Posts

ଟାଟା ହାତରେ ନୀଳାଚଳ ଇସ୍ପାତ କାରଖାନା l

Image
  ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ପ୍ରକଳ୍ପ ରେ ଗଢ଼ି ଉଠିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେଲା । ଆଗରୁ ଏହି ଯୌଥ କମ୍ପାନୀରୁ କେନ୍ଦ୍ର ସରକାରଙ୍କର ଚାରିଟି ଓ ଓଡିଶା ସରକାରଙ୍କ ଦୁଇଟି ସରକାରୀ ଉଦ୍ୟୋଗ ଆଜି ସେମାନଙ୍କର ୯୩.୭୧% ଅଂଶଧନକୁ କ୍ରେତା ଟାଟା ଷ୍ଟିଲ ଲଂଗ୍ ପ୍ରଡକ୍ଟସ ଲିମିଟେଡକୁ ହସ୍ତାନ୍ତର କରିଥିବା ଜଣାପଡିଛି । ଆଜି ଭୁବନେଶ୍ୱରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ଡିଆଇପିଏମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ପ୍ରଦାନ କରାଗଲା । ଏବେ ଟାଟା ତାର ନିଜସ୍ବ ପୁଞ୍ଜିନିବେଶ କରିବାକୁ ଯାଉଛି l 

ରାଜ୍ୟରେ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍.. କଣ ରହିଛି..

Image
ବ୍ୟୁରୋ ରିପୋର୍ଟ :- ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ I ୨୦୨୨-୨୩ରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି l  =========================== 👉କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ 👉କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ  👉 ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟବରାଦ 👉କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି ବ୍ୟବସ୍ଥା 👉୧୨, ୫୦୦ ନଳକୂପ ଖନନ ହେବ; ବ୍ୟୟବରାଦ ୪୦୦ କୋଟି 👉 ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ 👉ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦, ୭୫୯ କୋଟି 👉ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ 👉ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୬୫୮ କୋଟି ବ୍ୟୟ ଅଟକଳ 👉ମାଛ ଚାଷ ପାଇଁ ନୂଆ ପୋଖରୀ ଯୋଜନାରେ ୯୮ କୋଟି ବରାଦ 👉ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ SHGଙ୍କୁ ମିଳିବ ୩୮ କୋଟି 👉ଜନସ୍ୱାସ୍ଥ୍ୟ ପାଇଁ ୧୨, ୬୨୪ କୋଟି ଟଙ୍କା ବ୍ୟୟବରାଦ 👉ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି ଟଙ୍କା ବ୍ୟୟବରାଦ 👉 ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭, ୩୨୪ କୋଟି ବ୍ୟୟବରାଦ 👉ମୋ ସ୍କୁଲ ପାଇଁ ୬୪୬ କୋଟି, ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି 👉 ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି; ବ୍ୟାଗ୍ ଓ ୟୁନିଫର୍ମ ପାଇଁ ୧୯୩ କୋଟି 👉 ଧାର୍ମିକ

ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ 💐 ଜୟ ଜଗନ୍ନାଥ 🙏

Image
ଆମ ଚ୍ୟାନେଲ ର ଅଗଣିତ ପାଠକ ପାଠିକା ମାନଙ୍କୁ ପବିତ୍ର ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ 💐 ଆପଣମାନଙ୍କ ଆଶୀର୍ବାଦ ଦରକାର, ଏମିତି ଆମକୁ ଶ୍ରଦ୍ଧା ଦେଇ ଚାଲନ୍ତୁ, ଜୟ ଜଗନ୍ନାଥ ଙ୍କ କୃପାରୁ ସମସ୍ତ କୁଶଳ ରୁହନ୍ତୁ l ଜୟ ଜଗନ୍ନାଥ 🙏 

ନିମ୍ନ ମାନର ରାସ୍ତା କାମକୁ ନେଇ ଗ୍ରାମବାସୀ ଙ୍କ ଅସନ୍ତୋଷ।

Image
(ଯାଜପୁର କାଳିଆପାଣି) :-ଜିଲ୍ଲା ର ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତ ର ଧବାହାଳି ଗ୍ରାମ ର କଂକ୍ରିଟ ରାସ୍ତା କାମକୁ ନେଇ ଗ୍ରାମବାସୀ ମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି, ରାସ୍ତା କାମ ସେଶ ହେବର ମାତ୍ର କିଛି ଦିନ ମଧ୍ୟରେ ରାସ୍ତାର ଅବସ୍ଥା ଏକଦମ୍ ଖରାପ ହୋଇଯିବ। କଂକ୍ରିଟ ରାସ୍ତା ରେ ବ୍ୟବହୃତ ବାଲି,ସିମେଣ୍ଟ ଆଉ ଚିପ୍ସ ଆଦିର ର ଅନୁପାତ ସଠିକ୍ ଭାବେ ଦିଆଯାଉନାହିଁ। କଂକ୍ରିଟ ରାସ୍ତା ର ଉପର ଭାଗ ଚିକ୍କଣ କରି ତଳ ପଟେ ଖାଲି ବାଲି ଚିପ୍ସ। ଯାହାକି କାମ ସରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହାତ ବୁଲେଇ ଦେଲେ ଚିପ୍ସ ଗୁଡ଼ିକ ପଦାକୁ ବାହାରି ଆସୁଛି।ତେଣୁ ଗ୍ରାମବାସୀ ମାନେ ଏଥିପାଇଁ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି କଂକ୍ରିଟ ରାସ୍ତା କାମ ଟି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପଞ୍ଚାୟତ ସମିତି ସୁକିନ୍ଦା ବିଭାଗ ତରଫରୁ ଧବାହାଳି ଗ୍ରାମର ଅନାମ ମହାନ୍ତ ଙ୍କ ଘର ଠାରୁ ଶ୍ୟାମସୁନ୍ଦର ଙ୍କ ଘର ପର୍ଯ୍ୟନ୍ତ କରାଯିବାକୁ ଫଳକରେ ଲେଖାଯାଇଛି। ଏବଂ ଏହାର ଅଟକଳ ପରିମାଣ ୫,୦୦,୦୦୦/ବୋଲି ଲେଖା ଯାଇଛି।କିନ୍ତୁ ଆଶ୍ଚର୍ୟ୍ଯ ବିଷୟ ଉପର ଲିଖିତ ଦୁଇଜଣ ଙ୍କ ଘରର ଦୁରତ୍ଵ ଅତିବେଶୀରେ ମାତ୍ର ୫୦ଫୁଟ। ତେବେ ଫଳକ ରେ ଆଉ କୌଣସି ସୂଚନା ନାହିଁ। ଯଦି ଏହାକୁ ଠିକ୍ ବୋଲି ଭାବିବା ତେବେ ମାତ୍ର ୫୦ ଫୁଟ ଦୂରତା ରାସ୍ତାକୁ ପାଞ୍ଚଲକ୍ଷ କାହିଁକି ଦିଆଗଲା ଏହା

ଡୁଙ୍ଗୁରିସାହି ଲୋକେ ଦେଖିଲେ ବିଜୁଳି ଆଲୁଅ l

Image
ବ୍ୟୁରୋ ରିପୋର୍ଟ :- ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହି ରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଥିଲା ସାତ ସପନ ଥିଲା l ଏବେ ସେଠିକାର ବାସିନ୍ଦା ଦେଖିଲେ ବିଜୁଳି ଆଲୁଅ I ଏହି ସାହିକୁ ବିଦ୍ୟୁତ ସଂଯୋଗ ପରେ ଲୋକଙ୍କ ଘରେ ବିଜୁଳି ଜଳିଛି I ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଘରେ ଓ ଗାଁରେ ବିଜୁଳି ନ ଥିବା ନେଇ ଖବର ପ୍ରସାରଣ ପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା I ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ଦାୟିତ୍ୱହୀନତା ପଦାରେ ପଡ଼ିଥିଲା I ବିଦ୍ୟୁତ ବିଭାଗ ତତ୍ପର ହୋଇ ଏହି ଗାଁକୁ ବିଦ୍ୟୁତ ସଂଯୋଗ କରିଥିଲା I ଶନିବାର ଠାରୁ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା କାର୍ଯ୍ୟ ଆରମ୍ଭ ହୋଇଥିଲା l ଗତକାଲି ଗାଁରେ ମୋଟ ୨୦ ଗୋଟି ଖୁଣ୍ଟ ପୋତା ଯାଇଥିଲା କିନ୍ତୁ ଆଜି ଉପରବେଡ଼ା ଡୁଙ୍ଗୁରିସାହିରେ ମୋଟ ୧୮ଟି ଘରକୁ ବିଦ୍ୟୁତ ସଂଯୋଗ କରାଯାଇ ଲାଇନ ଚାର୍ଜ ହୋଇଥିଲା l ଫଳରେ ଏମାନଙ୍କ ଘରେ ବିଜୁଳି ଆଲୁଅ ଜଳିଛି। ବିଜୁଳି ଆଲୁଅ ଦେଖି ଲୋକେ ଖୁସି I ଏନେଇ ଦୌପଦୀ ମୁର୍ମୁଙ୍କ ଭାଉଜ ଚୁଡ଼ାମଣି ଟୁଡ଼ୁ କହିଛନ୍ତି, "ଆଗରୁ ଲାଇନ ନ ଥିଲା l ତେଣୁ ଅନ୍ଧାରରେ ଦିନ କାଟିବାକୁ ପଡ଼ୁଥିଲା l ଏବେ ତାଙ୍କ ଘରେ ବିଜୁଳି ଆଲୁଅ ଜଳିପାରିଲା I ଦିଦି ରାଷ୍ଟ୍ରପତି ପ୍ରାର୍ଥୀ ହେବା ଯୋଗୁ ଲାଇନ୍ ସଂଯୋଗ ମିଳିପାରିଲା" l ସେହିପରି

ଅଗ୍ନିପଥ ନିଯୁକ୍ତି ପ୍ରତିହାର ଦାବୀରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଳକ କଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ l

Image
  ଯାଜପୁର (ଦାନଗଦି) :- କେନ୍ଦ୍ରସରକାର ଙ୍କ ଅଗ୍ନିପଥ ନିଯୁକ୍ତି କୁ ବିରୋଧ କରି ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସତ୍ୟାଗ୍ରହ ହୋଇଛି l ଏହି ପରିପ୍ରେକ୍ଷୀରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦାନଗଦି କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି l  ଏହି ଅବସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସରତ ରାଉତ, ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ସଭାପତି ରଞ୍ଜିତ ରାଜ, ଦାନଗଦି ବ୍ଲକ କଂଗ୍ରେସ କମିଟି ସଭାପତି ବିଭୂତି ଭୂଷଣ ରାଉତ ଙ୍କ ସହିତ ବହୁ କଗ୍ରେସ କର୍ମକର୍ତ୍ତା ଯୋଗଦେଇ ଥିଲେ I  କେନ୍ଦ୍ରସରକାର ଙ୍କ ଅଗ୍ନିପଥ ନିଯୁକ୍ତି କୁ ବିରୋଧ କରି ବିଭିନ୍ନ ନାରା ଦେଇ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଥିଲେ l ଆଗାମୀ ଦିନରେ ଆହୁରି ଜୋରଦାର୍ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସୁକିନ୍ଦା ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସରତ ରାଉତ I କହିଛନ୍ତି କେନ୍ଦ୍ର ର ଏହି ନିଷ୍ପତ୍ତି ପ୍ରତିହାର ନ ହେବା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ ଜାରି ରହିବ l

କଳିଙ୍ଗନଗର ପୋଲିସ କୁ ବଡ଼ ସଫଳତା ଠାବ ହେଲା ନକଲି ସିମେଣ୍ଟ କାରଖାନା l

Image
  ଯାଜପୁର (କଳିଙ୍ଗନଗର) ୨୬/୬:- ଗତକାଲି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲାଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରି ଅତର୍କିତ ଚଢ଼ାଉ କରିଛି କଳିଙ୍ଗନଗର ପୋଲିସ l ଘଟଣା ସ୍ଥଳରୁ କାଲି ୭ଜଣ ଙ୍କୁ ଗିରଫ କରାଯାଇ ଥିବା ବେଳେ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା l ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l  ଅଭିଯୁକ୍ତ ବ୍ୟକ୍ତି ମାନେ ହେଲେ କାର୍ତିକ ଚନ୍ଦ୍ର ବେହେରା (ଶିଖର ପୁର), ଆର୍ତ୍ତ ବନ୍ଧୁ ଖଟୁଆ, (ଗୋଲା ଗାଁ )ଭଜମନ ନାୟକ (ଆନନ୍ଦ ପୁର ), ମନୋଜ କୁମାର ଶତପଥି (ଦଳା ), ଅମରେଶ ପଣ୍ଡା (ଧର୍ମ ଶାଳା ), ସୁଶାନ୍ତ କୁମାର ସାହୁ ଚୋରଦା, ଉଦୟନାଥ ସାହୁ (ଢେଙ୍କାନାଳ ଟାଉନ ) ସୂଚନା ଅନୁଯାୟୀ ଗତ କାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗନଗର ପୋଲିସ ଅଚାନକ ଚଢ଼ାଉ କରିଥିଲା l ଘଟଣା ସ୍ଥଳରୁ ରୁ ୪୨୦ (ଅଲ୍ଟ୍ରାଟେକ, ଆମ୍ବୁଜା )ନକଲି ସିମେଣ୍ଟ ଓ ୨୦୦ ବସ୍ତା ଖରାପ ସିମେଣ୍ଟ ସହ ନକଲି ସିମେଣ୍ଟ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ବହୁ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ l ତେବେ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରି କେଶ ନଂ୧୩୮/୨୨ରେ ମାମଲା ରୁଜୁ କରି ୭ଜଣକୁ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଥାନ ର ଭାରପ୍ରାପ୍ତ ଅଧିକାରୀ ପ୍ରିୟବ୍ରତ ରାଉତ l ତେବେ ଏଠି ପ୍ରଶ୍ନବାଚୀ ସୃଷ୍ଟ