Posts

ସୁକିନ୍ଦା ଅଞ୍ଚଳରେ ଗୋଚର ଓ ଶାଳଜଙ୍ଗଲ ଜମି ବେଆଇନ୍ ଦଖଲ କୁ ତାଗିଦ କଲେ ସ୍ଥାନୀୟ ତହସିଲଦାର ନାରାୟଣ ଦୀକ୍ଷିତ ।

Image
ଯାଜପୁର - ସୁକିନ୍ଦା ଅଞ୍ଚଳରେ କିଛି ବ୍ୟକ୍ତି ବହୁ ସରକାରୀ ଜମି ,ଶାଳଜଙ୍ଗଲ କିସମ ଜମି ଓ ଗୋଚର ଜମିକୁ ଜବରଦଖଲ କରି ତାର ବାଡ଼ ବୁଲାଇ କବଜା କରି ବିଭିନ୍ନ ବ୍ୟକ୍ତିଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଖବର ପାଇ ସୁକିନ୍ଦା ତହସିଲଦାର ଶୁକ୍ରବାର ଦିବା ୧୨ ଘଟିକା ସମୟରେ ସୁକିନ୍ଦା ଅଦର୍ଶବିଦ୍ୟାଳୟ ପାଖ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଜବରଦଖଲ  କାର୍ଯ୍ୟକୁ ବନ୍ଦ କରିବା ସହିତ ଯେଉଁମାନେ ଏହି ବେଆଇନ ଜବର ଦଖଲ କାର୍ଯ୍ୟ କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁକିନ୍ଦା ତହସିଲଦାର ନାରାୟଣ ଦୀକ୍ଷିତ ସୂଚନା ଦେଇଛନ୍ତି । ଯଦି ତହସିଲଦାର ଏହି ଘଟଣାର ସଠିକ୍ ଭାବେ ପରିଚାଳନା କରନ୍ତି ତେବେ ଜମି ମାଫିଆ ଓ ଦଲାଲ୍ ମାନେ ଦଣ୍ଡ ପାଇବା ସଙ୍ଗେ ସଙ୍ଗେ, ସରକାରୀ ଜମି ସରକାରଙ୍କ ହାତରେ ରୁହନ୍ତା I ଆଗାମୀ ଦିନରେ ଏହିପରି ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ କେହି ବି ଇଚ୍ଛା କରନ୍ତେ ନାହିଁ l ଏଠାରେ ଦେଖିବାକୁ ବାକି ରହିଲା ଏହା କେତେଦୂର ସମ୍ଭବ ହୋଇ ପାରିବ l Local tehsildar Narayan Dixit has warned of illegal occupation of pasture and forest lands in Sukinda area.  Jajpur - The Sukinda tehsildar on Friday reported that some people in Sukinda area were forcibly occupying a lot of government lan

ତୃତୀୟ ରିଜର୍ଭ ବାଟାଲିୟନରେ ସ୍ୱାଧୀନତା ଦିବସ ପାଳିତ l

Image
ଯାଜପୁର (ସୁକିନ୍ଦା):- ସୁକିନ୍ଦାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ କୋଭିଡ ନିୟମ ପାଳନ କରାଯାଇ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ସୁକିନ୍ଦା ନିକଟ ରଙ୍ଗିଟାଙ୍ଗରଠାରେ ଅବସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ ପରିସରରେ ଆୟୋଜିତ ଉତ୍ସବରେ ବାଟାଲିୟନ କମାଣ୍ଡାଣ୍ଟ କାନ୍ହୁ ଚରଣ ହାଁସଦା ଜାତୀୟ ପତାକା ଉତ୍ତୋଳନ କରିଥିଲେ l  କୋଭିଡ କଟକଣା ଯୋଗୁଁ ବାଟାଲିୟନର ୨ଟି କଣ୍ଟିଜେଣ୍ଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ସୁବେଦାର ଜ୍ଞାନରଞ୍ଜନ ରାଉତରାୟ ପରେଡ ପରିଚାଳନା କରିଥିବlବେଳେ ସୁବେଦାର ଜ୍ଞାନରଞ୍ଜନ ରାଉତ ସହଯୋଗ କରିଥିଲେ l ଆଡଜୁଟାଣ୍ଟ ନୋବର କେରକେଟା, ସ୍ୱତନ୍ତ୍ର ଅଧିକାରୀ ସତ୍ୟ ନାରାୟଣ ମଲ୍ଲିକ ଓ ବ୍ୟାଣ୍ଡ ମେଜର ଶ୍ରୀକାନ୍ତ ସାମଲ କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ l ଡେପୁଟି କମାଣ୍ଡାଣ୍ଟ ବସନ୍ତ କୁମାର ରାୟ, ସୋମନାଥ ସେଠି ଓ ମନୋଜ କୁମାର ଦାସ, ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l(ସୁକିନ୍ଦା ରୁ ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ)  Third Reserve Battalion celebrates Independence Day.  Jajpur (Sukinda): The 75th Independence Day has been observed in various government offices, educational insti

ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ ।

Image
ଭୁବନେଶ୍ବର :- ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ । ଆଜି ବିଜେଡି ଏହି ବଡ ଘୋଷଣା କରିଛି । ପଞ୍ଚାୟତ ନିର୍ବାଚନ ପାଇଁ ସରକାର କୌଣସି ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ଏହି ନିଷ୍ପତ୍ତି ନେଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ କହିଛି, ସାଂପ୍ରତିକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ସଂସ୍ଥାଗୁଡିକରେ ଆଗାମୀ ନିର୍ବାଚନ ପାଇଁ ଆବଶ୍ୟକ ସଂରକ୍ଷଣ ନିମନ୍ତେ ସରକାର ବିଚାର କରୁଛନ୍ତି । ଯାହାକି ସଂପ୍ରତି ବିଭିନ୍ନ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ପରିଚାୟକ ହେବା ସଙ୍ଗେ ସଙ୍ଗେ ଏକ ଚୂଡାନ୍ତ ନିର୍ଯାସ ନେବାରେ ସହାୟତା କରିବ । ପ୍ରେସମିଟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଏସଇବିସି ଆଇନ ୨୦୦୮ରେ ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ବିଭିନ୍ନ କୋର୍ଟର ଆଦେଶ ଦୃଷ୍ଟିରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ମଙ୍ଗଳବାରଦିନ ଓବିସି ବିଲ ପାର୍ଲାମେଂଟରେ ପାସ ହୋଇଛି । ଏହାଦ୍ୱାରା ରାଜ୍ୟମାନଙ୍କୁ ଓବିସି ତାଲିକା ପ୍ରସ୍ତୁତିର କ୍ଷମତା ମିଳିବ । ଏହାପରେ ବିଜେଡି ସମେତ ବିଭିନ

ବୁଣାକାରଙ୍କ ପାଇଁ ପ୍ୟାକେଜ ଘୋଷଣା l

Image
ଭୁବନେଶ୍ବର : - ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏଣିକି ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି । ବୁଣାକାରମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡ଼ିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି ଏବଂ ଓଡ଼ିଶାର ତିଆରି ହସ୍ତତନ୍ତର ମଧ୍ୟ ବିଶେଷ ଚାହିଦା ରହିଛି । କିନ୍ତୁ ମହାମାରୀ କୋଭିଡ ପରିପ୍ରେକ୍ଷୀରେ ଗତ ଦୁଇବର୍ଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଆମର ହଜାର ହଜାର ବୁଣାକାର ମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି। ଏହି ପ୍ୟାକେଜରେ କଂକ୍ରିଟ୍ ହୋଇନଥିବା ୧୫,୦୦୦ ଲୁମପିଟକୁ ପର୍ଯ୍ୟାୟକମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ। ପ୍ରତି ଲୁମପିଟକୁ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏ ଖର୍ଚ୍ଚ କରାଯିବ । ସୂଚନାଯୋଗ୍ୟ ଯେ ରାଜ୍ୟର ୩୧,୩୪୨ଟି ଲୁମପିଟ ମଧ୍ୟରୁ ଏପର୍ଯ୍ୟନ୍ତ ୧୫,୦୭୧ଟି ଲୁମପିଟକୁ କଂକ୍ରିଟ କରାଯାଇଛି । ସେହିପରି ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ଅଧୀନରେ ପ୍ରାଥମିକତା ଭିତ୍ତିରେ ହାଉସ୍ କମ୍

ଜାଲରେ ପଡିଲା ବିରଟକାୟ ବିରଳ ମାଛ l

Image
ପାରାଦୀପ(ବ୍ୟୁରୋ ରିପୋର୍ଟ) :- ପାରାଦୀପ ନେହରୁବଙ୍ଗଳାସ୍ଥିତ ମାଛଧରା ବନ୍ଦରରୁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଗୋଟିଏ ଟ୍ରଲର୍‌ରେ ଏକ ବିଶାଳକାୟ ମାଛ ପଡ଼ିବା ନେଇ ଏବେ ପାରାଦୀପରେ ଚର୍ଚ୍ଚା ଜୋର୍‌ ଧରିଛି । ଗତକାଲି ସମୁଦ୍ର ଉପକୂଳରୁ ପ୍ରାୟ ୪୦ ନଟିକାଲ୍‌ ମାଇଲ୍‌ ଦୂରରେ କିଛି ମତ୍ସ୍ୟଜୀବୀ ଜାଲ ପକାଇଥିବା ବେଳେ ଜାଲକୁ ଟେକି ପାରି ନଥିଲେ । ଜାଲରେ ପ୍ରବଳ ମାଛ ପଡ଼ିଥିବା ଭାବି ଜାଲକୁ ଉପରକୁ ଆଣି ପାରି ନଥିଲେ । ତେଣୁ ପାଖରେ ଥିବା ଅନ୍ୟ ଏକ ଟ୍ରଲର୍‌କୁ ସହାୟତା ପାଇଁ ଡାକିଥିଲେ । ଦୁଇଟି ଟ୍ରଲର୍‌ ମିଶି ଜାଲକୁ ଭିଡ଼ିବା ପରେ ଯାହା ଦେଖିଥିଲେ ମତ୍ସ୍ୟଜୀବୀ ମାନଙ୍କ ଆଖିକୁ ବିଶ୍ୱାସ ହୋଇ ନଥିଲା। ଏକ ବିଶାଳକାୟ ମାଛ ସେମାନଙ୍କ ଜାଲରେ ପଡ଼ିଥିଲା । ଏଭଳି ବଡ଼ ଆକାରର ମାଛ ସେମାନେ କେବେ ଦେଖି ନ ଥିଲେ । ତା’ର ଓଜନ ପ୍ରାୟ ୨ଟନ୍‌ ବା ୨ ହଜାର କିଲୋ ହେବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ହେଲେ ମାଛଟିକୁ ଟ୍ରଲର୍‌ ଭିତରେ ରଖିବା ସମ୍ଭବ ନହେବାରୁ ତାକୁ ପାଣିରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ମତ୍ସ୍ୟଜୀବୀମାନେ । ମାଛଟିକୁ ପାଣିରେ ପକାଇବାର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଥିବା ବେଳେ ମାଛଟି ରକ୍ତାକ୍ତ ଅବସ୍ଥାରେ ଥିବା ଓ ପାଣିରେ ପକାଇବା ବେଳେ ହଲଚଲ୍‌ ହେଉ ନଥିବା ଦେଖିବାକୁ ମିଳିଛି । ତେଣୁ ମାଛଟି ମରି ଯାଇଥିବା ସନ୍ଦେହ କରାଯାଉଛି । ଯଦିଓ କେଉଁ କେଉଁ ଟ୍ରଲର୍‌ ମାଛ ମାରିବାକୁ ଯାଇଥିବା ବେଳେ ଏହ

ଜଳୁ ନାହିଁ ଷ୍ଟ୍ରିଟ ଲାଇଟ, ବଢୁଛି ଅପରାଧ l

Image
ବାରିପଦା(ବ୍ୟୁରୋ ରିପୋର୍ଟ) :-ମୟୂରଭଞ୍ଜ ଜିଲ୍ଲାର ପୌର ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୫ ହଜାର ଷ୍ଟ୍ରିଟ୍‌ ଲାଇଟ ଜଳୁ ନାହିଁ। ଏହାର ସୁଯୋଗରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସହରବାସୀ ଦେଉଥିବା ହୋଲ୍ଡିଂ ଟ୍ୟାକ୍ସ କାମରେ ଲାଗୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲାର ବାରିପଦା ମ୍ୟୁନିସିପାଲଟି ଅଧୀନ ୨୮ ୱାର୍ଡରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି।  କେନ୍ଦ୍ର ସରକାରଙ୍କ ଯୋଜନା ଏନର୍ଜି ଏଫିସିଏନ୍‌ସି ସର୍ଭିସ ଲିମିଟେଡ (ଇଇଏସ୍‌ଏଲ୍‌) ଜରିଆରେ ଆସ୍ଥା ସଂସ୍ଥା ପକ୍ଷରୁ ୨୦୧୪-୧୫ରେ ଆଲୋକୀକରଣ ପାଇଁ ୮୫୦୦ ଏଲ୍‌ଇଡ ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ୱାର୍ଡର ମୁଖ୍ୟ ରାସ୍ତାରେ ୩୫ ୱାଟ୍‌ରୁ ଆରମ୍ଭ କରି ୧୧୦ୱାଟ୍‌ ପର୍ଯ୍ୟନ୍ତ ଏଲ୍‌ଇଡି ଲାଇଟ ଲଗାଯାଇଛି । ଏହାର ମରାମତି ପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଜିଲ୍ଲାରେ ଜଣେ ମାତ୍ର ଟେକ୍ନସିଆନ ରହିଛନ୍ତି। ଲାଇଟ୍‌ଗୁଡ଼ିକ କଣ୍ଟ୍ରୋଲ କରିବା ପାଇଁ ବାରିପଦା ମ୍ୟୁନିସିପାଲଟିରେ ୨୧୬ ସିସିଏମ୍‌ଏସ୍‌ ବକ୍ସ ରହିଛି। ପ୍ରତି ବାକ୍ସରେ ୫୦ରୁ ୧୦୦ ଲାଇଟକୁ କଣ୍ଟ୍ରୋଲ କରିବାର କ୍ଷମତା ରହିଥିବା ବେଳେ ସମୟ ଅନୁଯାୟୀ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜଳିଥାଏ । ବର୍ତ୍ତମାନ ୩୩ଟି ସିସିଏମ୍‌ଏସ୍‌ ବକ୍ସ ସମ୍ପୂର୍ଣ୍

ଡିଡାଇ ଉନ୍ନୟନ ସଂସ୍ଥାର ଅନିୟମିତତା, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି l

Image
ମାଲକାନଗିରି (ବ୍ୟୁରୋ ରିପୋର୍ଟ) :- ଜିଲ୍ଲାର କୁଡୁମୁଲୁଗୁମ୍ମା, କୋରକୋଣ୍ଡା ଏବଂ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ୫୮ଟି ଗ୍ରାମରେ ଆଦିମ ଜନଜାତି ଡିଡାଇ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏହି ସମ୍ପଦାୟର ୨୦ ହଜାରରୁ ଊଦ୍ଧର୍‌ବ ଲୋକଙ୍କ ବିକାଶ ଲାଗି ଡିଡାଇ ଉନ୍ନୟନ ସଂସ୍ଥା ଗଠିତ ହୋଇଛି। ଏହି ସମ୍ପ୍ରଦାୟର ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ସେମାନଙ୍କୁ ଉନ୍ନତ କିସମର ବିହନ ଯୋଗାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି। ହେଲେ ଚାଷୀଙ୍କୁ ବିହନ ବଣ୍ଟନରେ ବ୍ୟାପକ ଅନିୟମିତା ହେଉଛି। ଏପରି କି ଚାଷୀଙ୍କ ଉଦ୍ଦେଶ୍ୟରେ ଆସୁଥିବା ବିହନକୁ ନ ବାଣ୍ଟି ନଷ୍ଟ କରାଯାଉଥିବା ସ୍ଥାନୀୟଅଞ୍ଚଳର ଚାଷୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଡିଡାଇ ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ଧାନ, ମାଣ୍ଡିଆ, ଅଦା, ହଳଦୀ, ସୁଆଁ, କନ୍ଦମୂଳ ଆଦି ଖାଦ୍ୟଶସ୍ୟ ଉତ୍ପାଦନ କରି ବଜାରରେ ବିକି ଚଳିଥାନ୍ତି। ଏମାନଙ୍କ ଉନ୍ନତି ନିମନ୍ତେ ଡିଡାଇ ଉନ୍ନୟନ ସଂସ୍ଥାର ଏକ କାର୍ଯ୍ୟାଳୟ କୁଡୁମୁଲୁଗୁମ୍ମାରେ କାର୍ଯ୍ୟ କରୁଛି। ଏହି ସଂସ୍ଥା ଡିଡାଇ ଅଧିବାସୀ ବସବାସ କରୁଥିବା ଗ୍ରାମକୁ ରାସ୍ତାଘାଟ ସହ ଏମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଏହି ଆଦିମ ଜନଜାତିଙ୍କ ପାଇଁ ଓଡ଼ିଶା ବିକାଶ ନିର୍ବାହ ପ୍ରକଳ୍ପ(ଓପିଲିପି) ମାଧ୍ୟମରେ ୫୮ଟି ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ସମିତି (ଭିଡିସି) କାର୍ଯ୍ୟ କରୁଛି। ହେଲେ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ