Posts

ପ୍ରଧାନ ଶିକ୍ଷକ ଙ୍କ ବଦଳି ବାତିଲ ପ୍ରତିବାଦରେ କନଗାଁ ସ୍କୁଲ ସମ୍ମୁଖ ରେ ଧାରଣା I

Image
  ବଲାଙ୍ଗୀର :- ଜିଲ୍ଲା ର ଖପ୍ରାଖୋଲ ବ୍ଲକ ପଡିଆବାହାଲ ପଂଚାୟତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ବଦଳି ପ୍ରତିବାଦ ରେ ସୋମବାର ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଥିଲେ । ସୁଚନା ଅନୁସାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୋତିଲାଲ ତାଣ୍ଡି ଙ୍କୁ ଅନ୍ୟତ୍ର ବଦଳି ହୋଇଥିବାରୁ ତାର ପ୍ରତିବାଦ କରି ଅଭିଭାବକ ମାନେ ଧାରଣା ଦେଇ ପ୍ରତିବାଦ କରିଥିଲେ ।  ପୁର୍ବରୁ ବଦଳି ବାତିଲ ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ଯ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଧାରଣା ଦେଇ ଥିବା ବେଳେ ଦାବୀ ପୁରଣ ନ ହେଲେ ଅନିର୍ଦ୍ଦିଷ୍ଟ ଦିନ ପର୍ୟ୍ଯନ୍ତ ଧାରଣା ଜାରି ରହିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇଶ୍ବର ଛତର ସହ ଅଭିଭାବକ ମାନେ କହିଛନ୍ତି । ଏ ନେଇ ବ୍ଲକ ଶିକ୍ଷା ଅଧିକାରୀ ସୁବୋଧ ପୁରୋହିତ ଙ୍କୁ ଯୋଗାଯୋଗ କଲେ ମଧ୍ଯ ଫୋନ ଉଠାଇ ନଥିବା ବେଲେ ଏବିଇଓ ମିନିକେତନ ବରିହା ଙ୍କୁ ପଚାରିବାରୁ ଛତ୍ରୀ ଛାତ୍ର ସଂଖ୍ଯା ଅନୁପାତ ରେ ଅଧିକ ଶିକ୍ଷକ ଥିବାରୁ ଜିଲ୍ଲାପାଳ ଙ୍କ ଆଦେଶ ଅନୁଶାରେ ଜଣେ ଶିକ୍ଷକ କୁ ଅନ୍ୟତ୍ର ବଦଳି ହୋଇଥିବା କହିଛନ୍ତି ।  ସେହିପରି ଅଭିଭାବକ ଙ୍କ ଦାବୀ କୁ ମଧ୍ଯ ଉଚ୍ଚ କତ୍ରୁପକ୍ଷ କୁ ଜଣେଇ ଦେଇ ଥିବା ମଧ୍ଯ କହିଛନ୍ତି । ଆଜି ସ୍କୁଲ ସମ୍ମୁଖରେ ଦ୍ଵିତୀୟ ଦିନରେ ପହଂଚିଛି ଛାତ୍ର ଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ଧାରଣା ଦେଇଥି

ଆଦିବାସୀ ଜନଜାତି ଙ୍କ ଆକ୍ରୋଶର ଶିକାର ହେବେକି ରାଜ୍ଯ ସରକାର?

Image
  ବଲାଙ୍ଗୀର(ବ୍ୟୁରୋ ରିପୋର୍ଟ) :-ଓଡ଼ିଶାର ୨୩ ଗୋଟି ଜିଲ୍ଲା ସମେତ ଆଗାମୀ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲାର ୧୪ଗୋଟି ବ୍ଲକରେ ଆଦିବାସୀଙ୍କ ପାଇଁ ସରପଞ୍ଚ, ବ୍ଲକ ଚେୟାରମେନ ସ୍ଥାନ ସରଂକ୍ଷିତ ନାହିଁ । ଏହା ଆଦିବାସୀ ମାନଙ୍କ ପ୍ରତି ଓଡ଼ିଶା ସରକାରଙ୍କ ଏକ ଘୃଣ୍ୟ ମନୋଭାବ, ଆଦିବାସୀ ବିରୋଧୀ ସ୍ଵଭାବ ଅଟେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଯଦି ଆଦିବାସୀଙ୍କ ପାଇଁ ସଂରକ୍ଷିତ କୋଟା ଓଡ଼ିଶା ରାଜ୍ୟ ସରକାର ଘୋଷଣା ନକଲେ ସବୁ ୬୪ ଜନଜାତି ଆଦିବାସୀ ଭାଇ ଭଉଣୀ ଏକ ହୋଇ ଓଡିଶା ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବ ବିରୋଧରେ ପ୍ରଥମ ବିଶ୍ୱ ଯୁଦ୍ଧ ଠୁଁ ଆହୁରି ଭୟାନକ ଲଢେଇ ହେବ l  ଏହି ଲଢେଇ ପାଇଁ ସମ୍ପୂର୍ଣ୍ଣ ଭାବରେ ନବୀନ ସରକାର ଦାୟୀ ରହିବେ ବୋଲି ପଶ୍ଚିମ ଓଡିଶା ଆଦିବାସୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି l ଭାରତ ସ୍ୱାଧୀନ ହେଲାପରୁ ଠାରୁ ନିର୍ବାଚନ ଆୟୋଗରେ ଏହା ପ୍ରଥମ କରି କେବଳ ଓଡିଶା ସରକାର ଆଦିବାସୀଙ୍କ ପ୍ରତି ଘୃଣ୍ୟ ନିର୍ବାଚନନୀତି ଆପଣେଇ ଥିବାରୁ ଓଡ଼ିଶା ଇତିହାସରେ ଏକ ନୂଆଁ ନିର୍ବାଚନନୀତି ହେବାକୁ ଯାଉଛି l  ଏହି ନୀତି ଯଦି ଓଡିଶା ସରକାର ଆଗାମୀ ତ୍ରିସ୍ଥ୍ତରୀୟ ପଞ୍ଚାୟତରାଜ ୨୦୨୨ପୂର୍ବରୁ ପ୍ରତ୍ୟାହାର ନକରନ୍ତି ତାହେଲେ ଓଡିଶା ସରକାର ଓ ଓଡିଶା ଆଦିବାସୀ ସଂଘ ମଧ୍ୟରେ ପୁଣିଥରେ ଧଉଳିଗିରି ନିକଟସ୍ଥ ଦୟାନଦୀ ତୀରେ ଅଶୋକ ସମ୍ରାଟ ରାଜୁତି କଳିଙ୍ଗ ଯୁଦ୍ଧ ଠୁଁ ଆହୁରି ଭୟାନକ ରକ୍ତର

ଘରୋଇ କଲେଜ ହଷ୍ଟେଲ ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ):- ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ଇନ୍ଫୋସିଟି ଛକ ରେ ଥିବା ଏକ ଘରୋଇ କଲେଜ ର ଏମ ବି ଏ(ଶେଷ ବର୍ଷ) ର ଛାତ୍ରୀ ସୁଶ୍ରୀ ପ୍ରଜ୍ଞାମିତା ସେଠି ନାମ୍ନୀ ଜୈନକା ଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ହଷ୍ଟେଲ କୋଠରି ରୁ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣକ କୋରାପୁଟ ,ଜୟପୁର ର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।ଇନ୍ଫୋସିଟି ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ବିଜେଡି ସରକାର ବିରୋଧରେ ରଣହୁଙ୍କାର ଦେଲା ଆଦିବାସୀ ସଙ୍ଘ l

Image
  ବଲାଙ୍ଗୀର :- ଜିଲ୍ଲା ର ପାଟଣାଗଡବ୍ଲକ ରେ ଆଦିବାସୀ ମାନେ ରାଜରାସ୍ତା କୁ ଓହ୍ଲାଇଛନ୍ତି l ନିଜ ନିଜ ଅସ୍ତ୍ର ଶସ୍ତ୍ର ଧରି ଆଦିବାସୀ ଭବନ ରୁ ନିଜ ହକ ପାଇଁ ବ୍ଲକ ସମ୍ମୁଖରେ ଧାରଣା ଦେଇ ଥିଲେ l ଏକ ଦାବି ପ୍ରତ୍ର ମୁଖମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ବ୍ଲକ ବିଡିଓ ଙ୍କୁ ପ୍ରଦାନ କଲେ l ବ୍ଳକ ସମ୍ମୁଖରେ ମୁଖ୍ୟ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ସରକାର ଙ୍କ ଆଦିବାସୀ ବିରୋଧ ନୀତି ଭାରତୀୟ ସମ୍ଭିଧାନ ର ପରିପନ୍ଥୀ ଆଦିବାସୀ କୋଟା କାଟିବା ସମ୍ପୂର୍ଣ ବେଆଇନ, ଆଦିବାସୀ ଙ୍କ ପ୍ରତି ଅସହାୟ ମନଭାବ ରଖି ବାଆଦିବାସୀ ଙ୍କୁ ଉପେକ୍ଷା ଅବହେଳା କରିବା ଏକ ଗ୍ରହିତ ଅପରାଧ ଆଦିବାସୀ କୋଟା ଉଛେଦ କରିବା ଆଦିବାସୀ ମାନଙ୍କ ପ୍ରତି ବିଜେଡି ଦଳ ଏବଂ ରାଜ୍ୟ ସରକାର ଅଟ୍ରୋ ସିଟି ଏହା ଆଦିବାସୀ ସମାଜ କୁ କୁଠାରଘାତ ସଦୃଶ l  ଆଦିବାସୀ ଲୋକଙ୍କୁ ନିର୍ଯାତନା, ଅପମାନ, ଘୃଣା, ପାତର ଅନ୍ତର ବୈମାତୃକ ମନଭାବ କାର୍ଯ୍ୟ କରୁଥିବା ଯୋଗୁଁ, ତୁରନ୍ତ ଓଡ଼ଶା ସରକାର ଏହି ଆଦିବାସୀ ବିରୋଧ ଅସାମ୍ଭିଧାନିକ କାର୍ଯ୍ୟ ରୁ କ୍ଷାନ୍ତ ରହନ୍ତୁ ବୋଲି ଚେତାବନୀ ଦେଇଛି ଆଦିବାସୀ ମହାସଂଘ l ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ରେ ସରପଞ୍ଚ ଏବଂ ବ୍ଲକ ଅଧକ୍ଷ ପଦବୀରେ ପୂର୍ବ ପରି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରନ୍ତୁ ସରକାର, ନଚେତ ଆଦିବାସୀ ମାନେ ବିଜେଡି ଦଳକୁ ରାଜନୀତି ବାସନ କରିବୁ l  ବିଜେଡି କୁ ଭୋଟ ଦେବୁନାହିଁ ବିଜେଡି ର ସଭ

ଖପ୍ରାଖୋଲ ବ୍ଲକ ସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଡ ସଂଘ ର ବାର୍ଷିକ ବୈଠକ ଅନୁଷ୍ଠିତ l

Image
                  ବଲାଙ୍ଗୀର :- ଖପ୍ରାଖୋଲ ବ୍ଲକ ସ୍ତରୀୟ ଓମ୍ ଶ୍ରୀ ଶ୍ରୀ ହରିଶଙ୍କର ବାବା ଟେଣ୍ଡ ସଂଘର ବାର୍ଷିକ ବୈଠକ ୩୦ ତାରିଖ ରେ ଅନୁଷ୍ଠିତ ହୋଇଥିଲା । ସଭାପତି ବିକାଶ ଦାଶ ଙ୍କ ସଭାପତିତ୍ବରେ ଘୁନସର ଟାୱାର ଛକ ଠାରେ ସଭା ଆୟୋଜନ କରାଯାଇଥିଲା ।  ଏଥିରେ ପ୍ରାୟ ୧୦୦ଗୋଟି ଟେଣ୍ଟ ମାଲିକ ଯୋଗଦାନ କରିଥିଲେ । ଏହି ସଭାରେ ବିଭିନ୍ନ ସମସ୍ୟା ର ଆଲୋଚନା କରାଯାଇଥିଲା ।  କୋଭିଡ କଟକଣା ଯୋଗୁଁ ବେପାର କ୍ଷତି ହୋଇଥିବାରୁ ମାଲିକ ମାନେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସଭାପତି କୁ ଜଣାଇଥିଲେ ଏବଂ ବହୁତ୍ ଗୁଡ଼ାଇ କଥା ଆଲୋଚନା କରାଯାଇଥିଲା ।  ଏଥିରେ ରବୀନ୍ଦ୍ର ଗଡତ୍ୟା , ତେଜରାଜ୍ ଦଣ୍ଡସେନା , ଗୋପାଳ ପାତ୍ର , ପିଣ୍ଟୁ ପୁଟେଲ , କିଶୋର ସାହୁ , ସୀତାରାମ ମେହେର , ବାଙ୍କବିହାରୀ ନାୟକ , ସାମାଜିକ ପଟେଲ , ଚିନ୍ତା ରଣା , ଦୁର୍ଗା ଦତ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସୀତାରାମ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

ସମ୍ବାଦ ଭିତ୍ତିକ ପତ୍ରିକା '' ଉଦୟବଟ '' ପକ୍ଷରୁ ବରିଷ୍ଠ ସାମ୍ବାଦିକ ସମ୍ମାନିତ l

Image
  ଯାଜପୁର (ବ୍ୟୁରୋ ରିପୋର୍ଟ ):- ଯାଜପୁର ଜିଲ୍ଲାର ବର୍ଷୀୟାନ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର '' ମନ୍ଥନ'' ର କଳିଙ୍ଗନଗର ପ୍ରତିନିଧି ଜୟ ନାରାୟଣ ମହାପାତ୍ରଙ୍କୁ ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟଧରି ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ନିମନ୍ତେ ଯାଜପୁର ରୋଡ (ବ୍ୟାସନଗର)ରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ଉଦୟବଟ ପକ୍ଷରୁ ଉଦୟବଟ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ -୨୦୨୧ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି l       ଧଵଳଗିରି ଉଦୟବଟ ପରିସରସ୍ଥ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପଠାରେ ୨୯ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ପତ୍ରିକାର ୧୮ତମ ବାର୍ଷିକ ଉତ୍ସବରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଉଦ୍ଘାଟକ ଓ ଯାଜପୁର ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁକିନ୍ଦାର ବରିଷ୍ଠ ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନକରି ଏହି ସମ୍ମାନରେ ସମ୍ମାନିତ କରିଥିଲେ l ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୁଶ ଚନ୍ଦ୍ର ପ୍ରଧାନ, ବ୍ୟାସନଗର ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ ଓ ଉଦୟବଟ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଏଥିରେ ଉପସ୍ଥିତ ଥିଲେ l

ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ।

Image
ପାଟଣାଗଡ଼(ବ୍ୟୁରୋ ରିପୋର୍ଟ) :-ମାଳକାନଗିରି ଜିଲ୍ଲା ର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା ଖବର ପରିବେଷଣ କରି ସରକାରଙ୍କ ବ୍ୟବସ୍ଥା କୁ ଅବହେଳା କରୁଥିବା ଡାକ୍ତର ମାନଙ୍କ ପ୍ରକୃତ ଚେହେରା ର  ପର୍ଦ୍ଦାଫାସ l କେତେ ଅସାଧୁ   ଡାକ୍ତରମାନଙ୍କ ପାଇଁ ଉଭୟ ଡାକ୍ତର ସମାଜ ଓ  ସ୍ୱାସ୍ଥ୍ୟ ସରକାରୀ ସେବା ରେ କଳଙ୍କିତ ହେଉଛନ୍ତି l ଏହି ତଥ୍ୟ କୁ ଲୋକଲୋଚନ ରେ ଆଣିବା ପାଇଁ କାର୍ଯ୍ୟରତ ସାମ୍ବାଦିକ କୁ ଟାର୍ଗେଟ କରି ନିଜ ଦୋଷ ଲୁଚାଇବା ପାଇଁ ସାମ୍ବାଦିକ ନାଁରେ ମିଥ୍ୟା ଏତଲା ଉପରେ ପୋଲିସ କୌଣସି ପ୍ରକାର ତଦନ୍ତ ନ କରି ଅଧ ରାତି ରେ ଗିରଫ କରି କୋୖର୍ଟ ଚାଲାଣ କରିବା ଘଟଣା କୁ ପ୍ରେସ କ୍ଲବ ତୀବ୍ର ନିନ୍ଦା କରିଛିି l   ସତ୍ୟ ଖବର ପ୍ରସାରଣ କରିଥିବା କେରୁଆକୁଣ୍ଡା ବ୍ଳକ ରେ ୫ ଜଣ କାର୍ଯ୍ୟରତ ସାମ୍ବାଦିକ କୁ ଗିରଫ କରି କୋୖର୍ଟ ଚାଲାଣ ଘଟଣା ରେ ରାଜ୍ୟ ର ସାମ୍ବାଦିକ ଜଗତ ମର୍ମାହତ l ଗଣମାଧ୍ୟମ ପ୍ରତିନିଧି ସମାଜ ର ଦର୍ପଣ, ନିଜ ଦାଇତ୍ୱ ନିର୍ବାହନ କରୁଥିବା ସାମ୍ବାଦିକ କୁ କୋର୍ଟ ଚାଲାଣ ଘଟଣା କୁ ତୀବ୍ର ନିନ୍ଦା କରିଛି l  ନ୍ୟୁଜ ସେଭନ ଜଳେଶ୍ୱର ପ୍ରତିନିଧି କୁ ମଧ୍ୟ ମିଥ୍ୟା ମୁକଦମା ରୁଜୁ କରି ଜେଲ କୁ ପଠାଇଥିଲା ପୋଲିସ l ପୋଲିସ ର ଦମନ ନୀତି କୁ ବିରୋଧ କରି ସାମ୍ବାଦିକ ମାନଙ୍କୁ ନିସର୍ତ୍ତ ଜେଲ ରୁ ଖଲାସ କରିବା ସହ ମିଥ୍ୟା ମାମ