Posts

ଓଡ଼ିଶାରୁ ତେଲେଙ୍ଗାନା ରାଜ୍ୟ କୁ ଯିବ ଅକ୍ସିଜେନ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ଓଡ଼ିଶାରୁ ଆକ୍ସିଜେନ ଯିବ ତେଲେନନା। ସେଥିପାଇଁ ଏୟାରଫୋର୍ସ କାର୍‌ଗୋ ବିମାନରେ ୪ଟି ଖାଲି ଟ୍ୟାଙ୍କର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ଆଗକୁ ଆହୁରି ୫ଟି ଟ୍ୟାଙ୍କର ଆସିବ। ଏନେଇ ସୂଚନା ଦେଇଛନ୍ତି ତେଲେଙ୍ଗାନାରୁ ଆସିଥିବା ଅଧିକାରୀ। ଏୟାରଫୋର୍ସ କାର୍‌ଗୋରେ ଆସିଥିବା ଟ୍ୟାଙ୍କର ଗୁଡ଼ିକ ଆଜି ସଡ଼କ ପଥରେ ରାଉରକେଲା ଯିବ। ସେଠାରୁ ଅର୍ଥାତ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଆକ୍ସିଜେନ୍‌ ଭର୍ତ୍ତି ତେଲେଙ୍ଗାନା ଅଭିମୁଖେ ଯାତ୍ରା କରିବ। ତେଲେଙ୍ଗାରେ ବିଭିନ୍ନ ମେଡିକାଲ୍‌ରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ଟ୍ୟାଙ୍କର ଗୁଡ଼ିକ ଆସିଛି। ସମୟ ବଞ୍ଚାଇବା ପାଇଁ ତେଲେଙ୍ଗାନା ସରକାର ଏପରି ପଦକ୍ଷେପ ନେଇଛନ୍ତି। ଅକ୍ସିଜେନ୍‌ ଅଭାବରୁ ମହାରାଷ୍ଟ୍ର ଓ ଦେଶର ରାଜଧାନୀ ଦିଲ୍ଲୀରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା। ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନେ ଅକ୍ସିଜେନ୍‌ ନପାଇ ଜୀବନ ହାରୁଥିଲେ। ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଯଥା ଶୀଘ୍ର ଅକ୍ସିଜେନ୍‌ ଯୋଗାଇବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରସରକାର ପରାମର୍ଶରେ ଗତକାଲି ଦିଲ୍ଲୀ ଓ ମହାରାଷ୍ଟ୍ରକୁ ଅକ୍ସଜେନ୍‌ ଯୋଗାଇଥିଲେ। ଏଥିପାଇଁ ମହାରାଷ୍ଟ୍ର

ବି.ଆଇ.ପି.ଏଫ୍. ପକ୍ଷରୁ ପାନୀୟ ଜଳ ଯୋଗାଣ l

Image
  ଯାଜପୁର (ସୁକିନ୍ଦା) - ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍(ଇମ୍ଫା ର ସାମାଜିକ ଦାୟିତ୍ୱବୋଧ ସଂସ୍ଥା) ତରଫରୁ ଚଳିତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସୁକିନ୍ଦା ବ୍ଲକ ର ଦୁଦୁଜୋରି ଗ୍ରାମପଞ୍ଚାୟତର ୧୫ ଗୋଟି ଗ୍ରାମକୁ ପାନୀୟଜଳ ଯୋଗାଣ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ନାୟକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଇମ୍ଫା ର ବରିଷ୍ଠ ଲୋକସମ୍ପର୍କ ପରିଚାଳକ ଜଗନ ମୋହନ ମଲ୍ଲିକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଉପସ୍ଥିତ ଥିଲେ l ଏହି ଅବସରରେ ୩ଟି ପାନୀୟ ଜଳ ଯୋଗାଣ ଟ୍ୟାଙ୍କର ନିୟୋଜନ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ଇମ୍ଫା ର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର ପରିଚାଳନା କରିଥିବା ବେଳେ ବି.ଆଇ.ପି.ଏଫ୍. ର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି ସହାୟତା କରିଥିଲେ l ଏହିଭଳି ମହତ୍ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରସଂଶା କରିଛନ୍ତି I  B.I.P.F. Drinking water supply.   Jajpur (Sukinda) - The Banshidhar Ila Panda Foundation (Imfa's Social Responsibility Agency) has taken up the program to supply drinking water to 15 villages in the Dudujori gram panchayat of Sukinda block in view of the ongoing summer flow

ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ ସମାବେଶ l

Image
ଯାଜପୁର (ସୁକିନ୍ଦା) : - ପବିତ୍ର ମହା ବିଷୁବ ସଂକ୍ରାନ୍ତୀ ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ କୋଭିଡ କଟକଣା ପାଳନ କରାଯାଇ ବିଷୁବ ମିଳନ ଉତ୍ସବ ପାଳିତ ହୋଇଥିଲା l ଏହି ଉପଲକ୍ଷେ କବିତା ପାଠୋତ୍ସବ, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟlୟରେ ଅନୁଷ୍ଠିତ କବିତାପାଠୋତ୍ସବକୁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଗୋବର୍ଦ୍ଧନ ପ୍ରଧାନ ସଂଚାଳନ କରିଥିବା ବେଳେ କlଞ୍ଚନବାଳା ମଲ୍ଲ,ମୀନର୍ଭl ମହାପାତ୍ର ଓ ଶ୍ଵେତାଶ୍ରୀ ମହାରଣା ସଂଯୋଜନା କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ସାରସ୍ୱତ ସମାରୋହରେ ଭାଷାବିତ ଓ ଜଗନ୍ନାଥ ତତ୍ତ୍ୱ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସାହିତ୍ୟରେ ନିର୍ଭିକତା ଓ ସତ୍ୟାନୁସନ୍ଧlନ ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ l ସୁକିନ୍ଦା ଏକ ବହୁ ପୁରାତନ ଗଡଜାତ ରାଜ୍ୟ ଓ ଏହାର ସାହିତ୍ୟ ମଧ୍ୟ ବହୁ ପୁରାତନ, ଯାହାକି ଶ୍ରୀରାମଚନ୍ଦ୍ର ଭବନରେ ଥିବା ଫଟୋଚିତ୍ରରୁ ପ୍ରମାଣିତ ହୁଏ ବୋଲି କହିଥିଲେ l ମୁଖ୍ୟବକ୍ତାଭାବେ ଯୋଗଦେଇ ସାହିତ୍ୟାଚାର୍ଯ୍ୟ ପଣ୍ଡିତ ଭୂପତି ଭୂଷଣ ମିଶ୍ର ସମାଜରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ l ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ସୃଷ୍ଟିହେବା ଉପରେ ସେ ଗୁରୁତ୍ୱ ଆରୋ

ନେତାଜୀ ସୁଭାଷ ସେନା ତରଫରରୁ ବୁଲା ଗାଈ ଗୋରୁ ମାନଙ୍କ ପାଇଁ ପାଣି କୁଣ୍ଡ ସ୍ଥାପନ I

Image
କଟକ (ବ୍ୟୁରୋ ରିପୋର୍ଟ) - ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ନେତାଜୀଙ୍କ ନୀତି ଓ ଆଦର୍ଶ କୁ ନେଇ କାର୍ଯ୍ୟ କରି ଆସିଛ।ସମ୍ପ୍ରତି ଖରାଦିନ କୁ ଆଖିଆଗରେ ରଖି ସୁଭାଷ ସେନା ଭୁବନେସୋର ର ଚନ୍ଦ୍ରଶେଖରପୁର, ଡୁମୁଡୁମା, ପଟିଆ, ନୀଳାଦ୍ରି ବିହାର ର ବିଭିନ୍ନ ବସ୍ତି ଛକ ମାନଙ୍କରେ ଦୁଇ ଶହ ଟି ପାଣି କୁଣ୍ଡ ସ୍ଥାପନ କରିଛି।ଯାହା ଫଳରେ ବୁଲା ଗାଈ ଗୋରୁ ମାନେ ଆଉ ଟାଣ ଖରାରେ ଶୋଷ ରେ ଆଉଟୁ ପାଉଟୁ ହେବେ ନାହିଁ।ସୁଭାଷ ସେନା ର ଏହି ମହାନ କାର୍ଯ୍ୟ ରେ କାଶୀ ବିଶ୍ଵନାଥ ବାରିକ ଓ ଅଜିତ ଦାସ ମୁଖ୍ୟ ଭୂମିକା ଲିଭାଇ ଥିଲେ। Netaji Subhash Sena set up a water tank for Bula cows. Cuttack (Beuro Report) - Netaji Subhash Sena in Nuabazar has always acted in accordance with Netaji's policies and ideals. As a result, Kashi Bishwanath Barik and Ajit Das played a key role in this great task of the Subhash Sena.

ଇମ୍ଫା ମହାଗିରି ଖଣିରେ ଜଳ ବିଶୋଧନ ପ୍ଲାଣ୍ଟ ଉଦଘାଟିତ l

Image
 ଯାଜପୁର (ସୁକିନ୍ଦା):-ଇମ୍ଫା ପରିଚାଳିତ ସୁକିନ୍ଦା ଉପତ୍ୟକାସ୍ଥିତ ମହାଗିରି କ୍ରୋମାଇଟ ଖଣିଠାରେ ଘଣ୍ଟା ପ୍ରତି 6ହଜାର ଲିଟର ବିଶୋଧନ କ୍ଷମତା ବିଶିଷ୍ଟ ଜଳ ବିଶୋଧନ ପ୍ଲାଣ୍ଟ (ଡବ୍ଲୁଟିପି)ଗତ ୭ ତାରିଖରେ ଉଦଘାଟିତ ହୋଇଯାଇଛି l ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଏହାକୁ ଉଦଘାଟନକରି ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ପାନୀୟଜଳ ଉପଯୋଗୀ ଏହି ପ୍ଲାଣ୍ଟର ଉଚ୍ଚ ପ୍ରଶଂସା କରି ଅନ୍ୟ ଖଣି ମାନଙ୍କ ପାଇଁ ଏହା ଉଦାହରଣ ହେବ ବୋଲି କହିଥିଲେ l ଉଦଘାଟନୀ ଉତ୍ସବରେ ଇମ୍ଫାର ବରିଷ୍ଠ ଉପସଭାପତି ତଥା ଖଣି ବ୍ୟବସାୟ ୟୁନିଟ ମୁଖ୍ୟ ସଞ୍ଜୀବ ଦାସ ଯୋଗଦେଇ ନୂତନଭାବେ ସ୍ଥାପିତ ଏହି ପ୍ଲାଣ୍ଟର ଉପାଦେୟତା ବର୍ଣ୍ଣନାକରି ଖଣିରୁ ନିର୍ଗତ ଭୁତଳ ଜଳ କୌଣସି ରାସାୟନିକ ବିନା ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି କହିଥିଲେ l କାଳିଆପାଣି ସରପଞ୍ଚ କଳ୍ପନା ଜେନା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଖଣି ଉପ ସଭାପତି ସୁଧାଂଶୁ ପାଟନୀ ଧନ୍ୟବାଦ ଅର୍ପଣ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l Water treatment plant inaugurated at Impha Mahagiri mine.  Jajpur (Sukinda): A water treatment plant (WTP) with a capacity of 6,000 liters per hour has been inaugurated at the Mahagiri chromite mine in the Sukinda Va

ବି. ଆଇ. ପି. ଏଫ୍. ସୁକିନ୍ଦା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମୁଖ ଇଞ୍ଜିନିୟରିଂ କମ୍ପାନୀ ରେ ନିଯୁକ୍ତି l

Image
ଯାଜପୁର (ସୁକିନ୍ଦା) - ବି. ଆଇ. ପି. ଏଫ୍. ସୁକିନ୍ଦା ଆଇ ଟି ଆଇ ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ କ୍ୟାମ୍ପସ୍ ପ୍ଲେସମେଣ୍ଟ ରେ ବହୁରଷ୍ଟ୍ରୀୟ ଇଞ୍ଜିନିୟରିଙ୍ଗ କମ୍ପାନୀ ଏଲ୍ ଆଣ୍ଡ୍ ଟି ଲିମିଟେଡ ୨୦୧୮-୨୦ ବର୍ଷ ର ୫୩ ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରଶିକ୍ଷକ ଭାବେ ଚୟନ କରିଛି l ସେମାନଙ୍କ ମଧ୍ୟରୁ ୩୨ ଜଣ ଫିଟର ୨୧ ଜଣ ଇଲେକ୍ଟ୍ରିକାଲ୍ ରେ ସ୍ଥାନ ପାଇଛନ୍ତି l ମନୋନୀତ ୫୩ ଜଣ ଛାତ୍ରଛାତ୍ରୀ ଙ୍କୁ କଟକ ଗୋପାଳପୁର ଠାରେ ଥିବା ଏଲ୍ ଏଣ୍ଡ୍ ଟି କମ୍ପାନୀ ର ସିଏସ୍ ଟି ଆର୍ ତାଲିମ୍ କେନ୍ଦ୍ରରେ ମାସିକ ଷ୍ଟାଇପେଣ୍ଡ ଓ ମାଗଣା ରହିବା ସୁବିଧା ସହିତ ତିନି ମାସ ର ନିଯୁକ୍ତି କାଳୀନ ତାଲିମ୍ ଚାଲୁ ରଖିଛନ୍ତି l ଏହି ତିନି ମାସ ତାଲିମ୍ କର୍ଯ୍ୟ ପରେ ସେମାନଙ୍କୁ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ ରେ ମାସିକ ପ୍ୟାକେଜ ସହିତ କମ୍ପାନୀ ବିଭିନ୍ନ ସ୍ଥାନରେ ଥିବା ପ୍ରୋଜେକ୍ଟ ରେ ନିଯୁକ୍ତ କରିବ I ପୂର୍ବରୁ ଏଲ୍ ଏଣ୍ଡ ଟି କମ୍ପାନୀ ୨୦୧୭-୧୯ ବ୍ୟାଚ୍ ବି. ଆଇ. ପି. ଏଫ୍ର. ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେଇଥିଲେ, ଯେଉଁମାନେ କି ଆଜି ମାସିକ ୨୦୦୦୦ ରୁ ଅଧିକ ବେତନରେ କାର୍ଯ୍ୟରତ ଅଛନ୍ତି l ୨୦୧୬ ମସିହା ରେ ଯାଜପୁର ଜିଲ୍ଲା ର ସୁକିନ୍ଦା ଠାରେ ପ୍ରତିଷ୍ଠିତ ବି. ଆଇ. ପି. ଏଫ୍. ଆଇ ଟି ଆଇ ଅତ୍ୟାଧୁନିକ ଗୁଣାତ୍ମକ ଆବସିକ ଶିଳ୍ପ ତାଲିମ କେନ୍ଦ୍ର ଯାହାକି ଇଣ୍

ଯୁବ ପ୍ରତିଭା ଙ୍କ ନୂତନ ଉଦ୍ଭାବନ l

Image
ଯାଜପୁର - ଆଜିର ଦିନରେ ପେଟ୍ରୋଲ ମୂଲ୍ୟ ଯେପରି ଭାବରେ ବୃଦ୍ଧି ପାଇବାରେ ଲାଗିଛି, ମଣିଷ ପୁଣି ସେହି ପୂର୍ବ ଯୁଗକୁ ନେଇ ଚଳିବାକୁ ମାନସିକ ଚିନ୍ତା କରୁଛି, ସାଂସାରିକ ଜୀବନ ପରିଚାଳିତ କରିବାକୁ ପୁଣି ଶୂନଗାଡି (ସାଇକେଲ୍) ଆପଣେଇବାକୁ ପଡିପାରେ l ଏହି ତେଲ ଦର ବୃଦ୍ଧି ନେଇ କିଏ ନିଜର ଦକ୍ଷତା ବିକାଶ କରି ସୋଲାର ତ କିଏ ରିଚାର୍ଜ ଦୁଇଚକିଆ ଯାନ ଓ ଚାରିଚକିଆ ଯାନ କୁ ଚଳେଇବା ପାଇଁ ପ୍ରୟାସ ଜାରି ରଖିଛି l କିନ୍ତୁ ଆମେ ଆପଣଙ୍କୁ ଏହିପରି ଜଣେ ଯୁବ ମୋଟରସାଇକଲ୍ ମେକାନିକ ଙ୍କ କଥା କହୁଛୁ ଯେ ପେଟ୍ରୋଲ ରେ ଚାଲୁଥିବା ବିଭିନ୍ନ ପ୍ରକାରର ଦୁଇଚକିଆ ଯାନ କୁ ସେ ବେଟାରୀ ରେ ମଧ୍ୟ ଚଳାଇ ପାରିବେ ଏମିତିକି ତେଲ ସରିଗଲେ ବେଟାରୀ ରେ ଚାଲିବ ଏବଂ ବେଟାରୀ ଚାର୍ଜ ସରିଲେ ତେଲରେ ଚାଲିବ l ଏହିଭଳି ଜଣେ ଯୁବ ପ୍ରତିଭା ଙ୍କୁ ଆମେ ଭେଟିଥିଲୁ l ସେ ଯାହା କୁହନ୍ତି ପ୍ରାୟ ପାଖାପାଖି ୪୦/ ୪୫ ହଜାର ଟଙ୍କା ଖର୍ଚ୍ଚ କଲେ ଗୋଟିଏ ମଟର ସାଇକେଲ ତେଲ - ବେଟାରୀ ଉଭୟ ରେ ଚାଲିପାରିବ l ସେ ହେଉଛନ୍ତି ଯାଜପୁର ଜିଲ୍ଲା, ବ୍ୟାସନଗର ପୌରାଞ୍ଚଳର ୱାର୍ଡ଼ ନଂ ୨୬ ଖଣ୍ଡାହତା ଗ୍ରାମର ଭାଗବାନ ପ୍ରଧାନ ଙ୍କ ପୁଅ ମନୋଜ ପ୍ରଧାନ (୩୭)I ସେ ଦୀର୍ଘ କୋଡ଼ିଏ ବର୍ଷ ଧରି ଏହି ମଟର ସାଇକେଲ ମେକାନିକ ଭାବେ କାମକରି ଆସୁଛନ୍ତି I ତାଙ୍କର ବ୍ୟାସନଗର ପୌରପାଳିକା, ଯାଜପୁର ରୋଡ଼ ମୁଣ୍ଡମାଳ ଛକ ସରସ୍ଵତୀ ଶିଶୁମନ୍ଦିର ପାଖରେ ଗୋଟିଏ ମୋଟରସାଇକଲ୍ ଗ୍ୟାରେଜ୍ ଅଛି l