Posts

ରାବଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କଳିଙ୍ଗନଗର ସାମ୍ବାଦିକ ସଂଘ ପକ୍ଷରୁ ମିଳିତ ଆନୁକୁଲ୍ୟରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପା ଅଞ୍ଚଳର ରାବଣା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ପରିଷ୍କାର ପରିଚ୍ଛନ୍ନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ରାବଣା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଥିଲା I କଳିଙ୍ଗନଗର ସାମ୍ବାଦିକ ସଂଘ ର ସଭାପତି ଙ୍କ ସମେତ ସମସ୍ତ ସଭ୍ଯ ଉପସ୍ଥିତ ରହି ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ l ରାବଣା ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ରୁଦ୍ରପ୍ରତାପ କର ଏବଂ ମୁଖ୍ୟ ଡାକ୍ତର ରଶ୍ମିତା ସେଠୀ ଙ୍କ ତତ୍ତ୍ଵାବଧାନରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନିଭାଇଥିଲେ l କଳିଙ୍ଗନଗର ସାମ୍ବାଦିକ ସଂଘ ପକ୍ଷରୁ ଏହିପରି ଜନହିତକର କାର୍ଯ୍ଯ କରିବା ପାଇଁ ପ୍ରୟାସ ଜାରି ରହିଛି l ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ଦେବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l

ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସେବା କାର୍ଯ୍ୟ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସେବା କାର୍ୟ୍ଯ "ଆସ ଆମେ ଭଲ ମଣିଷ ହେବା ସମାଜ ପାଇଁ କର୍ତ୍ତବ୍ୟ କରିବା" ନିଜ ଭିତରେ ମାନବିକତା ରଖିବା ସ୍ଳୋଗାନ ରେ ଛତିଆ ସ୍ଥିତ ପୋଷ୍ଟ ଅଫିସ ପରିସରରେ ଥିବା Leris Academy କୋଚିଙ୍ଗ ସେଣ୍ଟର ଛାତ୍ରଛାତ୍ରୀ ମାନଙ୍କୁ ସୁବାର୍ତ୍ତା ଦେଇ ସୁଶିକ୍ଷା ଦେବାକୁ ଛୋଟ ପ୍ରୟାସ କରିଥିଲେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ l ଆଗାମୀ ଦିନରେ ଏମିତି କିଛି ଭଲ ସେବା କାର୍ଯ୍ଯ ଜାରି ରହିବ ବୋଲି ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ସୂଚନା ଦେଇଛନ୍ତି I ଗରିବ ପିଲା ମାନଙ୍କୁ ମାଗଣାରେ ଶିକ୍ଷା ଦାନ କରୁଥିବା କୋଚିଙ୍ଗ ସେଣ୍ଟର ପରିଚାଳନା ମୁଖ୍ୟ ଶିକ୍ଷକ ଶ୍ରୀଯୁକ୍ତ ସାନ୍ତନୁ କୁମାର ସ୍ୱାଇଁଙ୍କୁ ସମ୍ମାନ ଜଣାଇ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସର୍ଦ୍ଧନା କରା ଯାଇ ଥିଲା l

ନକଲି ବିଦେଶୀ ମଦ ଓ ଗୋଟିଏ ବାଇକ ଜବତ ସହ ଦୁଇ ଗିରଫ |

Image
ଢେଙ୍କାନାଳ(କାମାକ୍ଷାନଗର) 11/1:- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅବକାରୀ ବିଭାଗ ବିଶେଷ ସୁ୍ତ୍ରରୁ ଖବର ପାଇ ଚଢ଼ାଉ କରିଥିଲା |ଚଢଉ ରେ ବିପୁଳ ପରିମାଣ ର ବିଦେଶୀ ମଦ ଜବଦ ଓ ଗୋଟିଏ ବାଇକ ସହ ଦୁଇ ଜଣକୁ ଗିରଫ କରିଛି ପରଜଙ୍ଗ ଅବକାରୀ ବିଭାଗ | ସୂଚନା ମୁତାବକ ଆଜି ଅପରାହ୍ନ ରେ ପରଜଙ୍ଗ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବରପାଇ ସରାଙ୍ଗ ଛକ ନିକଟରେ ଏକ ବାଇକ ରେ ଦୁଇ ଜଣ ବ୍ୟକ୍ତି ମଦ ନେଇ ଯାଉଥିବାର ଖବର ପାଇ ଥିଲା l ଅବକାରୀ ବିଭାଗର ଟିମ୍ ଅଚାନକ ଚଢ଼ାଉ ସେମାନଙ୍କ ଠାରୁ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ କରିଥିବା ଜଣାପଡିଛି l ଗୋଟିଏ ବାଇକ ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି ପରଜଙ୍ଗ ଅବକାରୀ ବିଭାଗ |ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ହେଉଛନ୍ତି ତାଳଚେର କଙ୍କିଳି ଗ୍ରାମର ସୁବ୍ରତ ନାୟକ ଓ ଅନ୍ୟ ଜଣକ ହେଉଛନ୍ତି ତାଳଚେର ବାଇପାସ ର ଦିପୁନ ନାୟକ |

ଭାରତୀୟ ଡାକ ସେବା ଦୁଇଦିନ ଧରି ଅଚଳ, ଗ୍ରାହକ ଅସନ୍ତୁଷ୍ଟ l

Image
ଯାଜପୁର (କଳିଙ୍ଗନଗର) :- ଭାରତୀୟ ଡାକ ସେବା ଦୁଇ ଦିନ ହେଲା ଅଚଳ l ଆଗକୁ କେତେ ଦିନ ଅଚଳ ହେବ ଜଣା ନାହିଁ, ଦୁଇ ଦିନ ହେଲାଣି ପୋଷ୍ଟ ମାଷ୍ଟର ଙ୍କୁ ପଚାରିଲେ ଗୋଟିଏ ଉତ୍ତର ମିଳୁଛି ଲିଙ୍କ ଫେଲ l ଦାନଗଦୀ ଡାକଘର ସମେତ ଯାଜପୁର ରୋଡ ଡାକଘର ଓ ଆଖପାଖ ସମସ୍ତ ଡାକଘର ଏହି ଲିଙ୍କ ଫେଲ ପାଇଁ ଅଚଳ ହୋଇ ପଡିଥିବା ଜଣାପଡିଛି l ତେଣୁ ଡାକଘର ରେ କୌଣଷି ପ୍ରକାର ଟଙ୍କା ନେଣଦେଣ ବା ସେଭିଙ୍ଗ ଆକାଉଣ୍ଟ,ଆରଡି ଆକାଉଣ୍ଟ,ଆରପିଏଲଆଇ ଆକାଉଣ୍ଟ ଧାରୀ ମାନେ ସେମାନଙ୍କର ଆକାଉଣ୍ଟ ରେ ଟଙ୍କା ଜମା କିମ୍ବା ଉଠାଣ କରିପାରୁ ନାହାଁନ୍ତି l କେତେ ଦିନ ପର୍ଯ୍ୟନ୍ତ ଏପରି ଅବସ୍ଥା ରହିବ ବା କେବେ ଡାକଘର ର ଲିଙ୍କ ସଚଳ ହେବ ଏସବୁ ପ୍ରଶ୍ନର ଉତ୍ତର ଦାନଗଦି ପୋଷ୍ଟ ମାଷ୍ଟର ଦେଇ ପାରି ନଥିଲେ l ତାଙ୍କ କହିବା କଥା ସାରା ଭାରତ ରେ ପୋଷ୍ଟାଲ ଲିଙ୍କ ଫେଲ ଥିଲା, ମରାମତି ପରେ ମଧ୍ଯ ବର୍ତ୍ତମାନ ଲୋକାଲ ଡାକ ସେବା ଗୁଡିକ କାର୍ଯ୍ୟକ୍ଷମ ହେଇ ପାରି ନାହିଁ l ଗ୍ରାହକ, ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି l ଅଚଳ ଡାକ ବିଭାଗ କୁ ସରକାର କେବେ ସଚଳ କରିବେ ଜନସାଧାରଣ ଅପେକ୍ଷା ରେ ଅଛନ୍ତି l 

ସମାଜସେବୀ ତଥା ଜଣାଶୁଣା ଆଦିବାସୀ ନେତାଙ୍କ ପରଲୋକ l

Image
ଯାଜପୁର (କଳିଙ୍ଗନଗର) ୧୦/୧:- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଳକ ଅନ୍ତର୍ଗତ ଗୋବରଘାଟି ଟାଟା କଲୋନୀ ର ନିବାସୀ ଜଣାଶୁଣା ସମାଜସେବୀ ତଥା ଆଦିବାସୀ ନେତା ସୁର ସିଂ ଶୁଣ୍ଢି ଙ୍କ ପୁଅ ଫନେନ୍ଦ୍ର ଶୁଣ୍ଢି ଙ୍କ ଆଜି ସକାଳ ପ୍ରାୟ ୯ଟା ୩୦ ମି. ରେ ଟାଟା ମେଡିକା ହସ୍ପିଟାଲ ରେ ମୃତ୍ୟୁ ହୋଇଛି l ସେ ଦୀର୍ଘ ଏକ ବର୍ଷ ହେବ ସେ ରୋଗରେ ଆକ୍ରାନ୍ତ ହୋଇ ଟାଟା ମେଡିକା ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ I ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେ ଜଣେ ପର ଉପକାରୀ ବ୍ୟକ୍ତି ଥିଲେ l ଗ୍ରାମର ପ୍ରମୁଖ ବ୍ୟକ୍ତିଙ୍କ ସହଯୋଗ ରେ ପରିବାର ଲୋକେ ଆଦିବାସୀ ରୀତିନୀତି ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି l ମୃତ୍ଯୁ ବେଳକୁ ତାଙ୍କୁ ୪୮ବର୍ଷ ହୋଇଥିଲା l ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅ଼ଞ୍ଚଳରେ ଶୋକର ଛାୟା ଖେଳିଯାଇଛି l 

ଜଖପୁରା ପଞ୍ଚାୟତରେ ଖୋଲିଲା ଧାନ ମଣ୍ଡି l

Image
ଯାଜପୁର (କଳିଙ୍ଗନଗର)୦୯/୧ :- ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ପଞ୍ଚାୟତ ରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ରେ ସୋମବାର ଦିବା ୧୧ ଘଟିକା ରେ ସମବାୟ ସମିତି ର ସମସ୍ତ ସଭ୍ଯ ଓ ଚାଷୀ ଙ୍କ ଉପସ୍ଥିତ ରେ ଧାନମଣ୍ଡି ପାଇଁ ବ୍ଯବହାର ହେବାକୁ ଥିବା କଣ୍ଟା କୁ ପୂଜାଅର୍ଚ୍ଚନା କରି ମଣ୍ଡି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଜଖପୁରା ପ୍ରାଥମିକ ସମବାୟ ସମିତି ଲିଃ ର ୨୭୯ ଜଣ ଚାଷୀ ୬୪୦୦ କୁଇଣ୍ଟାଲ ଧାନ ଦେବାପାଇଁ ଟୁକନ ପାଇଥିବା ବେଳେ ୨ ଜଣ ମିଲର ଙ୍କ ଦ୍ବାରା ଏହି ଧାନ କୁ ନେବା ପାଇଁ ବ୍ଯବସ୍ଥା କରାଯାଇଛି। ଆଶୀର୍ବାଦ ଆର୍ଗୋ ଓ ଏଜିଏସ ଆର୍ଗୋ ଏହି ଦୁଇ ମିଲର ଚାଷୀଙ୍କଠାରୁ ଟୁକନ୍ ଧାର୍ଯ୍ୟ ଅନୁଯାୟୀ ଧାନ କିଣିବେ I ଆଶୀର୍ବାଦ କୁ ଏକହଜାର କୁଇଣ୍ଟାଲ ଧାନ ନେବା ବେଳେ ଏଜିଏସ ୪୪୦୦ କୁଇଣ୍ଟାଲ ଧାନ ନେବା ପାଇଁ ସରକାର ଙ୍କ ସହିତ ଅନୁବନ୍ଧିତ ହୋଇଥିବା ସୂଚନା ମିଲିଛି । ଏହି ଉଦଘାଟନ ଉତ୍ସବ ରେ ସମବାୟ ସମିତି ର କାର୍ଯ୍ୟକାରୀ ସଭାପତି ସୋନାଲି ପହି ବିଧି ଅନୁସାରେ ନଡିଆ ବାଡେଇ ଧାନ କଣ୍ଟା କୁ ଉଦଘାଟନ କରିଥିଲେ l ସମବାୟ ସମିତି ର ସମସ୍ତ ସଭ୍ଯ ସଭ୍ଯା ଯଥା କାଳନ୍ଦୀ ସେଠୀ, ଦେବେନ୍ଦ୍ର ପଣ୍ଡା,ପଦ୍ମନାଭ ପହି,ଅରୁଣ ସାମଲ,ସ୍ମୁତିରଞ୍ଜନ ନାୟକ,ଉଦୟ ରାଉତ, ଲକ୍ଷ୍ମୀ ପ୍ରିୟା ବ୍ରହ୍ମ,ଦୟାନିଧୀ ସାହୁ, ପଦ୍ମନାଭ ବେହେରା,ଶରତ ସେଠୀ, ପ୍ରଶାନ୍ତ ନାୟକ, ସମବାୟ ସମିତି ର ସମ୍ପାଦକ ହୂର୍ଷିକେଷ ପୂଷ୍ଟି ଓ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ମା ଓ ଚାରିବର୍ଷ ର ଶିଶୁ ଗୁରୁତର l ଉତ୍ତ୍ଯେକ୍ତ ଲୋକେ କାର୍ ପୋଡ଼ିଦେଲେ l

Image
ଯାଜପୁର (କଳିଙ୍ଗନଗର)ତା ୦୮/୧ :- ଡୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ଗୋଲାଗାଁ, ବାଇସାହି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ ସନ୍ଧ୍ୟା ପାଖାପାଖି ୬ ଟା ସମୟରେ ଡୁବୁରୀ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ କାର୍ (OD04N 8167) ଅପର ପକ୍ଷରୁ ଆସୁଥିବା ଏକ ମୋଟରସାଇକଲ୍ ସହିତ ମୁହାମୁହିଁ ଧକ୍କା ଦେଇଥିଲା I ଫଳରେ ମୋଟରସାଇକଲ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଶିଶୁ ପୁତ୍ର ଗୁରୁତର ଭାବେ ଆହତ ହୋଇଥିଲେ l ସ୍ଥାନୀୟ ଲୋକେ କ୍ରୋଧାନ୍ବିତ ହୋଇ ଧକ୍କା ଦେଇଥିବା କାର୍ ଟିରେ ନିଆଁ ଲଗାଇ ଦେଇଥିଲେ l କାର ରେ ଥିବା ଦୁଇଜଣଙ୍କୁ ପ୍ରବଳ ମାଡ ମାରିଥିବା ଜଣା ପଡିଛି l ମୃତ ବ୍ୟକ୍ତି ଜଣକ ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଅଙ୍କୁରାପାଳଗାଁ ର ଗୁଲୁ ରାମେୟ (୪୦) ବୋଲି ଜଣାପଡିଛି Iମୃତ ଗୁଲୁ ର ସ୍ତ୍ରୀ ଓ ୪ ବର୍ଷର ଶିଶୁ ପୁତ୍ର କୁ ଗୁରୁତର ଅବସ୍ଥାରେ ଟାଟା ମେଡିକା ହସ୍ପିଟାଲ କୁ ନିଆଯାଇଛି I କଳିଙ୍ଗନଗର ପୋଲିସ୍ ଖବର ପାଇ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି କୁ ପଂଚନାମା ପାଇଁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛି I ଜଳନ୍ତା କାର୍