ଉପାନ୍ତ ଅଞ୍ଚଳରେ ପଶୁ ଚିକିତ୍ସା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

ଯାଜପୁର /ସୁକିନ୍ଦା - କଟକ ଡିଭିଜନ ସୁକିନ୍ଦା ବନ ବିଭାଗ ପକ୍ଷରୁ ମହାଗିରି ପାଦଦେଶରେ ଥିବା ଗ୍ରାମଗୁଡିକ ର ଗୃହପାଳିତ ପ୍ରାଣୀଙ୍କର ଟିକାକରଣ ଓ ଚିକିତ୍ସା ଶିବିର ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବନ୍ଧଗାଁ ପଞ୍ଚାୟତ ର ରାଙ୍କିଆ, ପିମ୍ପୁଡିଆ ପଞ୍ଚାୟତ ର ବାମନଗର ଗ୍ରାମର ଗୃହପାଳିତ ପଶୁ ମାନଙ୍କୁ ଟିକାକରଣ କରାଯାଇଥିଲା। ସୁକିନ୍ଦା ପ୍ରାଣୀ ଚିକିତ୍ସାଳୟ ସହାୟତା ରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁଖେନ୍ଧୁ ରାୟଙ୍କ ନେତୃତ୍ବରେ ଚିକିତ୍ସକ ଦଳ ଗୃହପାଳିତ ପ୍ରାଣୀଙ୍କ ଠାରେ ହେଉଥିବା ଆନ୍ଥ୍ରାକ୍ସ, ବସନ୍ତ, କୃମି ନାସକ, କ୍ୟାଲ୍ସିୟମ୍, ଫାଟୁଆ ଆଦି ରୋଗର ନିରାକରଣ ପାଇଁ ବିଭିନ୍ନ ଔଷଧ ଓ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ। ଏହି ଅବସରରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ବିପିନ ବିହାରୀ ରାଉତରାୟ ଙ୍କ ନିର୍ଦ୍ଦେଶରେ ଫରେଷ୍ଟର ନରେସ୍ ଟୁଡୁ, ଫରେଷ୍ଟ ଗାର୍ଡ ସୁଶାନ୍ତ ନାୟକ, ବିମଳ ବରାଳ ପ୍ରମୁଖ ବନବିଭାଗ କର୍ମଚାରୀ ଏହି ଚିକିତ୍ସା ଶିବିରକୁ ପରିଚାଳନା କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।