ନିମ୍ନ ମାନର ରାସ୍ତା କାମକୁ ନେଇ ଗ୍ରାମବାସୀ ଙ୍କ ଅସନ୍ତୋଷ।

(ଯାଜପୁର କାଳିଆପାଣି) :-ଜିଲ୍ଲା ର ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତ ର ଧବାହାଳି ଗ୍ରାମ ର କଂକ୍ରିଟ ରାସ୍ତା କାମକୁ ନେଇ ଗ୍ରାମବାସୀ ମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି, ରାସ୍ତା କାମ ସେଶ ହେବର ମାତ୍ର କିଛି ଦିନ ମଧ୍ୟରେ ରାସ୍ତାର ଅବସ୍ଥା ଏକଦମ୍ ଖରାପ ହୋଇଯିବ। କଂକ୍ରିଟ ରାସ୍ତା ରେ ବ୍ୟବହୃତ ବାଲି,ସିମେଣ୍ଟ ଆଉ ଚିପ୍ସ ଆଦିର ର ଅନୁପାତ ସଠିକ୍ ଭାବେ ଦିଆଯାଉନାହିଁ। କଂକ୍ରିଟ ରାସ୍ତା ର ଉପର ଭାଗ ଚିକ୍କଣ କରି ତଳ ପଟେ ଖାଲି ବାଲି ଚିପ୍ସ। ଯାହାକି କାମ ସରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହାତ ବୁଲେଇ ଦେଲେ ଚିପ୍ସ ଗୁଡ଼ିକ ପଦାକୁ ବାହାରି ଆସୁଛି।ତେଣୁ ଗ୍ରାମବାସୀ ମାନେ ଏଥିପାଇଁ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି କଂକ୍ରିଟ ରାସ୍ତା କାମ ଟି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପଞ୍ଚାୟତ ସମିତି ସୁକିନ୍ଦା ବିଭାଗ ତରଫରୁ ଧବାହାଳି ଗ୍ରାମର ଅନାମ ମହାନ୍ତ ଙ୍କ ଘର ଠାରୁ ଶ୍ୟାମସୁନ୍ଦର ଙ୍କ ଘର ପର୍ଯ୍ୟନ୍ତ କରାଯିବାକୁ ଫଳକରେ ଲେଖାଯାଇଛି। ଏବଂ ଏହାର ଅଟକଳ ପରିମାଣ ୫,୦୦,୦୦୦/ବୋଲି ଲେଖା ଯାଇଛି।କିନ୍ତୁ ଆଶ୍ଚର୍ୟ୍ଯ ବିଷୟ ଉପର ଲିଖିତ ଦୁଇଜଣ ଙ୍କ ଘରର ଦୁରତ୍ଵ ଅତିବେଶୀରେ ମାତ୍ର ୫୦ଫୁଟ। ତେବେ ଫଳକ ରେ ଆଉ କୌଣସି ସୂଚନା ନାହିଁ। ଯଦି ଏହାକୁ ଠିକ୍ ବୋଲି ଭାବିବା ତେବେ ମାତ୍ର ୫୦ ଫୁଟ ଦୂରତା ରାସ୍ତାକୁ ପାଞ୍ଚଲକ୍ଷ କାହିଁକି ଦିଆଗଲା ଏହା ଏକ ଯଥାର୍ଥ ପ୍ରଶ୍ନ। ତେଣୁ ଗ୍ରାମବାସୀ ମାନେ ଏହି କାମରେ ଅତ୍ୟନ୍ତ ଘୋଟାଲା ଏବଂ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବାର ଅଭିଯୋଗ କରିଛନ୍ତି।ପ୍ରଶାସନିକ କ୍ଷେତ୍ରରେ ଏହି କର୍ଯ୍ୟ ଉପରେ ନଜର ଦେବାକୁ ସାଧାରଣରେ ଦାବି ହେଉଛି l 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।