Posts

ନୀଳାଚଳ ଇସ୍ପାତ କାରଖାନା ଦ୍ଵାରା ନୂତନ ଶ୍ରେଣୀଗୃହ ଉଦଘାଟିତ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଚଳିତ ମାସ ୭ ତାରିଖରେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଓଲ୍ଲଳ ଗ୍ରାମରେ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଲ୍ଲଳ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଦ୍ୱାରା ନିର୍ମିତ ନୂତନ ଶ୍ରେଣୀଗୃହ କୁ (ଏନ୍‌ଆଇଏନ୍‌ଏଲ୍‌)ର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର କୁମାର ମେହେଟ୍ଟା ଉଦଘାଟନ କରିଛନ୍ତି। ଏହି ଅବସରରେ ଓଲ୍ଲଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସ୍ଥାନୀୟ କମ୍ୟୁନିଟି ସଦସ୍ୟ ଏବଂ ବିଦ୍ୟାଳୟ ପରିଚାଳନା ସମିତି (ଏସ୍‌ଏମ୍‌ସି) ସଦସ୍ୟମାନେ ସାମିଲ ହୋଇଥିଲେ। ଏହି ଅବସରରେ ଏନଆଇଏନଏଲ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ, ଫୁଟ ବଲ, ଫ୍ଲାଇଂଡିଶ, ଦଉଡି ଡିଆଁ ଏବଂ ବ୍ୟାଟ ଭଳି ବିଭିନ୍ନ କ୍ରିଡା ଉପକରଣ ଆଦି ପ୍ରଦାନ କରିଥିଲେ। ୧୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ଏହି ଶ୍ରେଣୀଗୃହ କାରଖାନାର ଆଖପାଖ ଗ୍ରାମାଞ୍ଚଳ ଓ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ପାଇଁ ଶିକ୍ଷାଦାନ ରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବ । ଏନ୍‌ଆଇଏନ୍‌ଏଲ୍ ସହଯୋଗରେ ଏହା ହୋଇପାରିଛି। ଏହା ଆଖପାଖ ଗାଁର ପ୍ରାୟ ୧୯୦ ଜଣ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାଦାନ ବାତାବରଣ ପ୍ରଦାନ କରିବ। ଉଦଘାଟନୀ ଉତ୍ସବରେ ସୁଧୀର କୁମାର ମ

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା'ର ଶୁଭାରମ୍ଭ କରାଯିବ- ମୁଖ୍ୟମନ୍ତ୍ରୀ

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ପ୍ରାଥମିକ ଶିକ୍ଷା ରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ଖୁବ୍ ଶୀଘ୍ର 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା'ର ଶୁଭାରମ୍ଭ କରାଯିବ। ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ।ଏହି ଯୋଜନାରେ ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ। ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ। ବୈଠକରେ ଐତିହ୍ୟ ବିଦ୍ୟାଳୟ ଗୁଡିକର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଯୋଜନାରେ ରାଜ୍ୟର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟ କିମ୍ବା ସ୍ୱାଧୀନତା ପୂର୍ବ ସମୟର ପୁରାତନ ବିଦ୍ୟାଳୟ ଗୁଡିକର ବିକାଶ କରାଯାଇ ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନି

ସୁକିନ୍ଦା ରେ ହ୍ରାସ ପାଉଛି ବିଜେଡି ସଂଗଠନ l

Image
ଯାଜପୁର :- ଶଙ୍ଖ ଛାଡି ପଦ୍ମ ଧରିଲେ ଶତାଧିକ ଶ୍ରମିକ ଓ କର୍ମୀ l ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁକିନ୍ଦା ବ୍ଲକ ଅଞ୍ଚଳରେ l ଦୀର୍ଘ ୫ ଦଶନ୍ଧି ପରେ ପାରିବାରିକ ରାଜନୀତି ରେ ପୂର୍ଣ୍ଣଛେଦ ଲାଗିଛି, ପରିବର୍ତ୍ତନ ଦେଖିବାକୁ ମିଳିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ , ଦୀର୍ଘ ୩୫ ବର୍ଷ ଘଡେଇ ପରିବାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବାଜିମାତ କରି ଆସୁଥିବା ପରେ ଆଖି ଦୃଷ୍ଟିଆ କାର୍ଯ୍ୟ ସୁକିନ୍ଦା ରେ ଦେଖା ଦେଲାନାହିଁ । ଯାହାକି ସୁକିନ୍ଦା ବାସୀ ଆଜି ପାରିବାରିକ ରାଜନୀତି ରେ ରୋକ ଲଗାଇ ସୁକିନ୍ଦା ର ଦାଇତ୍ଵ କୁ ବିଧାୟକ/ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଙ୍କୁ ଟେକି ଦେଇଥିବା ଦେଖିବାକୁ ମିଳିଛି ।  ବିଗତ ବର୍ଷ ରୁ ବିଜୁ ଜନତା ଦଳ ରେ କଣ ଠେସା ହୋଇ ରହି କାର୍ଯ୍ୟ କରି ଆସୁଥିବା କର୍ମୀ ଓ ସୁକିନ୍ଦା ଖଣି ଅଞ୍ଚଳ ର ବହୁ ପୁରୁଣା ସଂଗଠନ (ସୁକିନ୍ଦା କ୍ରମାଇଟ ଖଦାନ ମଜଦୁର ସଂଘ ) ରେ ଉତପ୍ରତଃ ଭାବେ ଜଡ଼ିତ ଥିବା ଶ୍ରମିକ ମାନେ ଆଜି ଏହି ସଂଗଠନ ରୁ ବିଦାୟ ନେଇଥିବା ଦେଖିବାକୁ ମିଳିଛି । ବିଜୁ ଜନତା ଦଳ ଓ ଏସ.ଆର.ସି.କେ.ଏମ.ଏସ ସଂଘ ରେ ଶ୍ରମିକ ମାନେ ଅଣନିଶ୍ୱାସୀ ଓ ନିର୍ଯ୍ୟାତନା ର ଶିକାର ହେଉଥିବା ହେତୁ ଦଳ ଛାଡିବାକୁ ବାଧ୍ୟ ହୋଇଥିବା ନେଇ ମତ ଦେଇଛନ୍ତି ଶ୍ରମିକ ସଙ୍ଗଠନ । ସୁକିନ୍ଦା ମାଟି ର ପୁଅ ଓ ନୂତନ ସଂଘଠନ ଶ୍ରମିକ ଙ୍କ ମନୋବଳ ଓ ବିଶ୍ୱାସ କୁ ସୁଦୃଢ କରିବା ସହ ଶ୍ର

ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ ସହ ଅନ୍ୟ ସଂଗଠନ ସହାୟତାର ହାତ ବଢ଼ାଇଲେ l

Image
ବ୍ୟୁରୋ ରିପୋର୍ଟ :- ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ, ଉଦ୍ଧାର ଫାଉଣ୍ଡେସନ, କ୍ୟାଚ ଚାରିଟେବୁଲ ଟ୍ରଷ୍ଟ ଓ ଉତ୍କଳ ସେବକ ସଂଘ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂଗଠନ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସଭାପତି ପ୍ରଶାନ୍ତ କୁମାର ପାତ୍ର ଓ ଆଳି ବ୍ଲକ ସଭାପତି ଶରତ କୁମାର ପାତ୍ରଙ୍କ ତତ୍ୱାବଧାନରେ - ସମ୍ପ୍ରତି ଭୟଙ୍କର ତାଣ୍ଡବ ରଚିଥିବା ବାତ୍ୟା - ଦାନା ରେ ପ୍ରଭାବିତ ହୋଇଥିବା ସାତଭାୟା ଅଞ୍ଚଳର ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ଥଇଥାନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସେଠାରେ ନିଜର ଟିମ ସହ ପହଂଚିଥିଲେ , ଅନେକ ଲୋକଙ୍କ ଘରେ ପାଣି ପଶିବା ସହ , ମାଟି କାନ୍ଥ ଗୁଡିକ ପଡି ନଷ୍ଟ ହୋଇଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା, ସ୍ବେଛାସେବୀମାନେ ସେମାନଙ୍କୁ ବିଭିନ୍ନ ଦିଗରେ ନିଜର ସାମର୍ଥ୍ୟ ଅନୁସାରେ ସହଯୋଗ କରିବା ସହ ଶୁଖିଲା ଖାଦ୍ୟ , ପାଣି ବୋତଲ , ମହମବତୀ, ଚୁଡା ଓ ବିସ୍କୁଟ ଆଦି ପ୍ୟାକେଟ ପ୍ରାୟ ୮୦୦ ରୁ ଉର୍ଦ୍ଧ ପ୍ରଭାବିତ ଲୋକ ମାନଙ୍କୁ ବଣ୍ଟନ କରିଥିଲେ  - ବଗପାଟିଆ, ଚାରିଘରିଆ, ପେଣ୍ଠ ଉପକୂଳବାସୀ ଲୋକମାନଙ୍କର ଭଙ୍ଗା ଘର ଗୁଡିକ ମରାମତି ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅଟକି ଥିବା କାର୍ଯ୍ୟ ଗୁଡିକ ତୁରନ୍ତ ବୁଝିବା ସହ ସେମାନଙ୍କ ଥଇଥାନ ସମ୍ପର୍କରେ ସରକାରଙ୍କୁ ଏକ ଦାବୀ ପତ୍ର ଦେବା ପାଇଁ ବ୍ୟବସ୍ଥା

ସାମ୍ବାଦିକଙ୍କୁ ବିଡିଓଙ୍କ ମାଡ଼ ପ୍ରତିବାଦରେ ଏସ୍ ୟୁ ଯେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ l

Image
ଯାଜପୁର :- "ଏସୟୁଜେ ଓଡ଼ିଶା" ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲା ସଭାପତି ତଥା News -7 ର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଙ୍କୁ ସ୍ଥାନୀୟ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଖବର ସଂଗ୍ରହ କରିବାକୁ ଯାଇଥିବା ଧିରେନ୍ଦ୍ର ଅପମାନ ଓ ଆକ୍ରମଣର ସମ୍ମୁଖୀନ ହେବା ପରେ ପୋଲିସ୍ ନିକଟରେ ବିଡ଼ିଓ ଙ୍କ ବିରୁଦ୍ଧରେ ଏତଲା ଦେବାକୁ ଯାଇଥିବା ବେଳେ ଓଲଟି ପୋଲିସ ତାଙ୍କୁ ରାତି ଅଧରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ନେଇ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ, ଯାଜପୁର ଙ୍କୁ ପ୍ରଦାନ କରାଯାଇଛି । ଏହି ଅନ୍ୟାୟ ଓ ଅଗଣତାନ୍ତ୍ରିକ ଘଟଣାର ତଦନ୍ତ କରି ସରକାର ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିଲେ ଏହି ଘଟଣା କୁ ନେଇ ଦୃଢ଼ ପ୍ରତିବାଦ କରିବ ଏସ୍ ୟୁ ଯେ ଓଡିଶା । ସୂଚନା ଥାଉକି ସୁବର୍ଣ୍ଣପୁର ବ୍ଲକ କାର୍ଯ୍ୟାଳୟକୁ ୫-ଟି ଦୁର୍ନୀତି ର ଖବର ସଂଗ୍ରହ କରିବାକୁ ଯାଇଥିବା ନିଉଜ -୭ ଟେଲିଭିଜନ ଚ୍ୟାନେଲ ର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀ ଙ୍କୁ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ତାଙ୍କ ଚ୍ୟାମ୍ବର ମଧ୍ୟରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ୫-ଟି ଦୁର୍ନୀତି ଏବଂ ମିଥ୍ୟା ବିଲ୍ ସମ୍ପର୍କରେ ତଥ୍ୟ ପ୍ରମାଣ ସହିତ ଶ୍ରୀ ଦାନୀ ବିଡ଼ିଓ ସୌମ୍ୟର

ନୂଆ ବାଘୁଣୀ ଯମୁନା ର ଶିମିଳିପାଳ ରେ ପ୍ରଥମ ଶିକାର l

Image
  ବାରିପଦା(ବ୍ୟୁରୋ ରିପୋର୍ଟ) :- ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଯମୁନା ବାରାହା ଶିକାର କରିଛି। ସଫ୍ଟ ଏନକ୍ଲୋଜର ମଧ୍ୟରେ ବୁଧବାର ରାତିରେ ଏକ ବାରାହା ଛଡା ଯାଇଥିବା ବେଳେ ସେ ତାହାକୁ ଶିକାର କରିଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନିଙ୍କ ଠାରୁ ସୂଚନା ମିଳିଛି। ମହାରାଷ୍ଟ୍ରର ଚନ୍ଦ୍ରଗିରି ଜିଲ୍ଲାର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ସ୍ବତନ୍ତ୍ର ଯନ୍ତା ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୯୦୦ କିଲୋମିଟର ଯାତ୍ରା କରି ୨ବର୍ଷ ୭ମାସ ବୟସର ଯମୁନା ଶିମିଳିପାଳରେ ପହଁଚିଥିଲା। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ କବାଟଘାଇ ଠାରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଗତ ସୋମବାର ସକାଳେ ଛଡା ଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏକ ଟିମ ବାଘୁଣୀର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ଶିକାର କରିବା ପାଇଁ ପ୍ରଥମ କରି ବାରାହା ପ୍ରଦାନ କରାଯାଇଛି।  ଶିମିଳିପାଳର ଜଳବାୟୁ ଓ ପରିବେଶ ସହିତ ଖାପ ଖୁଆଇ ବାଘୁଣୀ ରହିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଯମୁନା ଶିକାର କରିଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ଏନକ୍ଲୋଜର ମଧ୍ୟରେ ସୁନ୍ଦର ଭାବେ ଚଳପ୍ରଚଳ କରୁଛି। ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏକ ଟିମ ଯମୁନାର ଗତିବିଧି ନିରୀକ୍ଷଣ କରୁଛନ୍

ନୂତନ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ରାଜ୍ୟ ସରକାର ବୁଧବାର ମହିଳା କମିଶନ ଭଙ୍ଗ କରିଛନ୍ତି। ସରକାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇବା ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଡ. ମିନତି ବେହେରା ନିଯୁକ୍ତି ପାଇଥିଲେ। ଆଜି ତାଙ୍କୁ ପଦରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ଏହାସହିତ ରାଜ୍ୟରେ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା ଓ ଅନ୍ୟ ୪ଜଣ ସଦସ୍ୟା ସ୍ପର୍ଣ୍ଣଲତା ସାମଲ, ସୁଜାତା ଦିଗଲ, ବବିତା ସ୍ୱାଇଁ ଓ ବିଜୟା ବରୱାଙ୍କୁ ତତ୍କାଳ ପ୍ରଭାବରୁ ହଟାଇ ଦିଆଯାଇଛି । ଏନେଇ ଖୁବଶୀଘ୍ର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ଉଲ୍ଲେଖଯୋଗ୍ୟ, ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୪ଜଣ ସଦସ୍ୟା ସମସ୍ତେ ବିଜେଡିର ସକ୍ରିୟ ଆଗଧାଡ଼ିର ନେତ୍ରୀ ଥିଲେ । ବିଜେଡି ସରକାରରେ ସେମାନଙ୍କୁ ଏହି ମହିଳା ଆୟୋଗରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତୀ ବେହେରାଙ୍କୁ ୨୦୨୨ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କ