କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ନୂତନ ଭାବେ ନିର୍ମିତ ହେବାକୁ ଥିବା ଶିଳ୍ପ ପ୍ରତିଷ୍ଠା ପାଇଁ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ ଅନୁଷ୍ଠିତ l(ପୂର୍ଣ୍ଣ ସମର୍ଥନ ସହ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ ଶେଷ)


ଯାଜପୁର /କଳିଙ୍ଗନଗର ତା ୨୮/୦୫ :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ନୂତନ କାରଖାନା ପ୍ରତିଷ୍ଠା ନିମନ୍ତେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି ପରିପ୍ରେକ୍ଷୀରେ ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଗ୍ରାମରେ ମେସର୍ସ ସିରିଏସ୍ ସ୍ପେଶାଲିଷ୍ଟ କେମିକାଲ ପ୍ରାଇଭେଟ ଲିମିଟେଡ ଦ୍ଵାରା ପ୍ରସ୍ତାବିତ ଗ୍ରୀନଫିଲ୍ଟ ୨୦୦୦୦୦ ଟି.ପି.ଏ କ୍ଷମତା ବିଶିଷ୍ଟ କୋଲତାର ଡ଼ିଷ୍ଟିନେସନ ୟୁନିଟ୍ ଓ ୧୦୦୦୦୦ ଟି.ପି.ଏ କ୍ଷମତା ବିଶିଷ୍ଟ କାର୍ବନ୍ ବ୍ଲାକ୍ ସହିତ ୧୧ ମେଗାୱାଟ୍ ପାୱାର ପ୍ଲାଣ୍ଟ ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ କାରଖାନା ର ନିକଟବର୍ତ୍ତୀ ପଞ୍ଚାୟତ ମାନଙ୍କରୁ ପଞ୍ଚାୟତ ପ୍ରତିନିଧି ଓ ସାଧାରଣ ଲୋକଙ୍କ ପରାମର୍ଶ ଲୋଡ଼ା ଯାଇଥିଲା l ଦାନଗଦୀ ଭବନ ଠାରେ ଅନୁଷ୍ଠିତ ଏହି ଜନଶୁଣାଣି କୁ ପୂର୍ଣ୍ଣ ବହୁମତ ମିଳିଥିବା ବେଳେ କମ୍ପାନୀ ପକ୍ଷରୁ ସ୍ଥାନୀୟ ନିଯୁକ୍ତି ଓ ପାରିପାଶ୍ବିର୍କ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ନିହାର ରଂଜନ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଧିକାରୀଙ୍କ ସହ ପୋଲିସ୍ ପ୍ରଶାସନ ର ମୁଖ୍ୟ ଅଧିକାରୀ ଉପସ୍ଥିତ ଥିଲେ l ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପ୍ରଯ୍ଯାପ୍ତ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।