Posts

ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ଙ୍କ ଦେହାନ୍ତ l

Image
ଭୁବନେଶ୍ବର :- ଓଡ଼ିଶାର ସିନେ ଜଗତରୁ ଲିଭିଯାଉଛି ଗୋଟିଏ ପରେ ଗୋଟିଏ ଦୀପ l ଆରପାରିରେ ରାଇମୋହନ ପରିଡା l ଓଡିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା । ପାରିବାରିକ ଅସନ୍ତୋଷରୁ ଆତ୍ମହତ୍ୟା କରିଥିବା ସୂଚନା ।ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ବାସଭବନରୁ ଝୁଲନ୍ତା ମୃତଦେହ ଠାବ I  ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ମିଳିଲା ଝୁଲନ୍ତା ମୃତଦେହ I ଓଡ଼ିଶାର ଜଣେ ପ୍ରଖ୍ୟାତ ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡା । ତାଙ୍କର ଜନ୍ମ ୧୯୬୩ ମସିହାରେ । ତାଙ୍କର ଜନ୍ମ ସ୍ଥାନ ହେଉଛି କେଉଁଝର ର ଉଦୟପୁର ଗ୍ରାମରେ । ସେ ଚାରି ଝିଅ ରେ ଗୋଟିଏ ପୁଅ ଥିଲେ । ସେଥିପାଇଁ ପରିବାରରେ ସେ ବହୁତ ଗେଲ୍ହା ଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ତ୍ରିଲୋକନାଥ ପରିଡା l ସେ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ । ମା ହେଉଛନ୍ତି ତିଳୋତ୍ତମା ପରିଡା । ରାଇମୋହନ ପରିଡାଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ପରିଡା ।ମନ ମୋହୁଥିଲେ ରାଇମୋହନ, ଓଡ଼ିଆ ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଥିଲେ ରାଇମୋହନ l ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ବେଶ୍ ପରିଚିତ ଥିଲେ, ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ରାଇମୋହନ ପରିଡା l ଯାତ୍ରା ଜଗତରେ ବି ବେଶ୍ ପ୍ରସିଦ୍ଧ ଥିଲେ ରାଇମୋହନ l ମଞ୍ଚ ଉପର

ବହୁମୁଖୀ ପ୍ରତିଭା ର ଗନ୍ତାଘର ଯୁବ ସାମ୍ବାଦିକ l

Image
ବ୍ୟୁରୋ ରିପୋର୍ଟ :- କଥାରେ ମଣିଷ ନିଜ ନାମ ଦ୍ଵାରା ନୁହେଁ,ନିଜ କାମ ଦ୍ଵାରା ଯଶ ଅର୍ଜନ କରିଥାଏ ଯାହାର ଜ୍ୱଳନ୍ତ ଉଦାହରଣ ହେଲେ ଯୁବ ସାମ୍ବାଦିକ ରାକେଶ କୁମାର ମହାନ୍ତି।ପିଲା ଟି ବେଳୁ ବେଶ ବିଚକ୍ଷଣ ଓ ମେଧାବୀ ଛାତ୍ର ଥିଲେ ରାକେଶ।ଖୋର୍ଦ୍ଧା ଜିଲ୍ଲା ଗଡହଳଦିଆ ରେ ତାଙ୍କ ଜନ୍ମ।ପିତା ରବୀନ୍ଦ୍ର କୁମାର ମହାନ୍ତି ଓ ମା କମଳିନି ମହାନ୍ତି ଙ୍କ ସୁ ପୁତ୍ର ହେଲେ ରାକେଶ,ବାଣିଜ୍ୟ ରେ ସ୍ନାତକ ଓ ଏମ. ବି. ଏ ପରି ଉଚ୍ଚ ଶିକ୍ଷା ପରେ ମୋଟା ଦରମା ରେ ସନ୍ତୁଷ୍ଟ ନଥିଲେ ରାକେଶ,ତାଙ୍କ ଲକ୍ଷ୍ୟ ଥିଲା ସମାଜ ସେବା ସେଥିପାଇଁ ସେ ସାମ୍ବାଦିକତା ପଢି ଦୁଃଖୀ, ଗରିବ ଙ୍କ ସମସ୍ୟା କୁ ସରକାରଙ୍କ ସାମନା କୁ ଆଣିବାରେ ସକ୍ଷମ ହେଲେ,ଏହା ସହ ସାମ୍ବାଦିକତା ଜଗତରେ ସେ ଜଣେ ନାମ କରା ଖବର ଉପସ୍ଥାପକ ଭାବେ ପରିଚିତ।କ୍ରିକେଟ ଖେଳ ପ୍ରତି ଅହେତୁକ ରୁଚି ରଖନ୍ତି ରାକେଶ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁୁର୍ଣ୍ଣାମେଂଟ ରେ ସେ ଗୋଆ, ଦିଲ୍ଲୀ, କକିକତା ଆଦି ଖେଳ ପାଇଁ ବଛା ଯାଇଥିଲେ।ଏହା ସହ ସବୁ ପ୍ରକାର ଗୀତ କୁ ସେ ତାଙ୍କ ସୁଳିଲ କଣ୍ଠ ରେ ଗାଇ ଅଫିସ ଓ ସାଙ୍ଗଙ୍କ ଗହଣ ପ୍ରଶଂସା ସାଉଁଟି ପାରନ୍ତି।ଏତେ ବହୁମୁଖି ପ୍ରତିଭା ସ୍ୱତେ ସେ ଜଣେ ମେଳାମି ଓ ନମ୍ର ସ୍ୱଭାବ ର ଅଟନ୍ତି ଆଗକୁ ସାମ୍ବାଦିକତା ଜଗତ ରେ ସେ ଜଣେ ଦକ୍ଷ ସାମ୍ବାଦିକ ହିସାବରେ ଦୁଃଖୀ ଦରିଦ୍ରଙ୍କ ସମସ୍ୟା ସରକାର ଙ୍କ ଦୃଷ୍ଟି ଗୋଚର କରି ଓଡିଶା ରେ ନା କରିବେ ବୋଲି ଆଶାବ

କୁଏତରେ, ଭାରତୀୟମାନେ ବିଶ୍ୱ ରକ୍ତ ଦାନ ଦିବସ ପାଳନ କରିଛନ୍ତି |

Image
କୁଏତ(ବ୍ୟୁରୋ ରିପୋର୍ଟ) :- "କୁଏତର ଭାରତୀୟମାନେ ରକ୍ତଦାନର ସର୍ବ ବୃହତ ଦାତା ଅଟନ୍ତି। ଏହା ଭାରତୀୟ ସମ୍ପ୍ରଦାୟ, ବିଶେଷ କରି ଏହାର ଯୁବକମାନଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ, ସ୍ବେଚ୍ଛାକୃତ ରକ୍ତଦାତାମାନେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଅବଦାନକୁ, ଭାରତର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ସି ବି ଜର୍ଜ, ଉଚ୍ଚ ପ୍ରଶଂସା ସହିତ ସମଗ୍ର ବିଶ୍ୱ କୁ ଏକ ଜନ ଜାଗରଣ ସୃଷ୍ଟି କରିବା ନିମନ୍ତେ ଆୱାନପ୍ରଦାନ ସହିତ ନିଜର ଖୁସି ବ୍ୟକ୍ତ କରିଛନ୍ତି | କରୋନା ସମୟରେ, ରକ୍ତଦାନ କରିଥିବା ଭାରତୀୟ ନାଗରିକ ଙ୍କୁ ରକ୍ତଦାତା ବୀର ର ସମ୍ବୋଧନ କରିଛନ୍ତି | ଦୀର୍ଘ ବର୍ଷ ଧରି, ଏହି ରକ୍ତ ଦାନ ର ମହ୍ୱତ କାର୍ଯ୍ୟକ୍ରମ ସାମିଲ ହୋଇଥିବାରୁ, ବିଭିନ୍ନ ଭାରତୀୟ ସଙ୍ଘ ର ରକ୍ତ ଦାତା ବୀର ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ କରାଯାଇଛି | ଭାରତର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ସି ବି ଜର୍ଜ, ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ସାହୁ ଙ୍କୁ ( ଏରିଆ ସଭାପତି, ଭାରତୀୟ ପ୍ରବାସୀ ପରିଷଦ ସଙ୍ଗ ), (ଅଧ୍ୟକ୍ଷ - ଭାରତ ସେବା ଦର୍ଶନ ), (ସଭାପତି - ୱାର୍ଲଡ ହ୍ୟୁମ୍ୟାନ ରାଇଟ କମିଶନ), ( ମୋ ସହାୟ ), (ବସୁଧା )(ଜଗନ୍ନାଥ ସମିତି ) ନିସ୍ଵାର୍ଥପର ସେବା ଓ ବିଭିନ୍ନ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମ ସହିତ ବିଶ୍ୱ ରକ୍ତଦାନ କାର୍ଯ୍ୟକ୍ରମ ଅବସରରେ ସମ୍ନାନ

ଦାନଗଦି ବ୍ଲକ ବିଜେଡି ଦଳ ପକ୍ଷରୁ ଗ୍ରାମ ଉନ୍ନୟନ ବିକାଶ ମନ୍ତ୍ରୀ ଙ୍କୁ ଭବ୍ଯ ସମ୍ବର୍ଦ୍ଧନା l

Image
ଯାଜପୁର :-ଜିଲ୍ଲା ର ଦାନଗଦି ବ୍ଳକ ର ବିଜେଡି ପକ୍ଷରୁ ଆଜି ମାନ୍ୟବର ଗ୍ରାମ ଉନ୍ନୟନ ବିକାଶ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇ ଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ ଏକ ଉତ୍ସବ ର ଆୟୋଜନ କରାଯାଇଥିଲା l ଦାନଗଦି ର ରୟାଲ୍ ତାଜ୍ ପ୍ୟାଲେସ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ମିଲିଟାରୀ ଛକ ଠାରୁ ମନ୍ତ୍ରୀ ଏବଂ ମୁଖ୍ୟ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା l ଏହି କର୍ଯ୍ୟକ୍ରମ ମାନ୍ୟବର ଗ୍ରାମ ଉନ୍ନୟନ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଘଡାଇ ସହ ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପଯ୍ୟବେକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ମାନ୍ୟବର ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ବଡ଼ଚଣା ଶ୍ରୀଯୁକ୍ତ ଅମର ଶତପଥୀ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମାନ୍ୟବର ବିଧାୟକ କୋରେଇ ଶ୍ରୀଯୁକ୍ତ ଅଶୋକ ବଳ, ମାନ୍ୟବର ବିଧାୟକ ବରୀ ଶ୍ରୀମତୀ ସୁନନ୍ଦା ଦାସ, ପୂର୍ବତନ ଯାଜପୁର ସାଂସଦ ଶ୍ରୀମତୀ ରୀତା ତରାଇ, ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ୟାସନଗର ମୁନିସିପାଲିଟି ଅଧ୍ୟକ୍ଷା, ଯାଜପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି, ଜିଲ୍ଲା ମହିଳା ସଭାପତି, ଜିଲ୍ଲା ଛାତ୍ର ସଭାପତି ଓ ଦାନଗଦି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚନା ଦାସ ଉପସ୍ଥିତ ଥିଲେ l

କେନ୍ଦ୍ର ସରକାର ଙ୍କ ନିଯୁକ୍ତି ପ୍ରକ୍ରିୟା ଆଉ ପାଦେ ଆଗରେ.. I

Image
ବ୍ୟୁରୋ ରିପୋର୍ଟ :- ଅଗ୍ନିପଥ ଯୋଜନାରେ ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ଡିସେମ୍ବରରେ ଟ୍ରେନିଂ ଦିଆଯିବ । କେନ୍ଦ୍ରର ନୂଆ ଯୋଜନାକୁ ନେଇ ଜୋରଦାର ପ୍ରତିବାଦ ମଧ୍ୟରେ ଆସନ୍ତା ଶୁକ୍ରବାର ଠାରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ୨୦୨୨ ମସିହାରେ ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମାକୁ ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି ଅନେକ ଯୁବକଙ୍କୁ ସୁଯୋଗ ଦେବ । ଯେଉଁମାନେ ସେନାରେ ଭର୍ତ୍ତି ହେବାପାଇଁ ଚାହୁଁଥିଲେ, ସେମାନେ ନୂଆ ଯୋଜନାରେ ନିଯୁକ୍ତି ପାଇବେ! *ଗତ ଦୁଇ ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁଁ ନିଯୁକ୍ତି ହୋଇପାରିନି । ଏଥି ସହିତ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ କହିଛନ୍ତି, ଆସନ୍ତା ଶୁକ୍ରବାର ଜୁନ୍ ୨୪ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨ଦିନ ମଧ୍ୟରେ http://joinindianarmy.nic.in ରେ ବିଜ୍ଞପ୍ତି ଜାରି କରାଯିବ । ଏହା ପରେ ସେନା ନିଯୁକ୍ତିର ବିସ୍ତୃତ କାର୍ଯ୍ୟକ୍ରମ ପ୍ରକାଶ ପାଇବ । ସେହିପରି ଭାରତୀୟ ସେନାରେ 'ଅଗ୍ନିବୀର' ଭାବରେ ଯୋଗଦେବାକୁ ସେନା ମୁଖ୍ୟ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି!

ମଠ ମନ୍ଦିର ଜମି ର ସୁରକ୍ଷା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି!

Image
ଯାଜପୁର : - କେବେହେବ ମଠ ସମ୍ପତ୍ତି ଉଦ୍ଧାର? ବହୁ ଚର୍ଚ୍ଚିତ ବ୍ୟାସନଗର ସହର ମୁଣ୍ଡମାଳ ଗ୍ରାମର କୋପଣ୍ଡ ମୌଜା ଆଞ୍ଚଳର ସ୍ବର୍ଗତ ନାଲୁ ଦାସ ଙ୍କ ନାମରେ ଥିବା ୧୬ ଏକର ମୂଲ୍ୟବାନ ଜମିର ସୁରକ୍ଷା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଚୁପ କାରଣ କଣ? ଯେତେ ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯିବା ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟ ଆରମ୍ଭ ହୋଇନାହିଁ l ସେଠାରେ ଏବେ ଜାଗା ବିକ୍ରି ପୁଣି ତା ସଙ୍ଗକୁ ଏବେ ୧୦ ଦିନ ହେବ କୋଠା ଘର ଓ ଚାଳ ଘରନିର୍ମାଣ କାର୍ଯ୍ୟ କାହା ଛତ୍ରଛାୟା ରେ ଆଗେଇ ଚାଲିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ମୁଣ୍ଡମାଳ ସରସ୍ବତୀ ଶିଶୁମନ୍ଦିର ସାମ୍ନାରେ ଘର ତିଆରି ଚାଲିଛି ଓ ମୁଣ୍ଡମାଳ ହନୁମାନ ମନ୍ଦିର ରୁ ୩୦୦ ମିଟର ହେବ ଏକ ଚାଳଘର ତିଆରି ଚାଲିଛି l  ଏହି ମଠ ସମ୍ପତ୍ତିକୁ ଉଦ୍ଧାର କରା ନ ଗଲେ ଆଗକୁ ଅନେକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଶୁଣା ଯାଉଅଛି l ମଠ ମନ୍ଦିର ଜମିକୁ ସରକାର କାହିକିଁ ଅଣଦେଖା କରୁଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି l

ଆଗାମୀ ଦିନରେ ଆସିବେ ଡିଜିଟାଲ୍ ଶିଶୁ!

Image
ବ୍ୟୁରୋ ରିପୋର୍ଟ :- ପ୍ରକୃତରେ ମଣିଷ ଚମତ୍କାର କରୁଛି କିମ୍ବା ଧ୍ବଂସ ଆଡ଼କୁ ଯାଉଛି, ତାହା ଅନୁମାନ କରିହେଉନାହିଁ। ସ୍ମାର୍ଟଫୋନ୍, ସ୍ମାର୍ଟ କାର୍, ସ୍ମାର୍ଟ ଘର ପରେ ଏବେ ସ୍ମାର୍ଟ ଶିଶୁ ଆସିବେ। କିଛି ବର୍ଷ ତଳେ ଜାପାନରେ ବନ୍ଦାଇ କମ୍ପାନୀ ଡିଜିଟାଲ୍ ପଶୁ ତିଆରି କରିଥିଲା। ସେମାନେ ‘ତାମୋଗାଚି’ ନାଁରେ ପରିଚିତ ହେଲେ। ସେହି କ୍ରମରେ ଆଗକୁ ବଢ଼ି ଗବେଷକଦଳ ଡିଜିଟାଲ୍ ପିଲାଙ୍କୁ ତିଆରି କରିବେ। ଆଉ ୫୦ ବର୍ଷ ପରେ ବିଶ୍ବର ପ୍ରତିଟି ପ୍ରାନ୍ତରେ ତାମୋଗାଚି ପିଲାଙ୍କ ଭିଡ଼ ଦେଖାଯିବ ବୋଲି ଗବେଷକ କହିଛନ୍ତି। ଉନ୍ନତଜ୍ଞାନକୌଶଳରେ ତିଆରି ହେବେ ଡିଡିଟାଲ୍ ଶିଶୁ। ଜଣେ ପୁରୁଷ କିମ୍ବା ମହିଳା, ଯେ କେହି ଏହି ପିଲାଙ୍କୁ କିଣିପାରିବେ। ସବୁଠୁ ମଜାର କଥା ହେଲା, ସେମାନେ ଯେତେବେଳେ ଚାହିଁବେ, ଡିଜିଟାଲ୍ ଶିଶୁକୁ ଫେରସ୍ତ ମଧ୍ୟ କରିବେ। ବରାଦ୍ ଦେଇ ଯେମିତି ଚାହୁଁଛନ୍ତି, ଠିକ୍ ସେଇଭଳି ପିଲାଟି ତିଆରି କରାଯାଇପାରିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ପ୍ରସ୍ତୁତ ହେବାକୁ ଯାଉଥିବା ପିଲାମାନେ ଠିକ୍ ସାଧାରଣ ଶିଶୁ ଭଳି କାନ୍ଦିପାରିବେ, ହସିପାରିବେ। ଶୁଣିବାକୁ ଅଜବ ଲାଗୁଛି ସତ, କିନ୍ତୁ ଏହା ହିଁ ସତ।