Posts

ଶ୍ରୀ ରତ୍ନଭଣ୍ଡାର ଗଣତି ମଣତି ପାଇଁ SOP ଜାରି l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ଶ୍ରୀ ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ଗଣତି, ମଣତି ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସୂଚନା । ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନ ଭଣ୍ଡାରର ଥିବା ଅଳଙ୍କାର ଗୁଡ଼ିକର ଗଣତି,ମଣତି ପାଇଁ ଏସଓପି ଇସ୍ୟୁ ହୋଇସାରିଛି । ଏସଓପିରେ ଥିବା ମାର୍ଗଦର୍ଶିକ ଅନୁସାରେ ଆମେ କାମ କରାଯିବ । ସେଥିପାଇଁ ଓଡ଼ିଶାବାସୀ ଧର୍ଯ୍ୟ ଧରନ୍ତୁ । ଆଜି ଏପରି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି । ଜଷ୍ଟିସ ରଥଙ୍କ କହିବା ଅନୁସାରେ, ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏସଓପି ପ୍ରକାଶ କରାଯାଇ ପାରିବ ନାହିଁ । ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ଜଷ୍ଟିସ ରଥ ।ଏସଓପିରେ କିଛି ଆବଶ୍ୟକ ରହିଲେ ଆମେ ସରକାରଙ୍କୁ ଅନୁରୋଧ କରିବୁ । ଆଶା ରଖୁଛି ସରକାର ଆମ କଥା ଶୁଣିବେ । ଠାକୁରଙ୍କର ଯେତିକି ସମ୍ପତ୍ତି ଅଛି ତାହା ସୁରକ୍ଷିତ ରହିବା ଦରକାର ।

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ l

Image
  ଯାଜପୁର (ଦାନଗଦି) ତା୨୨/୭:- ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମିଳିତ ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ ହୋଯାଅଛି।ଉକ୍ତ ଶିବିରରେ ଜିଲ୍ଲାପଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଯୋଗଦେଇ କହିଲେ ଯେ ରାଜ୍ୟ ସରକାରଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଏକ ସୁଦୂର ପ୍ରସାରି କାର୍ଯ୍ୟକ୍ରମ ଯେଉଁଥିରେ  ଜନସାଧରଣ ବହୁଳ ମାତ୍ରାରେ ସରକାରଙ୍କର ବିଭିନ୍ନ ଯୋଜନ ର ସଫଳ ଫାଇଦା ପାଇପାରୁଛନ୍ତି । ପ୍ରଶାସନ ଲୋକମାନଙ୍କ  ନିକଟତର ହୋଇ ସେମାନଙ୍କର ବିଭିନ୍ନ ଆପତ୍ତିଅଭିଯୋଗ ଗୁଡ଼ିକର ଜନଶୁଣାଣୀଶିବିର ମାଧ୍ୟମରେ ସମାଧାନ କରି ସେମାନଙ୍କୁ ତ୍ଵରିତ ସେବା ପ୍ରଦାନ କରିବା ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ପ୍ରକଶ କରିବ ସହ ବିଭାଗୀୟ ଅଧିକରୀମାନଙ୍କୁ ପଠାଯାଇଥିବା ଅଭିଯୋଗ ପତ୍ର ଗୁଡିକୁ ସମ୍ପୃକ୍ତ ଅଧିକାରୀମାନେ ବିଳମ୍ବ ନ କରି ଆପତ୍ତି ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ କୌଣସି ଅଧିକାରୀଙ୍କ ନିକଟରେ ଯେପରି ଗୋଟିଏ ଅଭିଯୋଗ ସମଧାନ ରେ ବିଳମ୍ବ ନହୁଏ ସେପ୍ରତି ଯତ୍ନବାନ୍ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ

ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହେବେ ସରକାରୀ କର୍ମଚାରୀ l

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) :- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ର କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ବର୍ତ୍ତମାନ ହଟାଇ ଦିଆଯାଇଛି । ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ଏହାକୁ ସ୍ୱାଗତ କରିଛି । ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହେବେ ସରକାରୀ କର୍ମଚାରୀ, ୫୮ ବର୍ଷ ପୁରୁଣା ପ୍ରତିବନ୍ଧକକୁ ହଟାଇଲେ ମୋଦୀ ସରକାର ।ପୂର୍ବ କେନ୍ଦ୍ର ସରକାର ଦ୍ୱାରା ୧୯୬୬, ୧୯୭୦ ଏବଂ ୧୯୮୦ ର ସେହି ନିର୍ଦ୍ଦେଶରେ ସଂଶୋଧନ କରାଯାଇଛି, ଯେଉଁଥିରେ ଅନ୍ୟ କେତେକ ଅନୁଷ୍ଠାନ ସହିତ ଆରଏସ୍‌ଏସ୍ ଶାଖା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ସରକାରୀ କର୍ମଚାରୀଙ୍କ ଉପରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ଲାଗୁ କରାଯାଇଥିଲା ।ପୂର୍ବ କଂଗ୍ରେସ ସରକାର ସମୟ ସମୟରେ ସରକାରୀ କର୍ମଚାରୀଙ୍କୁ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରୁଥିଲେ । କର୍ମଚାରୀମାନେ ଯଦି ଆରଏସଏସ କାର୍ଯ୍ୟକଳାପରେ ଜଡିତ ଥିଲେ ସେମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ଏକ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ଏହି କାରଣରୁ, ଅନେକ ସରକାରୀ କର୍ମଚାରୀ ଅବସର ପରେ ପେନ୍ସନ୍ ସୁବିଧା ଇତ୍ୟାଦିକୁ ଧ୍ୟାନରେ ରଖି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର କାର୍ଯ୍ୟରେ ଲିପ୍ତ ରହିବାରୁ ବଞ୍ଚିତ ହୋଇ ଆସୁଥିଲେ ।

ଭିଜିଲାନ୍ସ ଜାଲରେ ମତ୍ସ୍ୟ ବିଭାଗର ଡେପୁଟି କମିଶନର l

Image
ଭୁବନେଶ୍ବର /କଟକ (ବ୍ୟୁରୋ ରିପୋର୍ଟ) :- ସରକାରୀ ଟଙ୍କା ହେର ଫେର୍ ଅଭିଯୋଗ ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ l ୧.୦୫ କୋଟି ଟଙ୍କା ଟ୍ରାନ୍ସଫର ଅଭିଯୋଗରେ ଆଜି ଡେପୁଟି ଡାଇରେକ୍ଟର( ମତ୍ସ୍ୟ ବିଭାଗ) କଟକ ଶ୍ରୀ ବସନ୍ତ କୁମାର ଦାଶଙ୍କ ୫ ଟି ସ୍ଥାନରେ ଏକକାଳୀନ ଓଡିଶା ଭିଜିଲାନ୍ସ ଦ୍ୱାରା ଖୋଳତାଡ଼ ଚାଲିଛି। ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ରୁ ୧.୦୫ କୋଟି ଟଙ୍କା ସରକାରୀ ଆକାଉଣ୍ଟରୁ ତାଙ୍କ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ କୁ ଟ୍ରାନ୍ସଫର ହୋଇଥିବା ଜଣାପଡିଛି l ଏହି କାରଣରୁ ଭିଜିଲାନ୍ସ ର ୫ ଜଣ ଡିଏସପି , ୪ ଇନ୍ସପେକ୍ଟର, ୯ ASI ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ସମାନ ୫ ଟି ଟିମ୍ ପକ୍ଷରୁ ଖୋଳତାଡ଼ କରିବାକୁ ନିୟୋଜିତ ଅଛନ୍ତି |    ଏହି ସଂପର୍କରେ, କଟକ ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନଂ 5/2024 U / s-13 (2) r / w13 (1) (a) P.C (ସଂଶୋଧନ) ଅଧିନିୟମ, 2018/409/420 IPC ରେ କେଶ୍ ରୁଜୁ ହୋଇଛି | ଅଧିକ ଜାଣିବା ପାଇଁ ତଦନ୍ତ ଜାରି ରହିଛି l  

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ l

Image
ଭୁବନେଶ୍ବର /କଟକ (ବ୍ୟୁରୋ ରିପୋର୍ଟ) :- ଶନିବାର ଦିନ ଏସସିବି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କମଳା ପୂଜାରୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ଯ ଜନିତ ରୋଗରେ ଅସୁସ୍ଥ ଥିଲେ ଏବଂ ୧୮ ତାରିଖଠୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହି କିଡ଼ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ଆଜି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।  ତାଙ୍କୁ ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାରରେ କେନ୍ଦ୍ର ସରକାର ସମ୍ମାନୀତ କରିଥିଲେ । ତାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଆହୁରି କହିଛନ୍ତି, ପରିବେଶର ସୁରକ୍ଷା ପାଇଁ ତାଙ୍କ ଅବଦାନ ସ୍ମରଣୀୟ । ଏହାସହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ଦୁଖଃ ବ୍ୟକ୍ତ କରିଛନ୍ତି l କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁସାରେ,

ଲକ୍ଷ୍ମୀ ଙ୍କ ବାରରେ ଖୋଲିବ ରତ୍ନଭଣ୍ଡାର l

Image
ପୁରୀ (ବ୍ୟୁରୋ ରିପୋର୍ଟ) :- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସଂପର୍କୀତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ବୈଠକ ପରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ଆସନ୍ତା ୧୮ ତାରିଖ ଗୁରୁବାର ଖୋଲାଯିବ ଭିତର ରତ୍ନଭଣ୍ଡାର। ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି। ଭିତର ଭଣ୍ଡାର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଭିତର ରତ୍ନଭଣ୍ଡାରର ୩ଟି ତାଲା ଭଙ୍ଗା ଯାଇଥିଲେ ବି ୨ଟି ତାଲା ପକାଇ ଚାବିକୁ ଟ୍ରେଜେରୀ ଜିମା ଦିଆଯାଇଛି। ଆସନ୍ତା ଗୁରୁବାର ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଭିତର ଭଣ୍ଡାର ଖୋଲାଯିବ । ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତର ହେବ। ଭିତରେ ଥିବା ଆଲମିରା ରତ୍ନ ସହ ବାହାରକୁ ଆଣିବା ସମ୍ଭବ ନୁହେଁ ଏଣୁ ନୂଆ ଆଲମିରା ଏବଂ ସିନ୍ଦୁକରେ ରହିବ ଭିତର ରତ୍ନଭଣ୍ଡାର ଅଳଙ୍କାର।ଅନ୍ୟପଟେ ଜଷ୍ଟିସ ବିଶ୍ବନାଥ ରଥ ଆହୁରି ମଧ୍ୟ କହିଛନ୍ତି ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍

୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରିବା ପାଇଁ ଅନୁମତି ମିଳିଛି ।

Image
  ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବଡ଼ ଘୋଷଣା । ରାଜ୍ୟରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି କରାଯିବ । ଏହାସହିତ ସାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମନ୍ତ୍ରୀ ଓ ସଚିବ ମାନେ ନିୟମିତ ଭାବେ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକ ପରିଦର୍ଶନ କରି ଏହାର ପରିଚାଳନା ପଦ୍ଧତି ଯାଞ୍ଚ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରିବା ପାଇଁ ଅନୁମତି ମିଳିଛି । ଚଳିତ ବର୍ଷ ଅତି କମ୍‌ରେ ୧୦ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ । ସେହିପରି ରାଜ୍ୟର ବିଭିନ୍ନ ପ୍ରାଥମିକ ସ୍କୁଲର ହଷ୍ଟେଲ ଗୁଡିକର ଅବସ୍ଥା ଭଲ ନ ଥିବାରୁ ଏଗୁଡିକର ଉନ୍ନତିକରଣ କରାଯାଇ ନୂଆ ହଷ୍ଟେଲ ନିର୍ମାଣ କରାଯାଉଛି। ଅଭିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୦୧ଟି ହଷ୍ଟେଲର ଉନ୍ନତିକରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆବଶ୍ୟକତା ଅନୁଯାୟୀ କେତେକ ହଷ୍ଟେଲକୁ ୧୦୦ ଆସନ ବିଶିଷ