ବିରଳ ପ୍ରଜାତିର ୧୬ ଫୁଟର ଅହିରାଜ ସାପ ଉଦ୍ଧାର l

ଯାଜପୁର (ସୁକିନ୍ଦା) :- ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ରାହାଷୋଳ ସେକ୍ସନ ସୁକ୍ରଙ୍ଗି ଗ୍ରାମର ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ଆଜି ଏକ ବିରଳ ପ୍ରଜାତିର ୧୬ ଫୁଟର ଅହିରାଜ ସାପ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟ ଆଜି ଦିନ ସମୟରେ ଏହି ଅହିରାଜ ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇ ତୁରନ୍ତ ପ୍ରଶିକ୍ଷିତ ସାପ ଧରାଳି ମିହିର ଚନ୍ଦ୍ର ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ମିହିର ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସତର୍କତା ଅବଲମ୍ବନ କରି ସୁବଳ ଦେହୁରୀଙ୍କ ଘର ପାର୍ଶ୍ଵରେ ଥିବା କାଠ ଗଦା ମଧ୍ୟରୁ ୧୬ ଫୁଟର ଅହିରାଜ ସାପଟିକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।