ନାବାଳିକାକୁ ବଳାତ୍କାର ଅଭିଯୋଗ ରେ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା l
ଢେଙ୍କାନାଳ ସଦର (ବ୍ୟୁରୋ ରିପୋର୍ଟ) :- ତା ୧୧/୧୧ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ ଆନୁକୂଲ୍ୟରେ ସଂଘର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକ ଙ୍କ ନେତୃତ୍ୱ ଓ ସାଧାରଣ ସମ୍ପାଦକ ଚିତ୍ରସେନ ନାୟକଙ୍କ ଉପସ୍ଥିତିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। https://youtu.be/PypTY9NKHCE?si=F02ROiQZFz_ygH9h ଢେଙ୍କାନାଳ ଜିଲ୍ଲାରେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମାନଙ୍କୁ ଅବହେଳା ପ୍ରଦର୍ଶନ କରୁଛନ୍ତି ଓ ଏସି ଏସଟି ପୋସ୍କୋ Act କୁ ଉଲ୍ଲଙ୍ଘନ କରୁଛନ୍ତି। ସ୍ୱତନ୍ତ୍ର ଆଇନ କୁ ପୋଲିସ ନିଜକୁ ଜଜ ଭାବି ଅଭିଯୁକ୍ତ ମାନଙ୍କୁ ବେଲ ଦେଇ ଖସିଯିବାକୁ ସୁଯୋଗ ଦେଉଛି। ଫଳରେ ସଦର ଥାନା କେଶ ନଂ ୬୦୫,ତାରିଖ ୨୩/୦୭/୨୦୨୪ ରେ ରେଜିଷ୍ଟ୍ରସନ କରି ତଦନ୍ତ ନ କରିବାରୁ ଅଭିଯୁକ୍ତ ଲିଟୁ ରାଉତ, ପିତା-ବେଣୁଧର ରାଉତ ନାବାଳିକା କୁ କଟକ ରେ ବିଭିନ୍ନ ଜାଗାରେ ରଖି ବଳପୂର୍ବକ ଶାରୀରିକ ସମ୍ପର୍କ ରଖି ୩ମାସର ଗର୍ଭବତୀ କରିବା ପରେ ଜୀବନରେ ମାରିଦେବାକୁ ଯୋଜନା କରୁଥିବାବେଳେ ନାବାଳିକା ଖସିଯାଇ ଆଠଗଡ ବସ୍ ଷ୍ଟାଣ୍ଡ ରୁ ଯୋଗାଯୋଗ କରିବାରେ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପୀଡ଼ିତାକୁ ଉଦ୍ଧାର କରି ମାଆ କୁ ହସ୍ତାନ୍ତର କରି ଦେଇଛି। ପୀଡିତାଙ୍କ ମାଆ ଜଣେ ଅନୁସୂଚିତ ଜନଜାତି, ଶବର ଜାତିର ବିଧ