Posts

ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି l

Image
 ଯାଜପୁର (ସୁକିନ୍ଦା ):- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତର  ସୋରିଷିଆପଦା ଠାରେ ବି ବି ଏମ କ୍ଲବ ଆନୁକୂଲ୍ୟରର ଅନୁଷ୍ଠିତ ହୋଇଯାଇଛି l  ଗତ ୧୭ବର୍ଷ ଧରି ସ୍ଥାନୀୟ ବିର୍ସା ପଡିଆଠାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଗତ ୧୪ଓ ୧୫ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଗ୍ରାମାଞ୍ଚଳର ୧୬ଟି ଟିମକୁ ନେଇ ଫୁଟବଲ ଟୁର୍ନାମେଣ୍ଟ ଓ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l     ଉଦଯାପନୀ ଉତ୍ସବ ଉପଲକ୍ଷେ ୧୫ତାରିଖ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ସତ୍ତାର ସ୍ମୃତି ସଂସଦ, ସୁକିନ୍ଦାର ଅଧ୍ୟକ୍ଷ ଡ. ମଞ୍ଜୁର ଅଲି ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ମଙ୍ଗଳ ସିଂ ହେମ୍ବ୍ରମ, କବିର ବଦରା, ବିଦ୍ୟାଧର ମହାନ୍ତ, ସିଙ୍ଗରାଇ ବାନରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଉ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଓ ଜୀବନlଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ l  ଫୁଟବଲ ଟୁର୍ନାମେଣ୍ଟର ଚାମ୍ପିୟନ ଓ ରନର୍ସ ଅପ ଦଳ ସମେତ ମହିଳାମାନଙ୍କର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କୁଅଁର ହେମ୍ବ୍ରମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁରସିଙ୍ଗ ହେମ୍ବ୍ରମ, ସୁବା

କୁହିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଜୈବ-ଚିକିତ୍ସା ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି l

Image
ଯାଜପୁର (ସୁକିନ୍ଦା) :-ସୁକିନ୍ଦା ବ୍ଳକ କୁହିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଜୈବ-ଚିକିତ୍ସା ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି l ରୋଗୀ ଚିକିତ୍ସା ଜନିତ ବର୍ଯ୍ୟବସ୍ତୁକୁ (Bio-Medical Waste ) ପ୍ରଦୂଷଣ ବୋର୍ଡ ନିୟମାବଳୀ ଅନୁଯାୟୀ ପରିଚାଳନା କରାଯାଇଅଛି l ଏଥିରେ ବିଭିନ୍ନ କିସମର ବର୍ଯ୍ୟବସ୍ତୁକୁ ସଂଗ୍ରହ କରାଯାଇ ଅଲଗା ଅଲଗା ରଙ୍ଗୀନ ବାଲତିରେ ପୃଥକୀକରଣ କରାଯାଏ l  ହଳଦିଆ, ଲାଲ, ନୀଳ, ଧଳା ଓ କଳା ରଙ୍ଗର ବାଲତି ମାନଙ୍କରେ ରଖାଯାଏ l ସେଠାରୁ ନେଇ ନିର୍ଦିଷ୍ଟ ନନ୍ଦକୂଅ ବା ପିଟ ମାନଙ୍କରେ ପକାଯାଏ l ପୂଜ ଓ ରକ୍ତଭିଜା ତୁଳା, କପଡା, ସିରିଞ୍ଜ, ଇଂଜେକସନ ଛୁଞ୍ଚି, ସାଲାଇନ ବୋତଲ,କାଚ ବୋତଲ,ଔଷଧ ଖୋଳ ଇତ୍ୟାଦି ବାହାରେ ଇଆଡ଼େ ସିଆଡେ ନଅପକାଈ ପିଟ ରେ ପକାଇ ଦିଆଯାଇଥାଏ l ପୁନଶ୍ଚ ପିଟ ଗୁଡିକ ସଂସ୍ପରେ ଯେପରି ମଣିଷ, ପଶୁମାନେ ନ ଆସନ୍ତି ସେଥିପାଇଁ ପିଟ ଚାରିପଟେ ଇଟା କାନ୍ଥ ଦିଆଯାଇଛିl ଏହାଦ୍ଵାରା ପରିବେଶ ପ୍ରଦୂଷଣ ଓ ରୋଗ ସଂକ୍ରମଣ ହ୍ରାସପାଇଥାଏ l

ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଚୋର l

Image
ଯାଜପୁର (ବ୍ୟାସନଗର) :- ବିଳମ୍ବିତ ରାତିରେ ଯାଜପୁର ରୋଡ ଥାନା କୋପଣ୍ଡ ଗାଁରେ ଲକ୍ଷାଧିକ ଟଙ୍କାର ସୁନାଗ୍ରହଣା ଚୋରି,ଥାନାରେ ଏତଲା ଦିଆଯାଇଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ନିଜର କାମଧନ୍ଦା ସାରି ଖାଇପିଇ ସମ୍ବୁନାଥ ସାହୁଙ୍କ ପରିବାର ଲୋକେ ଶୋଇଥିଲେ। ରାତି ୩ଟାରୁ କୌଣସି କାମରେ ସମ୍ବୁନାଥଙ୍କ ପତ୍ନୀ ସଂଯୁକ୍ତା ସାହୁ ଘର ବାହାରକୁ ଆସିବାକୁ ବାହାରିଥିଲେ । ମାତ୍ର ଘର ପ୍ରତେକ ରୁମରେ କୌଣସି ବ୍ୟକ୍ତି ବାହାରୁ ବନ୍ଦ କରିଦେବା ସହିତ ଘରର ମୁଖ୍ୟ ଫାଟକ ଖୋଲା ଥିଲା  । ଯାହାକୁ ଦେଖି ସଂଯୁକ୍ତା ନିଜ ଘର ଲୋକଙ୍କୁ ଡାକିଥିଲେ। ତେବେ ଘରର ସମସ୍ତ ରୁମକୁ ଯାଇ ଦେଖିଲା ବେଳକୁ ଅଧିକାଂଶ ଜିନିଷ ଚୋରି ହେଇଯାଇଥିଲା। ଏଥିସହିତ ନିଜର ଝିଅ ବାହାଘର ପାଇଁ ରଖିଥିବା ସୁନା ମୁଦି,ଚୁଡ଼ି,ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ରୁପା ଜିନିଷ ଚୋରି ହେଇଯାଇଥିଲା।  ତେବେ ଏହି ଚୋରି ଘଟଣାକୁ ସମ୍ବୁନାଥ ସାହୁ ଯାଜପୁର ରୋଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ସଂଯୁକ୍ତା ସାହୁ ଦାବି କରିଛନ୍ତି l 

ୟୁଥ ଫର ଆକ୍ସନ ସଂଗଠନରେ ନୂତନ କାର୍ଯ୍ୟକର୍ତ୍ତା ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର - ଗତ କାଲି ହୋଟେଲ ରୋୟାଲ କଳିଙ୍ଗରେ ୟୁଥ ଫର ଆକ୍ସନ ସଙ୍ଘର କୋରାଇ ସଭାପତି ସୁଶୀଲ କୁମାର ମଲିକଙ୍କ ତତ୍ୱାବଧାନରେ କରାଇ ଓ ବ୍ୟାସନଗର ସଙ୍ଘର ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଂଗଠନ ଦୀର୍ଘ ୨ ବର୍ଷଧରି ନୂତନ ଭାବେ ଅଣ ରାଜନୈତିକ ସଂଗଠନ ଭାବେ କାର୍ଯ୍ୟକରୀ ଆସୁଥିବାବେଳେ ଦିନକୁ ଦିନ ସଂଗଠନ ପ୍ରତି ଜନସାଧାରଣ ତଥା ଯୁବ ପିଢିଙ୍କ ନିକଟତର ହେବାରେ ଲାଗିଛି l  ଏହି ସଂଗଠନ ନିରପେକ୍ଷ ଭାବେ ସମାଜକୁ ଏକ ସୁଦର, ସରସ କରି ଗଢିତୋଳିବା ଓ ଯୁବ ପିଢିଙ୍କ ନକରାତ୍ମକ ଚିନ୍ତାଧାରାକୁ ବଦଳାଇ ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାଭଳି ଏହାର ମୁଖ୍ୟ ଉଦେଶ୍ୟ ବୋଲି ସଙ୍ଘ ରାଜ୍ୟ ସମ୍ପାଦକ ଅଶ୍ୱିନୀ କର କହିଥିଲେ l  ୟୁଥ ଫର ଆକ୍ସନ ସଙ୍ଘର ରାଜ୍ୟ ସମ୍ପାଦକ ଅଶ୍ୱିନୀ କର ଓ ଯାଜପୁର ଜିଲ୍ଲା ସଭାପତି ରୂପକ ଦାଶ କାର୍ଯ୍ୟକ୍ରମରେ ଯୋଗଦେଇ ଥିବାବେଳେ ସଙ୍ଘ ଘୋଷିତ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ କୋରାଇ ମଣ୍ଡଳ ସଭାପତି ଭାବେ ସୁଶୀଲ କୁମାର ମଲିକ, ଉପ ସଭାପତି ଭାବେ ଚନ୍ଦନ ମଲିକ, ମନୋଜ ରାଉତ, ସୁବ୍ରତ ସାହୁ, ରଞ୍ଜିତ ମଲିକ l ସମ୍ପାଦକ ଭାବେ ଜଗନ ବରାଳ ବିଶ୍ୱନାଥ ମହାରଣା, ଶ୍ରୀକାନ୍ତ ସ୍ୱାଇଁ, ରମାକାନ୍ତ କାଣ୍ଡି ଓ ଜ୍ଞାନରଞ୍ଜନ ମହାନ୍ତି ରହିଛନ୍ତି l ସାଧାରଣ

ଘୁନସର ଆଦିଶକ୍ତି ପୀଠରେ ନିଶାନ ଯାତ୍ରା ଉଦଯାପିତ l

Image
ବଲାଙ୍ଗୀର (ସଇଁନ୍ତଲା) :- ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଆଦିଶକ୍ତି ପୀଠରେ ଜିଲ୍ଲା ଆଦିବାସୀ କଲ୍ୟାଣ ତରଫରୁ ନିଶାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଦୀମାତା ଧରନି ପେନୁଙ୍କୁ ପୂଜାର୍ଚ୍ଚନା ପରେ ଆଦିବାସୀମାନେ ପାରମ୍ପାରିକ ନୃତ୍ୟ, ବାଦ୍ୟ, ଗୀତ ତାଳେ ତାଳେ ଘୁନସର ଗାଁରେ ସଂସ୍କୃତିକ ଶୋଭାଯାତ୍ରା କରିଥିଲେ । ନାରେନ ଢାପ ଦଳ, ପିପିଲକାନି ଡ଼କାଦଳ, ସୁରଡ଼ା ଡ଼କା ପାଟି, ସହିତ ସଇଁନ୍ତଲା ବ୍ଳକର ଡ଼କାଦଳ ଯୋଗଦେଇ ଥିଲେ । ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ପରେ ଆଦିଶକ୍ତି ପୀଠଠାରେ ନିଶାନ ଯାତ୍ରା ଅବସରରେ ପ୍ରାଚୀନ ଆଦିବାସୀ ଢାପ ନୃତ୍ୟ, ଡ଼କା ନୃତ୍ୟ, ଲୋକ ନୃତ୍ୟ, ଲୋକ ସଙ୍ଗୀତ, ଲୋକ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନିଶାନ ଯାତ୍ରା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହା ସଂଘର ମହାସଚିବ ନିରଞ୍ଜନ ବିଶି, ଉପଦେଷ୍ଟା ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ଥବିର ପୁଝାରୀ, ଈଶ୍ୱର ମିର୍ଦ୍ଧା, ସରୋଜ ପୁଝାରୀ, ପୀଠର ମୁଖ୍ୟ ପୂଜକ ହୀରା ବାବା ଉପସ୍ଥିତ ଥିଲେ । ଆଦିବାସୀ ସାଂସ୍କୃତିକ, ଭାଷା, ଧର୍ମ, ଦେବାଦେବୀ ପୂଜା ପାଳିତ ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ବିଦ୍ୟା, ଶିକ୍ଷା, ଦୀକ୍ଷାର ପୁନଃଉଦ୍ଧାର କରି ଆଦିବାସୀଙ୍କ ଆଦି ପରମ୍ପରାକୁ ଉଦ୍‌ଜାପିତ କରିବାକୁ ଆଦିବାସୀ

ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ପଦ୍ମଶ୍ରୀ ନନ୍ଦମାଷ୍ଟ୍ରେଙ୍କୁ ସମ୍ବର୍ଦ୍ଧନା I

Image
ଯାଜପୁର :- ପଲ୍ଲୀ ରୁ ଦିଲ୍ଲୀ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତି୍ରା ଗ୍ରାମ ନିବାସୀ ୧୦୪ ବର୍ଷ ବୟସ୍କ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି (ନନ୍ଦ ମାଷ୍ଟ୍ରେ)ଚାଟଶାଳୀ ପରମ୍ପରାକୁ ବଜାୟ ରଖି ଦୀର୍ଘ ୭୫ବର୍ଷ ଧରି ଗ୍ରାମର କୋମଳମତି ଶିଶୁମାନଙ୍କୁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରି ଆସୁଥିବାରୁ ଭାରତର ରାଷ୍ଟ୍ରପତି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି l  ଦିଲ୍ଲୀ ଠାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇ ଗାଁ ମାଟିରେ ପାଦ ଥାପିବା ପରେ ପ୍ରତ୍ୟେହ ରାଜ୍ୟର ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାପାଇଁ କନ୍ତି୍ରା ଗ୍ରାମରେ ପହଞ୍ଚୁଥିବା ଦେଖାଯାଉଛି l ଶନିବାର ଦିନ ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ପ୍ରେସ ଫୋରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଫୋରମର କର୍ମକର୍ତ୍ତା ଓ ସଦସ୍ୟମାନେ ଶନିବାର ତାଙ୍କ ଚାଟଶାଳୀରେ ପହଞ୍ଚି ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନକରି ତାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ l ନନ୍ଦ ମାଷ୍ଟ୍ରେ ତାଙ୍କର ଦିଲ୍ଲୀ ଯାତ୍ରା ଓ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାରର ଅନୁଭୂତି ବର୍ଣନା କରି ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ l  (ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

କେ. ବି. ଏନ. ଗ୍ରୁପ ର ପାଞ୍ଚ ସଦସ୍ୟଙ୍କୁ ରିମାଣ୍ଡ ରେ ନେଲା ପୋଲିସ I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ):- କଥାରେ ଅଛି ଅତିରୁ ଇତି, ଏହି ମର୍ମରେ ବୁଝିବାକୁ ହେଲେ ଆଇନ କାନୁନ କୁ ଖାତିର ନକରି କେବଳ ବେପରୁଆ ମନୋଭାବ ରେ ମାତି କିଛି ଦିନ ପୂର୍ବେ କେତେକ ଯୁବକ ବିଲମ୍ବିତ ରାତ୍ରିରେ ଆଗ୍ନେୟାସ୍ତ୍ର ଓ ବିଭିନ୍ନ ମାରଣାସ୍ତ୍ର ରେ ସଜ୍ଜିତ ହୋଇ ରାଜଧାନୀ ଭୁବନେଶ୍ୱର ର ରାଜରାସ୍ତାରେ ଉଦ୍ଧଣ୍ଡ ନୃତ୍ୟ କରି ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରି ଥିଲେ l ଏହିସବୁ ଘଟଣା କୁ ପୋଲିସ କିନ୍ତୁ ହଜମ କରିପାରିଲା ନାହିଁ l ଚାଲିଲା ଜୋରଦାର ଚଢ଼ାଉ l ପୋଲିସ ଦ୍ୱାରା ଗିରଫ ହୋଇନଥବା କେବିଏନ୍  ଗ୍ରୁପ୍ନ ର ନରେନ୍ଦ୍ର କୁମାର ସାହୁ ,ରାହୁଲ ଜେନା ,ସନାତନ ବେହେରା ,ରାଜେଶ ବେହେରା ,ଓ ସୁମନ ପରିଡା ନାମକ ପାଞ୍ଚ ଜଣ ଯୁବକଙ୍କୁ ନାୟପଲ୍ଲୀ ପୋଲିସ ଆଜି ଦୁଇ ଦିନିଆ ରିମାଣ୍ଡ ରେ ନେଇଛି। ପୋକିଛ ପକ୍ଷରୁ ମାନ୍ୟବର ଅଦାଲତ ଙ୍କୁ ସାତ ଦିନ ରିମାଣ୍ଡ ପାଇଁ ଅନୁମତି ମଗା ଯାଇଥିବା ବେଳେ ଅଦାଲତ ଦୁଇଦିନ ପାଇଁ ଅନୁମତି ଦେଇଥିଲେ।