Posts

ନୂଆ ରୂପ ପାଇଲା କଳିଙ୍ଗନଗର ପାର୍କ l ନବୀକରଣ ଉଦ୍ୟାନ ବୁଲିଲେ ମନ୍ତ୍ରୀ ପ୍ରୀତିରଞ୍ଜନ..

Image
  ଯାଜପୁର (ଜଖପୁରା) :- ଜିଲ୍ଲା ର କଳିଙ୍ଗନଗର ଶିଳ୍ପାଞ୍ଚଳ ଜଖପୁରା ଅଞ୍ଚଳ ରେ ଥିବା ପାର୍କ ଟି ନୂଆ ରୂପ ଧାରଣ କରିଛି l ଦୁଇ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହିଥିବା ପାର୍କ କୁ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଜେ ଏସ୍ ଡବ୍ଲ୍ୟୁ ନବୀକରଣ କରାଇଛି l ଓଡିଶା ସରକାରଙ୍କ ଗ୍ରାମୀଣ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ ଜେ ଏସ୍ ଡବ୍ଲ୍ୟୁ ଦ୍ଵାରା ନବୀକରଣ ପାର୍କ କୁ ଶୁକ୍ରବାର ବୁଲି ଦେଖିଛନ୍ତି l ଏହି ଅବସରରେ ପାର୍କ ର ସୌନ୍ଦର୍ଯ୍ୟକରଣ ଫେରାଇ ଆଣିବା ଏବଂ ସାମାଜିକ ଦାୟିତ୍ୱବୋଧତା କାର୍ଯ୍ୟକ୍ରମ (ସିଏସ୍ଆର) ଜେ ଏସ୍ ଡବ୍ଲ୍ୟୁ ର ବିଭିନ୍ନ ପଦକ୍ଷେପ କୁ ପ୍ରଶଂସା କରିଥିଲେ ମନ୍ତ୍ରୀ l ଅଣ୍ଡର ଗ୍ରାଉଣ୍ଡରେ ସ୍ଲରୀ ପାଇପଲାଇନ୍ ବିଛାଇବା ପରେ ଜେ ଏସ୍ ଡବ୍ଲ୍ୟୁ ଉକ୍ତ ନବୀକରଣ କାର୍ଯ୍ୟ କୁ ଦାୟିତ୍ଵ ନେଇ ପାର୍କ କୁ ଏକ ସବୁଜ ଆକର୍ଷଣୀୟ ସ୍ଥଳ କରାଯାଇଛି l ପାର୍କ ପରିସରରେ ସୁନ୍ଦର୍ ଲନ, ପ୍ରବେଶପଥ, ଫୁଟ୍ ଫାଟ, ଓ ବେଞ୍ଚ୍ ନିର୍ମାଣ କରାଯାଉଛି l ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ମଧ୍ଯ କରାଯାଇଛି l ଏହି କର୍ଯ୍ୟକ୍ରମ ରେ ଜେ ଏସ୍ ଡବ୍ଲ୍ୟୁ ଷ୍ଟିଲ୍ ଓଡ଼ିଶା ପ୍ରକଲ୍ପ ମୁଖ୍ୟ ଅଶେଷ କୁମାର ପାଢ଼ୀ, ପାଇପ୍ ଲାଇନ ଆସୋସିଏଟ ଭାଇସ୍ ପ୍ରେସିଡେଣ୍ଟ ସୁଦୀପ ଦେ ଏବଂ କମ୍ପାନୀ ର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ l ଏହି ଉତ୍ସବ ଅବସରରେ ଜ

ଭାଗବତ୍ ଜନ୍ମ ଉପଲକ୍ଷେ ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ଭଜନ l

Image
  ଯାଜପୁର (ବ୍ୟୁରୋ ରିପୋର୍ଟ) :- ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆଜିବି ସମାଜରେ ବହୁ ଲୋକ ନିଜର କର୍ମମୟ ଜୀବନ ଭିତରେ ଥିବା କିଛି ସମୟ କୁ ଉତ୍ସର୍ଗ କରିବା ଦେଖିବାକୁ ମିଳିଛି l ବିଶେଷ କରି ଯାଜପୁର ଜିଲ୍ଲା ର ଜଣେ ମାନ୍ୟଗଣ୍ୟ କଳାକାର ଦିନେଶ୍ ମଲ୍ଲିକ ଙ୍କ ଦ୍ଵାରା ଏହା ଦେଖିବାକୁ ମିଳିଛି l  ଓଡ଼ିଶାର ଜଗନ୍ନାଥ ସଂକୃତି କୁ ଅନୁସରଣ କରି ପବିତ୍ର ଭାଗବତ ଜନ୍ମ ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଛି ଶ୍ରୀମତୀ ନଳିନୀପ୍ରଭା ଦାସ୍ ଙ୍କ ଲିଖିତ ଓଡ଼ିଆ ଭଜନ l ଯାହାକୁ ସ୍ଵର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଦିନେଶ୍ ମଲ୍ଲିକ I ଏହି ଭଜନ ଟି କେବିକେ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏହା ଶୁଭମ୍ ମିଉଜିକ୍ ରେ ଶୁଣିବାକୁ ପାଇବେ ସମସ୍ତ ଜଗନ୍ନାଥ ପ୍ରେମୀ l 

ବିଆଇପିଏଫ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳିତ l

Image
   ଯାଜପୁର(କାଳିଆପାଣି ):- ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ)ପକ୍ଷରୁ ସୁକିନ୍ଦା ବ୍ଲକର କଅଁସ ଗ୍ରାମ ଗୋଷ୍ଠୀ କେନ୍ଦ୍ର ଠାରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହାକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶିକା ଶକୁନ୍ତଳା ସଏ ଉଦଘାଟନ କରିଥିଲେ l ପନିପରିବା ଓ ବିଭିନ୍ନ ଫଳଆଦି ପ୍ରଦର୍ଶନ କରାଯାଇଥିଲା l ପ୍ରାୟ 80ଜଣରୁ ଉର୍ଦ୍ଧ୍ଵ ମହିଳା ଏଥିରେ ଯୋଗଦେଇ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିଥିଲେ l ମା ଓ ଶିଶୁର ଖାଦ୍ୟ ନିମନ୍ତେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁଷମ ଖାଦ୍ୟ ସମ୍ପର୍କରେ ଜଣା ଅଜଣା ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଗତ 3ତାରିଖରେ ଏହି ସପ୍ତାହ ପାଳନର ଉଦଘାଟନ ଉତ୍ସବ ଗୁରୁଜଙ୍ଗ ଗୋଷ୍ଠୀ କେନ୍ଦ୍ରଠାରେ ସୁକିନ୍ଦା ଶିଶୁ ବିକାଶ ଅଧିକାରୀ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କ ଦ୍ୱାରା ଉଦଘାଟିତ ହୋଇ ଥିଲା l ବିଆଇପିଏଫର କାର୍ଯ୍ୟକ୍ରମ ଅଧିକାରୀ ପ୍ରିୟବ୍ରତ ପରିଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର, ବିଆଇପିଏଫର ଶମ୍ଭୁନାଥ ନାୟକ, ସାଗର ଦାସ, ଗୀତାଞ୍ଜଳି ଦାସ, ଉମା ପ୍ରଧାନ ପ୍ରମୁଖ ପରିଚ

ଗଣେଶ ପୂଜା ଅବସରରେ ସତସଂଘ କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବଙ୍ଗୋମୁଣ୍ଡାବ୍ଲକ ଅନ୍ତର୍ଗତ ଜାମଖୁଣ୍ଟା ଗ୍ରାମପଞ୍ଚାୟତ ର ଶ୍ରୀରାମ ଗ୍ରାମ ରେ ନେତାଜୀଯୁବକସଙ୍ଗ ତରଫରୁ ଗଣେଶ ପୁଜା ପାଳନ କରାଯାଇ ଥିଲା I ଏହି ଉପଲକ୍ଷେ ଆୟୋଜକ ମାନେ ଏକ ସତସଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l ମୁଖ୍ୟ ଅତିଥି ଭାବେ ସତଗୁରୁ ଯୋଗେଶ୍ୱର ବେହେରା, କନକବର୍ଦ୍ଧନ ସାହୁ ଯୋଗଦେଇ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଆଣିବା ସହିତ ଗୁରୁ ମନ୍ତ୍ର ଏବଂ ଭାଗବତ ଚିନ୍ତାଧାରା ଉପରେ ଆଧାରିତ ବିଷୟବସ୍ତୁ ପ୍ରେରଣ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଗ୍ରାମ ର ସଚ୍ଚିଦାନନ୍ଦ ଭାଗବତ ସଂଘ ର ସଭାପତି ଦାଶରଥି ବେହେରା ଓ ଉପ ସଭାପତି କାନ୍ତି ନାୟକ ,ଭାଗବତ ପ୍ରେମି ଏକା ବେହେରା, ବିଷ୍ଣୁ ବେହେରା, ହିମାଞ୍ଚଳ ବେହେରା, ପୁଷ୍ପ ବେହେରା, ଗଣପତି ପୁଟେଲ, କୋକିଲ ପୁଟେଲ, ଜାଗା ବେହେରା ପ୍ରମୁଖ ଯୋଗଦେଇ ଥିଲେ I ବହୁ ସଂଖ୍ୟାରେ ଶ୍ରୋତା ଏବଂ ଭାଗବତ ପ୍ରେମୀ ଉତ୍ସାହ ସହ ଭାଗନେଇଥିଲେ l

ଟ୍ରେନ ଲାଇନରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କଲା ରେଲୱେ ପୋଲିସ I

Image
ଯାଜପୁର(ବ୍ୟାସନଗର) :-ଜିଲ୍ଳା ର ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଯାଜପୁର - କେନ୍ଦୁଝର ରୋଡ଼ ରେଲୱେ ଷ୍ଟେସନ ନିକଟସ୍ଥ ୨୫ ନଂ ୱାର୍ଡର ଚୂନାଭାଟି ଲେପର୍ସି କଲୋନୀ ସ୍ଥିତ ରେଳ ଲାଇନରୁ ଏକ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କରିଛି ରେଲୱେ ପୋଲିସ୍ I ଟଣାରୁ ପ୍ରକାଶ ଯେ ୪ ତାରିଖ ସଖାଳ ପ୍ରାୟ ୧୦ :୩୦ ମି ସମୟରେ ସ୍ଥାନୀୟ ଲୋକେ   ଏହି ମୃତ ଶରୀରକୁ ଦେଖି ରେଲୱେ ପୋଲିକୁ I କରିଥିଲେ l ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି I ମୃତ ଯୁବକ ଜଣକର ପରିଚୟ ମିଳିପାରିନଥିବା ବେଳେ ଏହା କୌଣସି ରେଳ ଯାତ୍ରୀ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି l ଏନେଇ କେସ ନଂ ୬0/୨୨ ରେ ଏକ ଅପମୃତ ମାମଲା ୠଜୁକରି ଘଟଣାର ତଦନ୍ତ ଜାରିରହିଛି ବୋଲି ସୂଚନା ଦେଇଛନ୍ତି ରେଲୱେ ପୋଲିସ ଅଧିକାରୀ ପପୁ କୁମାର ନାୟକ l 

ଇମ୍ଫା ପକ୍ଷରୁ ପଥପ୍ରାନ୍ତ ବନୀକରଣର ଶୁଭାରମ୍ଭ l

Image
ଯାଜପୁର (କାଳିଆପାଣି):-ଇମ୍ଫା ପରିଚାଳନାଧୀନ ସୁକିନ୍ଦା କ୍ରୋମାଇଟ ଖଣି ଓ ମହାଗିରି ଭୁତଳ କ୍ରୋମାଇଟ ଖଣି ପକ୍ଷରୁ କାଳିଆପାଣି ଚଣ୍ଡିମାତା ବିଦ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ବନୀକରଣର ଶୁଭାରମ୍ଭ କରାଯାଇ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି l ଇମ୍ଫାର ଉପସଭାପତି ତଥା ଖଣି ବ୍ୟବସାୟିକ ମୁଖ୍ୟ ସନ୍ଦୀପ ବାପୁରାଓଜୀ ନାରାଡେ ଏହି କାର୍ଯ୍ୟକ୍ରମକୁ ଗତ ୩ ତାରିଖରେ ଶୁଭାରମ୍ଭ କରି ଏକ କଦମ୍ବ ବୃକ୍ଷ ରୋପଣ କରି ଏହି ଯୋଜନାରେ କାଳିଆପାଣି ପଞ୍ଚାୟତରେ ୫ଶହରୁ ଉର୍ଦ୍ଧ୍ୱ ବଉଳ, କଦମ୍ବ, କୃଷ୍ଣଚୂଡ଼ା, ରାଧାଚୂଡ଼ା ଆଦି ବୃକ୍ଷ ରୋପଣର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଥିଲେ l ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ଇମ୍ଫlର ଯୋଗାଣ ଶୃଙ୍ଖଳ ମୁଖ୍ୟ ଜି ଭି ରାଜେଶ, ସୁକିନ୍ଦା ଖଣି ପରିଚାଳକ ଜଳନ୍ଧର ପାତ୍ର, ପ୍ରଶାସନିଜ ମୁଖ୍ୟ ଦ୍ଵିତୀରାଜ ଜଗଦାନନ୍ଦ ନାୟକ, ଇମ୍ଫା ଶାଖା ଶ୍ରମିକ ସଂଗଠନର ସଭାପତି, ସମ୍ପାଦକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉଦ୍ୟାନ ବିଭାଗ ସହ ପରିଚାଳକ ସମରେନ୍ଦ୍ର ସ୍ୱାଇଁ ସହାୟତା କରିଥିଲେ l( ଯାଜପୁର ସୁକିନ୍ଦା ରୁ ଜୟନାରାୟଣ ମହାପା

ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଙ୍କ ପରଲୋକ l

Image
  ବ୍ୟୁରୋ ରିପୋର୍ଟ(ଭୁବନେଶ୍ବର) :- ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତି ଆଜି ସକାଳ ସାତଟା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ଆଜି ପୁରୀ ସ୍ବର୍ଗ ଦ୍ବାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ଭୁବନେଶ୍ୱର ନୀଳାଦ୍ରି ବିହାର ସେକ୍ଟର ୧,ଏଚ.ଆଇ.ଜି ୨,ପ୍ଲଟ ନମ୍ବର ୧୩୩ ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି।ତାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।