ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ ସହ ଶାନ୍ତିପୂର୍ଣ ବିକ୍ଷୋଭ ଦ୍ୱିତୀୟ ଦିନରେ I


ବ୍ୟୁରୋ ରିପୋର୍ଟ :-ଓଡିଶାରୁ ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ସମ୍ପୂର୍ଣ ଉଚ୍ଛେଦ ଦାବିରେ ଅଗଷ୍ଟ ୧୬ ତାରିଖ ଠାରୁ ସପ୍ତାହ ବ୍ୟାପି ସାରା ରାଜ୍ୟରେ କଳା ବ୍ୟାଚ୍ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଦ୍ୱିତୀୟ ଦିନରେ ।
  ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତାହ ବ୍ୟାପି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଦ୍ୱାରା କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଉଛି। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ,ସାମଜିକ ସୁରକ୍ଷା,କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ, ପୋଲିସ ଏବଂ ଅଗ୍ନିଶମ ଆଦି ବିଭିନ୍ନ ବିଭାଗ ରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲା, ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭକରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେଇଥିଲେ। ଛଅ ବର୍ଷୀୟା ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ପ୍ରଦାନ ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଯୋଗ ଆଦି ୩ଟି ମୁଖ୍ୟ ଦାବି ସହ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟରେ ମହଙ୍ଗା ଭତ୍ତା, ଘରଭଡା ଏବଂ ସମସ୍ତ ସରକାରୀ ଅନୁସଙ୍ଗିକ ସୁବିଧା ଇତ୍ୟାଦି ପ୍ରଦାନ ନେଇ ନେଇ କଳା ବ୍ୟାଚ୍ ପରିଧାନ ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ସମାବେଶ ସାରା ରାଜ୍ୟରେ ଅଗଷ୍ଟ ୧୬ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।ପୋଲିସ ଏବଂ ଅଗ୍ନିଶମ ଭଳି ଜରୁରୀକାଳୀନ ବିଭାଗ ପ୍ରତ୍ୟକ୍ଷ ଭାବେ କଳାବ୍ୟାଚ ପରିଧାନ ଏବଂ ଆନ୍ଦୋଳନ ରେ ସାମିଲ ନଥାଇ ମଧ୍ୟ ପରୋକ୍ଷ ରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରତେକ ଜିଲ୍ଲା ସଦର ଥାନା, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ରେ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କ ଦାବିଗୁଡିକୁ ପୂରଣ ନକରନ୍ତି ତେବେ ଚୁକ୍ତିଭିତ୍ତିକ ମହାସଂଘର ପୂର୍ଵ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଅଗଷ୍ଟ ଶେଷ ସପ୍ତାହରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନ ରେ ସାମିଲ ହେବେ ବୋଲି ଏକ ପ୍ରେସ୍ ରିଲଜ୍ ଦ୍ୱାରା ମହାସଂଘର ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା,ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ,ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ,ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ,ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ, ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି ,ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।