ଚଙ୍ଗରିଆ ଥପାପଡା ରେ ୨ୟ ବର୍ଷ ଅଷ୍ଟ ପ୍ରହର ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ।
ପାଟଣାଗଡ (ବ୍ୟୁରୋ ରିପୋର୍ଟ):- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଚଙ୍ଗରିଆ ଥପାପଡା ଠାରେ ଦ୍ଵିତୀୟ ବର୍ଷ ଭବ୍ୟ ଆୟୋଜନ ମଧ୍ୟରେ ଅଷ୍ଟ ପ୍ରହର ନାମଯଜ୍ଞ ମହାସମାରୋହରେ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି ।ବୈଶାଖ ମାସର ୩୦ ତାରିଖ ଗୁରୁବାର ପୂର୍ଣ୍ଣ କଳଶ ସ୍ଥାପନ ସହ ଅପରାହ୍ନରେ ୩ .୩୦ ନାମରମ୍ଭ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ବର୍ଷ ନାମଯଜ୍ଞରେ ଶତାଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ଏଥିରେ ୭ଟି ସଙ୍କୀର୍ତ୍ତନ ଦଳ ଭବାନୀ ଶଙ୍କର ସଂକିର୍ତ୍ତନ ଦଳ ଚଙ୍ଗରିଆ, ରାଧାକୃଷ୍ଣ ମହିଳା ସଂକିର୍ତ୍ତନ ଦଳ ତରାଗାଁ , ଦନ୍ଦରାବାହାଲ ସଂକିର୍ତ୍ତନ ଦଳ, ଜୟ ମାଁ ତାରିଣୀ ମହିଳା ସଂକିର୍ତ୍ତନ ଦଳ ଚକାମାଳ, ରାଧାକୃଷ୍ଣ ସଂକିର୍ତ୍ତନ ଦଳ ଖେମେଡ ଖାର ,ଲୁହାଖାନ ସଂକିର୍ତ୍ତନ ଦଳ ଯୋଗଦେଇ ସଂକିର୍ତ୍ତନ ପରିବେଷଣ କରିଥିବା ବେଳେ ବିପିନ ମେହେର ଓ ତାଙ୍କ ଧର୍ମପତ୍ନୀ ସୈଲେନ୍ଦ୍ରୀ ମେହେର ଯଜ୍ଞ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ। ପଣ୍ଡିତ ଡୋଲାମଣି ରଥ ଓ ନୀଳମଣି ରଥ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଅଖଣ୍ଡ ଅଷ୍ଟପ୍ରହରୀ ନାମ ଯଜ୍ଞ ଥପାପଡା ଙ୍କ ତତ୍ତ୍ୱାବଧାନ ସହ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ନାମଯଜ୍ଞ ପରିଚାଳନା କମିଟି ସଭାପତି ଲଲିତ ବାଗ , ଗୋପିନାଥ ଦଣ୍ଡସେନା, ହେମ ସାଗର ରଥ , ନବିନ ଧରୁଆ, ସଂପାଦକ ଦୟାମୟ ଥପା, ଗୌରଚନ୍ଦ୍ର ବଗାର, ମିଥୁନ ବାଗ, ନେପାଳ ବାଗ, କ...