Posts

ବିଧାୟକଙ୍କ ଦ୍ଵାରା ବେଲପଡା ବ୍ଳକ ର ମୁନାପାଳି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ର ଶୁଭାରମ୍ଭ ସହ ୭ ଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ l

Image
 ବଲାଙ୍ଗିର :- ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ର ବିଭିନ୍ନ ଗ୍ରାମକୁ ଆଜି ବିଧାୟକ ସରୋଜ କୁମାର ମେହେର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ବିଧାୟକ ଶ୍ରୀ ମେହେର ଙ୍କ କରମକଳରେ ଅନୁଷ୍ଠିତ ହୋଇଯାଇଛି । ବେଲପଡା ବ୍ଳକ ର ମୁନାପାଳୀ ଗ୍ରାମ ର ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ କୁ ବିଧାୟକ ଶ୍ରୀ ମେହେର ଶୁଭାରମ୍ଭ କରିବା ସଙ୍ଗେ ବ୍ଳକ ର ବିଭିନ୍ନ ଗ୍ରାମକୁ ଯାଇ ୭ ଗୋଟି ପ୍ରକଳ୍ପ ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।  ଗ୍ରାମ କୁ ଯାଇ ଲୋକଙ୍କ ଅସୁବିଧା ବୁଝିବା ସହ ଆଗାମୀ ଦିନରେ ଏହାର ସମାଧାନ ଯଥା ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ମେହେର ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗ୍ରାମ ଗୁଡିକରେ ଲାଗି ରହିଥିବା ଅନେକ ସାମୁହିକ ସମସ୍ୟା ଅସୁବିଧା ବିଷୟରେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ବିଜେଡି ଦଳୀୟ କର୍ମୀ ଙ୍କ ସମେତ ଶତାଧିକ ମହିଳା ପୁରୁଷ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

ରାଧେଶ୍ୟାମ ମେମୋରିଆଲର ପ୍ରଥମ ବାର୍ଷିକ ଫାଇନାଲ ଫୁଟବଲ ମ୍ୟାଚ ଅନୁଷ୍ଠିତ l

Image
 ଯାଜପୁର :- କଳିଙ୍ଗନଗର ଅନ୍ତର୍ଗତ ଗୋବରଘାଟି ପଞ୍ଚାୟତର ଏଡି କ୍ଲବ ଗାଡପୁର ଆନୁକୂଲ୍ୟରେ ଆଜି ପ୍ରଥମ ବାର୍ଷିକ ରାଧେଶ୍ୟାମ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ହୋଇଯାଇଛି l ଏହି ମ୍ୟାଚରେ ମୂଖ୍ୟ ଅତିଥିଭାବେ କଳିଙ୍ଗନଗର ବିସ୍ଥାପିତ ଉନ୍ନୟନ ପରିଷଦ ସଦସ୍ୟ ମଟାଇ ଜାମୁଣ୍ଡା ଓ ମୂଖ୍ୟ ବକ୍ତାଭାବେ ସମାଜସେବୀ ବାବୁଲି ହାଇବ୍ରୁ ଯୋଗଦେଇ ମ୍ୟାଚର ଶୁଭାରମ୍ଭ କରିଥିଲେ ଏବଂ ଏହି ଟୁର୍ଣ୍ଣାମେଣ୍ଟ ଅଗାମୀଦିନରେ କିଭଳି ଆହୁରି ଉନତିମୂଳକ ହୋଇପାରିବ ତାହା ବକ୍ତବ୍ୟରେ କହିଥିଲେ l  ସ୍ବର୍ଗତ ରାଧେଶ୍ୟାମଙ୍କ ସ୍ମୃତିରେ ତାଙ୍କ ବଡ଼ ଭାଇ ସିଵନାଥ ବଦ୍ରାଙ୍କ ସହ ଅନେକ ମାନ୍ୟଗଣ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଆଜିର ଏହି ଫାଇନାଲ ମ୍ୟାଚ ଗୋବରଘାଟି ଫେଜ ୱାନ ଓ ବଜ୍ରପାଲି ଦଳ ମଧ୍ୟରେ ହୋଇଥିବାବେଳେ ଏଥିରେ ଗୋବରଘାଟି ଫେଜ ୱାନ ଚାରି ଶୂନ ଗୋଲରେ ବଜ୍ରପାଲି ଦଳକୁ ହରାଇ ଚମ୍ପିୟାନ ହୋଇ କପ ସହ ତିରିଶ ହଜାର ଏକ ଟଙ୍କା ପୁରସ୍କୃତ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନ ବଜ୍ରପାଲିକୁ କପ ସହ କୋଡିଏ ହଜାର ଏକ ଟଙ୍କା ପୁରସ୍କୃତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ତ୍ରିଜଙ୍ଗା ଟିମକୁ ପନ୍ଦର ହଜାର ଏକୋଇଶ ଟଙ୍କା ଓ ଚତୁର୍ଥ ସ୍ଥାନରେ ଠାକୁରମୁଣ୍ଡା ଦଳକୁ ଦଶହଜାର ଏକ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଟୁର୍ନାମେଣ୍ଟରେ ମୂଖ୍ୟ ଉପଦେଷ୍ଟା ଭାବେ

ରାଜ୍ୟ ସ୍ତରୀୟ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝି ଙ୍କ ୧୬୬ତମ ସହିଦ ଦିବସ ପାଳିତ ହୋଇଯାଇଛି l

Image
କଳାହାଣ୍ଡି :-ଜ଼ିଲ୍ଲା ର ସଦର ମହକୁମା ଭବାନୀପାଟଣା ଠାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁଗଜନ୍ମା ପୁରୁଷ ମହାନ ବିପ୍ଲବୀ କଳାହାଣ୍ଡି ର ବରପୁତ୍ର ରେଣ୍ଡୋ ମାଝି ଙ୍କ ରାଜ୍ୟସ୍ତରୀୟ ୧୬୬ତମ ସହିଦ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି। ନକଟିଗୁଡା ଠାରୁ ଆଦିବାସୀ ମାନେ ପାରମ୍ପରିକ ବେସଭୂଷା ସହିତ ଡକା, ଢ଼ାପ ବାଦ୍ୟ ର ତାଳେ ତାଳେ ନାଚି ନାଚି ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ରେ ଆସି ରେଣ୍ଡୋ ମାଝି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ I   ନୁଆ ବସଷ୍ଟାଣ୍ଡ ସ୍ଥିତ ସହିଦ ରେଣ୍ଡୋ ମାଝି ଙ୍କ ସ୍ମୃତି ପୀଠ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ପରେ ସହିଦ ଦିବସ ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ନବରଙ୍ଗପୁର ର ଆଦିବାସୀ ନେତା ବୁଡୁ ଜାନି,ସମ୍ବଲପୁର ର ଆଦିବାସୀ ନେତା ଶ୍ୟାମସୁନ୍ଦର ମୁଣ୍ଡା,ବଲାଙ୍ଗିର ର ଆଦିବାସୀ ନେତା ପୁରୁଷୋତ୍ତମ ଧରୁଆ,ପଦ୍ମନ ପ୍ରଧାନୀ,ଚୈତନ୍ୟ ମାଝି, ଆଦି କନ୍ଧ ସମାଜ ସଭାପତି ସୁରେଶ ଭୋଇ,ବିଶ୍ୱାବସୁ ଶବର ସମାଜ ସଭାପତି ଚନ୍ଦ୍ରଶେଖର ଶବର,ପବିତ୍ର ଶବର,ପରମାନନ୍ଦ ମାଝି,ଥବିର ପୂଝlରୀ,ପ୍ରମୁଖ ମଞ୍ଚାସିନ ଥିଲେ I ଜମି ଜଳ ଜଙ୍ଗଲ ର ମାଲିକ ଆଦିବାସୀ, ପ୍ରକୃତି ଏବଂ ଆଦିବାସୀ ପରସ୍ପର ପରିପୂରକ.ଇଂରେଜ ସରକାର ଆଦିବାସୀ ମାନଙ୍କ ଜମି ରେ କରଧର୍ଯ୍ୟ କଲେ ଏବଂ

ବ୍ରିଜ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍ ଡ୍ରାଇଭର ମୃତ l

Image
    ଢେଙ୍କାନାଳ :- ଜିଲ୍ଲା ର ପରଜଙ୍ଗ ଥାନା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ ରେ ଭାରସ୍ୟାମ ହରାଇ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍ OD 09P 0122 ଡ୍ରାଇଭ ମୃତ I ମୃତକ ଜଣକ ହେଉଛନ୍ତି କେଉଁଝର ଜିଲ୍ଲାର ମାନସ ରଞ୍ଜନ ଧିବର। ସୂଚନ ମୁତାବକ ଟ୍ରକଟି ଆଇରନ୍ ନେଇ କେନ୍ଦୁଝର ପଟୁ ତାଳଚେର ଅଭିମୁଖେ  ସକାଳ ପ୍ରାୟ ୫:୩୦ ମି. ସମୟରେ ଯାଉଥିବା  ବେଳେ ଜଟିଆ ନିକଟସ୍ଥ ଜଟିଆ ବ୍ରାହ୍ମଣୀ ବ୍ରିଜ ତଳକୁ ଭାରସ୍ୟାମ ହରାଇ ଖସି ପଡ଼ିଥିଲା। ତେବେ ସ୍ଥାନୀୟ ଲୋକ ଦେଖିବା ପରେ ପରଜଙ୍ଗ ପୋଲିସ କୁ ଖବର  ଦେଇଥିଲେ। ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି kunal counstruction ର jcb ସହାୟତାରେ ଟ୍ରକ୍ ରେ ଥିବା ଡ୍ରାଇଭର କୁ ମୃତ ଭାବେ ଉଦ୍ଧାର କରିଛନ୍ତି।

ପାଢେଲ ଗ୍ରାମ ରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ସ୍ଥାପନ ଉତ୍ସବ ସହ ଷୋଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ସମ୍ପନ୍ନ।

Image
ପାଟଣାଗଡ :- ବଲାଙ୍ଗୀରପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପାଢେଲ ଗ୍ରାମ ର ନବ ନିର୍ମିତ ଜଗନ୍ନାଥ ମନ୍ଦିର ର ରତ୍ନ ମୁଦ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ରତ୍ନ ମୁଦ ସ୍ଥାପନ ସହ ଷୋଳପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତା ୮ .୧୨ .୨୦୨୧.ବୁଧବାର ରୁ ୧୧.୧୨ .୨୦୨୧ ଶନିବାର ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେଉଥିବା ରତ୍ନ ମୂଦ ଉତ୍ସବ ରେ ସ୍ଥାନୀୟ ପୋଖରୀ କୁ ଯାଇ ପୂଜାର୍ଚ୍ଚନା ସହ ଇନ୍ଦ୍ର ଇନ୍ଦ୍ରାଣୀ ଓ ଗଙ୍ଗା ନିମନ୍ତ୍ରଣ କରିବା ସହ ପୂର୍ଣ୍ଣ କଳଶ ଆଣି ପୂଜା ନାମ ଯଜ୍ଞ ଓ ପୂଜା ମଣ୍ଡପ ରେ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାର ପରଦିନ ତା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋମ ଯଜ୍ଞ କରି ନଗର ପରିକ୍ରମା କରି ରତ୍ନ ମୁଦ ଆରମ୍ଭ ହୋଇଥିଲା ।  ଏଥିରେ ମୂଖ୍ୟ ଯଜ୍ଞ କର୍ତ୍ତା କାର୍ତ୍ତିକ ସରାଫ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ସରାଫ ଙ୍କ ସହ ଷୋଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ର ୧୬ ଜଣ ଯଜ୍ଞ କର୍ତ୍ତା ଭାବେ ଭାଗିରଥି ପଟେଲ ତାଙ୍କ ଧର୍ମପତ୍ନୀ ତୃଷ୍ଣାମୟୀ ପଟେଲ ,ଟଙ୍ଗଧରଭୁଏ ତାଙ୍କ ଧର୍ମପତ୍ନୀ ରାମ୍ଭା ଭୂଏ, ଭଗବାନ ମେହେର ଓ ଧର୍ମପତ୍ନୀ ସରୋଜିନୀ ମେହେର , ଦିଲିପ ରଣା , ମିଥୁନ ସାହୁ ଧର୍ମପତ୍ନୀ ହିମାନ୍ଦ୍ରୀ , ଲକ୍ଷ୍ମୀ ନାରାୟଣ ସରାଫ,ଟିକୁ ବନଛୋର,ଭିକ ବନଛୋର, ଲୋକନାଥ ସରାଫ, ଶେଷ ବନଛୋର , ମନୋରଞ୍ଜନ ମେହେର,ମଣ୍ଟୁ ସରାଫ,ସୁଦାମ ସରାଫ ପ୍ରମୁଖ ଙ୍କ ସହ ତାଙ୍କ

ଚର୍ଚ୍ଚା ରେ ଶ୍ୟାମଜୀ ରାଇସ ମିଲ, ତଦନ୍ତ ବେଳେ ବନ୍ଦ କୋଠରୀ ରେ ଅଧିକାରୀ ଙ୍କୁ ଆପାଇତ କରିବାର ଭିଡିଓ ଭାଇରାଲ I

Image
  ଖପ୍ରାଖୋଲ :- ବଲାଙ୍ଗିର ଜିଲ୍ଲା ର ମଣ୍ଡି ପୂର୍ବରୁ ଜିଲ୍ଲା ରେ ଥିବା ରାଇସ ମିଲ୍ ଗୁଡିକୁ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା l ଯାଞ୍ଚ ସମୟରେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ସଲଣ୍ଡି ନିକଟରେ ଥିବା ଶ୍ୟାମଜୀ ରାଇସ ମିଲ୍ ରେ ମିଲ୍ ର ଷ୍ଟକ ରେଜିଷ୍ଟର ଠାରୁ ଅଧିକ ପରିମାଣ ର ଧାନ ଓ ଚାଉଳ ଗଛିତ ଥିବା ଜଣାପଡିଥିଲା l ଯାହାକୁ ନେଇ ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ମିଲ୍ କୁ ଘନ ଘନ ଗସ୍ତ କରି ପୁଙ୍ଖାନୁ ପୁଙ୍ଖା ତଦନ୍ତ କରୁଛନ୍ତି l  ତଦନ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବି ଗେଟ ଭିତର କୁ ପ୍ରବେଶ କରିବାକୁ ଦେଇନଥିଲେ l ବାହାରେ ଗେଟ ବନ୍ଦ କରି ଭିତରେ ଖୋଳତାଳ ଆରମ୍ଭ କରିଥିଲେ ତଦନ୍ତ ଅଧିକାରୀ I ଅପରାହ୍ନ ୩ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଗେଟ ଭିତରେ ଅଧିକାରୀ ମାନେ ଉପସ୍ଥିତ ରହି ଯାଞ୍ଚ କରିଥିଲେ |  ଅନ୍ୟପଟେ ଯାଞ୍ଚ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରଲ ହେବାକୁ ଲାଗିଛି | ତଦନ୍ତ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ମିଲ୍ ମାଲିକ ଙ୍କ ସହ ଏକ କୋଠରୀ ରେ ବସି ଚା ପାଣି ନାସ୍ତା କରୁଥୁବାର ଦୃଶ୍ୟ ଦେଖିବାକୁ ମିଳୁଛି l  ଯାହାକୁ ନେଇ ସମ୍ପୃକ୍ତ ମିଲ୍ ମାଲିକ ଏବଂ ତଦନ୍ତ ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ସଂଗଠନ ର କର୍ମକର୍ତ୍ତା l ଏ ସମ୍ପର୍କରେ କୌଣସି ପ୍ରଶାସନିକ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଲପାରିନା

ଦେଶ ର ସୁରକ୍ଷା ସହିତ ସ୍ଵଚ୍ଛତା ଉପର ଜବାନ ଙ୍କ ଗୁରୁତ୍ୱ l

Image
ବଲାଙ୍ଗୀର :- ଓଡ଼ିଶା ର ମାଓ ପ୍ରବଣ ବଲାଙ୍ଗୀର ଜିଲ୍ଲା ର ଆଇନ ଶୃଙ୍ଖଲା ରକ୍ଷା ତଥା ସାଧାରଣ ଜନତା ଙ୍କ ସୁରକ୍ଷା ପାଇଁ ନିୟୋଜିତ 189ବାଟାଲିୟନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଅସାଜିକ କାର୍ଯ୍ୟ କଳାପ ବିରୁଦ୍ଧରେ ଅଭିଯାନ ଚଳାଇବା ସହିତ ଦେଶକୁ ସୁରକ୍ଷିତ ଏବଂ ପରିବେଶକୁ ସ୍ଵଚ୍ଛତା ରଖିବାରେ ମଧ୍ୟ ଅମୁଲ୍ୟ ଅବଦନ ରହିଛି I  ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ରେ ଶ୍ରୀ ପବନ କୁମାର ତିୱାରୀ କମାଣ୍ଡୋ 189ବାଟାଲିୟନ ନିର୍ଦ୍ଦେଶନାରେ ଡି /ଆସିଷ୍ଟାଣ୍ଟ କମାଣ୍ଡୋ ଶ୍ରୀ ଓ଼ମପ୍ରକାଶ ଯାଦବ ଏବଂ ବି 189ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡୋ ଶ୍ରୀ ଲକ୍ଷିଣ୍ଡର ସିଂ, ଶ୍ରୀ ବିଜୟ କୁମାର, ପି. ଲିମସନ ଏବଂ ଯବାନ ମାନେ ଯୋଗ ଦେଇ ବଲାଙ୍ଗୀର ଜିଲ୍ଲା ର ଏୈତିହାସିକ ବିଶ୍ୱ ପ୍ରସିଦ୍ଧ ହରିଶଙ୍କର ପୀଠ ଠାରେ ଥିବା ମନ୍ଦିର ପ୍ରାଙ୍ଗଣ, ପାର୍କ ସ୍ଥାନ, ବସଷ୍ଟାଣ୍ଡ ଆଦି ବିଭିନ୍ନ ଜାଗାରେ ସ୍ଵଚ୍ଛତା ଅଭିଯାନ ର ଅଯୋଜନ କରିଥିଲେ l  ଏହି ଅଭିଯାନ ସମୟରେ କମାଣ୍ଡୋ ଶ୍ରୀ ଓ଼ମପ୍ରକାଶ ଯାଦବ ଜନସାଧାରଣ ଙ୍କୁ ସୋମଧିତ କରି ଆମ ଦେଶକୁ ପରିଷ୍କାର ଏବଂ ସବୁଜ ସୁନ୍ଦର କାରିବକୁ ପଡିବ ତଥା ଆମ ଆଗାମୀ ପିଢ଼ୀକୁ ଏକ ସୁସ୍ଥ ଏବଂ ସୁନ୍ଦର ଭାରତ ଦେବା କୁ ପଡିବ ବୋଲି କହିଥିଲେ l  ଏଥିସହ ସେ କହିଛନ୍ତି ସର୍ବସାଧାରଣ ସ୍ଥାନରେ ପରିଷ୍କାର କରବା ପ୍ରତି ଧ୍ୟାନ ଦେବା ଆବଶ୍ୟକ l ଏହି ଅବସର ରେ ଗାଁ ନାନ୍ଦୁ