Posts

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ବେଆଇନ୍ କାର୍ଯ୍ୟ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା l

Image
ଯାଜପୁର (ଦାନଗଦୀ ) :-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମଧ୍ଯ ରେ ଟଣା ଓଟରା ଚାଲିଥିଲା ବେଳେ ଏଥିରେ ପ୍ରକୃତ ବାଧକ ସାଜିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ମାଳମାଳ ଅଭିଯୋଗ ମଧ୍ଯ ବ୍ଲକ କାର୍ଯ୍ଯାଳୟରେ ପଡିଛି l କାହାର ସରପଞ୍ଚ ମାନେ ଘର କାଟିଦେବାର ଅଭିଯୋଗ ଆସୁଛି ତ କାହାର ଭିଏଲଡବଲ୍ୟୁ ମାନେ ସାମାନ୍ଯ କେତେ ଟଙ୍କାର ଲାଞ୍ଚ ପାଇଁ ଘର କାଟି ଦେଉଛନ୍ତି I ଏଥିପାଇଁ ଆଜି ମାଣତିରା ପଞ୍ଚାୟତ କାର୍ଯ୍ଯାଳୟରେ ଏକ ଗ୍ରାମସଭାର ର ଆୟୋଜନ ଦାନଗଦୀ ବ୍ଲକ ବିଡିଓ ମଣିପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶ ରେ ହେବାର ଥିଲା l କିନ୍ତୁ ମାଣତିରା ପଞ୍ଚାୟତ ଭିଏଲଡବଲ୍ୟୁ ବା ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ କୁଳମଣି ଦାସ ଗ୍ରାମସଭା ବିଷୟରେ କୌଣଷି ତଥ୍ଯ ଜନସାଧାରଣଙ୍କୁ ନ ଜଣାଇ କେବଳ ପଞ୍ଚାୟତ ର ସରପଞ୍ଚ ଓ କିଛି ୱାର୍ଡ ମେମ୍ବର ଙ୍କୁ ଧରି ଗ୍ରାମସଭା କରାଇ ନେଇ ଥିବା ଅଭିଯୋଗ ହୋଇଛି l ଗ୍ରାମସଭା ବିଷୟରେ ଜନସାଧାରଣ ଜାଣିଲେ ପ୍ରଧାନମନ୍ତ୍ରୀ ଆବାସ ଉପରେ ଅଧିକ ଅଭିଯୋଗ ଆସିବାକୁ ଥିବାରୁ ଏବଂ ଜନସାଧାରଣଙ୍କ ପ୍ରଶ୍ନ ର ଉତ୍ତର ଦେବାର ସାମର୍ଥ୍ଯ ନ ଥିବାରୁ ଚୋରାଛପାରେ ଗ୍ରାମସଭା କରାଇ ନେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ମାଣତୀରା ପଞ୍ଚାୟତ ର କାର୍ଯ୍ଯ ନିର୍ବାହୀ ଅଧିକାରୀ କୁଳମଣି ଦାସ ଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ମଧ୍ଯ

ସାମଗ୍ରିକ ପ୍ରଦର୍ଶନରେ ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ପ୍ରଥମ ସ୍ଥାନ ସହ ଟାଟା ଷ୍ଟିଲ ମାଇନିଂ ୭ଟି ପୁରସ୍କାରରେସମ୍ମାନିତ I

Image
(୨୪ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ୨୦୨୨-୨୩)  ଯାଜପୁର (କଳିଙ୍ଗନଗର) :- ୨୪/୧/୨୦୨୩: ଅଗ୍ରଗାମୀ, ଦୀର୍ଘସ୍ଥାୟୀ ଓ ଲକ୍ଷ୍ୟଭିଭିନ୍ନ ପଦକ୍ଷେପ ସହିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏସ୍ଏଲ୍) ଭୁବନେଶ୍ବର କ୍ଷେତ୍ରରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଭୁବନେଶ୍ବରଠାରେ ଆୟୋଜିତ ୨୪ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମୂଲଏମ୍‌ସି) ସପ୍ତାହ ୨୦୨୨-୨୩ ପାଳନ ଅବସରରେ ସାମଗ୍ରିକ ପ୍ରଦର୍ଶନ ବିଭାଗରେ ପ୍ରଥମ ମୁରସ୍କାର ହାସଲ କରିଛି ।ଗ୍ରୁପ୍ -୨ ଅନ୍ତର୍ଗତ ଟିଏସ୍ଏମ୍ଏଲ୍ ସୁକିନ୍ଦା କ୍ରୋମାଇଟ୍‌ ଖଣି ସାମଗ୍ରିକ ପ୍ରଦର୍ଶନ ଓ ଦୀର୍ଘସ୍ଥାୟୀ ବିଦାଶରେ ପ୍ରଥମ ପୁରସ୍କାର ଓ ଦନୀକରଣରେ ଦ୍ବିତୀୟ ଏବଂ ଉଲ୍ଲେମେସନ୍ ଓ ଥଇଥାନରେ ତୃତୀୟ ପୁରସ୍କାର ହାସଲ କରିଛି । ସେହିପରି ଗ୍ରୁପ୍ -୪ ଅନ୍ତର୍ଗତ ସାରୁଅବିଲ କ୍ରୋମାଇଟ ଖଣିକୁ ୱେଷ୍ଟ ଡମ୍ପ ପରିଚଳନ ରେ ପ୍ରଥମ ଏବଂ କମର୍ଦା କ୍ରୋମାଇଟ ଖଣିକୁ ୱେଷ୍ଟ ଡମ୍ପ ପରିଚାଳନା ଓ ରିଲ୍ଲେମେସନ୍‌ ଏବଂ ୱେଷ୍ଟ ଚର୍ଚ୍ଚାର ଥଇଥାନ ପାଇଁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।ଏହି ସଫଳତା ଉପରେ ଖୁସି ପ୍ରକାଶ କରି ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସଚିଜା କହିଛନ୍ତି ଯେ, ‘୭ଟି ପୁରସ୍କାର ହାସଲ କରିବା ନିଶ୍ଚିତ ଭାବେ ଆମ ପାଇଁ ଏକ ଗର୍ବ ର ବିଷୟ । ଏହା ନିଶ୍ଚିତ ଭାବେ ଆମ ଟିମ୍ କୁ ଅଧିକ ପରିଶ୍ରମ ଓ ନୂତନ ମାଇଲ

ବିଭିନ୍ନ ସଙ୍ଘଗଠନ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମଦିବସ ପାଳନ l

Image
RITA VISION NEWS By Umakanta Mohapatra ନେତାଜୀ ଜୟନ୍ତୀରେ ସୁଭାଷ ସଂଗଠନ ତରଫରୁ ୬୦ଫୁଟର ତ୍ରିରଙ୍ଗା ଯାତ୍ରା l  କଟକ଼ (ବ୍ୟୁରୋ ରିପୋର୍ଟ) :- ତା.୨୩.୦୧.୨ ୦୨୩ରିଖ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମଜୟନ୍ତୀ ଅବସରରେ କଟକ ସହରରେ ସୁଭାଷ ସଂଗଠନ ତରଫରୁ ସଭାପତି ଆଶୁତୋଷ ଦାସଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା । ଦେଶର ସାଧ୍ଵନତା ପ୍ରତି ନେତାଜୀଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ସଂଗଠନର ସଦସ୍ୟମାନେ ମାନ୍ଦୁଆବଜାର ସ୍ଥିତ ସହୀଦ ପାର୍କ ପାଖରୁ ୬୦ ଫୁଟ୍‌ର ଏକ ତ୍ରିରଙ୍ଗାକୁ ହାତରେ ଧରି କଲେଜ ଛକ ନେତାଜୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରିଥିଲେ । ଏହି ଅବସରରେ ସହରର ଅନେକ ଅଗ୍ରଣୀ ସେବାସଂଗଠନ ଗୁଡିକ ଏଥିରେ ଯୋଗଦେଇଥିଲେ । ଜୟ ଜଗନ୍ନାଥ ସେନା ସମିତି ତରଫରୁ ନେତାଜୀଙ୍କୁ ସ୍ମରଣରେ ଏକ ଝୁଙ୍କି ତିଆରି କରାଯିବା ସହିତ ହାଚରେ ନେତାଜୀଙ୍କର ଅନେକ ବାର୍ତା ବାବଦକୁ ପ୍ଲା-କାର୍ଡ ଧରି ପଦଯ ତ୍ରା କରିଥିଲେ । ସେହିପରି ଭାବେ ୟୁନାଇଟେଡ୍‌ ବ୍ରଦର୍ସ ସଂଗଠନର ଅନେକ ସଦସ୍ୟ ମଧ୍ୟ ଏଥିରେ ଯୋଗଦେଇଥିଲେ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ରେ ନେତାଜୀ ଜୟନ୍ତୀ ଅବସରରେ ମାଗଣା ଦହି ପାଣି ଓ ଗଛ ଚାରା ବଣ୍ଟନ କରିଛି ନେତାଜୀ ସୁଭାଷ ସେନା,ଓ କଟକ ସୁଭାଷ ସେତୁ ସମ୍ମୁଖରେ ନେତାଜୀ ଙ୍କ ୨୪୦ ମିଟର ଏକ ପ୍ରତି ମୂର୍ତ୍ତି ସ୍ଥାପନ କରିବ

ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଦାବୀପତ୍ର ପ୍ରଦାନ I

Image
RITA VISION NEWS By Umakanta Mohapatra ଯାଜପୁର (ପାଣିକୋଇଲି) :- ଗତ ୧୯ ତାରିଖ ଗୁରୁବାର ଦିନ ଯାଜପୁର ଟାଉନ୍ ର ଘଟଣା ସ୍ଥାନୀୟ ଓଟିଭି ସାମ୍ବାଦିକ ସଂଜୀବ ନାୟକ କୃଷକ ସଂଗଠନ ର ଧାନ ବିକ୍ରି ସମସ୍ୟା କୁ ନେଇ ଦିଆଯାଇଥିବା ଗଣଧାରଣା ର ସିଧା ପ୍ରସାରଣ କରୁଥିବା ବେଳେ ଯାଜପୁର ଥାନାଧିକାରୀ ଅଜୟ କୁମାର ଜେନା ସାମ୍ବାଦିକ ଶ୍ରୀ ନାୟକଙ୍କୁ କର୍ତ୍ତବ୍ୟରେ ବାଧା ଦେବା ସହିତ ମାଡ଼ ଦେବାକୁ ଧମକ ଏବଂ ମିଡ଼ିଆ ହାଉସ କୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ।  ଦୀର୍ଘ ୬ ଦିନ ପରେ ମଧ୍ୟ ଜିଲ୍ଲା ପୋଲିସ ପ୍ରଶାସନ ଏହି ଘଟଣାରେ ଶ୍ରୀ ଜେନାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ତୁରନ୍ତ ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଆଜି "ଏସୟୁଜେ, ଓଡ଼ିଶା"ର ଜିଲ୍ଲା ଶାଖା "Journalists Association of Jajpur Dist" (JAJ) ର ଏକ ପ୍ରତନିଧି ଦଳ ରାଜ୍ୟ ସଭାପତି ତଥା ଜିଲ୍ଲା ଉପଦେଷ୍ଟା କୈଳାଶ ଚନ୍ଦ୍ର ନାୟକ, ଜିଲ୍ଲା ସଭାପତି ସୁବାସ ଧଳ ଜିଲ୍ଲା ଏସପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଏସପି ଶ୍ରୀ ନାରାୟଣ ଚନ୍ଦ୍ର ବାରିକ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବର ସହ ନେଉଛି ବୋଲି ସୂଚନା ଦେଇଥିଲେ। ଜିଲ୍ଲା ର ବିଭିନ୍ନ ଅଞ୍ଚଳ ସାମ୍ବାଦିକ ମାନେ ଏଥିରେ ସାମିଲ ହୋଇଥିଲେ।

ନିଜର ହକ ପାଇଁ ୨୯ ମୈଜାର ଭୂମିମୁକ୍ତି କୃଷକ ମଞ୍ଚର ବନ୍ଦୋବସ୍ତ ଜମିପଟ୍ଟା ପାଇବା ପାଇଁ ସରକାର ଙ୍କ ବିରୋଧରେ ଦେଲେ ରଣହୁଙ୍କାର।

Image
RITA VISION NEWS By Umakanta Mohapatra ଯାଜପୁର(କଳିଙ୍ଗନଗର) :- ସୁକିନ୍ଦା ଓ ଦାନଗଦୀ ବ୍ଲକ ର ୨୯ ମୈଜାର ଭୂମିମୁକ୍ତି କୃଷକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ୨୯ ମୈଜାର ଲୋକମାନେ ନିଜର ହକ ପାଇ ପାରିଲେ ନାହାନ୍ତି । ୨୯ ମୈଜାର ଭୂମି ମୁକ୍ତ କୃଷକ ମଞ୍ଚର ଲୋକ ମାନେ କୈାଣସି ପ୍ରକାର ବନ୍ଦୋବସ୍ତ ଜମି ପଟ୍ଟା ନ ପାଇ ଅନାବାଦିଆ ହୋଇ ରହିଛନ୍ତି ।ଏବେ ଦେଖିବାକୁ ମିଳିଛି କିଛି ଲୋକମାନଙ୍କୁ ସରକାର ଯେଉଁ ପଟ୍ଟା ଦେଇଛନ୍ତି ସେହି ପଟ୍ଟା ରେ ଜାତିଗତ ପ୍ରମାଣ ପତ୍ର ଓ ଠିକଣା ଲେଖା ଯାଇ ନାହିଁ। ଯେମିତି ବନ୍ଦୋବସ୍ତ ଜମିପଟ୍ଟା ରେ ଜାତିଗତ ପ୍ରମାଣ ଓ ଠିକଣା ଲେଖା ଯାଇଥାଏ ସେସବୁକୁ ସରକାର ବାଦ ଦେଇଛନ୍ତି। ସେହି ସରକାରୀ ପଟ୍ଟା ଲିଜ ପଟ୍ଟା କହିଥିଲେ ଅତ୍ୟୁକ୍ତି ହେବନାହିଁ ।  ଯେଉଁ ଭୁମିହୀନ ଲୋକମାନେ ଅନାବାଦୀ ଓ ଜଙ୍ଗଲ ଜମି ରେ ଘରକରି ଥିଲେ, ଏସବୁ ଜାଗାକୁ ସରକାର ଲିଜ ଜାଗା ବୋଲି ପଟ୍ଟାରେ ଉଲେକ୍ଷ କରିଛନ୍ତି। ସେଥିପାଇଁ ୨୯ ମୈଜାର ଲୋକ କହିଛନ୍ତି ଯେ ଏସବୁ ପଟ୍ଟା ପ୍ରଦାନ କରି ସରକାର ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ସରକାର ୨୯ ମୈଜାର ଲୋକ ମାନଙ୍କୁ ସ୍ଥିତି ବାନ ଜମି ପଟ୍ଟା ଦିଅନ୍ତୁ। ଲୋକମାନେ ବ୍ୟାଙ୍କରୁ ରୁଣ କରିବେ, ଘରକରିବେ ପିଲାମାନେ ସ୍କୁଲରେ ପାଠ ପଢିବାରେ ଜାତିଗତ ପ୍ରମାଣ ପତ୍ର ବାହାର କରି ପାଠ ପଢିବେ l  ସରକାରଙ୍କ ଏହିପରି ଯୋଜନାରେ ଅସୁବିଧା ଭୋଗୁଛନ୍ତି ସାଧାର

ଚାନ୍ଦାକୁ ନେଇ କୁ ନେଇ ଠିକା ଦାର ଙ୍କୁ ମାରଣାସ୍ତ୍ର ଆକ୍ରମଣ ଘଟଣାରେ ଯଖପୁରା ସରପଞ୍ଚ ଙ୍କୁ ଗିରଫ ଦାବି କରି ପୋଲିସ କୁ ଘେରିଲେ ଶତାଧିକ ମହିଳା l

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର) :- ଯଖପୁରାସ୍ଥ ଡ୍ରାସେଲ କମ୍ପାନୀ ପାର୍ଶ୍ୱରେ ଥିବା ମମିତା ଏଣ୍ଟରପ୍ରାଇଜ ଅଫିସ ରେ ପ୍ରସନ୍ନଜିତ ନାୟକ, ଆଶିଷ ଅମିତାଭ, ଓ ସ୍ମୃତିରଞ୍ଜନ ବ୍ରହ୍ମା ଉପସ୍ଥିତ ରହି ନିଜ କାମ କରୁଥିଲେ l ଦିନ ଏକ ଘଟିକା ସମୟରେ ଯଖପୁରା ଗ୍ରାମ ର ୨୦ ରୁ ୩୦ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଅତର୍କିତ ଆକ୍ରମଣ କରି ଗଭୀର ଆଘାତ କରିଥିଲେ, ଏବଂ ପୋଡି ମାରିଦେବା ଉଦ୍ୟମରେ କରି ପେଟ୍ରୋଲ ବମ୍ବ ଫୋପାଡ଼ି ନିଆଁ ଗୁଳା ରେ ଆକ୍ରମଣ କରିଥିଲେ l ସ୍ମୃତିରଞ୍ଜନ ମୁଣ୍ଡକୁ ଏକ ଫାଉଡା ଗଭୀର ଆଘାତ ଚିଣ୍ଟୁନ, ଏବଂ ଆଶିଶ ଅମିତାଭଙ୍କ ହାତ ଭାଙ୍ଗିଯାଇଥିବା ବେଳେ ଚାନ୍ଦା ଉଦ୍ଦେଶ୍ଯ ରେ ଚିଣ୍ଟୁନ ଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଯଖପୁରା ଥାନାରେ ବସିଥିବା ଚିଣ୍ଟୁନ ଙ୍କ ସମର୍ଥକ ମାନେ ସୂଚନା ଦେଇଛନ୍ତି l    ଦିନ ଗୋଟାଏ ବେଳେ ଚିଣ୍ଟୁନ ଏବଂ ଅନ୍ୟ ଦୁଇଜଣ ତାଙ୍କ ଯଖପୁରା ସ୍ଥିତ ଅଫିସ ରେ ବସିଥିବା ବେଳେ ଏହି ଆକ୍ରମଣ ହୋଇଥିବା ର ସି ସି ଟିଭି ଫୁଟେଜ ହସ୍ତଗତ ହୋଇଛି l ସୂଚନା ଅନୁଯାୟୀ ଗତ ସପ୍ତାହରେ ପ୍ରସ୍ତାବିତ ଜଟିଆ ଷ୍ଟିଲ ର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଏହି କାମକୁ ହାତେଇବା ପାଇଁ ଯଖପୁରା ଗ୍ରାମର କିଛି ଗୋଷ୍ଠୀ ଯୋଜନା କରିଥିବା ବେଳେ ମମିତା ଏଣ୍ଟରପ୍ରାଇଜେସ କୁ କାର୍ଯ୍ୟାଦେଶ ମିଳିଛି I ତେଣୁ ୫୦ ଲକ୍ଷ ଚାନ୍ଦା ପାଇଁ ଠିକାଦାରୀ ପାଇଁ ଏହି ସଂଘବଦ୍ଧ ଆକ୍

ବିଦ୍ୟାଳୟ ରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l

Image
RITA VISION NEWS By Umakanta Mohapatra  ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଳକ ଧୂଳିଗଡ଼ ଗ୍ରାମପଞ୍ଚାୟତ ର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେବାକୁ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମର ଜନସାଧାରଣ ଏହି ଯୋଗ ଶିବିର ରେ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ଚିଦାନନ୍ଦ ଯୋଗ ସଂସ୍କୃତି ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବନମାଳୀ ରଥ ଏବଂ ସହଯୋଗୀ ସନ୍ତୋଷ କୁମାର ସାହୁ (ଅଧ୍ୟାପକ କାଶୀନାଥ ମହାବିଦ୍ୟାଳୟ,କାଇପଡା) ଓ ମୀନତି ବେହେରା (ଯୋଗ ଶିକ୍ଷୟତ୍ରୀ) ଯୋଗ ଦେଇଥିଲେ l   ଯୋଗ ର ମହାତ୍ମା ଓ ମଣିଷ ଶରୀର ପାଇଁ ଏହାର ଉପକାରିତା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାରର ଯୋଗ ବିଧି କରାଇଥିଲେ I ବିବିନ୍ନ ରୋଗ ଯୋଗ ଦ୍ଵାରା ନିରାକରଣ ହୋଇପାରିବ ବୋଲି ସେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ I ମାନଗୋବିନ୍ଦ ପୁର ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ ରହି ସହଯୋଗ କରିଥିଲେ l