Posts

ଦିନ ଦ୍ବିପ୍ରହରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଅଢ଼େଇ କୋଟିର ସୁନାଗହଣା, ନଗଦ ୬ ଲକ୍ଷ ଟଙ୍କା ଲୁଟ୍ l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) : - ଅସୁରକ୍ଷିତ ବ୍ୟାଙ୍କ, ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। ମାରଣାସ୍ତ୍ର ଦେଖାଇ ବ୍ୟାଙ୍କର କର୍ମଚାରୀମାନଙ୍କୁ ଭୟଭୀତ କରାଇବା ସହିତ ଅଢ଼େଇ କୋଟି ଟଙ୍କାର ସୁନାଗହଣା ସହ ନଗଦ ୬ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅଂଚଞ୍ଚରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମହାବିରୋଡ ଶାଖାରୁ ଆଜି ଅପରାହ୍ଣରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଖବର ଅନୁସାରେ ଡକାୟତମାନେ ବ୍ୟାଙ୍କର ମଧ୍ୟାହ୍ନ ଭୋଜନ ସମୟ ପୂର୍ବରୁ ଅର୍ଥାତ ୧ଟା ୫୫ ମିନିଟରେ ଚାରିଜଣ ସଶସ୍ତ୍ର ଡକାୟତ ପ୍ରବେଶ କରିଥିଲେ। ପ୍ରଥମେ ସେମାନେ ବନ୍ଧୁକ ଓ ଭୁଜାଲିରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। ଏଥି ସହିତ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ଦୁର୍ବୃତ୍ତମାନେ ସମସ୍ତ କର୍ମଚାରୀଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ଦେଇଥିଲେ। ଏହା ପରେ ଅଢେଇ କୋଟି ଟଙ୍କାର ସୁନା ଗହଣା ସହ ନଗଦ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇ ସେଠାରୁ ଦୁଇଟି ପଲସର୍ ମୋଟରସାଇକଲ ରେ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୁଲିସ ଲୁଟେରାଙ୍କ ଟେର ଏ ଯାଏ ପlଇନାହିଁ। ତେବେ ମହାବିରୋଡ ଫାଣ୍ଡି, ଥାନା ହେବାର ମାସେ ନ ପୂରୁଣୁ ଏଭଳି ଏକ ବଡ଼ଧରଣର ଲୁଟ୍‌ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

କଳିଙ୍ଗନଗର ମହୋତ୍ସବ ୨୦୨୩ ଉଦଘାଟିତ ଦିବସରେ ବିଶାଳ ଗଣଦୌଡ l

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର ) - ଦାନଗଦୀ ବ୍ଲକ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳ ର ମଙ୍ଗଳପୁର ପଞ୍ଚାୟତ ତେଲିବାହାଲି ମା ମହାପାଟ ପଡ଼ିଆ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗନଗର ମହୋତ୍ସବ ଉଦଘାଟିତ ଉତ୍ସବ ରେ ପ୍ରଭାତରୁ ଏକ ଗଣଦୌଡ ର ଆୟୋଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍ଟେନ ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ ଓ ମାନ୍ୟବର ଗ୍ରାମ୍ଯଉନ୍ନୟନ ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ଯୋଗଦେଇଥିଲେ l ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯଖପୁରା ପଞ୍ଚାୟତ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ମଙ୍ଗଳପୁର ପଞ୍ଚାୟତ ତେଲିବାହଳିର ମା' ମହାପାଟ୍ଟ ପଡ଼ିଆ ପର୍ଯ୍ୟନ୍ତ ଗଣଦୌଡ଼ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ l ଏହାପରେ ମହୋତ୍ସବ ଉଦଘାଟିତ ଦିବସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏ ଏସ୍ ଟପ୍ପୋ , କଳିଙ୍ଗନଗର, ଯଖପୁରା ଓ ଯାଜପୁର ରୋଡ ଥାନା ଏବଂ ଦାନଗଦୀ ଫାଣ୍ଡି ଅଧିକାରୀ ମାନେ ଉପସ୍ଥିତ ଥିଲେ l ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ମନରଞ୍ଜନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍

ହଜି ଗଲା କି ମାନବିକତା? ଦିବ୍ୟାଙ୍ଗ ନାବାଳିକାଙ୍କୁ ନିିର୍ଯାତନା ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ l

Image
ପୁରୀ (ବ୍ୟୁରୋ ରିପୋର୍ଟ ) : - ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ତାଙ୍କ ପାଟିରେ ବାଧ୍ୟ କରି ଜଳନ୍ତା ସିଗାରେଟ ପୁରାଇ ନିର୍ଯ୍ୟାତନା ଦେବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ହୋଇଥିବା ଜଣାପଡ଼ିଛି। ପ୍ରେମ ପାଇଁ ଦୁଇ ଯୁବକ ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଉଠାଇ ନେଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାକୁ ପୋଲିସ ଛାଡ଼ି ଦେଇଛି।ଦିବ୍ୟାଙ୍ଗ ନାବାଳିକାଙ୍କ ଦେଇଥିବା ଏତଲା ଆଧାରରେ ପୋଲିସ ୩୪୧, ୨୯୪, ୩୨୩, ୩୫୪, ୩୫୪(କ), ୫୦୬, ୫୦୯ ଓ ୩୪ ଆଇପିସି ଦଫା ଲଗାଇଛି। ତେବେ ଅଭିଯୋଗକାରିଣୀ ନାବାଳିକା ହୋଇଥିଲେ ମଧ୍ୟ ପୋଲିସ ପୋକ୍ସୋ କିମ୍ବା ଆଇଟି ଆକ୍ଟ ନଲଗାଇ ଅଭିଯୁକ୍ତ ନାବାଳକକୁ ଛାଡ଼ିଦେଇଛି। ଗିରଫ ଅଭିଯୁକ୍ତର ପରିଚୟ ସୁରେଶ ପଲାଇ (ମିଥୁନ)।ସୂଚନାଥାଉକି, ସେହି ନାବାଳିକାକୁ ମିଥୁନ ପ୍ରେମ କରୁଥିବା ଜଣାଯାଇଛି। ପ୍ରେମରେ ବିଫଳ ହେବାରୁ ଜଣେ ନାବାଳକ ସହ ଅଭିଯୁକ୍ତ ନାବାଳିକାଙ୍କୁ ଜଙ୍ଗଲକୁ ନେଇଥିଲା। ସେଠାରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିମନ୍ଦ କରିଥିଲେ। କେବଳ ସେତିକି ନୁ ଗୋଟିଏ ବେତ ବାଡ଼ିରେ ନାବାଳିକାକୁ ଆକ୍ରମଣ ମଧ୍ୟ କରିଥିବା ଭିଡିଓରେ ଦେଖାଯାଇଛି।

ପୋଲିସ୍ କୁ ଦାଦାଗିରି ଦେଖାଇବା ମହଙ୍ଗା ପଡ଼ିଲା, ଯଖପୁରା ସରପଞ୍ଚ ଙ୍କ ସମେତ ତିନିଜଣଙ୍କୁ ଗିରଫ କଲା ପୁରୀ ପୁଲିସ l

Image
ଯାଜପୁର (କଳିଙ୍ଗନଗର ) :- ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅରୁଣ ଜ୍ୟୋତି ସାମଲ(ରାଜା) ଙ୍କ ସମେତ ତିନିଜଣଙ୍କୁ ଭୁବନେଶ୍ଵର ରୁ ଗିରଫ କରିଛି ପୁରୀ ଜିଲ୍ଲା ତାଳବଣିଆ ପୁଲିସ୍ l ଯଖପୁରା ଥାନା ଅଧିକାରୀ ଜଗଦୀଶ କର ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଶୁକ୍ରବାର ରାତିରେ ପୁରୀ ଜିଲ୍ଲା ତାଳବଣିଆ ଥାନା ଅଞ୍ଚଳରେ ଜୈନିକ ପୁଲିସ କର୍ମଚାରୀଙ୍କୁ ମାଣତିରା ଗ୍ରାମର ରଞ୍ଜନ ଘଡାଇ ଙ୍କ ବ୍ରିଜା କାର ସାଇଡ ମାରିଥିଲା l ଯାହାକୁ ନେଇ ପୁଲିସ କର୍ମଚାରୀ ଙ୍କ ସହ OD02CC 1996 କାର ରେ ଥିବା ଚାରିଜଣ ଯୁବକ ଧସ୍ତାଧସ୍ତି କରିବା ସହିତ ତାଙ୍କ ବେକରେ ବନ୍ଧୁକ ଲଗାଇ ଦୁଇ ଭରି ର ସୁନା ଚେନ୍ କୁ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା l ପୁଲିସ କର୍ମଚାରୀ ବଳରାମ ମଲ୍ଲିକ ଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ୧୬/୨୩ ରଜ୍ଜୁ କରାଯାଇ ଧାରା ୩୯୪ ଆଇ ପି ସି ,୨୫/୨୭ ଆର୍ମସ ଆକ୍ଟ ଆଧାରରେ ତାଳବଣିଆ ପୁଲିସ ଯଖପୁରା ଗ୍ରାମପଞ୍ଚାୟତର ବିଜେଡି ସମର୍ଥିକ ସରପଞ୍ଚ ଅରୁଣ ଜ୍ୟୋତି ସାମଲ(ରାଜା) , ରଞ୍ଜନ ଘଡାଇ ଏବଂ ଯଖପୁରା ଗ୍ରାମର ଲକି ସାମଲ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ସୂଚନା ଥାଉ କି କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଯଖପୁରା ଠାରେ ପ୍ରସ୍ତାବିତ ଜଟିଆ ଷ୍ଟିଲ ପାଚେରୀ ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଠିକା ସଂସ୍ଥା ମମିତା ଏଣ୍ଟରପ୍ରାଇଜେସ ର ମାଲିକ ପ୍ରସନଜିତ ନାୟକ ଙ୍କ ଉପରେ ହୋଇଥିବା

ପଞ୍ଚଭୂତରେ ବିଲୀନ ହେଲେ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଲ l

Image
ଝାରସୁଗୁଡା (ବ୍ୟୁରୋ ରିପୋର୍ଟ) : - ଶେଷରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡାରୁ ଵିଧାୟକ ଥିବା ନବ ଦାସ | ଝାରସୁଗୁଡ଼ାର ଖେରୁଆଲରେ ଆଜି ଶହ ଶହ ଜନତାଙ୍କ ଉପସ୍ଥିତିରେ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ମନ୍ତ୍ରୀ ନବ ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଆଜି ଝାରସୁଗୁଡାବାସୀ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଛନ୍ତି | ଉଲ୍ଲେଖ ଥାଉ କି ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଅଧିକାରୀ ଦିନ ଦି’ପହରେ (୧୨ଟା ୨୦ମିନିଟ୍) ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ । ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ କର୍ତ୍ତବ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ନିଜ ସର୍ଭିସ ରିଭଲବରରେ ମନ୍ତ୍ରୀଙ୍କୁ ଅତି ନିକଟରୁ ଚାରି ରାଉଣ୍ଡ ଗୁଳି ମାରିଥିଲେ। ସେ ମଧ୍ୟରୁ ଗୋଟିଏ ଗୁଳି ସିଧା ଯାଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା। ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡା ଓ ପରେ ବିମାନ ଯୋଗେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ହେଁ ବିଳମ୍ବିତ ସନ୍ଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ନବ ଦାସଙ୍କ ମୃତଦେହକୁ ଭୁବନେଶ୍ୱର କ୍ୱାଟରକୁ ଅଣାଯାଇଥିଲା | ଏଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷଦର୍ଶନ କରିବା ପରେ ଆଜି ତାଙ୍କ ମୃତଦେ

‘ଦୁର୍ଲ୍ଲଭ କଳା ପରିଷଦ’ର ୧୦ମ ବାର୍ଷିକୋତ୍ସବ; ସୃଜନଶୀଳ ସମାଜ ଓ ମନୁଷ୍ୟର ସରସ ଜୀବନ ପାଇଁ କଳା ଓ ସଂଗୀତ ଅତୀବ ଜରୁରୀ-ଡ଼ଃ ପ୍ରଫୁଲ୍ଲ ଘଡାଇ l

Image
RITA VISION NEWS By Umakanta Mohapatra ଯାଜପୁର (ବ୍ୟାସନଗର) :- ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ର ୧୦ମ ବାର୍ଷିକୋତ୍ସବ, ଦୁର୍ଲ୍ଲଭ କଳା ସମ୍ମାନ-୨୦୨୩ ପ୍ରଦାନ ସମାରୋହ, ମା’ ସରସ୍ୱତୀଙ୍କ ପୂଜା, ରାଜ୍ୟସ୍ତରୀୟ କଳାକାରମାନଙ୍କ ସମ୍ମିଳନୀ ଓ ସେମାନଙ୍କ କଳା ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଜାନୁଆରୀ ୨୬ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ କଳା ବିନା ଜୀବନ କେବେ ସରସ ସୁନ୍ଦର ହୋଇପାରେନା, ସମାଜରେ ସୃଜନଶୀଳତା ସୃଷ୍ଟି ହୋଇପାରେନା, ତେଣୁ ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ କଳାର ବିକାଶ କ୍ଷେତ୍ରରେ ଯେଉଁ ପ୍ରଚେଷ୍ଟା ଜାରୀ ରଖିଛି ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ସଂଗୀତ ମଣିଷ ଜୀବନକୁ ସରସ, ସୁନ୍ଦର କରିବା ସହ ଦୀର୍ଘାୟୁ କରେ । ସମାଜରେ ଭାଇଚାରା ବୃଦ୍ଧି, ଆଜିକାଲିର ଜଞ୍ଜାଳମୟ ତଥା ବିଷାକ୍ତ ସମାଜରେ ମଣିଷ ମନରୁ ଦୁଃଖହରଣ ପାଇଁ କଳା ଓ ସଂଗୀତର ଆବଶ୍ୟକତା ରହିଛି । କଳାର ଉନ୍ନତି ପାଇଁ ସବୁସ୍ତରରେ ଯତ୍ନଶୀଳ ଉଦ୍ୟମ ହେବା ଉଚିତ୍ । ଏବେ ରାଜନୀତି ବ୍ୟବସାୟିକ ତଥା ବସ୍ତୁ ସର୍ବସ୍ୱ ହୋଇ ଚାଲିଥିବା ବେଳେ ସୁସ

ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ବେଆଇନ୍ କାର୍ଯ୍ୟ କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା l

Image
ଯାଜପୁର (ଦାନଗଦୀ ) :-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମଧ୍ଯ ରେ ଟଣା ଓଟରା ଚାଲିଥିଲା ବେଳେ ଏଥିରେ ପ୍ରକୃତ ବାଧକ ସାଜିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ମାଳମାଳ ଅଭିଯୋଗ ମଧ୍ଯ ବ୍ଲକ କାର୍ଯ୍ଯାଳୟରେ ପଡିଛି l କାହାର ସରପଞ୍ଚ ମାନେ ଘର କାଟିଦେବାର ଅଭିଯୋଗ ଆସୁଛି ତ କାହାର ଭିଏଲଡବଲ୍ୟୁ ମାନେ ସାମାନ୍ଯ କେତେ ଟଙ୍କାର ଲାଞ୍ଚ ପାଇଁ ଘର କାଟି ଦେଉଛନ୍ତି I ଏଥିପାଇଁ ଆଜି ମାଣତିରା ପଞ୍ଚାୟତ କାର୍ଯ୍ଯାଳୟରେ ଏକ ଗ୍ରାମସଭାର ର ଆୟୋଜନ ଦାନଗଦୀ ବ୍ଲକ ବିଡିଓ ମଣିପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶ ରେ ହେବାର ଥିଲା l କିନ୍ତୁ ମାଣତିରା ପଞ୍ଚାୟତ ଭିଏଲଡବଲ୍ୟୁ ବା ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ କୁଳମଣି ଦାସ ଗ୍ରାମସଭା ବିଷୟରେ କୌଣଷି ତଥ୍ଯ ଜନସାଧାରଣଙ୍କୁ ନ ଜଣାଇ କେବଳ ପଞ୍ଚାୟତ ର ସରପଞ୍ଚ ଓ କିଛି ୱାର୍ଡ ମେମ୍ବର ଙ୍କୁ ଧରି ଗ୍ରାମସଭା କରାଇ ନେଇ ଥିବା ଅଭିଯୋଗ ହୋଇଛି l ଗ୍ରାମସଭା ବିଷୟରେ ଜନସାଧାରଣ ଜାଣିଲେ ପ୍ରଧାନମନ୍ତ୍ରୀ ଆବାସ ଉପରେ ଅଧିକ ଅଭିଯୋଗ ଆସିବାକୁ ଥିବାରୁ ଏବଂ ଜନସାଧାରଣଙ୍କ ପ୍ରଶ୍ନ ର ଉତ୍ତର ଦେବାର ସାମର୍ଥ୍ଯ ନ ଥିବାରୁ ଚୋରାଛପାରେ ଗ୍ରାମସଭା କରାଇ ନେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ l ମାଣତୀରା ପଞ୍ଚାୟତ ର କାର୍ଯ୍ଯ ନିର୍ବାହୀ ଅଧିକାରୀ କୁଳମଣି ଦାସ ଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ମଧ୍ଯ