Posts

ପୂର୍ବତନ ମହିଳା ସରପଞ୍ଚ ଙ୍କ ଏକାଦଶାହ ଅବସରରେ ଶୋକ ସଭା, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ l

Image
  ଯାଜପୁର (ଦାନଗଦୀ) ଜିଲ୍ଲା ର ଦାନଗଦି ବ୍ଲକ ଅନ୍ତର୍ଗତ ଓଲଳ ଗ୍ରାମପଞ୍ଚାୟତର ଓଲଳ ଠାରେ ପୂର୍ବତନ ମହିଳା ସରପଞ୍ଚ ଓ ମହିଳା ନାରୀନେତ୍ରୀ ଓ ସମାଜ ସେବୀ ସ୍ୱଭୀମାନୀ ଶ୍ରୀମତୀ ରେଣୁ ବାଳା ଜେନା ଙ୍କର ଏକାଦଶହରେ ଶୋକ ସଭା ଓ ଅଶୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ରେଣୁବାଳା ଜେନା ଙ୍କ ଜନ୍ମ ୧୯୭୫ ମସିହା ଡିସେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ l   ସେ ମାତ୍ର ୪୭ ବର୍ଷ ବୟସରେ ଚଳିତ ମାସ ତା ୧୭-୧୦-୨୦୨୨ ରିଖ ମୃତ୍ୟୁ ହୋଇଥିଲେ l ସ୍ୱାମୀ ନୃସିଂହ ଚରଣ ଜେନା ଓ ଏକ ମାତ୍ର ପୁତ୍ର ଜଗଦିଶ ଜେନା ଶହ ପରିବାର ବର୍ଗଙ୍କୁ ୟହଲୀଳାରେ ଭସାଇ ଚାଲିଗଲେ। ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭାରେ ମୂଖ୍ୟ ଅତିଥି ଭାବେ ଜାତୀୟ କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ଶରତ ରାଉତ ଙ୍କ ସହିତ ପୁଷ୍ପଲତା ପାତ୍ର, ଦୟାନିଧି ପଲେଇ,ରାଈଚରଣ ମହାନ୍ତି, ଉମାକାନ୍ତ ଜେନାମଣୀ ସେଠାରେ ପହଂଚି ରେଣୁବାଳା ଜେନାଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଏହି ଅବସରରେ ଶ୍ରୀଯୁକ୍ତ ରାଉତ କହିଥିଲେ ରେଣୁବାଳା ୧୯୯୫ ମସିହାରେ ପ୍ରଥମେ କଂଗ୍ରେସ ଦଳ ରୁ ରାଜନୈତି ଜୀବନ ଆରମ୍ଭ କରିଥିଲେ l ସେ ଦାନଗଦୀ ବ୍ଲକର ପ୍ରଥମ ମହିଳା ଅଧ୍ୟକ୍ଷା ଥିଲେ ଏବଂ ଜିଲ୍ଲା କଂଗ୍ରେସ ର ମହିଳା ଉପସଭାପତି ଥିଲେ I ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବହୁ ରାଜନୈତିକ ବ୍ୟକ୍ତିବିଶେଷ

ଚୋରା ଚାଲାଣ ବେଳେ ବିଦେଶୀ ମଦ ଜବଦ, ଜଣେ ଗିରଫ I

Image
                      ଫାଇଲ ଫଟୋ   ଯାଜପୁର (ଦାନଗଦୀ) :-ଆଜି ସକାଳ ପ୍ରାୟ ଆଠ ଟା ସମୟରେ ଯାଜପୁର ଜିଲ୍ଲା ଟମକା ଥାନା ର କର୍ମଚାରୀମାନଙ୍କ ଦ୍ୱାରା ପେଟ୍ରୋଲିଂ କରୁଥିବା ବେଳେ ଓସ୍ତପାଳ ଛକ ନିକଟରେ ଜଣେ ଅଚିହ୍ନା ଯୁବକକୁ ଦେଖି ସନ୍ଦେହ ହେବାରୁ ତାକୁ ପଚରା ଉଚରା କରିଥିଲେ l ଯୁବକ ଙ୍କ ନାମ ଟୁନା ସେଠୀ(୩୨) ସେ ଓସ୍ତପାଳ ଗ୍ରାମର ବିନୋଦ ସେଠୀ ଙ୍କ ପୁଅ ବ୍ୟାଗ୍ ଯାଂଚ କରିବାରୁ ସେ ବ୍ୟାଗ୍ ରୁ ୧୬ଟି ୧୮୦ ଏମଏଲ ର ହୁଇସ୍କି ବିଦେଶୀ ମଦ ବୋତଲ ବାହାରିଥିଲା l ଏହାର କୌଣସି ପ୍ରମାଣ ପତ୍ର ନ ପାଇବାରୁ ଉକ୍ତ ଯୁବକ କୁ ଗିରଫ କରାଯାଇ ଥାନା କେସ୍ ନଂ ୧୨୭/ତା ୨୬-୧୦-୨୦୨୨ ଓଡ଼ିଶା ଅବକାରୀ ଆଇନ୍ ଆକ୍ଟ ୪୨A ରେ ମାମଲା ରୁଜୁ ହୋଇଥିବା ଟମକା ଥାନା ଅଧିକାରୀ ସୂଚନା ଦେଇଛନ୍ତି l 

ମା'ଶ୍ୟାମାକାଳୀ ପୂଜା ପାଇଁ ଦୁଲୁକିଲା ବ୍ୟାସନଗର ସହର l

Image
ଯାଜପୁର (ବ୍ୟାସନଗର) :- ଜିଲ୍ଲା ର ବ୍ୟାସନଗର ସହରରେ ମା ଶ୍ୟାମାକାଳୀଙ୍କ ପୂଜା ନିମନ୍ତେ ଧୂମ ଧାମରେ ଚାଲିଛି ପ୍ରସ୍ତୁତି l ବ୍ୟାସନଗରରେ କାଳୀ ପୂଜା ଏକ ଗଣପର୍ବ ଭାବେ ପାଳନ କରାଯାଇଥାଏ l ଏହି ଗଣପର୍ବରେ ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଥାଏ କିନ୍ତୁ ଦୀର୍ଘ ୨ ବର୍ଷଧରି କରୋନା କଟକଣା ଯୋଗୁ ଏହି ଗଣପର୍ବ ବନ୍ଦ ରହିଥିଲା l ଚଳିତ ବର୍ଷ ଏହି ପୂଜା ଉତ୍ସବ ୧୩ ଗୋଟି ମଣ୍ଡପରେ ମା' ଶ୍ୟାମାକାଳୀ ପୂଜା ପାଉଥିବାବେଳେ ବିଭିନ୍ନ ପୂଜାକମିଟି ମଧ୍ୟରେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଲାଗିରହିଥାଏ l ଇତିମଧ୍ୟରେ ଧବଳଗିରି, ଚୋରଦା, ଚାନ୍ଦମା, ଚୋରଦା ଆରିୟନ କ୍ଲବ, ନିୟୁ ମାର୍କେଟ, ରାଧାନାଥ ମାର୍ଗ, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଗୋପବନ୍ଧୁ ନଗର, ବ୍ୟାଙ୍କ ଷ୍ଟିଟ, ଷ୍ଟିଲ ସିଟି, କୋପଣ୍ଡ ଓ କହ୍ନେଇପୁର ପ୍ରମୁଖ ମଣ୍ଡପ ଗୁଡିକ ଚଳଚଞ୍ଚଳ ହୋଇପଡିଛି l ବଡ଼ ବଡ଼ ଆକର୍ଷଣୀୟ ତ୍ୱରଣ ସାଙ୍ଗକୁ ନିଖୁଣ ମୂର୍ତ୍ତିର କଳାକୃତି ଓ ରାସ୍ତାଘାଟ ସହର ବଜାର ଗୁଡିକ ପରିଷ୍କାର ପରିଚ୍ଛନ୍ନତାର ଏକ ନୂଆ ଅନୁଭୂତି ଆଣିଦେଉଛି I ବିଶେଷ କରି ଏହି ଗଣପର୍ବରେ ଶାନ୍ତିକମିଟି ପକ୍ଷରୁ ଆୟୋଜିତ ମେଳଣ କାର୍ଯ୍ୟକ୍ରମ ଅତି ନିଆରା ହୋଇଥାଏ I ଏହି ମେଲଣ ଉତ୍ସବରେ ସମଗ୍ର ସହରର ମେଢ଼କୁ ଚୋରଦା କାଳୀ ମେଳଣ ପଡିଆରେ ଏକତ୍ରିତ କରାଯାଇ ପୁରସ୍କୃତ କରାଯାଇଥାଏ

ଦୁଇ ଭାଇଙ୍କ ମଧ୍ୟରେ ମାରପିଟ ଥାନାରେ ଅଭିଯୋଗ l

Image
             ଥାନାର  (ଫାଇଲ ଫଟୋ)  ଯାଜପୁର (ଦାନଗଦୀ) :- ଦାନଗଦୀ ବ୍ଲକ ଅନ୍ତର୍ଗତ ଚିତ୍ରି ଗ୍ରାମରେ ଘର ଜାଗା କୁ କେନ୍ଦ୍ର କରି ଗଢ଼ିଉଠିଥିବା ମାଡପିଟ କୁ ନେଇ ଥାନାରେ ଅଭିଯୋଗ ହୋଇଛି l ଏହି ପରିପ୍ରେକ୍ଷୀରେ ଦୁଇ ଭାଇଙ୍କ ପକ୍ଷରୁ ଟମକା ଥାନା ଲିଖିତ ଅଭିଯୋଗ ହୋଇଛି l ଘଟଣାରୁ ପ୍ରକାଶ ଯେ ଟମକା ଥାନା ଅନ୍ତର୍ଗତ ଚିତ୍ରି ନୂଆଗାଁ ର କୃଷ୍ଣଚନ୍ଦ୍ର ଷଣ୍ଢ ଙ୍କ ସାନ ପୁଅ କୈଳାସ ଚନ୍ଦ୍ର ଷଣ୍ଢ ନିଜର ଘର ତିଆରି କାମ କରୁଥିବା ସମୟରେ ଦିନ ସାଢ଼େ ଗୋଟାଏ ବେଳେ ବଡ଼ ଭାଇ ରମାକାନ୍ତ ଷଣ୍ଢ ଓ ତାଙ୍କ ସ୍ତ୍ରୀ ବନ୍ଦନା ଷଣ୍ଢ ମିଶି ସାନ ଭାଇ କୈଳାସ ତାଙ୍କ ସ୍ତ୍ରୀ ଓ ପୁଅକୁ ଲୁହା ରଡ଼ ସାହାଯ୍ୟରେ ଆକ୍ରମଣ ଓ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ଥାନାରେ ଅଭିଯୋଗ ହୋଇଛି l ଏ ବିଷୟରେ କୈଳାସ ଟମକା ଥାନା ରେ ଏତଲା ଦେଇଥିଲେ I ପୋଲିସ ଏହି ଏତଲା କ୍ରମେ କେସ୍ ନଂ ୧୨୫/୨୪-୧୦-୨୦୨୨ ଆଇପିସି ଧାରା ୩୪୧/୩୨୩/୪୨୭/୩୫୪/୩୩୬/୫୦୬ ରେ କେସ୍ ରୁଜୁ କରିଥିବା ବେଳେ ଅପର ପକ୍ଷରେ ବଡ଼ ଭାଇ ରମାକାନ୍ତ ଷଣ୍ଢ ସାନ ଭାଇ କୈଳାସ ଓ ଭାଇ ବୋହୁ ନାମରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବାର ଏକ ଏତଲା ଦାଏର କରିଥିବା ଜଣାପଡିଛି l ଏହି ଏତଲା କ୍ରମରେ ପୋଲିସ କେସ୍ ନଂ ୧୨୬/୨୪-୧୦-୨୦୨୨ ଆଇପିସି ଧାରା ୩୪୧/୩୨୩/୨୯୪/୩୫୪/୫୦୬/୩୪ ରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି l ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍

ଧୂଳିଗଡ଼ ପଞ୍ଚାୟତ ରେ ଶିଶୁ କୁ ଶିକ୍ଷା, ବାଲ୍ଯ ବିବାହ ଓ ଶିଶୁ ଶ୍ରମିକ କୁ ବନ୍ଦ ନାରା ଦେଇ ଶିଶୁ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ଶୋଭାଯାତ୍ରା l

Image
ଯାଜପୁର(ଦାନଗଦୀ) - ଜିଲ୍ଲା ର ଦାନଗଦି ବ୍ଲକ ଧୂଳିଗଡ଼ ଗ୍ରାମପଂଚାୟତ ସୁଆଁଲ ଗ୍ରାମ ର ମା କୁଟେଇ ଶୁଣି ଠାକୁରାଣୀ ଙ୍କ ପାଖରୁ ଶିଶୁ ଅଧିକାର ସୁରକ୍ଷା ମଞ୍ଚ ଦାନଗଦି ପକ୍ଷରୁ କୁନି କୁନି ପିଲା ମାନଙ୍କୁ ନେଇ ଏକ ରାଲି ବାହାରି ସୁଆଁଲ ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲେ l ଏହି ରାଲି ର ସ୍ଲୋଗାନ୍ ଥିଲା 'ଶିଶୁ ଶ୍ରମିକ କୁ ନା, ଶିଶୁଙ୍କୁ ଶିକ୍ଷା ଓ ବାଲ୍ଯ ବିବାହ ବନ୍ଦ କରିବା' l ଏହିଭଳି କାର୍ଯ୍ୟକ୍ରମକୁ ସଂପୃକ୍ତ ସ୍ଵେଚ୍ଛାସେବୀ ସଂଗଠନ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ଯାପକ ଜନସଚେତନତା ସୃଷ୍ଟି କରାଇ ପାରିଲେ ଆଗାମୀ ଦିନରେ ଏହା ଏକ ସୁଫଳକୁ ସ୍ଵାଗତ କରିବା ସହ ଶିଶୁମାନଙ୍କ ଉପରେ ପ୍ରଭାବ ପକାଇବ l ଏହି କାର୍ଯ୍ୟକ୍ରମ ରେ ଧୂଳିଗଡ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ମାନସ ରଣା , ଶିଶୁଅଧିକାର ସୁରକ୍ଷା ମଞ୍ଚର ସଦସ୍ୟ ବିଜୟ କୁମାର ଦାସ,ବିଶ୍ୱଜିତ ମାଝୀ, ଅଞ୍ଜଳି ପାତ୍ର , ଲକ୍ଷ୍ମୀ ହାଁସଦା, ସୁଦାମ ପୋଇ, ସଂଗୀତା ଭଞ୍ଜ ଓ ଆସ ପେୟାର ର ସମସ୍ତ ସଭ୍ୟ ଓ ଜୀ ପି ସି ଏମ ମୋନାଲିସା ଭଞ୍ଜ ଙ୍କ ସହଯୋଗ ରେ ଏହି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l  

ଜନସମ୍ପର୍କ ପଦଯାତ୍ରା ରେ ଚାରା ବାଣ୍ଟିଲେ ବିଜେଡି କର୍ମୀ l

Image
ଯାଜପୁର (ଦାନଗଦୀ) ୧୯।୧୦: - ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡି ପଦଯାତ୍ରା ଏବେ ଓଡ଼ିଶା ରେ ବିଭିନ୍ନ ପଂଚାୟତରେ ସଫଳତାର ସହିତ ଆୟୋଜିତ ହେଉଛି । ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଏହା ଆୟୋଜିତ ହେଉଥିଲା ବେଳେ, ଆଜି ସୁକିନ୍ଦା   ନିର୍ବାଚନ ମଣ୍ଡଳୀର ଚିତ୍ରି ଗ୍ରାମପଞ୍ଚାୟତରେ ଏହା ଆୟୋଜିତ ହୋଇ ସଫଳତାର ସହ ଶେଷ ହୋଇ ଯାଇଛି । ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଓ ୯ ନଂ ଜୋନ୍ ର ଜିଲ୍ଲାପରିଷଦ ସଦସ୍ୟା ଟିନା ହଇବୁରୁ ଚିତ୍ରି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ନବୀନ ସରକାରଙ୍କ ଲୋକପ୍ରିୟତା ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଥିଲେ l ଏହି କର୍ଯ୍ୟକ୍ରମ ଜନସାଧାରଣ ଙ୍କ ନିକଟତର ହେବା ପାଇଁ ଗଛ ଚାରା ଦେଇ ସଚେତନତା ବାର୍ତ୍ତା ଦେଇଥିଲେ l ଏହି ଅବସରରେ ବହୁ ବିଜେଡି କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ l 

ମଙ୍ଗଳପୁର ପଞ୍ଚାୟତ ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା l ପୂର୍ବତନ ମନ୍ତ୍ରୀବାଣ୍ଟିଲେ ବିକାଶ ବାର୍ତ୍ତା,

Image
ଯାଜପୁର (ଦାନଗଦୀ) ୧୧।୧୦: - ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡି ପଦଯାତ୍ରା ଏବେ ଓଡ଼ିଶା ରେ ବିଭିନ୍ନ ପଂଚାୟତରେ ସଫଳତାର ସହିତ ଆୟୋଜିତ ହେଉଛି । ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଏହା ଆୟୋଜିତ ହେଉଥିଲା ବେଳେ, ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ମଙ୍ଗଳପୁର ଗ୍ରାମ ପଞ୍ଚାୟତରେ ଏହା ଆୟୋଜିତ ହୋଇ ସଫଳତାର ସହ ଶେଷ ହୋଇ ଯାଇଛି । ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ଅନୁପ୍ଥିତିରେ ସୁକିନ୍ଦା ର ପୂର୍ବତନ ବିଧାୟକ, ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଙ୍କ ନେତୃତ୍ୱରେ ଏହି ପଦଯାତ୍ରା ସଫଳତାର ସହ ଆୟୋଜିତ ହୋଇଥିଲା । ବିପୁଳ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଏହି ପଦଯାତ୍ରାରେ ସାମିଲ ହୋଇ ସରକାରଙ୍କ ବିକାଶର ବାର୍ତା ପ୍ରଚାର କରିଥିଲେ । ଦୀର୍ଘ ୨୨ ବର୍ଷରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶକୁ ବେଶ ଆଗକୁ ନେଇଥିବା କଥା ଜନସାଧାରଣଙ୍କୁ ଅବଗତ କରିଥିଲେ । ଏହି କାର୍ଯ୍ୟ କ୍ରମରେ ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ସୁଚିତ୍ରା ବିଶ୍ଵାଳ, ସ୍ମୃତି ରାଣୀ ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଚନ୍ଦନ କର, କୈଳାସ ଜେନା, ତ୍ରିଲୋଚନ ଧଳ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ , ଭଗବାନ ସ୍ବାଇଁ, ବିଷ୍ଣୁ ଚନ୍ଦ୍ର ମଲ୍ଲିକ୍ , ଉଦୟ ର