ l ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ I Strict scrutiny at the behest of the SP.  Jajpur: Vehicles and Max were inspected by the Kalinganagar on behalf of the Jajpur SP today. The Jajpur district SP has informed that the probe operation will be carried out strictly across the district from tomorrow onwards. Be careful, be safe. 

ବିଜେଡି ଦଳ ପକ୍ଷରୁ ୩୦ ଜିଲ୍ଲାପାଇଁ ନୂଆ ପଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି l

Image
ଭୁବନେଶ୍ୱର: ବିଜେଡିର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ । ଏହି ନୂଆ ତାଲିକାକୁ ପ୍ରକାଶ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ( ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ଅନୁଗୁଳ- ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର- ପ୍ରତାପ କେଶରୀ ଦେବ, ବରଗଡ଼ – ସୁଧିର କୁମାର ସାମଲ, ଭଦ୍ରକ- ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର- ସୁଶାନ୍ତ ସିଂହ, ବୌଦ୍ଧ-ସୌଭାଗ୍ୟ ନାୟକ, କଟକ-ଉଷା ଦେବୀ, ଦେବଗଡ଼ ସୁଶାନ୍ତ ସିଂହ, ଢେଙ୍କାନାଳ-ବିଜୟ ନାୟକ, ଗଜପତି ଅତନୁ ସବ୍ୟସାଚୀ ନାୟକ , ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ, ଜଗତସିଂହପୁର-ସମୀର ରଞ୍ଜନ ଦାସ, ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ସୁବାସ ସିଂହ, କଳାହାଣ୍ଡି ନବ କିଶୋର ଦାସ, କନ୍ଧମାଳ-ପ୍ରତାପ ଜେନା, କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ, କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା-ପ୍ରମିଳା ମଲ୍ଳିକ, କୋରାପୁଟ- ଚନ୍ଦ୍ର ସାରଥି ବେହେରା, ମୟୂରଭଞ୍ଜ ପ୍ରଣବ ପ୍ରକାଶ ଦାସ, ନବରଙ୍ଗପୁର-ତୁଷାରକାନ୍ତି ବେହେରା, ନୟାଗଡ଼-ପଦ୍ମନାଭ ବେହେରା, ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର, ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ, ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ, ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ, ସୁନ୍ଦରଗଡ଼ ପାଇଁ ପ୍ରୀତିରଞ୍ଜନ