Posts

ରାଜ୍ୟପାଳଙ୍କ ଦ୍ବାରା ଚଲାପଥର ସୁବର୍ଣ୍ଣ ଜୟନ୍ତି ଲୋଗ ଉନ୍ମୋଚିତ

Image
RITA VISION NEWS By Umakanta Mohapatra ଭୁବନେଶ୍ଵର (୨୮,୨): - ଚଳାପଥ ଲେଖକ ସମ୍ମିଳନୀ ପଚାଶ ବର୍ଷରେ ପଦାର୍ପଣ କରି ତାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତ ‘ସୁବର୍ଣ୍ଣ ଜୟନ୍ତୀ ଲୋଗ’କୁ ରାଜଭବନଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଉନ୍ମୋଚନ କରି ଚଲାପଥର ସର୍ବସଫଳତା କାମନା କରିଥିଲେ l ଏହି ଉନ୍ମୋଚନ ଉତ୍ସବରେ ଚଳାପଥର ପ୍ରାଣପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ହଳଧର ଧିର , ଡଲାପଥର ଉପଦେଷ୍ଟା,ଓଡ଼ିଶାର ବରିଷ୍ଠ କବି ତଥା ମହାମହିମ ରାଜ୍ୟପାଳଙ୍କର ପ୍ରମୁଖ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ଓଡିଶାର ବିଶିଷ୍ଟ କବି ତଥା ପୂର୍ବତଟ ରେଳପଥର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ନିରାକାର ଦାସ, ଚଲାପଥର ସଭାପତି ତଥା ବରିଷ୍ଟ ସାହିତ୍ୟିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକା ପ୍ରଫେସର ଡକ୍ଟର ଝାନ୍ସୀ ସିଂହ ଓ ଚଲାପଥର ଉପଦେଷ୍ଟା ବାସନ୍ତି ଧିର ପ୍ରମୁଖ ଯୋଗ ଦେଇଥିଲେ l ମହାମହିମ ରାଜ୍ୟପାଳ ‘ଚଲାପଥ ଆର୍ଟଏଗ୍ଲାନ୍ସ ସୂଚନା ପତ୍ର’କୁ ମଧ୍ୟ ଉନ୍ମୋଚନ କରିଥିଲେ । ଏଥି ସହିତ ଚଲାପଥର ସଭାପତି ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ସମ୍ପାଦିତ ଓ  ଆଧ୍ୟାତ୍ମିକ ପତ୍ରିକା ବାରୁବ୍ରହ୍ମ ଓ ସ୍ବରଚିତ ପାଞ୍ଚଟି ପୁସ୍ତକ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ସେନା ନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Image
RITA VISION NEWS By Umakanta Mohapatra ( କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ ସ୍ଥାନୀୟ ଯୁବବର୍ଗଙ୍କୁ ସମ୍ବୋଧନ କଲେ) ଯାଜପୁର (କଳିଙ୍ଗନଗର) ୧ ମାର୍ଚ୍ଚ ୨୦୨୩:- ଯାଜପୁରର ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସର୍ଭିସେସ୍ ବ୍ଲକ୍‌ରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ଏକ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା । ଭାରତୀୟ ସେନାରେ ଯୋଗ ଦେବା ଲାଗି ୨୦୨୩ ମାର୍ଚ୍ଚ ଓ ଏପ୍ରିଲ୍‌ରେ ହେବାକୁ ଥିବା ନିଯୁକ୍ତି ଅଭିଯାନ ବିଷୟରେ ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଧିବେଶନର ଲକ୍ଷ୍ୟ ଥିଲା ।ଏହି ଅଧିବେଶନରେ କଳିଙ୍ଗନଗର, ସୁକିନ୍ଦା ଓ ଆଖପାଖ ଅଂଚଳର ୩୦ରୁ ଅଧିକ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ କର୍ସେଲ୍ ହମିନ୍ଦର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ବିଭାଗର ଚିଫ୍ ଦେବଦୂତ ମହାନ୍ତି ଏବଂ ଟାଟା ଷ୍ଟିଲ୍‌ କଳିଙ୍ଗନଗର ଓ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀର ନିରାପତା ମୁଖ୍ୟ କର୍ଣ୍ଣେଲ ପ୍ରକାଶ ସଂଜୟ ଉପସ୍ଥିତ ଥିଲେ । ଏହି ଅଧିବେଶନରେ କର୍ଣ୍ଣେଲ ହମିନ୍ଦର ସିଂହ ଭାରତୀୟ ସେନାରେ ଯୋଗ ଦେବାର ବିଭିନ୍ନ ଦିଗ ଯଥା ଆବେଦନ ପ୍ରକ୍ରିୟା, ଯୋଗ୍ୟତା,ପରୀକ୍ଷାର ରୂପରେଖ, ଶାରିରୀକ ଫିଟ୍‌ନେସ୍,

ମିଶ୍ରିଲାଲ୍ କମ୍ପାନୀ ର ସମ୍ପ୍ରସାରଣ କାର୍ଯ୍ୟ ନେଇ ହୋଇଥିବା ଜନଶୁଣାଣି କୁ ବିରୋଧ l

Image
RITA VISION NEWS By Umakanta Mohapatra          (ସପକ୍ଷବାଦୀ ସାଜିଲେ କମ୍ପାନୀର କର୍ମଚାରୀ)   ଯାଜପୁର ( କଳିଙ୍ଗନଗର ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅବସ୍ଥିତ ମିଶ୍ରିଲାଲ୍ କମ୍ପାନୀର ସମ୍ପ୍ରସାରିତ ସିଓବି ପ୍ଲାଣ୍ଟ ପାଇଁ ହୋଇଯାଇଥିବା ଜନଶୁଣାଣି କୁ ସ୍ଥାନୀୟ ପଙ୍କପାଳ ଗ୍ରାମପଞ୍ଚାୟତ ସମସ୍ତ ଜନସାଧାରଣ ବିରୋଧ କରିଥିଲେ l ଏଠାରେ ଦେଖିବାକୁ ମିଳିଲା ଯେ, ଏକ ଚଳ୍ରବ୍ୟୁହରେ କମ୍ପାନୀର କର୍ମଚାରୀ ମାନେ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ଆଗରେ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ l ହେଲେ ସାଧାରଣ ଲୋକଙ୍କ ଅଭିଯୋଗ ହୋଇଛି ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନଙ୍କ କୌଣସି ଅଭିଯୋଗ ନାହିଁ କିନ୍ତୁ କମ୍ପାନୀ କତୃପକ୍ଷ ସାଧାରଣ ନିୟମ ପାଳନ କରୁନାହଁ ତେଣୁ ଏହାକୁ ନେଇ ସାଧାରଣରେ ତୀବ୍ର ବିରୋଧ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l ପ୍ରୟୋଜିତ ଏହି ଜନଶୁଣାଣି ରେ କମ୍ପାନୀ ପକ୍ଷରୁ କେତେଜଣ ନାରୀ ନେତ୍ରୀ ଓ ଲୋକଙ୍କୁ ପ୍ରଭାବିତ କରାଇ କମ୍ପାନୀ ସପକ୍ଷରେ କହିବାକୁ ପ୍ରବର୍ତ୍ତାଇଥିଲେ l ପ୍ରକୃତ ପକ୍ଷେ ଜନସାଧାରଣ ଙ୍କ ମୌଳିକ ଅଧିକାର କୁ ଗୁରୁତ୍ଵ ନ ଦେଇ ନିଜର ସ୍ୱାର୍ଥ ପାଇଁ କମ୍ପାନୀ ସପକ୍ଷରେ ମତ ପ୍ରକାଶ କରିଥିବା ସାଧାରଣରେ ଭ୍ରମ ସୃଷ୍ଟି କରିଛି l ଲୋକମାନେ ଅଭିଯୋଗ କରିଛନ୍ତି କି ମିଶ୍ରିଲାଲ୍ କମ୍ପାନୀ ବିଗତ ଦିନରେ ଦେଇଥିବା ପ୍ରତିଶ୍ରୁତି କୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହିଁ l କେବଳ ମିଥ

ପଙ୍କପାଳ ସରପଞ୍ଚ ସମେତ ୨୫ ଜଣଙ୍କୁ ୧୦୭ ଧାରାରେ ନୋଟିସ ଜାରି l

Image
RITA VISION NEWS By Umakanta Mohapatra ( ନିଜର ମୌଳିକ ଅଧିକାର ଜାହିର କଲେ ମିଲୁଛି ଆଇନଗତ ଦଣ୍ଡ)  ଯାଜପୁର (କଳିଙ୍ଗନଗର ): - ଯାଜପୁର ଜିଲ୍ଲା କଲିଙ୍ଗନଗର ଶିଳ୍ପାଞ୍ଚଳ ରେ ବହୁ କାରଖାନା ବିରୁଦ୍ଧରେ ପ୍ରଦୂଷଣ ବିଭାଗର ର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଛନ୍ତି ଜନସାଧାରଣ l ଏହାର କୌଣସି ସୁଫଳ ମିଳିବାର ନଜିର ନାହିଁ l କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ଥିଲେ ମଧ୍ୟ କୌଣସି କାରଖାନା ବିରୋଧରେ କିଛିପଦକ୍ଷେପ ଗ୍ରହଣ ନ କରିବା ଦ୍ବାରା କାରଖାନାମାନେ ମନଇଚ୍ଛା ନିୟମ ଉଲଙ୍ଘନ କରିଚାଲିଛିନ୍ତି। ଯାହା କୁ ବିରୋଧ କରି ମିଶ୍ରି ଲାଲ କାରଖାନା ବିରୋଧରେ ପଙ୍କପାଳ ସରପଞ୍ଚ ସ୍ମୃତିରଞ୍ଜନ ଜେନା ଓଡ଼ିଶା ବିଧାନସଭା ପ୍ରଦୂଷଣ କମିଟିରେ ମୁଖ୍ୟ ତଥା ବିଜେପି ବିଧାୟକ ମୋହନ ମାଝୀ ଙ୍କୁ ସାକ୍ଷାତ କରିବା ସହିତ ସ୍ଥାନୀୟ ଲୋକ ଙ୍କ ସମସ୍ତ ଅସୁବିଧାକୁ ପତ୍ର ଦ୍ବାରା ଲିଖିତ ଜଣାଇଛନ୍ତି । ସରପଞ୍ଚ ଅଭିଯୋଗ କରିଛନ୍ତି କି ମିଶ୍ରିଲାଲ କମ୍ପାନୀ ସରକାରୀ ନିୟମ ପାଳନ ନ କରି ଭୂତଳ ଜଳକୁ କାରଖାନା କାର୍ଯ୍ୟ ରେ ବ୍ୟବହାର କରିବା ସହିତ ପ୍ରଦୂଷିତ ଜଳ ଓ ଧୂଆଁ ନିର୍ଗତ କରି ପରିବେଶ ଦୂଷିତ କରୁଛି । ଏହା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ରେ ସାଧାରଣ ଲୋକଙ୍କ ଜୀବନ ହାନୀ ହେଉଛି । କାରଖାନା ପ୍ରତିଷ୍ଠା କରିବା ଲାଗି ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା ବେଳେ ପ୍ରଦୂଷଣ ବୋର୍ଡ ଓ ମିଶ୍ରୀଲାଲ କାରଖ

ବେଆଇନ୍ କାର୍ଯ୍ୟ ଏବଂ ମାଡ ମାରିବା ଘଟଣା କୁ ନେଇ ଅଧ୍ୟକ୍ଷ ଙ୍କ ବଦଳି ଦାବିରେ ଛାତ୍ର ଙ୍କ ବିକ୍ଷୋଭ l

Image
RITA VISION NEWS By Umakanta Mohapatra ଯାଜପୁର(ବ୍ୟୁରୋ ରିପୋର୍ଟ ) :- ଜିଲ୍ଲା ର ଦାନଗଦୀ ବ୍ଲକ ଉଲ୍ଲଳ ପଞ୍ଚାୟତ ରାମ୍ପିଲ ରେ ଥିବା ସରକାରୀ ଏକଲବ୍ୟ ଆବାସିକ ବିଦ୍ୟାଳୟ ରେ ଚଳିତ ମାସ ୧୦ ତାରିଖ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟି ଥିବାର ଦେଖି ବାକୁ ମିଳିଥିଲା l ସୂଚନା ମୁତାବକ ଓଡିଶା ସରକାର ପିଲା ମାନଙ୍କ ନିମନ୍ତେ ଶିକ୍ଷା ଦାନ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି l ସରକାର ଏଥି ପାଇଁ ପ୍ରତ୍ୟେକ ବିଦ୍ୟାଳୟ କୁ ଦଣ୍ଡ ମୁକ୍ତ ଘୋଷଣା କରି ଥିବା ସତ୍ୱେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ମାଡ ରେ ଜଣେ ଯୁକ୍ତ ଦୁଇ ର ପ୍ରଥମ ବର୍ଷ ଛାତ୍ର ବୃନ୍ଦାବନ ତିରିଆ ଲହୁ ଲୁହାଣ ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇ ଥିବାର ଖବର ମିଳିଥିଲା l ଏହାର ପ୍ରତିବାଦ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ବିଦ୍ୟାଳୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ l ଏହି ମାମଲା ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଛାତ୍ର ଛାତ୍ରୀ ମାନେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ମାମଲା କୁ ଚାପି ଦବାକୁ ପ୍ରୟାସ କରି ଥିଲେ କିନ୍ତୁ ଏହି ଘଟଣା ପ୍ରଘଟ ହେବା ପରେ ଦାନଗଦୀ , ସୁକିନ୍ଦା ଓ କୋରେଇ ବ୍ଲକ ର ଶିଶୁ ସୁରକ୍ଷା ଅଧିକାରୀ ପହଂଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଘଟଣା କୁ ଆଗକୁ ନ ବଢ଼ାଇ ବା ପାଇଁ ଆପୋଷ ବୁଝା ମଣା କରିଥିଲେ l ଶିକ୍ଷା ଅନୁଷ୍ଠାନ ରେ କୋମଳମ

ସରକାରୀ ନିୟମ କୁ ଖୁଲମ୍ ଖୋଲା ଉଲଂଘନ, ବିନା ଫଳକ ରେ ତରବରିଆ ଭାବେ ଚାଲିଛି କାର୍ଯ୍ୟ, ସାଧାରଣ ଲୋକଙ୍କ ମନରେ ସନ୍ଦେହ ।

Image
RITA VISION NEWS By Umakanta Mohapatra ଯାଜପୁର (କାଳିଆପାଣି) :- ପଞ୍ଚାୟତ ରେ ବିନା ଫଳକରେ ଚାଲିଛି କାମ, ବିକାଶ ନାମରେ ବ୍ୟାପକ ହରିଲୁଟ୍ ଅଭିଯୋଗ । ପଞ୍ଚାୟତ ମାନଙ୍କର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ଲୋକଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏପରିକି ଯେଉଁସବୁ ସରକାରୀ କାମ କରାଯାଉଛି ସେସବୁର ବ୍ୟୟ ବରାଦ କଣ ରହିଛି ତାହା ସାଧାରଣ ଲୋକଙ୍କୁ ଜଣାଇବା ପାଇଁ କାର୍ଯ୍ୟସ୍ଥଳରେ ଫଳକ ଲଗାଇବା ସରକାରୀ ନିୟମ ଅନୁସାରେ ବାଧ୍ୟତା ମୂଳକ ରହିଛି । ହେଲେ ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ି ପାଳ ପଞ୍ଚାୟତ ର ଅରଡ଼ା ପାଳ ଠାରୁ ପୋଡ଼ା ଅରା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ବିନା ଫଳକରେ ହେଉଥିବା ଅଭିଯୋଗ ହୋଇଛି । ବିଗତ କିଛିଦିନ ହେବ କାର୍ଯ୍ୟ ସମାପ୍ତ ପାଇଁ ଠିକାଦାର ଓ ଆର ଆଇ କାର୍ଯ୍ୟ ସ୍ଥଳରେ ଜୋର ସୋର ରେ ଲାଗି ପଡି ଥିବା ବେଳେ ଏହି କାର୍ଯ୍ୟ କୁ ନେଇ ସାଧାରଣ ଲୋକଙ୍କ ମନରେ ଏକ ସନ୍ଦେହ ସୃଷ୍ଟି ହେଉଛି । ଏହି ରାସ୍ତା କାର୍ଯ୍ୟ ଟି ଆର୍ଡି କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ ଆର.ଆଇ ଓ ସ୍ଥାନୀୟ ଅଞ୍ଚଳର ଜୈନିକ ବ୍ୟକ୍ତି ଙ୍କୁ ନେଇ ସାଧାରଣ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ନେଇ ମଧ୍ୟ ସ୍ଥାନୀୟ ଜମି ହରା ବାସିନ୍ଦା ଙ୍କ ମନରେ ଦ୍ଵନ୍ଦ ପ୍ରକାଶ ପାଇଛି । ଉକ୍ତ ରାସ୍ତା କାର୍ଯ୍ୟ ପାଇଁ ଅଧିଗ୍ରହଣ ଜମି ପାଇଁ ସ

କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ ପକ୍ଷରୁ ‘‘ରକ୍ତ ସଂରକ୍ଷଣ କେନ୍ଦ୍ର’ର ଶୁଭାରମ୍ଭ l

Image
ଯାଜପୁର (କଳିଙ୍ଗନଗର) , ୨୨ ଫେବ୍ରୁଆରି, ୨୦୨୩:- ଓଡ଼ିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ୍‌ରେ ବୁଧବାର ଏକ “ରକ୍ତ ସଂରକ୍ଷଣ କେନ୍ଦ୍ର' ଉଦ୍‌ଘାଟିତ ହୋଇଯାଇଛି । ଅସ୍ତ୍ରୋପଚାର ସମୟରେ ଓ ପରବର୍ତୀ ସମୟର ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ଏବଂ ଦୁର୍ଘଟଣାଗ୍ରସ୍ତ ରୋଗୀ ଏବଂ ଅନ୍ୟାନ୍ୟ ଘାତକ ରୋଗ ପାଇଁ ସେବା ପ୍ରଦାନ କରିବାରେ ହସ୍ପିଟାଲ୍‌କୁ ଏହି ସୁବିଧା ସକ୍ଷମ କରିବ । ଏହି କେନ୍ଦ୍ରକୁ ଟାଟା ଷ୍ଟିଲ୍‌ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ବିଭାଗର ଚିଫ୍ ଦେବଦୁତ୍ ମହାନ୍ତି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲର ମେଡିକାଲ ସୁପରିଟେଡେଟ୍ ଡକ୍ଟର ସୁଧାଂଶୁ ଶେଖର ସୁତାର, ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ବନସଲ୍‌ଟ୍ ଏବଂ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହି କେନ୍ଦ୍ର ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍‌ର ରକ୍ତ ଆବଶ୍ୟକତାକୁ ପୂରଣ କରିବ ଏବଂ କଳିଙ୍ଗନଗର, ସୁକିନ୍ଦା , ଦାନଗଦି ଓ ଆଖପାଖ ଅଂଚଳରୁ ଆସୁଥିବା ରୋଗୀମାନଙ୍କୁ ଏହା ସେବା ପ୍ରଦାନ କରିବ । ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଏହି କେନ୍ଦ୍ରର ବାର୍ଷିକ କ୍ଷମତା ହେଉଛି ସମ୍ପୂର୍ଣ ମାନବ ରକ୍ତ ଆଇପିତ ୨୦୦୦ ୟୁନିଟ୍ ସଂରକ୍ଷଣ, ଯାହାକୁ ଓଡ଼ିଶାର ଡ୍ରଗସ୍ ଆଣ୍ଡ୍ କଂଟ୍ରୋଲ ଡାଇରେକ୍ଟରେଟ୍‌ର ଙ୍କ ଅନୁମୋଦନ ମିଳି