Posts

ସାମ୍ବାଦିକ ସୁରକ୍ଷା ଆଇନ ଓ ଭତ୍ତା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏସୟୁଜେ ଓଡ଼ିଶା ର ଦାବି ପତ୍ର।

Image
ଯାଜପୁର (ବ୍ୟୁରୋ ରିପୋର୍ଟ): - ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ମରଣାନ୍ତକ ଆକ୍ରମଣ, ଆକ୍ରୋଶ ଏବଂ ଅସହିଷ୍ଣୁତା ବଢି ଚାଲିଥିବାରୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଜରୁରୀ ହୋଇ ପଡିଛି। ସେହିପରି ସାମ୍ବାଦିକ ମାନେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ବରିଷ୍ଠ ସାମ୍ବାଦିକ ମାନେ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ ସେମାନଙ୍କୁ ପଥି ଔଷଧ ମିଳୁ ନାହିଁ। ଭୁବନେଶ୍ୱର ରେ ସଂଖ୍ୟାଧିକ ଗଣମାଧ୍ୟମ ର ମୁଖ୍ୟାଳୟ ରହିଥିବା ସାମ୍ବାଦିକ ମାନେ ଦୂର ଦୂରାନ୍ତ ରୁ ରାଜଧାନୀ କୁ ଆସିଲେ ସେମାନଙ୍କ ଅବସ୍ଥାନ ନିମନ୍ତେ ଅତିଥି ଭବନ ଟିଏ ନାହିଁ। ଏହି ସବୁ ଦାବି ଗୁଡିକ ପୂରଣ ପାଇଁ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶାର ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନ କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ବୁଧବାର ଦିନ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମାସିକ ୨୫ ହଜାର ଟଙ୍କା ଏବଂ ଅବସର ନେଇସାରିଥିବା ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା ର ପେନସନ ଏବଂ ସୁରକ୍ଷା ଆଇନ ଲାଗୁ କୁ ଏସୟୁଜେ ଓଡ଼ିଶା ବିଶେଷ ଗୁରୁତ୍ବ ଦେଇ

ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ବ୍ୟାସସରୋବର ମେଳା ଆରମ୍ଭ l

Image
ଯାଜପୁର (ବ୍ୟାସନଗର) :-- ତା. ୨୦/୦୨/୨୦୨୪ ରିଖ ମଙ୍ଗଳବାର ପବିତ୍ର ଭୈମୀ ଏକାଦଶୀ ତିଥିରେ ଆରମ୍ଭ ହେଉଛି “ବ୍ୟାସସରୋବର ମହୋତ୍ସବ-୨୦୨୪” । ଓଡିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ତଥା କ୍ରୋମନଗରୀ ଭାବେ ବିଦିତ ବ୍ୟାସନଗର (ଯାଜପୁରରୋଡ଼) ସହରର ବ୍ୟାସ ସରୋବର ଅଂଚଳରେ ଏହା ପ୍ରତିବର୍ଷ ପରି ଅନୁଷ୍ଠିତ ହେବ ।ବହୁ ପୂରାତନ ଏହି ପୌରଣିକ ମେଳା ୧୧ ଦିନ ଧରି ଚାଲିବାକୁ ପରିଚାଳନା କମିଟି ବୈଠକ ନିଷ୍ପତ୍ତି ହୋଇଛି l ଏହି ଉପଲକ୍ଷେ ସକାଳେ ଆୟୋଜିତ ହେବ ‘ବ୍ୟାସ ମାରାଥନ୍‌-୨୦୨୪’ । ସକାଳ ୦୭ଟାରୁ ଏହା ସ୍ଥାନୀୟ ‘ରାଜୀବ ଗାନ୍ଧି’ ଷ୍ଟାଡିୟମରୁ ବାହାରି ସରୋବର ସ୍ଥଳରେ ସମାପ୍ତ ହେବ । ଏହି ଐତିହାସିକ ତଥା ପୁରାଣ ପ୍ରସିଦ୍ଧ ମେଳା ଓ ମାରାଥନ୍‌କୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାସନଗର ପୈାର କର୍ତ୍ତୃପକ୍ଷ ଓ ପାରିଷଦମାନେ ଚଳଚଂଚଳ ହୋଇପଡିଥିବାର ପରିଲକ୍ଷିତ ହୋଇଛନ୍ତି ।  ୧୯ ତାରିଖ ପୂର୍ବାହ୍ନରେ ପୈାର ପରିଷଦ ସମ୍ମିଳନୀ କକ୍ଷରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପୈାର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରମୁଖ ମହୋତ୍ସବର ରୂପରେଖ ଉପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଏଥିରେ ପୈାର ପରିଷଦର ବରିଷ୍ଠ କର୍ମଚାରୀ କିଶୋର କୁମାର ରାଉତ, ଶଶିକାନ୍ତ ଘଡ଼ାଇ, ମାଣିକ ରଂଜନ ନାୟକ, ବି

"ଉଦୟବଟ" ପତ୍ରିକା ତରଫରୁ ବିଦ୍ୟାଦାତ୍ରୀ ସରସ୍ୱତୀ ମା ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର) : - ଯାଜପୁର ଜିଲ୍ଲା ଯାଜପୁରରୋଡ଼ (ବ୍ୟାସନଗର) ସହରରୁ ପ୍ରକାଶିତ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଛି । ୧୯୮୮ ମସିହାରୁ ‘ଉଦୟବଟ’ ଏହି ପୂଜାକୁ ଅତି ଭକ୍ତିର ସହ ପାଳନ କରିଆସୁଛି । ଛାତ୍ର କଳିଙ୍ଗ କେଶରୀ ରାଉତ (ଲୀପେଶ) କର୍ତା ଭାବେ ଏଠାରେ ପୂଜା କାର୍ଯ୍ୟ ସଂପାଦନ କରିଥିବା ବେଳେ ବରିଷ୍ଠ ପୂଜକ ତଥା ବିଶିଷ୍ଠ ପ୍ରବଚକ ତଥା ଶିକ୍ଷକ ଦୀପକ ରଂଜନ ପାଣିଗ୍ରାହୀ ଯଥାରୀତି ମତେ ପୂଜା କରିଥିଲେ । ମଧ୍ୟାହ୍ନରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତିବିଶେଷ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସୁମିତ୍ରା ମିଶ୍ର, ବିଦ୍ୟୁତ୍‌ପ୍ରଭା ରାୟ, ସୁମନ୍ତ ରାଉତ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ଅରୁଣ ଦାସ, ଚକ୍ରଧର ମଲ୍ଲିକ, ବସନ୍ତ କୁମାର ପାତ୍ର, ଅସିତ୍ ଦାସ, ଆରତୀ ରାୟ, ସଂଯୁକ୍ତା ସ୍ୱାଇଁ, ଭାରତୀ ବିଶ୍ୱାଳ, ସୁଜାତା ଜେନା, ଗୋଲାପ ମଲ୍ଲିକ, ଭାରତୀ ବେହେରା, ରୀତା ସାହାଣୀ, ବିନୋଦ ବିହାରୀ ରାୟ, ନରହରି ବେହେରା, ଗୋଲାପ ମୁଣ୍ଡା, ସୁମନ୍ତ କୁମାର ପଲେଇ, ଦାନଗଦି ଅଂଚଳର ସମାଜସେବୀ ସନାତନ ପାତ୍ର, ପ୍ରୀତିପାଲ ସିଂହ, ହରଦୟାଲ ସିଂହ, ପ୍ରଦୀପ ବାରିକ, ସୁବାସ ଜେନା, ସନ୍ତୋଷ କୁମାର ଖୁଂଟିଆ, ପାୟଲ ରାୟ, କ

ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ମାତୃ ସମ୍ମିଳନୀ ଓ ସରସ୍ଵତୀ ପୂଜା l

Image
ଯାଜପୁର (ଦାନଗଦୀ) :- କଳିଙ୍ଗନଗର ଶିଶୁ ମନ୍ଦିର ସୋଲେଇ ରେ ମାତୃ ସମ୍ବିଳନୀ ଓ ସରସ୍ୱତୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସଭା ଆରମ୍ଭ ରୁ ପ୍ରଦୀପ ପ୍ରଜ୍ବଳନ, ମାତୃ ବନ୍ଦନା, ଗୁରୁ ବନ୍ଦନା ହୋଇଥିଲା , ମୁଖ୍ୟ ଅତିଥି ବରିଷ୍ଟ ଆଇନଜୀବି ସୁବାଷ ଚନ୍ଦ୍ର ନନ୍ଦ ଓ ସମ୍ମାନିତ ଅତିଥି ଭାବେ ହିନ୍ଦୁ ସୁରକ୍ଷା ସେନା ର ଜିଲ୍ଲା ସଭାପତି  ବସନ୍ତକୁମାର ପାତ୍ର ଯୋଗଦାନ କରିଥିଲେ l ପ୍ରଧାନ ଗୁରୁଜୀ ସୁବାଷ ଚନ୍ଦ୍ର ଦେଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଗୋପୀନାଥ ରାଉତ  ଶିଶୁ ମାନଙ୍କ ପ୍ରଥମ ଗୁରୁମା ନିଜ 'ମା,' ନିଜ ଘରେ କିପରି ଦୈନନ୍ଦିନ ଶିଶୁ ମାନଙ୍କୁ ସୁ ଶିକ୍ଷା ପ୍ରଦାନ କରି ରାଷ୍ଟ୍ର ନିର୍ମାଣ ପାଇଁ ଏକ ଆଦର୍ଶ ମଣିଷ ରୂପେ ଗଢିବେ ତାହା ଉଦାହରଣ ମାଧ୍ୟ୍ୟମ ରେ ବୁଝାଇ ଥିଲେ l ମୁଖ୍ୟ ବକ୍ତା ସୁବାଷ ଚନ୍ଦ୍ର ନନ୍ଦ ତାଙ୍କ ମାର୍ଗ ଦର୍ଶନ ରେ ମାତୃ ସମ୍ବିଳନୀ ରେ ଉପସ୍ଥିତ ମା'ମାନେ ସମସ୍ତେ ମା ଭାରତୀଙ୍କର ସନ୍ତାନ ଯେଉଁ ରାଷ୍ଟ୍ର ରେ ମା' ମାନେ ଆଗରେ ସେହି  ରାଷ୍ଟ୍ର ନିଶ୍ଚିତ ଆଗକୁ ବହୁତ ଉନ୍ନତ ରାଷ୍ଟ୍ର ହୋଇପାରିବ ବୋଲି କହିବା ସହ ଭାରତୀୟ ସଂସ୍କୃତି ପରମ୍ପରା ରକ୍ଷା କରିବା ପାଇଁ ଶିଶୁ ମନ୍ଦିର ନିତ୍ୟାନ୍ତ ପ୍ରୟୋଜନ ଓ ଶିଶୁ ମନ୍ଦିର ଶିଶୁ ମାନଙ୍କ ପାଇଁ ଏକ ବିରାଟ ଉଜ୍ଜଳ ଭବିଷ୍ୟତ ଗଠନର ଅନୁଷ୍ଠାନ ବୋଲି କହିଥିଲେ l ସୁ ଶିକ୍ଷା ପ୍ରଦାନକିପରି

ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନାକୁ ରେସ୍‌ପନ୍ସିବଲ୍ ଷ୍ଟିଲ୍ସାର୍ଟିଫିକେସନ l

Image
(ରେସ୍‌ପନ୍ସିବଲ୍ ଷ୍ଟିଲ୍ ହେଉଛି ଇସ୍ପାତ ଉତ୍ପାଦନକାରୀମାନଙ୍କ ଲାଗି ଏକ ବିଶ୍ବସ୍ତରୀୟ ସାର୍ଟିଫିକେସନ କାର୍ଯ୍ୟକ୍ରମ)  ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନା ରେସ୍‌ପନ୍ସିବଲ୍ ଷ୍ଟିଲ୍‌ ସାର୍ଟିଫିକେସନ ହାସଲ କରିଛନ୍ତି । ୨୦୨୨ରେ କମ୍ପାନିର ଜାମସେଦପୁର କାରଖାନା ପ୍ରଥମ ଭାରତୀୟ ଇସ୍ପାତ କାରଖାନା ଭାବେ ଏହି ଐତିହାସିକ ସଫଳତା ହାସଲ କରିଥିଲା । ଟାଟା ଷ୍ଟିଲ୍‌ ଏବେ ରେସ୍‌ପନ୍ସିବଲ୍ ଷ୍ଟିଲ୍‌ ସାର୍ଟିଫିକେସନ ହାସଲ କରିଥିବା କାରଖାନାରୁ ଏହାର ୯୦ ପ୍ରତିଶତ ଇସ୍ପାତ ଉତ୍ପାଦନ କରୁଛି ।ରେସ୍‌ନ୍‌ସିବଲ୍ ଷ୍ଟିଲ୍ ହେଉଛି ଇସ୍ପାତ ଶିଳ୍ପର ପ୍ରଥମ ବିଶ୍ବସ୍ତରୀୟ ବହୁବିଧ-ଅଂଶୀଦାରଭିତିକ ସାର୍ଟିଫିକେସନ ଅଭିଯାନ ଯାହା ଇସ୍ପାତଉତ୍ପାଦନକାରୀ, ଗ୍ରାହକ ଓ ମଧ୍ୟସ୍ଥିମାନଙ୍କ ସହ ମିଶି କାମ କରୁଥିବା ବେଳେ ଜଳବାୟୁ ପରିବର୍ତନ, ବିବିଧତା, ମାନବିକ ଅଧିକାର ଆଦିଆହ୍ୱାନର ମୁକାବିଲା କରି ଏକ ଦୀର୍ଘସ୍ଥାୟୀ ଇସ୍ପାତ ଶିଳ୍ପ ଗଠନ ଦିଗରେ କାମ କରୁଛି । ଟାଟା ଷ୍ଟିଲର ସିଇଓ ଏବଂ ଏମ୍‌ଡି ଟିଭି ନରେନ୍ଦ୍ରନ୍ କହିଛନ୍ତି ଯେ, ‘ଆମ କାରଖାନାଗୁଡ଼ିକ ପାଇଁ ରେସପନ୍ସିବଲ୍ ଷ୍ଟିଲ୍‌ ସାର୍ଟିଫିକେସନ୍ଦୀର୍ଘସ୍ଥାୟିତ୍ଵ ପ୍ରତି ଟାଟା ଷ୍ଟିଲର ପ୍ରତିବଦ୍ଧତାର ପ୍ରମାଣ । ଏହା ଇସ୍ପାତ ଶିଳ୍ପର ବିଭିନ୍ନ ଆହ୍ୱାନର ମୁକାବିଲା ଏବଂ ଏକ ଉନ୍ନତ ଭବିଷ୍ୟତଗଠନ ଦିଗରେ ଆମର ସକ୍ରିୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ।

ଯାଜପୁରରେ ମଲ୍ଟି ସ୍କିଲ୍ ସେଂଟର ପ୍ରତିଷ୍ଠା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଓଡ଼ିଶାସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର l

Image
ଯାଜପୁର (କଳିଙ୍ଗନଗର) :- ଜିଲ୍ଲାରେ ଏକ ମଲ୍ଟି ସ୍କିଲ୍ ଡେଭଲପମେଟ ସେଣ୍ଟର (ଏମ୍ଏସ୍‌ଡିସି) ପ୍ରତିଷ୍ଠା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ବିଶ୍ଵ ଦକ୍ଷତା କେନ୍ଦ୍ରରେ ସ୍ଵାକ୍ଷରିତ ହୋଇଛି । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇଙ୍କ ଉପସ୍ଥିତିରେ ଯାଜପୁରର ଦାନଗଦୀ ବ୍ଲକ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ଓ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ ଭୁବନେଶ୍ବରସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି । ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୂକରଣର ଅଧକ୍ଷା ଅଳକା ମିଶ୍ର, ଟାଟା ଷ୍ଟିଲ ଫାଉଣ୍ଡେସନର ସିଏସ୍‌ର (ଓଡ଼ିଶା) ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ଦକ୍ଷତା ବିକାଶ ମୁଖ୍ୟ କ୍ୟାପଟେନ୍‌ ଅମିତାଭ ପ୍ରମୁଖ ଉପସ୍ଥିତ ଥିଲେ । ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଶିଳ୍ପ ଭିତିକ ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରଦାନ କରିବା ଲକ୍ଷ୍ୟରେ ଦାନଗଦୀ ଓ ସୁକିନ୍ଦା ବ୍ଳକର ଅବହେଳିତ ସମାଜର ଯୁବକଯୁବତୀଙ୍କୁ ଏମ୍ଏସ୍‌ଡିସି ଉପକୃତ କରିବ । ଏହି ଚୁକ୍ତି ଅନୁଯାୟୀ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ ଓଡ଼ିଶା ସରକାରଙ୍କ ସହ ମିଶି ଯାଜପୁରର ଦାନଗଦୀ ବ୍ଲକରେ ସ୍ଵଳ୍ପକାଳୀନ ଦକ୍ଷତା ପ୍ରଶିକ୍ଷଣ ପାଠ୍ୟ

ଅଯେଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ବିଜୟ ଉତ୍ସବ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର, (ବ୍ୟାସନଗର ): - ଯାଜପୁର ୦୪/୦୨/୨୪ ରବିବାର ପୁର୍ବାହ୍ଣ ୧୦ଘଟିକାରୁ ୨ ଘଟିକା ପର୍ଯ୍ୟନ୍ତ ବିଜୟ ଉତ୍ସବ ଓ ବନ୍ଧୁ ମିଳନ ପାଳନ ହୋଇଯାଇଛି । ଏହି ଉତ୍ସବରେ ଆବାହକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦ ଯୋଗ ଦେବା ସହିତ ମୁଖ୍ୟ ଅତିଥି ଭାବେ ସଂଘ ପଦାଧିକାରୀ ସତ୍ୟଜିତ୍ ଶତପଥୀ, ଜ୍ଞାନ ରଂଜନ ରାଉତ, ଧର୍ଯ୍ୟଧର ଦାସ, ନିତ୍ୟାନନ୍ଦ ମହାଳିକ ମଂଚରେ ଉପସ୍ଥିତ ଥିବା ବେଳେ ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲ । ଏହି କାର୍ଯ୍ୟକ୍ରମରେ ଦିଲ୍ଳୀପ ଓଝାଙ୍କ ସମେତ ମୁଖ୍ୟ ସହଯୋଗି ଭାବେ ହିନ୍ଦୁ ସୁରକ୍ଷା ସେନାର ଜିଲ୍ଳା ସଭାପତି ବସନ୍ତ କୁମାର ପାତ୍ର, ଉମାକାନ୍ତ ମହାପାତ୍ର, ସାନ୍ତନୁ କୁମାର ସାହୁ, ସୁବାଷ ଜେନା, ଅସିତ୍ ଦାସ, ପ୍ରଶାନ୍ତ ପଥାଳ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁପରିଚାଳିତ କରିଥିଲେ । ଏତଦ୍ ବ୍ୟତୀତ ଜିଲ୍ଲାର ପ୍ରତ୍ୟେକ ପ୍ରଖଣ୍ଡରୁ ୨୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀଯୁକ୍ତ ନନ୍ଦଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନ ଦର୍ଶନ ଉପରେ ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସାମ୍ବାଦିକ ସୁଜିତ କୁମାର ମଲ୍ଳିକ ନିଜ ଅଭିଭାଷଣରେ ସନାତନ ଧର୍ମକୁ କିପରି ଦେଶରେ ବଜାଇ ରଖିହେବ ସେ ବିଷୟରେ ମନ୍ତବ୍ୟ ରଖିଥିଲେ । ଜୟ ଶ୍ରୀରାମ ଧ୍ୱନିରେ ସଭାସ