Posts

ଯାଜପୁର ରେ ଅଭାବନୀୟ ଘଟଣା, ଭାଇ ଭଉଣୀ ସମ୍ପର୍କରେ ଦାଗ!

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଯାଜପୁର ବ୍ଲକ ଅନ୍ତର୍ଗତ ଖଡିପଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା l ଉକ୍ତ ଗ୍ରାମର ଚନ୍ଦ୍ରମଣି ପଣ୍ଡାଙ୍କ ଝିଅ ଯାହାର ବୟସ ମାତ୍ର ୧୩ ବର୍ଷ l ଲଜ୍ଜା ଜନକ କଥା ଯାହାକି ସମାଜକୁ ଖରାପ ସନ୍ଦେଶ ଦେଇଛି l ୧୩ ବର୍ଷ ର ନାବାଳିକା ହୋଇଥିବା ସତ୍ତ୍ଵେ ସେ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟା lଯାହାକି ଏହି ଘଟଣା ଆଖ ପାଖ ଅଞ୍ଚଳରେ ଏକ ରୋଚକ କାହାଣୀ ସୃଷ୍ଟି କରିଛି l ପୀଡ଼ିତାଙ୍କ ପରିବାରକୁ ପଚରା ଉଚରା କରିବାରୁ, ପୀଡ଼ିତାଙ୍କ ପିତା କହିଲେ ଦୋଷୀ କୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ l ତାଙ୍କର ବିଶ୍ବାସ ରହିଛି ଆଇନ ଉପରେ । ଯାହା ନାମରେ ଏତଲା କରିଥିଲେ ସେ ଗିରଫ ହୋଇଛି । ଅଭିଯୁକ୍ତ ପୀଡ଼ିତାଙ୍କ ପିଶା ଭୀମସେନ ପଣ୍ଡା ଙ୍କ ପୁତ୍ର ବୋଲି ଜଣାପଡିଛି । ଏହିଭଳି ଘଟଣା ସମାଜକୁ ବହୁତ କଳୁଷିତ କରୁଛି, ଯାହାକି ଭାଇ ଭଉଣୀ ଭଳି ପବିତ୍ର ସମ୍ପର୍କକୁ ବହୁତ ନିନ୍ଦନୀୟ କରିଛି । ଆମେ ଆପଣମାନଙ୍କୁ ସଚେତନ କରିବାକୁ ଏହି ଖବର ପ୍ରଚାରିତ କରୁଛୁ I 

କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବଢୁଛି ବେଆଇନ୍ ନିଶା ଦ୍ରବ୍ୟ କାରବାର।

Image
(ବିପଦ ପଥରେ ଯୁବ ପିଢ଼ି, ପ୍ରଶାସନ ର ଦୃଷ୍ଟି ପଡୁ)   ଯାଜପୁର (କଳିଙ୍ଗନଗର ) :- କଳିଙ୍ଗନଗର ଶିଳ୍ପାଞ୍ଚଳ ଯାଜପୁର ଜିଲ୍ଲା ର ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳି ହୋଇଥିଲା ବେଳେ ଏହି ଅଞ୍ଚଳକୁ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟରୁ ଶହ ଶହ ସଂଖ୍ଯାରେ ଗାଡ଼ିମାନେ ଆସୁଛନ୍ତି l ପ୍ରତ୍ୟେକ ଦିନ ବହୁସଂଖ୍ୟକ ଲୋକଙ୍କ ଯାତାୟତ ହୋଇଥାଏ l ଏହି ଦୃଷ୍ଟିକୋଣରୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଉଠା ଦୋକାନ ବଜାର ଖୋଲା ରହିଛି l ଏହି ଦୋକାନ ଗୁଡିକୁ ସାଧାରଣତଃ ବାହାର ଜିଲ୍ଲା ର ଲୋକମାନେ ପରିଚାଳନା କରୁଛନ୍ତି l ରାସ୍ତା କଡ, ଫୁଟପାଥ ରେ ଦୋକାନ ଗୁଡିକରେ ଚା ' ପାନ ଗୁଟଖା, ବିସ୍କୁଟ ଠାରୁ ଆରମ୍ଭ କରି ଜଳଖିଆ ବିକ୍ରି ହେଉଥିବା ଦେଖିବାକୁ ମିଳିଛି l କିନ୍ତୁ ଟଙ୍କା ଲୋଭରେ ବଶବର୍ତ୍ତୀ ହୋଇ କିଛି ଅସାଧୁ ବ୍ୟବସାୟୀ ଚୋରା ନିଶାଦ୍ରବ୍ୟ କାରବାର ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି ! ବାହାର ଲୋକଙ୍କ ଅଭାବ ପୂରଣ କରିବା ପାଇଁ ନିକଟସ୍ଥ ଗାଁ ଗଣ୍ଡା ଓ ଛକ ମାନଙ୍କରେ ମଧ୍ଯ ଚୋରା ମଦ, ଗଞ୍ଜେଇ ବହୁଳ ଭାବରେ ବିକ୍ରି ଚାଲୁଥିବା ନଜିର ରହିଛି l ହାତପାହାନ୍ତାରେ ନିଶାଦ୍ରବ୍ୟ ମିଳିଥିବାରୁ ଯୁବପିଢ଼ି ଙ୍କୁ ସେବନ କରିବାକୁ ସୁବିଧା ଉପଲବ୍ଧ ହୋଇପାରୁଛି l ଏହାଦ୍ବାରା ସ୍କୁଲ କଲେଜ ଛାତ୍ର ଙ୍କ ଭବିଷ୍ୟତ ଅନ୍ଧାର ଭିତରେ ଗତିକରୁଛି l ଏହାଦ୍ୱାରା ଅ଼ଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବାଢ଼ିବାର ଲାଗିଛି l ପ୍

ଧଳା ଜହର ର ବେପାରୀ ବିଜେଡି ନେତ୍ରୀ ଗିରଫ I

Image
           (ନେତ୍ରୀ ରୁ ବ୍ୟବସାୟୀ ଝୁନୀ ପାତ୍ର)  ଯାଜପୁର(ବ୍ୟାସନଗର) : - ଯାଜପୁରଜିଲ୍ଲା ଧଳା ଜହର ର ପେଣ୍ଠସ୍ଥଳୀ ପାଲଟି ଥିବା ଜଣା ପଡୁଛି l କାରଣ ଧଳା ଜହର ଓ ଚୋରା ମାଦକ ଦ୍ରବ୍ଯ ସାରା ଜିଲ୍ଲାରେ ନିର୍ଭର ରେ ବେପାର ଚାଲିଛି I ଏହି ବେପାର ପଛରେ ପ୍ରଭାବ ଶାଳୀ ବ୍ୟକ୍ତି ମାନେ ପଛଦପଟରେ ରହି ସାହସ ଦେଉଥିବା ସାଧାରଣରେ ଆଲୋଚନା ହେଉଛି l କିନ୍ତୁ ସ୍ଥାନୀୟ ଅବକାରୀ ବିଭାଗ ର ବାବୁମାନେ ବର୍ଷରେ ଗୋଟେ ଦୁଇଟି ଗରିବ ଆଦିବାସୀ ବା ଦେଶୀ ମଦ ଭାଟିରେ ପଶି ପଶି ନିଜର କର୍ତ୍ତବ୍ୟ ଶେଷ କରିଦିଅନ୍ତି l ଶାସାକ ଦଳର ୱାର୍ଡ ସଭାପତି ବୋଲାଉଥିବା ଜଣେ ବିଜେଡ଼ି ନେତ୍ରୀ ଧଳା ଜହର(ବ୍ରାଉନ ସୁଗାର) ବେପାରରେ ଲିପ୍ତ ଥିବା ସ୍ପଷ୍ଟ ହୋଇଛି l ଯାଜପୁର ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ଯାଜପୁର ରୋଡ଼ ଆଦର୍ଶ ଥାନା ଅଞ୍ଚଳର ଡୋଲିପୁର ମିଟୁଆଣି ପୋଖରୀ ନିକଟରେ ରହୁଥିବାବିଜେଡ଼ି ନେତ୍ରୀ ଝୁନୀ ପାତ୍ର ଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହ ବିଜେଡି ନେତ୍ରୀ ଙ୍କୁ ଗିରଫ କରିଛି । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରା ଯାଉଛି l କିଛି ଦିନ ତଳୁ ଅବକାରୀ ବିଭାଗର ଜିଲ୍ଲା ସ୍କ୍ୱାର୍ଡ ବିଶେଷ ସୁତ୍ରରୁ ସୂଚନା ଉପରେ ଆଧାର କରି ଝୁନି ଙ୍କ ଫୋନ୍ ନମ୍ବର କୁ ଟ୍ରାକିଂ ରେ ରଖିଥିଲେ I ବାଲେଶ୍ୱର ରୁ ବିଭିନ୍ନ ଉପାୟ ରେ ବ୍ରାଉନ ସୁଗାର ଯାଜପୁର

ପ୍ରଶାସନ କୁ ଚକମା ଦେଖାଇ ବେନିୟମ କର୍ଯ୍ୟ କରୁଛନ୍ତି ଶିଳ୍ପାଞ୍ଚଳ ଠିକାଦାର I

Image
ଯାଜପୁର (କଳିଙ୍ଗନଗର ) : - କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାଲପରିବହନ ଗାଡ଼ିରେ ଶ୍ରମିକ ବୁହାଚାଲିଛି, ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ l ଶିଳ୍ପାଅଞ୍ଚଳ ରେ ଅନେକ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟ କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ରେ ରହିଥାଏ। କାରଖାନାରେ କାର୍ଯ୍ୟ କରୁଥିବା ବହୁତ ଠିକାଦାର ସେମାଙ୍କର ଶ୍ରମିକମାନଙ୍କୁ ସୁରକ୍ଷିତ ନେବା ଆଣିବା ପାଇଁ ମାଲ୍ ବୁହା ଗାଡିମାନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l ବିଶେଷ କରି ଏହା ଆଇନ୍ ବିରୋଧ ହୋଇଥିଲା ବେଳେ ପ୍ରଶାସନ ର ଦୃଷ୍ଟିକୁ କିପରି ଆସୁନାହିଁ l ନା ପ୍ରଶାସନ ର ଜାଣତରେ ଏହିପରି ବେନିୟମ କାମ ଚାଲୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଶ୍ରମିକ ମାନଙ୍କୁ ଗୋରୁଗାଈ ପରି ମାଲ୍ ବୁହା ଗାଡିରେ ସବାର୍ ହେବାକୁ ବାଧ୍ୟ କରୁଛନ୍ତି ସମ୍ପୃକ୍ତି ଠିକାଦାର ସଂସ୍ଥା I କଳକାରଖାନା ମାନଙ୍କ ରେ କାର୍ଯ୍ୟ କରୁଥିବା ହଜାର ହଜାର ସଂଖ୍ୟାରଶ୍ରମିକ ଓ କର୍ମଚାରୀ ମାନଙ୍କୁ ଯିବା ଆସିବା ପାଇଁ କମ୍ପାନୀ କର୍ତତୃପକ୍ଷ ଗାଡି ଯୋଗାଇ ଦେଇଛନ୍ତି । ଅନେକ ସମୟରେ ଶ୍ରମିକ ଓ କର୍ମଚାରୀମାନେ ନିଜ ନିଜର ଗାଡ଼ି ବ୍ୟବହର କରି କାରଖାନା ପରିସରକୁ ଯାଆଆସ କରୁଛନ୍ତି। ଅନେକ କାରଖାନାରେ ନିୟୋଜିତ ଠିକାଦାର ମାନେ ସେମାନଙ୍କର ଶ୍ରମିକ ଓ କର୍ମଚାରୀମାନଙ୍କୁ କାରଖାନା ପରିସରକୁ ଯିବାପାଇଁ ମଣିଷ ପାଇଁ ଉଦ୍ଧିଷ୍ଟ ଗାଡ଼ି ପରିବର୍ତ୍ତେ ମାଲ୍ ବୋଝେଇ ଗାଡ଼ି

କଳିଙ୍ଗନଗର ର ନୂତନ ପ୍ରକଳ୍ପ କୁ ସ୍ଥାନୀୟ ଲୋକଙ୍କ ବିରୋଧ l

Image
(ଆଦିବାସୀଙ୍କ ଜମିକୁ ଜୋରଜବରଦସ୍ତ ଛଡାଇ ନେଉଛି ସରକାର-ଅଭିଯୋଗ! ) ଯାଜପୁର (କଳିଙ୍ଗନଗର) :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଳକ ଚାନ୍ଦିଆ ପଞ୍ଚାୟତର ଟାଙ୍ଗରସାହି ଗ୍ରାମରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଆଦିବାସୀ ପରିବାର ଙ୍କୁ ଏକ ନୂତନ କାରଖାନା ସ୍ଥାପନ କରିବା ପାଇଁ ବିସ୍ଥାପିତ କରିଛି l ଏହି ଜାଗା ଚିହ୍ନଟ ପ୍ରକ୍ରିୟା ଆଜି ସକାଳ ବେଳା ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଆରମ୍ଭ ହୋଇଥିଲା l କିନ୍ତୁ ସ୍ଥାନୀୟ ଆଦିବାସୀ ବାସିନ୍ଦା ଏହାକୁ ଘୋର ବିରୋଧ କରିଥିଲେ l ସକାଳ ପ୍ରାୟ ୧୦ ଟା ସମୟରେ ପ୍ରଶାସନ ର ଏହି ଜମି ଅଧିଗ୍ରହଣ କାର୍ଯ୍ୟକୁ ଟାଙ୍ଗର ସାହି ର ବାସିନ୍ଦା ବିରୋଧ କରିବା ସହିତ ବୁଲଡୋଜର ସାମ୍ନାରେ ଠିଆ ହୋଇ ପ୍ରତିବାଦ କରିଥିଲେ l କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୂତନ କରି ପ୍ରକଳ୍ପ ନିର୍ମାଣ ନିମନ୍ତେ" ଏମ୍ ଏସ୍ ଏମ୍ ଇ ପାର୍କ" ନାମକ କମ୍ପାନୀ କୁ ଇଡକୋ ପକ୍ଷରୁ ଜମି ଯୋଗାଇ ଦେବାକୁ ବ୍ୟବସ୍ଥା ଥିଲା l ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରଶାସନ କୁ ଦାୟିତ୍ଵ ଦିଆଯାଇଛି l ତେଣୁ ପ୍ରଶାସନ ପକ୍ଷରୁ ବ୍ଯାପକ ପୋଲିସ୍ ଫୋର୍ସ ସହିତ ଇଡ଼କୋ ମୁଖ୍ୟ ଅଧିକାରୀ ଏମ୍ ଭି ଏସ୍ ଗିରି,ମୁଖ୍ୟ ଜମି ଅଧିକାରୀ ଜିତେନ୍ଦ୍ର ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଏସ୍

କବାଡ଼ିଆ ଗୋଦାମ ରେ ଭୟାଭୟ ଅଗ୍ନିକାଣ୍ଡ, l

Image
 ଯାଜପୁର(କୋରେଇ) - ଜିଲ୍ଲା ର କୋରାଇ ବ୍ଲକ୍ ଅନ୍ତର୍ଗତ ଧନେଶ୍ଵର ଛକ ନିକଟସ୍ଥ ଏକ କବାଡିଆ ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ ଘଟିଯାଇଛି। ସୂଚନା ମୁତାବକ ଆଜି ସକାଳ ୧୧ଘଟିକା ସମୟରେ ଧନେଶ୍ଵର ଛକ ନିକଟସ୍ଥ ଏକ କବାଡିଆ ଗୋଦାମରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା I ଅଗ୍ନିକାଣ୍ଡ ଅତ୍ୟନ୍ତ ଭୟାଭୟ ଥିବା ସ୍ଥାନୀୟ ଲୋକେ କହିଛନ୍ତି I ଏହାର ଖବର ପାଇ ୫ଟି ଅଗ୍ନିଶମ ବାହିନୀ ର ସାତ ଗାଡ଼ି ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଓ କୋରାଇର ପ୍ରଶାସନ ବିଭାଗ ଉପସ୍ଥିତ ରହି ସହଯୋଗ ଜାରି ରଖିଛି ଏହି ଭୟାବହ ଅଗ୍ନିକାଣ୍ଡ ଦ୍ଵାରା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହେଇଯାଇଛି । ଗୋଦାମ ଗୃହ ରୁ ଗୋଦାମର କର୍ମଚାରୀ ମାନେ ବର୍ତିଯାଇଛନ୍ତି। । ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରି ବହୁ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା l କେଉଁ କାରଣରୁ ନିଆଁ ଲଗିଲା ଏହା ଜଣାପଡ଼ି ନ ଥିଲା ବେଳେ ଏହାର ସଠିକ୍ କାରଣ ବାହାର କରିବାକୁ ପ୍ରଶାସନ କୁ ଜନସାଧାରଣଙ୍କ ଦାବୀ l

ସ୍ଵର୍ଗତ ଭାଗବାନ କର ଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଦିବସ ପାଳନ ଅବସରରେ..🙏 ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ 🙏 _________________________________

Image
.          🙏  ଭକ୍ତିପୂର୍ବକ ଶ୍ରଦ୍ଧାଞ୍ଜଳୀ 🙏 ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ମାନ  ଦଣ୍ଡ... ମଣିଷ ଏହି ଧରା ପୃଷ୍ଠରେ ଜନ୍ମ ନେଇଥିଲେ ମଧ୍ୟ ତାର କର୍ମକ୍ଷେତ୍ର ରେ ତ୍ୱରାନ୍ୱିତ ହୋଇ ପୁଣି ଥରେ ଫେରିଯାଏ ଆଉ ଏକ ନୂତନ ଦିଗନ୍ତ କୁ, ଇହଲୀଳା ସମ୍ବରଣ କରିଥାଏ l ଏହା ହେଉଛି ଆମ ଜୀବନର ରଙ୍ଗମଞ୍ଚ, ଏହି ରଙ୍ଗମଞ୍ଚ ରେ ଅଭିନୟ କରି ସେ ଛାଡିଯାଇଥିବା ସ୍ମୃତି ଅନୁଭୂତି କୁ ତାଙ୍କର ପିଢ଼ିମାନେ ମନେ ପକାଇଥାନ୍ତି l ଏମିତି ଜଣେ ସଫଳ ବ୍ୟକ୍ତିତ୍ୱ ଯିଏକି ନିଜ ଚାକିରୀ କ୍ଷେତ୍ରରେ ସମସ୍ତଙ୍କୁ ନିଜର, କର୍ମମୟ ଜୀବନରେ ଭଲ ପାଇଆସୁଥିବା ବ୍ୟକ୍ତିତ୍ୱ ସେ ହେଉଛନ୍ତି ସ୍ଵର୍ଗତ ଭାଗବାନ କର I ସ୍ଵର୍ଗତ କର ତା ୦୨/୦୪/୧୯୪୧ ମସିହାରେ କେନ୍ଦୁଝର ଜିଲ୍ଲା ଅଙ୍ଗାରୁଆ ଶାସନ ର ଏକ ସମ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ l ସେତେବେଳ ସମୟରେ ୧୯ ୫୬ ମସିହାରେ ସେ ନିଜର ଏକାଦଶ ପାଠପଢ଼ା ଶେଷ କରି ଇଞ୍ଜିନିୟରିଂ ପାଠ ପଢ଼ିଥିଲେ l ପରେ ଓଡ଼ିଶା ସରକାର ଙ୍କ ଖଣି ବିଭାଗରେ ପରିଚାଳକ ଭାବେ ୧୯୬୦ ମସିହାରେ ଯୋଗ ଦେଇଥିଲେ l ଏହା ପରେ ଦୀର୍ଘ ୩୩ ବର୍ଷ କର୍ଯ୍ୟ କରିବାପରେ ୧୯୯୩ ମସିହାରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିଥିଲେ l ତାଙ୍କର ଚାକିରି ଜୀବନ ଭିତରେ ସେ ଓଡ଼ିଶା ଖଣି ନିଗମ ଅଧୀନରେ ଥିବା ଦୈତାରୀ, କଲରଙ୍ଗୀ, ଯାଜପୁର ରୋଡ଼,ବଣାଇ, କୋଇଡ଼ା, ଯୋଡ଼ା, ଦଣ୍ଡାଧର, ଗନ୍ଧମାର୍ଦ୍ଦନ, କାଠପାଳ ଆଦି ବିଭିନ୍ନ କ୍ଷେତ୍ରର