Posts

ଯାଜପୁର ରୋଡ଼ ପୋଲିସର ବଡ଼ ସଫଳତା ୨ ଚୋର ଗିରଫ ଓ ୨ ଗାଡି ଉଦ୍ଧାର I

Image
  ଯାଜପୁର (ବ୍ୟୁରୋ ରିପୋର୍ଟ) :-ଜିଲ୍ଳା ର ବ୍ୟାସନଗର (ଯାଜପୁର ରୋଡ) ରୁ ଗୋଟିଏ ଦିନରେ ଗୋଟିଏ କାର ଓ ଗୋଟିଏ ବାଇକ ଚୋରି ଘଟଣାରେ ଦୁଇ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ରୋଡ଼ ଥାନା ପୋଲିସ l କାର ଓ ବାଇକକୁ କଟକ ଅଞ୍ଚଳରୁ ଉଦ୍ଧାର କରିଛି ଯାଜପୁର ରୋଡ଼ ପୋଲିସ I ସୂଚନା ମୁତାବକ ଗତ ମାସ ୨୪ ତାରିଖରେ ହୋଟେଲ ମୀରାବିଲ ର ମ୍ୟାନେଜର ଜେତେନ୍ଦ୍ର କୁମାର ପଣ୍ଡା ନିଜ ଇଣ୍ଡିଗୋ କାର ଗାଡି ନଂ OD 02P -7324 କୁ ହୋଟେଲ ସମ୍ମୁଖରେ ରଖି ହୋଟେଲ ଭିତରକୁ ଯାଇଥିଲେ, କିଛି ସମୟ ପରେ ଆସି ଦେଖିଥିଲେ ତାଙ୍କ କାର ଉକ୍ତ ସ୍ଥାନରେ ନଥିଲା ଏବଂ କୌଣସି ଦୁର୍ବୁର୍ତ୍ତ ଚୋରି କରିନେଇଥିବା ଜାଣିବାକୁ ପାଇଥିଲେ l ଏନେଇ ଶ୍ରୀ ପଣ୍ଡା ଯାଜପୁର ରୋଡ ଥାନାରେ ଏକ ଏତଲା କରିଥିଲେ l ଠିକ ସେହି ଦିନ ଯାଜପୁର ରୋଡ଼ ଦଳା ଶିବମନ୍ଦିର ସାମ୍ନାରୁ ମାନସ ବଳଙ୍କ ହୋଣ୍ଡା ବାଇକ ନଂ OR 05 AS 9562 ଚୋରି ହୋଇଥିଲା ଏବଂ ଶ୍ରୀ ବଳ ମଧ୍ୟ ଏକ ଏତଲା ଯାଜପୁରରୋଡ଼ ଥାନାରେ କରିଥିଲେ l ଉଭୟ ଏତଲାକୁ ଭିତିକରି କେସ ନମ୍ବର ୩୯୦/୨୨ ଓ ୩୯୧/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଯାଜପୁର ରୋଡ଼ ପୋଲିସ l ଏକା ଦିନରେ ସହର ମଧ୍ୟରେ ଦୁଇ ଦୁଇଟି ଚୋରୀ ପୋଲିସ୍ ଆଖିରୁ ନିଦ ହଜାଇ ଦେଇଥିଲା l ପୋଲିସ୍ ପାଇଁ ଏହା ବଡ଼ ଚାଲେଞ୍ଜ ହୋଇଥିବବେଳେ ଗତକାଲି କୌଣସି ସୂତ୍ରରୁ ଖବର ପାଇ ଯାଜପୁରରୋଡ଼

କର୍କଟ ପିଡୀତଙ୍କ ଚିକିତ୍ସା ଦାବିରେ ରାଜରାସ୍ତା ନେତାଜୀ ସୁଭାଷ ସେନା l

Image
  କଟକ (ବ୍ୟୁରୋ ରିପୋର୍ଟ) :- ଫିରିଙ୍ଗି ବଜାର ରେ ବାସ କରନ୍ତି ରଜନୀକାନ୍ତ ମହାନ୍ତି,ଏବେ ସେ ଫୁସଫୁସ କର୍କଟ ରେ ପୀଡିତ ହୋଇ ଶଯ୍ୟାଶାୟୀ।ଛୋଟ ଝିଅ ଓ ସ୍ତ୍ରୀ କୁ ନେଇ ଛୋଟ ସଂସାର ଟେ ଥିଲା ହେଲେ ହଟାତ ତାଙ୍କ ପରିବାର ଉପରେ କର୍କର ପରି ଦୁରାସାଧ୍ୟ ରୋଗ ର ଚଡକ ପଡିଛି,ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ସେ ସୋସିଆଲ ମିଡିଆ ରେ ଆକୁଳ ନିବେଦନ କରିଥିଲେ l  ରଜନୀକାନ୍ତ ଙ୍କ ଖବର ନେତାଜୀ ସୁଭାଷ ସେନା ଜାଣିବା ପରେ ରାଜରାସ୍ତା ରେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ଭିକ୍ଷା କରିବା ସହ ସରକାର ଙ୍କୁ ନିବେଦନ କରିଛନ୍ତି ରଜନୀକାନ୍ତ ଙ୍କୁ କର୍କଟ ଚିକିତ୍ସା ନିମନ୍ତେ ଆର୍ଥିକ ସାହାଯ୍ୟ କରାଯାଉ।ସୁବାସ ସେନା ତରଫ ରୁ କଟକ ନୂଆବଜାର ଠାରୁ କଲେଜ ଛକ ପର୍ଯ୍ୟନ୍ତ ରଜନୀକାନ୍ତ ଙ୍କୁ ଆର୍ଥିକ ସାହାଯ୍ୟ ଦାବି କରି ଏକ ସଭାଯାତ୍ରା ହୋଇଥିଲା।ଓଡିଶା ର ପ୍ରତ୍ୟକ ବ୍ୟକ୍ତି ନିଜ ସକ୍ଷମ ଅନୁଯାଇ ଫୋନ ପେ କରିବାକୁ ରଜନୀକାନ୍ତ ଙ୍କ ପତ୍ନୀ ଆକୁଳ ନିବେଦନ କରିଛନ୍ତି।ଫୋନ ପେ no-୯୮୫୩୩୪୦୭୫୦

ମୋରମ ମାଫିଆଙ୍କ କବଜାରେ ବ୍ୟାସଦେବ ଙ୍କ ପୀଠ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ବ୍ୟାସନଗର ସହର ରେ ଥିବା ବ୍ୟାସଦେବ ପୀଠ ରୁ ମୋରମ୍ ମାଫିଆ ମାନେ ମହରମ ଲୁଟି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ମଙ୍ଗଳ ବାର ରାତିରେ ଟାକ୍ଟର ଗାଡି ଓଲଟି ନିରୀହ ଆଦିବାସୀ ଯୁବକ ବଳି ପଡିଛି l ଘଟଣା ପରେ ମୋରମ ଚୋରା ଚାଲାଣ ହେଉଥିବା ନେଇ ଲୋକଲୋଚନକୁ ଆସିଛି l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ବ୍ୟାସସରବର ପୀଠକୁ ସୌନ୍ଦର୍ଯ୍ୟ କରଣ କରୁଥିବାବେଳେ ମୋରମ ମାଫିଆ ପୀଠ ର ଜଗନ୍ନାଥ ମନ୍ଦିର ପଛପଟୁ ତାଡି ବଡ ହ୍ରଦରେ ପରିଣତ କରିସାରିଲେଣି l ପୀଠ ର ଚାରିପଟେ ଜଙ୍ଗଲ ବିଭାଗ ଦ୍ୱାରା ଗଛ ଲଗାଯାଇ ବଡ ବଡ ଜଙ୍ଗଲରେ ପାରିଣତ ହୋଇଛି l ଏହି ଜଙ୍ଗଲ ମଝିରେ ଗଛ କାଟି ନିର୍ଭର ରେ ଟାକ୍ଟର ଗାଡି ଓ ଜେସିବି ଲାଗଇ ରାସ୍ତା ତିଆରି କରି ରାତିଅଧିଆ ସହ ସହ ମୋରମ ଚୋରା ଚାଲାଣ ହୋଇ ସହର ମଧ୍ୟ ରେ ବିକ୍ରି କରାଯାଉଛି l ଏହି ଚୋରି ରେ କିଛି ଅସାଧୁ ଗାଡିମଲିକ ସାମିଲ ହୋଇ ପୀଠ ଟିକୁ ଖୋଳି ନଷ୍ଟ କରିଦେଉଛନ୍ତି l ସବୁଦିନ ସୁରୁଖୁରୁ ରେ ଚୋରା ବେପାର ଚାଲୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ମଙ୍ଗଳବାର ରାତିରେ ଜଣେ ଗାଡି ଚାଳକ ଙ୍କ ଘଟଣା ସ୍ଥଳ ରେ ଦୃଘଟଣା ଦ୍ୱାରା ମୃତ୍ୟୁ ହେବାଦ୍ବାରା ସାରାସହର ଲୋକମାନଙ୍କ ନଜରକୁ ମୋରମ ଚୋରା ଚାଲାଣ ଘଟଣା ଆସିଯାଇଥିଲା l ସୂଚନା ମୁତାବକ ବ୍ୟାସ ପୀଠ ପାଖ ମୁଣ୍ଡମାଳ

ଇଣ୍ଡିଆ ବୁକ ଅଫ ରେକର୍ଡ କରି ଯାଜପୁର ମାଟିର ଗୌରବ ଆଣିଲେ ୫ ବର୍ଷର ଶିଶୁ ଜନ୍ମଞ୍ଜୟ |

Image
ଯାଜପୁର - ଜିଲ୍ଳା ର ବ୍ୟାସନଗର ସହର ସ୍ଥିତ କହ୍ନେଇପୁର ରେ ଶିଶୁ ଛାତ୍ର ଜନ୍ମଞ୍ଜୟଙ୍କ ଘର | ବାପା ଧନଞ୍ଜୟ ମହାନ୍ତି ଜଣେ ଜିନ୍ଦଲ କାରଖାନାର କ୍ୱାଲିଟି ଡିପାର୍ଟମେଣ୍ଟର ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାବେଳେ ମା ଲୋପାମୁଦ୍ରା ମହାନ୍ତି ଜଣେ ଆଦର୍ଶ ଗୃହିଣୀ ଭାବେ ପରିଚିତ | ଜନ୍ମଞ୍ଜୟଙ୍କ ବୟସ ୫ ବର୍ଷ ହୋଇଥିବାବେଳେ ଜନ୍ମରୁ ସେ ୩ ବର୍ଷ ପର୍ଯ୍ୟନ୍ତ କଥା କହିପାରୁନଥିଲେ | ଫଳରେ ବାପା ମା ତଥା ପରିବାର ବର୍ଗଙ୍କ ମନରେ ଦୁଃଖପ୍ରକାଶ ପାଇଥିଲା କିନ୍ତୁ ପରେ ପରେ ଭଗବାନଙ୍କ ଆଶୀର୍ବାଦରୁ ଜନ୍ମଞ୍ଜୟଙ୍କ ଭାଗ୍ୟ ଖୋଲିବା ପରି ସେ କଥା କହିବାକୁ ସକ୍ଷମ ହୋଇପାରିଲେ I ଏକ ବର୍ଷ ଭିତରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ | ପୁଅର ଆଗ୍ରହକୁ ଦେଖି ବାପା ଓ ମାଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଭରିଯାଇଥିଲା | ଧିରେ ଧିରେ ଜନ୍ମଞ୍ଜୟ ପାଠ ପଢିଚାଲିଲେ, ଇଂରାଜୀ ପଢିବା ଓ ଲେଖିବାରେ ପ୍ରବୀଣ ହେବାରେ ଲାଗିଲେ | ଏହାକୁ ନେଇ ବାପା ଧନଞ୍ଜୟ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ପୁଅ ଜନ୍ମଞ୍ଜୟଙ୍କୁ ସାମିଲ କରିଥିଲେ ଏବଂ ଜନ୍ମଞ୍ଜୟଙ୍କ ପ୍ରତିଭା I  ଏମିତିକି ୨ଦିନ ମଧ୍ୟରେ ଏକ ହଜାର ଅଠାବନଟି ଇଂରାଜୀ ଶବ୍ଦ ଲେଖିଲେ ଏବଂ ଜନ୍ମଞ୍ଜୟଙ୍କ ପ୍ରତିଭାକୁ ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡର ଜୁରୀ ମାନେ ମୁଗ୍ଧ ହୋଇ ଏହି ୫ ବର୍ଷର ଶିଶୁ ଜନ୍ମଞ୍ଜୟଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ କରି ତାଙ୍କୁ ପରିଚୟ ପତ୍ର,

ବି ଡ଼ି ଓ ଙ୍କ ହସ୍ତକ୍ଷେପ ପରେ ସଂଗ୍ରାମ ସମିତି ର ଅନ୍ଦୋଳନ ସ୍ଥଗିତ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) -  ଜିଲ୍ଲାର କୋରେଇ ବ୍ଲକ ର ଚାଷ କାର୍ଯ୍ୟ ପାଇଁ ସାର କିଟ ନାଶନ ଓୌଷଧ ଘୋର ଅଭାବ କୁ ପୂରଣ କରିବା ସଂଗେ ଚାଷୀ ମାନଂକୁ ସୁଲଭ ମୂଲ୍ୟ ରେ ସାର କିଟ ନାଶନ ଓୌଷଧ ଯୋଗାଇ ଦେବା ଦାବି କରି ଆସନ୍ତା ୨ତାରିଖ ରେ କୋରେଇ ସଂଗ୍ରାମ ସମିତି ବ୍ଲକ ସମ୍ମୁଖରେ ଧାରଣା ଦେବା ନିମନ୍ତେ ଦାବି ପତ୍ର ଜିଲ୍ଲା ପାଳ, ଉପ କୃଷି ନିର୍ଦେଶ ଙ୍କୁ ଦାବି ପତ୍ର ଦେଇ ଥିଲା l ସୋମବାର ବାର କୋରେଇ ବି ଡ଼ି ଓ ରଞ୍ଜନ କୁମାର ପରିଡା ଙ୍କ ହସ୍ତ କ୍ଷେପ ଫଳରେ ଆନ୍ଦୋଳନ କୁ ସ୍ଥଗିତ ରଖା ଯାଇଛି l କୋରେଇ ବି ଡ଼ି ଓ ଙ୍କ ଅଧ୍ୟକ୍ଷତା ରେ ବ୍ଲକ କୃଷି ଅଧିକାରୀ ଓ ସଂଗ୍ରାମ ସମିତି ନେତୃବୃନ୍ଦ ଙ୍କ ସହ ବ୍ଲକ ସଭା ଗୃହ ରେ ଏକ ଆଲୋଚନା ଅନୁଷ୍ଠିତ ହୋଇ ଥିଲା l କୋରେଇ ବ୍ଲକ ର ଚାଷୀ ମାନଂକୁ ସାର କୀଟ ନାଶନ ଔଷଧ ଡିଲର ସମବାୟ ସମିତି ମଧ୍ୟମ ରେ ଯୋଗାଇ ଦିଆ ଯାଉଛି l ଚଢା ଦାମ ରେ ସାର ଓଷଧ ବିକ୍ରି କରିବା ଅଭିଯୋଗ ଆସିଲେ ସମ୍ପୃକ୍ତ ଡିଲର ଙ୍କ ବିରୁଦ୍ଧରେ କାର୍ଯ୍ୟ ନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଭର ପ୍ରତିଶୃତି ବ୍ଲକ କୃଷି ଅଧିକାରୀ ଶରତ କୁମାର ନାୟକ ସଂଗ୍ରାମ ସମିତି କୁ ଦେଇ ଥିଲେ l ସାର ଅଭାଵ ନାହିଁ l ଚାଷୀ ମାନଂକୁ ସାର ସମ୍ପର୍କ ରେ ସଚେତନତା କରାଯିବ, ସାର କିଟ ନାଶନ ଓୌଷଧ ସମ୍ପର୍କ ରେ ବିଶଦ ଭାବରେ ଆଲୋଚନା କରା ଯାଇ ଥିଲା l ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ

ପେସା ସରକାରୀ ଚାକିରୀ, ନିଶା କବିତା ଲେଖିବା l

Image
ବ୍ୟୁରୋ ରିପୋର୍ଟ :- ବାରଙ୍ଗ ର କୃଷ୍ଣଚନ୍ଦ୍ରପୁର ରେ ବାସ କରନ୍ତି କବି ଛବିରାମ ସେଠି, ପିତା ମଧୁସୂଦନ ସେଠି ଓ ମା ଇନ୍ଦୁ ସେଠି ଙ୍କ ସୁ ପୁତ୍ର ହେଲେ ଛବିରାମ ସେଠି।ପିଲାଟି ବେଳୁ ସାହିତ୍ୟ ଓ କଳା ପ୍ରତି ତାଙ୍କ ଦୁର୍ବଳତା ଥିଲା,ଗାଁ ସ୍କୁଲ ରେ ପାଠ ପଢା ପରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ କଲେଜ ପଢା ସାରି ସରକାରୀ ଚାକିରୀ ରେ ଯୋଗ ଦିଅନ୍ତି ଛବିରାମ ସେଠି I  ସମୟ ବିତିବା ସହ ଅଫିସ କାର୍ଯ୍ୟ ସଂସାର ଜଞ୍ଜାଳ ଭିତରେ କେଉଁଠି ନା କେଉଁଠି ତାଙ୍କ କବିତା ପ୍ରତିଭା ତା ଚାପି ହୋଇ ରହିଯାଇଥିଲା, ହେଲେ ସମୟ ର କ୍ରମରେ ଗତ ତାଲାବନ୍ଦ ସମୟ ରେ ନିଜକୁ ଯଥେଷ୍ଟ ସମୟ ଦେବା ସହ କବିତା ଲେଖା ଜାରି ରଖିଲେ,ବନ୍ଧୁ ମେଳ ହଉ କିମ୍ବା ଅଫିସ ସବୁଠି ତାଙ୍କ କବିତା ର ପ୍ରଶଂସା ଶୁଣିବାକୁ ମିଳେ।ବିଭିନ୍ନ ପତ୍ର ପତ୍ରିକା ରେ ତାଙ୍କ କବିତା ପ୍ରକାଶିତ ଓ ସେ ବିଭିନ୍ନ ସାହିତ୍ୟ ପରିବାର ତରଫ ରୁ ସଂମ୍ମାନୀତ ହୋଇ ସାରିଛନ୍ତି। ଜୀବନ ର ଶେଷ କାଳ ପର୍ଯ୍ୟନ୍ତ ତାଙ୍କ କଲମ ମୁନ ରୁ କବିତା ଝରୁଥିବା ବୋଲି କହନ୍ତି କବି ଛବିରାମ ସେଠି। କବି ଛବିରାମ ସେଠି ଙ୍କୁ କବିଶ୍ରୀ ସଂମାନ ରେ ସମ୍ମାନିତ। କଟକ ବାରଙ୍ଗ ବାସୀ ଛବିରାମ ସେଠି ନିଜ କବିତା ଲେଖା ଯାଦୁ ପାଇଁ ସାରା ସହର ରେ ପରିଚିତ ଓ ଲୋକ ପ୍ରିୟ ତାଙ୍କ ଲିଖିତ କବିତା କାଳିଆ ତୋ ସରଣେ କବିତା ପାଇଁ ଶ୍ରୀ ଜଗନ୍ନାଥ ସାହିତ୍ୟ ସମାଜ ତରଫ ରୁ ତାଙ୍କୁ ୧୭.

ସାମ୍ବାଦିକ ମାନଙ୍କୁ ସ୍କୁଲ କ୍ୟାମ୍ପସ ମନା" ଘଟଣା ର ପ୍ରତିବାଦ ରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷାମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ I

Image
ଯାଜପୁର(ଦାନଗଦୀ): - "ସାମ୍ବାଦିକ ମାନଙ୍କୁ ସ୍କୁଲ କ୍ୟାମ୍ପସ ମନା" ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଏହି ଗୁପ୍ତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ବିଭାଗର ନିଷ୍ପତ୍ତି ବୋଲି ଯାହା କୁହାଯାଉଛି ତାହା ଡାହା ମିଛ।ଏହାକୁ ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା (Journalists Association of Jajpur Dist) ତୀବ୍ର ବିରୋଧ କରୁଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁବାସ ଚନ୍ଦ୍ର ଧଳ ଙ୍କ ନିର୍ଦ୍ଦେଶ କ୍ରମେ ସଂଘ ର ସାଧାରଣ ସମ୍ପାଦକ ଅବିନେଶ୍ଵର ଶତପଥୀ ଙ୍କ ନେତୃତ୍ବରେ ସାମ୍ବାଦିକ ସଂଘର ଦାନଗଦୀ ବ୍ଲକ ଶାଖା ତରଫରୁ ସୋମବାର ( ୧୧.୭.୨୨) ଦିନ ୧୧ ଟା ସମୟରେ ଦାନଗଦି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ର ମିଳିତ ଅଭିଯୋଗ ଶୁଣାଣୀ ଶିବିର ରେ ଭାରପ୍ରାପ୍ତ ଜିଲ୍ଲାପାଳ ଓ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଉପରୋକ୍ତ ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଓ ସାଧାରଣ ସମ୍ପାଦକ ଙ୍କ ସହିତ ବହୁ ସାମ୍ବାଦିକ ଯୋଗଦେଇଥିଲେ I